Saturday, May 30, 2026 01:38 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନାବାଳିକା ଗଣଦୁଷ୍କର୍ମ: ସାଂସଦ ଅପରାଜିତାଙ୍କର ରହସ୍ୟମୟ ନିରବତା

by Our Correspondent
23 Sep, 2020- 12:55 AM
in Latest News
1 min read
0
ନାବାଳିକା ଗଣଦୁଷ୍କର୍ମ: ସାଂସଦ ଅପରାଜିତାଙ୍କର ରହସ୍ୟମୟ ନିରବତା

ଭୁବନେଶ୍ୱର: ମଙ୍ଗଳବାର ଲୋକସଭାରେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଦମଦାର୍ ପ୍ରସଙ୍ଗ ଉଠାଇଥିଲେ । ମହିଳାଙ୍କ ପ୍ରତି ଅପରାଧରେ ଓଡ଼ିଶା ଦେଶର ତୃତୀୟ ରାଜ୍ୟ । ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୯୧.୩ ମହିଳା ଅପରାଧର ଶିକାର ହେଉଛନ୍ତି । ଅପରାଧ ଦଣ୍ଡ ବି ବହୁତ କମ୍ । ମାତ୍ର ୮.୩% । ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ ୨୦୧୮ ରିପୋର୍ଟରେ ଏହି ତଥ୍ୟ ରହିଥିବା ଶ୍ରୀମତୀ ଷଡ଼ଙ୍ଗୀ ଦର୍ଶାଇ ଗୃହରେ ଉଦବେଗ ପ୍ରକାଶ କରିଥିଲେ ।

ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ, ମୁଁ ମହିଳା, ଓଡ଼ିଶା ମୋର କର୍ମଭୂମି । ସେଥିପାଇଁ ମୁଁ ଉଦବିଗ୍ନ, ପରିସାନ୍ । ମହିଳାଙ୍କ ସୁରକ୍ଷା, ମର୍ଯ୍ୟାଦା ରକ୍ଷା ପାଇଁ ମୁଁ ଏକଥା କହୁଛି । ନିଜ ବକ୍ତବ୍ୟରେ ସେ ମାଲକାନଗିରି ଜିଲ୍ଲାରେ ଜଣେ ଆଦିବାସୀ ମହିଳାଙ୍କ ପ୍ରତି ଦୁଷ୍କର୍ମ ଏବଂ ବୀରମିତ୍ରପୁରରେ ଜଣେ ନାବାଳିକାଙ୍କ ଉପରେ ଦୁଷ୍କର୍ମ ଘଟଣାର ଅବତାରଣା କରି ରାଜ୍ୟ ସରକାର ଯେଉଁଭଳି କାର୍ଯ୍ୟାନୁଷ୍ଠାନ ନେବା କଥା ନେଇନଥିବାରୁ ଉଦବେଗ୍ ପ୍ରକାଶ କରିଥିଲେ ।

ଆଶ୍ଚର୍ଯ୍ୟର କଥା, ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଘଟଣାର ନାଁ ନେଇ ନ ଥିଲେ ଭୁବନେଶ୍ୱର ସାଂସଦ । ନିଜ ନିର୍ବାଚନମଣ୍ଡଳୀ ଭୁବନେଶ୍ୱରର ଛାତି ଉପରେ ଜଣେ ୧୩ ବର୍ଷର ବାଳିକାକୁ ୧୫ ଦିନ ଧରି ଗଣଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଛି । ନିଜେ ପୀଡ଼ିତାଙ୍କ ମାଆ ଥାନାଠାରୁ ଆରମ୍ଭ କରି ଶିଶୁ ଅଧିକାର ସୁରକ୍ଷା କମିଶନ ଏବଂ ମହିଳା କମିଶନଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି । ଏ ଘଟଣାରେ ପୁଲିସ ୭ ଜଣଙ୍କ ବିରୋଧରେ ପୋକସୋ ଆକ୍ଟରେ ମାମଲା ରୁଜୁ କରିଛି ।

ମାତ୍ର ନିଜ ନିର୍ବାଚନମଣ୍ଡଳୀରେ ଘଟିଥିବା ଏତେବଡ଼ ଜଘନ୍ୟ କାଣ୍ଡ ଉପରେ ସାଂସଦଙ୍କର ପାଟି ଖୋଲୁନାହିଁ । ଲୋକସଭାରେ ସୁଯୋଗ ପାଇ ବି ଅଣଦେଖା କରିଦେଲେ । ମାଲକାନଗିରି ଓ ବୀରମିତ୍ରପୁର ଦୁଷ୍କର୍ମ ଘଟଣା ଉପରେ ଚିନ୍ତା କରୁଥିବା ଅପରାଜିତା ନିଜ ନିର୍ବାଚନମଣ୍ଡଳୀ ନାବାଳିକା ଗଣଦୁଷ୍କର୍ମ ଘଟଣା ଉପରେ ଚିନ୍ତିତ ନୁହଁନ୍ତି । ନିଜ ନିର୍ବାଚନମଣ୍ଡଳୀରେ ମହିଳାଙ୍କ ସୁରକ୍ଷା ଓ ମର୍ଯ୍ୟାଦା ସାଂସଦଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ ।

ସୂଚନାଯୋଗ୍ୟ, ଅଗଷ୍ଟ ୩୦ ତାରିଖରେ ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା ଥାନାକୁ ଆସିଥିଲା । ସେବେଠାରୁ ଗଣମାଧ୍ୟମରେ ଏହାର ଚର୍ଚ୍ଚା ହେଉଥିଲେ ମଧ୍ୟ ଭୁବନେଶ୍ୱରରେ ରହୁଥିବା ସାଂସଦଙ୍କର ଏ ପର୍ଯ୍ୟନ୍ତ ପାଟି ଖୋଲିନାହିଁ । ପୀଡ଼ିତା ଓ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇନାହାନ୍ତି କି ସେମାନଙ୍କ ସୁରକ୍ଷା ପାଇଁ ଆଗକୁ ବାହାରିନାହାନ୍ତି । ଆଜି ପର୍ଯ୍ୟନ୍ତ ଅଭିଯୁକ୍ତମାନେ ଗିରଫ ହୋଇ ନ ଥିଲେ ମଧ୍ୟ ସାଂସଦଙ୍କର ପ୍ରତିକ୍ରିୟା ନାହିଁ ।

ସଂସଦରେ ରାଜ୍ୟର ମହିଳାଙ୍କ ଉପରେ ଅପରାଧ ପ୍ରସଙ୍ଗ ଉଠାଇବା, ମାଲକାନଗିରି ଏବଂ ବୀରମିତ୍ରପୁର ଦୁଷ୍କର୍ମ ଘଟଣାର ଉଦାହରଣ ଦେବା, ଦୋଷୀଙ୍କ ବିରୋଧରେ କଠୋର କର୍ଯ୍ୟାନୁଷ୍ଠାନ ଦାବି କରିବା ସ୍ୱାଗତଯୋଗ୍ୟ । ମାତ୍ର ନିଜ ନିର୍ବାଚନମଣ୍ଡଳୀରେ ନାବାଳିକା ଗଣଦୁଷ୍କର୍ମ ଘଟଣା ତାଜା ଥିବା ବେଳେ ତାହାକୁ ଆଖି ବୁଜିଦେବାକୁ ନେଇ ଅନେକ ପ୍ରଶ୍ନ କରିଛନ୍ତି ।

ଲୁଚିଛି ନା ଗୋଡ ଦିଇଟା ଦିଶୁଛି । ଯାହା ସାଂସଦଙ୍କ କ୍ଷେତ୍ରରେ ପ୍ରଜୁଯ୍ୟ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଓଟିଭି କର୍ମଚାରୀ ସିଧାସଳଖ ଅଭିଯୁକ୍ତ ହେବା, ଏମଡି ଜାଗୀମଙ୍ଗତ ପଣ୍ଡା ଫସିବା ସାଂସଦଙ୍କ ପାଇଁ ରାଜନୈତିକ କାରଣରୁ ଭିନ୍ନ ଦୃଷ୍ଟିଭଙ୍ଗୀ ତିଆରି କରିଛି । ଯେଉଁଥିପାଇଁ ସାଂସଦ ସବୁ ଜାଣି ଅଜଣା ଅଭିନୟ କରୁଛନ୍ତି । ଏହା ହୀନ ମାନସିକତାର ପରିଚୟ । ଲୋକସଭାରେ ମହିଳା ମର୍ଯ୍ୟାଦାର ନାରା ଦେଉଥିବା ସାଂସଦଙ୍କର ଏହା ନିଜ ନିର୍ବାଚନମଣ୍ଡଳୀ ଘଟଣାରେ ପୀଡ଼ିତା ନାବାଳିକାଙ୍କ ପ୍ରତି ଉପହାସ ବୋଲି ଚର୍ଚ୍ଚା ହେଉଛି ।

Previous Post

ଓଟିଭି ଏମଡିଙ୍କୁ ଡିସିପିଙ୍କ ଜରିଆରେ ସମନ୍

Next Post

RR beat CSK by 16 runs

Next Post
RR beat CSK by 16 runs

RR beat CSK by 16 runs

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA