ପୁରୀ: ମହାପ୍ରଭୁଙ୍କ ଏବର୍ଷର ରଥକୁ ଭଙ୍ଗାଯିବ ନାହିଁ । ତିନୋଟି ଯାକ ରଥକୁ ସଂରକ୍ଷଣ କରି ରଖାଯିବ । ଗତ ପରିଚାଳନା କମିଟି ଓ ଛତିଶା ନିଯୋଗର ମିଳିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ସମ୍ପର୍କରେ ଆଜି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର । ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ତିନି ରଥକୁ ସାଇତି ରଖିବା ପାଇଁ ପ୍ରାଥମିକ ନିଷ୍ପତ୍ତି ହୋଇଛି । ତେବେ କିଭଳି ରଖାଯିବ ତାହା ଉପରେ ତର୍ଜମା ଚାଲିଥିବା ସେ କହିଛନ୍ତି ।






