Saturday, May 9, 2026 09:43 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆଉ ନାହାନ୍ତି ବିଜୟ ମହାନ୍ତି

by Our Correspondent
20 Jul, 2020- 10:11 PM
in Latest News, News
1 min read
0
ଆଉ ନାହାନ୍ତି ବିଜୟ ମହାନ୍ତି
ଭୁବନେଶ୍ୱର: ଓଡ଼ିଆ ଚଳଚିତ୍ର ଜଗତର ବାଦଶାହା ବିଜୟ ମହାନ୍ତି ଆଉ ନାହାନ୍ତି । ଦୀର୍ଘ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ହାରି ଯାଇଛନ୍ତି । ଆଜି ସଂଧ୍ୟାରେ କେୟାର୍ ହସ୍ପିଟାଲ୍ ରେ ସେ ଆଖି ବୁଜି ଦେଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା । ଓଡ଼ିଆ ସିନେ ଜଗତର ଉଜ୍ଜଳ ତାରକା ଭାବେ ଦୀର୍ଘ ବର୍ଷ ଧରି ଝଲୁସିଥିବା ବିଜୟ ମହାନ୍ତିଙ୍କ ବିୟୋଗରେ ସାରା ରାଜ୍ୟରେ ଶାକର ଛାୟା ଖେଳିଯାଇଛି ।
ଗୁରୁତର ଅସୁସ୍ଥ ହୋଇ ଗତ ମେ ୨୭ ତାରିଖରୁ ହାଇଦ୍ରାବାଦସ୍ଥିତ ଗ୍ଲୋବାଲ୍ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ । ସାମାନ୍ୟ ସୁସ୍ଥ ହେଲା ପରେ ଜୁନ୍ ୧୩ ତାରିଖରେ ତାଙ୍କୁ ଭୁବନେଶ୍ୱର ଅଣାଯାଇଥିଲା । ଏଠି କିଛି ଦିନ ହସ୍ପିଟାଲ୍ ରେ ରହିଲା ପରେ ଘରକୁ ଆସିଥିଲେ । ମଝିରେ ମଝିରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହୁଥିଲା । ହସ୍ପିଟାଲ୍ ରେ କିଛି ଦିନ ରହି ପୁଣି ଘରକୁ ଫେରି ଯାଉଥିଲେ । ଆଜି ସଂଧ୍ୟା ୭ଟା ବେଳକୁ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହୋଇ ପଡ଼ିଥିଲା । ତାଙ୍କୁ ତୁରନ୍ତ କେୟାର୍ ହସ୍ପିଟାଲ୍ ଅଣାଯାଇଥିଲେ ମଧ୍ୟ ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରିନାହାନ୍ତି ।
କିଛି ବର୍ଷ ହେଲା ଶ୍ରୀ ମହାନ୍ତି ଅଧିକାଂଶ ସମୟ ହାଇଦ୍ରାବାଦରେ ନିଜ ଝିଅଙ୍କ ପାଖରେ ରହୁଥିଲେ । ଡାଇବେଟିସ୍ ରେ ପୀଡ଼ିତ ଥିଲେ ମଧ୍ୟ ସେଭଳି ବିଶେଷ ସମସ୍ୟା ନ ଥିଲା । ତେବେ କିଛି ମାସ ତଳେ ତାଙ୍କର ପ୍ରୋଷ୍ଟେଟ୍ ଅପରେସନ୍ ହୋଇଥିଲା । ଏହା ଭଲ ହୋଇ ଆସୁଥିଲା । ଗତ ମେ ମାସରେ ସେ ଚେକ୍ ପାଇଁ ଆସିଥିଲା ବେଳେ ହଠାତ୍ ହୃଦଘାତ୍ ହୋଇଥିଲା । ଅବସ୍ଥା ଗୁରୁତର ଥିବାରୁ ତୁରନ୍ତ ତାଙ୍କୁ ଆଇସିୟୁ ଭେଣ୍ଟଲେଟରରେ ରଖାଯାଇଥିଲା ।
୧୯୫୦ ମସିହା ଏପ୍ରିଲ୍ ୮ ତାରିଖରେ କେନ୍ଦ୍ରାପଡ଼ାର ପାଣ୍ଡିରିଠାରେ ଜନ୍ମ ଗ୍ରହଣ କରିଥିବା ବିଜୟ ମହାନ୍ତି ବାରିପଦାରେ ବଢ଼ିଥିଲେ । ସ୍କୁଲ ପଢ଼ିଲା ବେଳୁ ଅଭିନୟ ପ୍ରତି ତାଙ୍କର ବିଶେଷ ଆଗ୍ରହ ଥିଲା । ବିଏ ପାସ୍ କଲା ପରେ ନ୍ୟାସନାଲ୍ ସ୍କୁଲ ଅଫ୍ ଡ୍ରାମାରେ ଯୋଗ ଦେଇଥିଲେ । ନାସିରୁଦ୍ଦିନ ଶାହା, ରାଜବବର୍ ଏବଂ ଓମ୍ ପୁରୀଙ୍କ ଭଳି ବଲିଉଡ୍ ହସ୍ତି ଥିଲେ ତାଙ୍କର କ୍ଲାସମେଟ୍ । ଏନଏସଡିରୁ ପାସ୍ କଲା ପରେ ୧୯୭୫ ମସିହା ପର୍ଯ୍ୟନ୍ତ ସେ ଦିଲ୍ଲୀରେ ରହି ଥିଏଟର୍ ରେ ଅଭିନୟ ଆରମ୍ଭ କରିଥିଲେ । ପରେ ଓଡ଼ିଶା ଫେରି ଆସି ୧୯୭୭ ମସିହାରେ ‘ଚିଲିକା ତୀରେ’ ଫିଲ୍ମରୁ କ୍ୟାରିୟର୍ ଆରମ୍ଭ କରିଥିଲେ । ନେଗେଟିଭ୍ ଭୂମିକାରେ ବିଜୟ ମହାନ୍ତିଙ୍କ ନିଖୁଣ ଅଭିନୟ ଫିଲ୍ମଟିକୁ ଅଶେଷ ସଫଳତା ଆଣିଥିଲା ଏବଂ ସେହିବର୍ଷ ଜାତୀୟ ପୁରସ୍କାର ଲାଭ କରିଥିଲା ।
ପରେ ପରେ ନାଗଫାସ, ସମୟ ବଡ଼ ବଳବାନ, ଦଣ୍ଡା ବାଳୁଙ୍ଗା, ସହରୀ ବାଘ, ଚକା ଭଉଁରୀ, ଚକା ଆଖି ସବୁ ଦେଖୁଛି ଭଳି ସୁପରି ଡୁପର୍ ହିଟ୍ ଫିଲ୍ମ ଦେଇ ଓଡ଼ିଶାର ଗାଁ ଗହଳିରେ ବେଶ୍ ପରିଚିତ ହୋଇଥିଲେ । ତାଙ୍କର ଅନ୍ୟାନ୍ୟ ସଫଳ ଫିଲ୍ମଗୁଡ଼ିକ ମଧ୍ୟରେ ଅଛି ଆରତୀ(୧୯୮୧), ମମତା ମାଗେ ମୂଲ(୧୯୮୫), ଏଇ ଆମ ସଂସାର(୧୯୮୬), ଆମ ଘର ଆମ ସଂସାର(୧୯୯୧), କି ହେବ ଶୁଆ ପୋଷିଲେ, ଭୀଷ୍ମ ପ୍ରତିଜ୍ଞା(୧୯୯୩), ଭାଇ ହେଲା ଭଗାରୀ(୧୯୯୪), ସୁନା ପଞ୍ଜୁରୀ, ଲକ୍ଷ୍ମଣ ରେଖା, ରାକ୍ଷୀ ଭିଜିଗଲା ଆଖି ଲୁହରେ, ଆଇ ଲଭ୍ ମାଇଁ ଇଣ୍ଡିଆ ।
ହୀରୋ, ଭିଲିୟାନ୍, କମେଡ଼ିଆନ୍, ଚରିତ୍ର ସବୁ ଭୂମିକାକୁ ନିଖୁଣ କରିବା ବିଜୟ ମହାନ୍ତିଙ୍କ ଅଭିନୟର ବିଶେଷତ୍ତ୍ୱ ଥିଲା । ନିଦେ୍ର୍ଦଶନା କ୍ଷେତ୍ରରେ ମଧ୍ୟ ତାଙ୍କର ପାରଦର୍ଶିତା ଥିଲା । ‘ଭୁଲି ହୁଏନା’ ଚଳଚିତ୍ରରେ ସେ ନିଦେ୍ର୍ଦଶନା ଦେଇଥିଲେ । ଫିଲ୍ମ କ୍ୟାରିୟର୍ ସହ ଟେଲିଭିଜନ୍ ସିରିଏଲ୍, ଡ୍ରାମାରେ ମଧ୍ୟ ଅଭିନୟ ଜାରି ରଖିଥିଲେ । ଅଧ୍ୟାପନା ବୃତ୍ତିକୁ ମଧ୍ୟ ସଫଳତାର ସହ ତୁଲାଇଥିଲେ । ୧୯୭୭ ମସିହାରେ ଉକ୍ରଳ ସଙ୍ଗୀତ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ଯୋଗଦେଇ ପ୍ରଫେସର ଭାବେ ଅବସର ଗ୍ରହଣ କରିଥିଲେ ।
ରାଜନୀତିରେ ରୁଚି ଥିବାରୁ କଂଗ୍ରେସରେ ଯୋଗଦେଇ ୨୦୧୪ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ । ତେବେ ରାଜନୀତିରେ ସଫଳ ହୋଇ ନ ପାରିବାରୁ ତାଙ୍କର ଆଗ୍ରହ କମିଯାଇଥିଲା । ପରବର୍ତ୍ତୀ ସମୟରେ ରାଜନୀତି ଛାଡ଼ି ଦେଇଥିଲେ ।
ନିଜର ସଫଳତା ତାଙ୍କୁ ଅନେକ ସମ୍ମାନ ଆଣିଥିଲା । କଳା ଓ ସାହିତ୍ୟ ପ୍ରତି ତାଙ୍କର ଅବଦାନ ଯୋଗୁଁ ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ୨୦୧୪ ମସିହାରେ ଓଡ଼ିଶା ରାଜ୍ୟ ଚଳଚିତ୍ର ପୁରସ୍କାରର ସର୍ବୋତ୍ତମ ପୁରସ୍କାର ଜୟଦେବ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ଓଡ଼ିଶା ରାଜ୍ୟ ଚଳଚିତ୍ର ପୁରସ୍କାର ଓ ସିନେ କ୍ରିଟିକସ୍ ପୁରସ୍କାରରେ ବହୁବାର ସମ୍ମାନିତ ହୋଇଛନ୍ତି ।
ବିଶିଷ୍ଟ ଚଳଚିତ୍ର ଅଭିନେତ୍ରୀ ତନ୍ଦ୍ରା ରାୟ ତାଙ୍କର ପତ୍ନୀ । ତାଙ୍କର ଏକମାତ୍ର ଝିଅ,ଜ୍ୱାଇଁ ଅଛନ୍ତି ।
ଗୋଟିଏ ଯୁଗର ଅବସାନ: ବିଜୟ ମହାନ୍ତିଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କୁ ଜଣେ ପ୍ରବାଦ ପୁରୁଷ ବୋଲି ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିବା ସହ ତାଙ୍କ ବିୟୋଗ ଓଡ଼ିଆ ସିନେ ଜଗତରେ ଗୋଟିଏ ଯୁଗର ଅବସାନ ଘଟାଇଲା ବୋଲି କହିଛନ୍ତି । ଓଡ଼ିଆ ସିନେ ଜଗତକୁ ତାଙ୍କର ଅବଦାନ ସବୁଦିନ ପାଇଁ ସ୍ମରଣୀୟ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସ୍ୱର୍ଗତ ମହାନ୍ତିଙ୍କ ଆତ୍ମାର ସଗତି କାମନା କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ସବୁ ଦଳର ରାଜନେତା, ବିଶିଷ୍ଟ ବ୍ୟକ୍ତିମାନେ ଗଭୀର ଶୋକପ୍ରକାଶ କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ।
Previous Post

ଇଏ ସେହି ନଗ୍ନ ଚିତ୍ର, ବାସ୍ତବତା…

Next Post

ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ

Next Post
ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ

ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA