Friday, June 26, 2026 03:12 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅନୁତାପ ନାହିଁ, ଆତ୍ମବଡିମା ଦେଖାଇଲେ ମ୍ୟାଡାମ୍

ବାର୍ଥଡେ ପାର୍ଟି ହୋଇଥିବା ସାଂସଦଙ୍କ ଅଫିସ ସିଲ୍ କଲା ବିଏମସି

by Our Correspondent
10 Oct, 2020- 09:10 PM
in Latest News
1 min read
0
ଅନୁତାପ ନାହିଁ, ଆତ୍ମବଡିମା ଦେଖାଇଲେ ମ୍ୟାଡାମ୍

ଭୁବନେଶ୍ୱର: କୋଭିଡ ନିୟମକୁ ବାରମ୍ବାର ଭାଙ୍ଗୁଥିବା ଅମାନିଆ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କର ପଳାସପଲ୍ଲୀସ୍ଥିତ ଅଫିସ୍(ଏ-୫୬)କୁ ୧୫ ଦିନ ପାଇଁ ସିଲ୍ କରିଛି ବିଏମସି । ଜନ୍ମଦିନ ପାର୍ଟିରେ ଯୋଗଦେଇଥିବା ସମସ୍ତଙ୍କର ଏହି ସମୟରେ କୋଭିଡ ଟେଷ୍ଟ ହେବ ଏବଂ ସେହି ଅନୁଯାୟୀ ଅଫିସ ଘରକୁ ବିଶୋଧନ କରାଯିବ । ଗତ ଗୁରୁବାର ଦିନ ଏହି ଜାଗାରେ ସାଂସଦ ନିଜ ସମର୍ଥକଙ୍କ ଗହଣରେ ନାଚଗୀତ ସହ ଜନ୍ମଦିନ ପାଳିଥିଲେ । ସେଠାରେ ସାମାଜିକ ଦୂରତା ନ ଥିଲା କି କାହାରି ମୁହଁରେ ମାସ୍କ ନ ଥିଲା । ବିନା ମାସ୍କରେ ସାଂସଦ ସମସ୍ତଙ୍କୁ ଖାଇବାକୁ ବି ପରଷିିଥିଲେ ।

ତେବେ ସାଂସଦ ନିଜର ଭୁଲ୍ ବୁଝି ଅନୁତାପ କରିବା ପରିବର୍ତ୍ତେ ଓଲଟି ଆତ୍ମବଡ଼ିମା ଦେଖାଇଛନ୍ତି । ସିଲ୍ ହୋଇଥିବା ତାଙ୍କ ଅଫିସ ଆଗରେ ସାମ୍ବାଦିକ ସମ୍ମିଳନୀ ଡାକି ନିଜର କାର୍ଯ୍ୟଦକ୍ଷତା ବଖାଣିବା ସହ ରାଜ୍ୟ ସରକାର ଓ ବିଜେଡ଼ି ବିରୋଧରେ ହୁଙ୍କାର ମାରିଛନ୍ତି । କୋଭିଡ ଆଇନ ଉଲ୍ଲଂଘନ କରିଥିବା ବିଜେଡ଼ି ନେତାଙ୍କର ୧୭ ଟି ଫଟୋ ଏବଂ ଗୋଟିଏ ଭିଡ଼ିଓ ଦେଖାଇ ସେମାନଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହୋଇଛି ତାହାର ଜବାବ ମାଗି ବିଜେଡ଼ି ଅଫିସ୍ କେବେ ସିଲ୍ ହେବ ବୋଲି ପ୍ରଶ୍ନ କରିଛନ୍ତି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ୧୫ ଦିନ ସମୟ ନେବେ ବୋଲି ସାଂସଦ ଚେତାବନୀ ଦେଇଛନ୍ତି ।

ଲଜ୍ଜାର କଥା ହେଉଛି, ସାଂସଦଙ୍କ ଜନ୍ମଦିନ ପାର୍ଟିର ଭିଜୁଆଲ୍ ସାର୍ବଜନୀନ ହୋଇଥିଲେ ମଧ୍ୟ ସାଂସଦ କିନ୍ତୁ କୋଭିଡ୍ ନିୟମ ଭାଙ୍ଗିଛନ୍ତି ବୋଲି ମାନିବାକୁ ନାରାଜ । କୋଭିଡ ନିୟମ ଭାଙ୍ଗିନାହାନ୍ତି ବୋଲି ବିନା ସଙ୍କୋଚରେ କହୁଛନ୍ତି । ‘ପ୍ରଧାନମନ୍ତ୍ରୀ ମୋର ଆଦର୍ଶ, କୋଭିଡ ନିୟମ ଭଙ୍ଗ ପ୍ରଶ୍ନ ଉଠୁନି’ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଦମ୍ଭ ଦେଖାଇଛନ୍ତି । ସାଂସଦ ଅପରାଜିତା ଲୋକଙ୍କୁ ଭକୁଆ ବନାଇବା ସହ ଖୋଦ୍ ପ୍ରଧାନମନ୍ତ୍ରୀଙ୍କୁ ବଦନାମ କରୁଥିବା ତାଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହେଉଛି ।

ଉଲ୍ଲେଖଥାଉକି, କରୋନାରେ ସଂକ୍ରମିତ ଥାଇ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଅନ୍ତେଷ୍ଟିରେ ଯୋଗଦେଇଥିବା ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ଆଜି ଏକ ଭିଡ଼ିଓ ବାର୍ତ୍ତାରେ ନିଜର ଭୁଲ୍ ପାଇଁ କ୍ଷମାପ୍ରାର୍ଥନା କରିଛନ୍ତି । ମହାରଥୀଙ୍କ ବିୟୋଗ ତାଙ୍କୁ ଅତ୍ୟନ୍ତ ମର୍ମାହତ କରିଥିଲା । ଭାବବିହ୍ୱଳ ହୋଇ ସ୍ୱର୍ଗଦ୍ୱାରରେ ପହଞ୍ଚି ଅନ୍ତେଷ୍ଟିରେ ଯୋଗଦେବା ତାଙ୍କର ବିରାଟ ଭୁଲ୍ ଥିଲା । ଆଇନ ଉପରେ କେହି ନୁହଁନ୍ତି । ଭୁଲ୍ ପାଇଁ ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ବୋଲି ଉମା କହିଛନ୍ତି । ଗତକାଲି ଉମାଙ୍କ ବିରୋଧରେ ପୁରୀ ସମୂଦ୍ରକୂଳ ଥାନା ପୁଲିସ ଏପିମେଡିମ୍ ଆକ୍ଟରେ ମାମଲା ରୁଜୁ କରିସାରିଛି ।

କୋଭିଡ ନିୟମ ଉଲ୍ଲଂଘନ କରି ବିଧାୟକ କେସ୍ ଖାଇବା ଏବଂ ନିଜର ଭୁଲ୍ ବୁଝି ସର୍ବସାଧାରଣରେ କ୍ଷମା ମାଗିଥିବା ବେଳେ ସାଂସଦ କିନ୍ତୁ ନଛୋଡ଼ବନ୍ଧା । ଅପରାଜିତାଙ୍କ ଅମାନିଆ ଆଚରଣ ତାଙ୍କ ଦଳ ପାଇଁ ବି ଅଡୁଆ ସୃଷ୍ଟି କରିଛି । ଜନ୍ମଦିନରେ କୋଭିଡ କଟକଣା ଭାଙ୍ଗି ନାଚଗୀତ କରିଥିବା ସାଂସଦଙ୍କ ଅଫିସ୍ ସିଲ୍ ହେବା ପରେ ସେ ଏହାକୁ ରାଜନୈତିକ ରଙ୍ଗ ଦେବାକୁ ଉଦ୍ୟମ କରିଥିଲେ ମଧ୍ୟ ଦଳ ତାଙ୍କ ସମର୍ଥନରେ ବାହାରିନାହିଁ । ଆଜି ସାମ୍ବାଦିକମାନଙ୍କ ପ୍ରଶ୍ନରେ ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, କୋଭିଡ ନିୟମ ସମସ୍ତେ ମାନିବା ଦରକାର ।

ସେପଟେ ବିଜେଡ଼ି ମୁଖପାତ୍ର ଶ୍ରୀମତୀ ସୁଲତା ଦେ କହିଛନ୍ତି, କୌଣସି କୋଠାକୁ ସିଲ୍ କରିବା ହେଉଛି ପ୍ରଶାସନିକ ନିଷ୍ପତ୍ତି । ସାଧାରଣ ଲୋକଙ୍କ ଧନ ଜୀବନର ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ସମଗ୍ର ରାଜ୍ୟରେ ଅନେକ କୋଠା, ହୋଟେଲ ଆଦିକୁ ସିଲ୍ କରାଯାଇଛି । ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆବଶ୍ୟକ ପଡ଼ିଲେ ଏଭଳି ସିଲ୍ କରାଯିବ । ସେଥିରେ ବିଜେଡ଼ି କୌଣସି ମତାମତ ଦେବାକୁ ଚାହେଁନାହିଁ । ବିଜେପି, ବିଜେଡ଼ି, କଂଗ୍ରେସ କିମ୍ବା ଅନ୍ୟ କୌଣସି ରାଜନୈତିକ ଦଳକୁ ଦେଖି କରୋନା ସଂକ୍ରମିତ କରେନାହିଁ । ଏହା ହେଉଛି ମାନବିକତା ଏବଂ ଆମେ ସମସ୍ତେ କୋଭିଡ ନିୟମ ମାନି ଏହି ମହାମାରୀ ବିରୋଧରେ ଏକଜୁଟ ହୋଇ ଲଢ଼େଇ କରିବାର ଅଛି ।

ବାରମ୍ବାର କୋଭିଡ ନିୟମ ଉଲ୍ଲଂଘନ କରୁଥିବା ଅପରାଜିତାଙ୍କ ବିରୋଧରେ କୋଭିଡ ଯୋଦ୍ଧାମାନେ ଏକାଠି ହୋଇଛନ୍ତି । ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ଏବଂ ଅନ୍ୟ କୋଭିଡ ଯୋଦ୍ଧାଙ୍କ ଏକ ଦଳ ଆଜି ଡିସିପିଙ୍କୁ ଭେଟି ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । କରୋନା ମହାମାରୀ ବେଳେ ସାଂସଦଙ୍କର ଏଭଳି କାର୍ଯ୍ୟ ଲୋକଙ୍କ ଜୀବନକୁ ବାଜି ଲଗାଉଥିବା ବେଳେ ଦିନରାତି ଅକ୍ଲାନ୍ତ ପରିଶ୍ରମ କରୁଥିବା କୋଭିଡ ଯୋଦ୍ଧାଙ୍କୁ ସାଂସଦ ତାତ୍ସଲ୍ୟ କରୁଥିବା ସେମାନେ ଦର୍ଶାଇଛନ୍ତି ।

ସୂଚନାଥାଉକି, ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଥମରୁ କୋଭିଡ କଟକଣା ମାନୁନଥିବା ଦେଖିବାକୁ ମିଳୁଛି । ସୋସିଆଲ୍ ମିଡ଼ିଆରେ ଏହାର ଗଣ୍ଡା ଗଣ୍ଡା ଫଟୋ ୬ ମାସ ହେଲା ଘୂରି ବୁଲୁଛି । ସମସ୍ତଙ୍କ ସାମନାରେ ବାରମ୍ବାର କୋଭିଡ କଟକଣା ଭାଙ୍ଗୁଥିଲେ ବି କୋଭିଡ କଟକଣା ଭାଙ୍ଗୁନାହାନ୍ତି ବୋଲି ଦମ୍ଭ ଦେଖାଇ ସତେ ଯେମିତି ସମସ୍ତଙ୍କୁ ତାତ୍ସଲ୍ୟ କରୁଛନ୍ତି ।

ଆଇଏଏସ୍ ଚାକିରିରୁ ରାଜନୀତିକୁ ଆସି ପ୍ରଥମେ ସାଂସଦ, ପରେ ରାଜ୍ୟ ଉପସଭାପତି ଏବଂ ଏବେ ଦଳର ଜାତୀୟ ମୁଖପାତ୍ର ହୋଇଥିବା ଅପରାଜିତା ଷଡ଼ଙ୍ଗୀଙ୍କଠାରୁ ଏଭଳି ଆଚରଣ ଆଶା କରାଯାଏନି ବୋଲି ବୁଦ୍ଧିଜୀବୀମହଲରେ ଚର୍ଚ୍ଚା ହେଉଛି । ଅନ୍ୟ ଉପରକୁ ଅଙ୍ଗୁଳି ନ ଉଠାଇ ଆଗ ନିଜକୁ ଦେଖନ୍ତୁ ଏବଂ ନିଜର ଭୁଲ୍ ସ୍ୱୀକାର କରି କୋଭିଡ କଟକଣା ମାନନ୍ତୁ ବୋଲି ସୋସିଆଲ୍ ମିଡ଼ିଆରେ ତାଙ୍କର କିଛି ଶୁଭେଚ୍ଛୁ ପରାମର୍ଶ ଦେଇଛନ୍ତି ।

Previous Post

DC beat RR by 46 Runs

Next Post

ତାଳଦଣ୍ଡାର ଦୁଇ ପାଖରେ ଖୋଲିଲା ତିନି ଥାକିଆ ରାସ୍ତା

Next Post
ତାଳଦଣ୍ଡାର ଦୁଇ ପାଖରେ ଖୋଲିଲା ତିନି ଥାକିଆ ରାସ୍ତା

ତାଳଦଣ୍ଡାର ଦୁଇ ପାଖରେ ଖୋଲିଲା ତିନି ଥାକିଆ ରାସ୍ତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA