Thursday, June 25, 2026 04:23 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଡିଜିପିଙ୍କ ବାଟ ଓଗାଳିବାକୁ ପଣ୍ଡା କମ୍ପାନୀର ଚାଲ୍!

by Our Correspondent
28 Oct, 2020- 01:24 PM
in Latest News, News
1 min read
0
ଡିଜିପିଙ୍କ ବାଟ ଓଗାଳିବାକୁ ପଣ୍ଡା କମ୍ପାନୀର ଚାଲ୍!

ଭୁବନେଶ୍ୱର: ଗୋଟେ ପରେ ଗୋଟେ କେଳେଙ୍କାରୀରେ ଛନ୍ଦି ହେଉଥିବା ଓଟିଭି ଓ ଏହାର ମାଲିକ ଶେଷରେ ନିଜକୁ ବଞ୍ଚାଇବା ପାଇଁ ଅନ୍ଧାରରେ ବାଡି ବୁଲାଇବା ଆରମ୍ଭ କରିଛନ୍ତି । ବିଭ୍ରାନ୍ତିମୂଳକ ଖବର ଜରିଆରେ ପୁଲିସକୁ ଚେକ୍ ଦେବାକୁ ପଣ୍ଡା କମ୍ପାନୀ ସାଂଘାତିକ ଚାଲ୍ ଖେଳିଛନ୍ତି । ଏହି ଉଦ୍ୟମରେ ପ୍ରଥମ ଟାର୍ଗେଟ୍ ହୋଇଛନ୍ତି ଡିଜି ଶ୍ରୀ ଅଭୟ । ଅଭୟଙ୍କ ପକ୍ଷଚ୍ଛେଦନ କରାଯାଇ ସତ୍ୟଜିତ୍ ମହାନ୍ତିଙ୍କୁ ଡିଜି ପଦରେ ବସାଇବାର ଯୋଜନା ହୋଇଛି ବୋଲି ପଣ୍ଡା କମ୍ପାନୀ ପକ୍ଷରୁ ପ୍ରଚାର କରାଯାଇଛି ।

କୁଆଡେ, ଶ୍ରୀ ଅଭୟ ନିଜସ୍ୱ ଢ଼ଙ୍ଗରେ ବିବେକାନୁମୋଦିତ କାର୍ଯ୍ୟ କରୁଥିବାରୁ ତୃତୀୟ ମହଲା ଖପ୍ପା ହୋଇଛନ୍ତି । ତେଣୁ ବିଜୟ ଶର୍ମାଙ୍କ ଭଳି ତାଙ୍କୁ ପ୍ରଭାବହୀନ କରାଯିବ । ରୋଚକ କଥାଟି ହେଲା, ତୃତୀୟ ମହଲାର ଏହି ଯୋଜନା ପଣ୍ଡା କମ୍ପାନୀ କାନରେ କୁଆଡେ ବାଜିଛି ।

ଏଠାରେ ସୂଚନାଥାଉକି, ରାଜ୍ୟର ପୁଲିସ ମୁଖ୍ୟ(ଡିଜିପି) ସର୍ବନିମ୍ନ ୨ ବର୍ଷ କାର୍ଯ୍ୟ କରିବାର ପ୍ରାବଧାନ ରହିଛି । ମାନ୍ୟବର ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ଅଭୟଙ୍କୁ ଗତବର୍ଷ ନଭେମ୍ବର ୨୧ ତାରିଖରେ ଡିଜି ପଦରେ ନିଯୁକ୍ତି ଦିଆଯାଇଥିଲା । ସୁତରାଂ ଶ୍ରୀ ଅଭୟ ଆସନ୍ତାବର୍ଷ ନଭେମ୍ବର ୨୧ ପର୍ଯ୍ୟନ୍ତ ଡିଜି ପଦରେ ରହିବେ ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିବା ଉକ୍ତ ପ୍ରାବଧାନ ସମ୍ପର୍କରେ ପଣ୍ଡା କମ୍ପାନୀ ଭଲଭାବେ ଅବଗତ ଥିବାରୁ ନିଜେ ମଧ୍ୟ ଉଲ୍ଲେଖ କରିବାକୁ ଭୁଲିନାହାନ୍ତି । ତଥାପି ଟାଣି ଓଟାରି ତୃତୀୟ ମହଲା ନାଁ ନେଇ ଡିଜିଙ୍କ ପକ୍ଷଚ୍ଛେଦନ ଭଳି ବିଭ୍ରାନ୍ତିମୂଳକ ଖବର ଦେବାକୁ ଚାହିଁଛନ୍ତି । ଏହାଦ୍ୱାରା ସମ୍ଭବତଃ ଗୋଟିଏ ଗୁଳିରେ ଦୁଇଟି ଶିକାର ଖୋଜିଛନ୍ତି ପଣ୍ଡା କମ୍ପାନୀ । ତାହାହେଲା, ଡିଜି ଶ୍ରୀ ଅଭୟଙ୍କ ସହାନୁଭୂତି ହାସଲ କରିପାରିବେ ଏବଂ ଡିଜିଙ୍କୁ ଅନିଶ୍ଚିତତା ମଧ୍ୟରେ ରଖି ପୁଲିସ ମନୋବଳକୁ ଭାଙ୍ଗିବେ ।

ତେବେ ଏଭଳି ପ୍ରଚାର ପଛରେ ପଣ୍ଡା କମ୍ପାନୀର ଅସଲ ଉଦ୍ଦେଶ୍ୟକୁ ନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା । ଓଟିଭି ବିରୋଧରେ ଥିବା ଫେକ୍ ଅଡିଓ ଭାଇରାଲ୍, ନାବାଳିକା ଗଣଦୁଷ୍କର୍ମ, ସାରୁଅ ଜମି କେଳେଙ୍କାରୀ, ସାଂସଦ ଚନ୍ଦ୍ରାଣୀ ମୁର୍ମୁ ମିଛ ଅଶ୍ଲୀଳ ଭିଡ଼ିଓ ଭାଇରାଲ୍ ଓ ରାଜଧାନୀରେ ଅଫିସ ପାଇଁ ସରକାରୀ ଜମି ଜବରଦଖଲ ଆଦି ସଙ୍ଗୀନ ମାମଲାରୁ ନିଜକୁ ବଞ୍ଚାଇବାର ଉଦ୍ୟମ ହୋଇଥାଇପାରେ ବୋଲି କୁହାଯାଉଛି ।

ପଣ୍ଡା କମ୍ପାନୀର ଏଭଳି ବିଭ୍ରାନ୍ତ ସୃଷ୍ଟିକାରୀ ଖବରକୁ ନେଇ ପୁଲିସ ଉଚ୍ଚ ମହଲରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ନିଜର କେଳେଙ୍କାରୀକୁ ବଞ୍ଚାଇବାକୁ ଯାଇ ଡିଜିଙ୍କ ସମ୍ପର୍କରେ ଗୁଜବ ପ୍ରଚାର କରାଯାଉଛି ବୋଲି ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ କହିଛନ୍ତି । ଏଭଳି କପୋଳକଳ୍ପିତ ଖବରକୁ ସେ ଫେକ୍ ନ୍ୟୁଜ୍ ଆଖ୍ୟା ଦେଇଛନ୍ତି ।

Previous Post

ରାଜଧାନୀରେ ଓଟିଭି ଅଫିସ୍ ପାଇଁ ବି ଜମି ଜବରଦଖଲ

Next Post

“The Stories You Know, The Hardships You Don’t”

Next Post
“The Stories You Know, The Hardships You Don’t”

“The Stories You Know, The Hardships You Don’t”

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA