Saturday, June 27, 2026 08:32 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କରୋନା ବେଳେ ବିଜୁଳି ଚଡକ

by Our Correspondent
23 Sep, 2020- 09:14 PM
in Latest News
1 min read
0
କରୋନା ବେଳେ ବିଜୁଳି ଚଡକ

ୟୁନିଟ୍ ପିଛା ୨୦ ପଇସା ବଢ଼ିଲା

ଭୁବନେଶ୍ୱର: ମହାମାରୀ କରୋନା ଦାଉରେ ଯୁଝୁଥିବା ରାଜ୍ୟବାସୀଙ୍କ ଉପରକୁ ପୁଣି ଆସିଛି ବିଜୁଳି ଚଡକ । ଆସନ୍ତା ଅକ୍ଟୋବର ପହିଲାରୁ ରାଜ୍ୟରେ ବିଜୁଳି ଦର ୟୁନିଟ୍ ପିଛା ୨୦ ପଇସା ବୃଦ୍ଧି କରାଯାଇଛି । ଅର୍ଥାତ୍ ବିଜୁଳି ଉପଭୋକ୍ତା ଏବେ ଯେତିକି ଦେଉଛନ୍ତି ଆସନ୍ତାମାସରୁ ୟୁନିଟ୍ ପିଛା ୨୦ ପଇସା ଅଧିକ ଦେବାକୁ ପଡ଼ିବ । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ଆଜି ଏହି ନିଷ୍ପତ୍ତି ନେଇଛନ୍ତି ।

ଏହି ଦର ବୃଦ୍ଧି ପଛର ଯୁକ୍ତି ହେଉଛି ବିଦ୍ୟୁତ ବିତରଣରେ କ୍ଷତି । ବିତରଣ କମ୍ପାନୀଗୁଡ଼ିକ ଏଥିପାଇଁ ପ୍ରବଳ କ୍ଷତି ସହୁଥିବା ଆୟୋଗଙ୍କ ପାଖରେ ଦର୍ଶାଯାଇଛି । ଓଇଆରସି ଏହାକୁ ଗ୍ରହଣ କରି ସାଧାରଣ ଉପଭୋକ୍ତାଙ୍କ ଉପରେ ବୋଝ ଲଦି ଦେଇଛନ୍ତି । ତେବେ କୁଟୀର ଜ୍ୟୋତି ଓ ବିପିଏଲ୍ ଚାଷୀ ଉପଭୋକ୍ତାଙ୍କ ପାଇଁ ବର୍ଦ୍ଧିତ ଦର ଲାଗୁ ହେବ ନାହିଁ । ମିଟର ଭଡ଼ା ଓ ମାସିକ ସ୍ଥିର ଦେୟରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନାହିଁ । ବିଦ୍ୟୁତ କମ୍ପାନୀ ଗ୍ରାହକଙ୍କଠାରୁ ଆଉ ମିଟର ରେଣ୍ଟ ନେବେ ନାହିଁ ।

ଦରଧାର୍ଯ୍ୟ ଶୁଣାଣି ବେଳେ ଗ୍ରୀଡ଼କୋ ୬୭୦ କୋଟିର ନିଅଣ୍ଟ ଭରଣା ଦାବି କରିଥିଲା । ତେବେ ୩୪୧ କୋଟିର ଭରଣା ପାଇଁ ଓଇଆରସି ମଂଜୁରି ଦେଇଛନ୍ତି ।

ବିଜୁଳି ଦର ବୃଦ୍ଧି ନିଷ୍ପତ୍ତିକୁ ଓଡ଼ିଶା ବିଦୁ୍ୟତ ଉପଭୋକ୍ତା ମହାସଂଘ ବିରୋଧ କରିଛି । ବିତରଣ କମ୍ପାନୀଗୁଡ଼ିକର ଅପରାଗତା ପାଇଁ ସେମାନେ କ୍ଷତି ସହୁଛନ୍ତି । ସେଥିପାଇଁ ଉପଭୋକ୍ତାମାନେ କାହିଁକି ବୋଝ ବୋହିବେ ବୋଲି ପ୍ରଶ୍ନ କରିଛନ୍ତି । କରୋନା ବେଳେ ଲୋକେ ଖାଇବାକୁ ପାଉ ନ ଥିଲା ବେଳେ ଏହା ସେମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ । ରାଜ୍ୟ ସରକାର ଓଇଆରସିକୁ ନିର୍ଦ୍ଦେଶକ ଦେଇ ଦର ବୃଦ୍ଧି ଉପରେ ରୋକ୍ ଲଗାଇବାକୁ ମହାସଂଘର ସଭାପତି ରମେଶ ଶତପଥୀ ଦାବି କରିଛନ୍ତି ।

Previous Post

ଢ଼େଙ୍କାନାଳରୁ ଅନୁପମା ବିଦା, ଜେଠୱା ଆଇନଶୃଙ୍ଖଳା ଏଡିଜିପି

Next Post

ଯୁବ ବିଜେଡ଼ିର ନୂଆ ରୂପ: ବରିଷ୍ଠ ପଦରେ କନିଷ୍ଠ, କନିଷ୍ଠ ପଦରେ ବରିଷ୍ଠ

Next Post
ଯୁବ ବିଜେଡ଼ିର ନୂଆ ରୂପ: ବରିଷ୍ଠ ପଦରେ କନିଷ୍ଠ, କନିଷ୍ଠ ପଦରେ ବରିଷ୍ଠ

ଯୁବ ବିଜେଡ଼ିର ନୂଆ ରୂପ: ବରିଷ୍ଠ ପଦରେ କନିଷ୍ଠ, କନିଷ୍ଠ ପଦରେ ବରିଷ୍ଠ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA