Monday, May 25, 2026 01:32 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଡାକ୍ତର ମୋତିଲାଲଙ୍କ ପତ୍ନୀଙ୍କୁ ମାଫ୍‌ !

by Our Correspondent
05 Jul, 2016- 09:02 AM
in News
1 min read
0
ଡାକ୍ତର ମୋତିଲାଲଙ୍କ ପତ୍ନୀଙ୍କୁ ମାଫ୍‌ !

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଗିରଫ ଡାକ୍ତର ମୋତିଲାଲ ଗୌଡ଼ଙ୍କ ସହ- ଅଭିଯୁକ୍ତ ପତ୍ନୀଙ୍କୁ ମାଫ୍‌ କରିଛି  କ୍ରାଇମବ୍ରାଞ୍ଚ ପୁଲିସ । ପୂର୍ବରୁ ଇଓଡବ୍ଲୁ ବା ଅର୍ଥନୈତିକ ଅପରାଧ ଶାଖା ପତ୍ନୀ ଡାକ୍ତର ରେଶମା ମଞ୍ଜରୀ ଗୌଡ଼ଙ୍କୁ ଏହି ଜାଲିଆତି ମାମଲାରେ ମୁଦାଲା କରି କେସ୍‌ ନଂ ୧୨/୧୬ରେ ମାମଲା ରୁଜୁ କରିଛି । ଗିରଫ ଏଡ଼ାଇବା ପାଇଁ ରେଶମା ଜୁଲାଇ ୧ ତାରିଖରେ ହାଇକୋର୍ଟରେ ଆଗୁଆ ଜାମିନ୍‌ ଆବେଦନ କରିଛନ୍ତି । ତାଙ୍କର ହାଇକୋର୍ଟ କେସ୍‌ ନମ୍ବର ହେଉଛି ଏବିଏଲ୍‌ ଏପିଏଲ୍‌ -୧୧୦୨୯/୧୬ । ଆଡଭୋକେଟ୍‌ ବିପ୍ଲବ ମହାନ୍ତି ତାଙ୍କ ପାଇଁ କେସ୍‌ ଲଢ଼ୁଛନ୍ତି । ହାଇକୋର୍ଟରେ ଏହାର ଶୁଣାଣୀ ତାରିଖ ଏ ଯାଏଁ ପଡ଼ିନି । ଏଭଳିସ୍ଥଳେ କ୍ରାଇମବ୍ରାଞ୍ଚ ପୁଲିସ ପାଇଁ ସେ ନିଶ୍ଚିତ ୱାଣ୍ଟେଡ଼୍‌ । ମାତ୍ର କ୍ରାଇମବ୍ରାଞ୍ଚ ପୁଲିସ ତାଙ୍କୁ ହାତ ପାଆନ୍ତାରେ ପାଇ ବି ଛାଡ଼ି ଦେଇଛି । ଏହା ପଛର ରହସ୍ୟ କାହାରିକୁ ବୁଝାପଡୁନି ।

ଖବରକାଗଜ ରିପୋର୍ଟ ସତ୍ୟ ହୋଇଥିଲେ ମୋତିଲାଲ ବିଜୟନଗରମ୍‌ ଉପକଣ୍ଠରୁ ଧରାପଡ଼ିଲା ବେଳେ ସାଙ୍ଗରେ ଥିଲେ ପତ୍ନୀ ରେଶମା । ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ପୁଲିସ ତାଙ୍କୁ ଗିରଫ କଲାନାହିଁ । ସେହି ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜି ମୁହଁ ବି ଖୋଲିଲେନି । କ୍ରାଇବବ୍ରାଞ୍ଚର ଏହା ଦୟା ନା ଅନୁଗ୍ରହ ତାହା ଏବେ ସନ୍ଦେହରେ ପକାଇଛି ।

ଜାଲ୍‌ ସରକାରୀ ବିଜ୍ଞପ୍ତି ଯୋଗେ ଡାକ୍ତର ମୋତିଲାଲ କାରଖାନା ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯେଉଁ ୫ ଟି ସଂସ୍ଥାକୁ ତାଲିକାଭୁକ୍ତ କରିଥିଲେ ସେଥିମଧ୍ୟରେ ପତ୍ନୀ ରେସମାଙ୍କ ନାଁରେ ବି ଥିଲା ଏକ ସଂସ୍ଥା । ଭୁବନେଶ୍ୱର କୋଳଥିଆରେ ଥିବା ଏହି ସଂସ୍ଥାର ନାଁ ହେଉଛି ମାଉଣ୍ଟ ଇଣ୍ଡିଆ ଅକୁପେସନାଲ୍‌ ହେଲଥ୍‌ କେୟାର ଆଣ୍ଡ ଡାଇଗୋନିଷ୍ଟ । କ୍ରାଇମବ୍ରାଞ୍ଚ ଅପରାଧ ଶାଖା ଏହି ସଂସ୍ଥା ଉପରେ ଚଢ଼ାଉ କରିବା ସହ ରେଶମାଙ୍କ ନାଁରେ ମାମଲା ରୁଜୁ କରିଥିଲା । ପୁଲିସ ତାଙ୍କୁ ଖୋଜୁଥିଲା ବେଳେ ରେଶମା ପତିଦେବଙ୍କ ସହ ପୁଲିସ ଆଖିରେ ଧୂଳି ଦେଇ ରାଜ୍ୟ ବାହାରକୁ ଚାଲିଯାଇଥିଲେ । କ୍ରାଇମବ୍ରାଞ୍ଚ ପୁଲିସ ବହୁ କଷ୍ଟ କରି ଗତ ୩ ତାରିଖରେ ପତ୍ନୀଙ୍କ ବନ୍ଧନରେ ଥିବା ମୋତିଲାଲଙ୍କୁ ବିଜୟନଗରମ୍‌ରୁ ଗିରଫ କରିଛନ୍ତି ।

କ୍ରାଇମବ୍ରାଞ୍ଚ ଜାଣତରେ ଅବା ଅଜାଣତରେ ହେଉ ମୋତିଲାଲଙ୍କ ଗିରଫର ଦୁଇଦିନ ଆଗରୁ କେଉଁ ପରିସ୍ଥିତିରେ ରେଶମା ଗତ ୧ ତାରିଖରେ କଟକ ହାଇକୋର୍ଟରେ ଆଗୁଆ ଜାମିନ୍‌ ଆବେଦନ କଲେ ତାକୁ ନେଇ ପ୍ରଶ୍ନ ଉଠିଛି । ଏଥିସହ ସ୍ୱାମୀଙ୍କୁ ଗିରଫ କରି ପୁଲିସ ତାଙ୍କୁ ଛାଡ଼ିଦେବା ପଛରେ ମାନବିକତା ନା ଚାପ ତାହା ପ୍ରଶ୍ନ ସୃଷ୍ଟି କରିଛି ।

Previous Post

ସାଂଘାତିକ ସତ୍ୟ: ମୁଖ୍ୟମନ୍ତ୍ରୀଙ୍କୁ ପଟି ମାରିଲେ ତହସିଲଦାର

Next Post

ପପୁ ବନଗୟା ଜେଣ୍ଟଲ୍‌ମ୍ୟାନ୍‌ !!!

Next Post
ପପୁ ବନଗୟା ଜେଣ୍ଟଲ୍‌ମ୍ୟାନ୍‌ !!!

ପପୁ ବନଗୟା ଜେଣ୍ଟଲ୍‌ମ୍ୟାନ୍‌ !!!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA