Tuesday, June 23, 2026 10:04 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଯାଦୁଆ ବିକୁଛି ଯାଦୁ ମଲମ

ଓଟିଭି ପୁଣି ନିରପେକ୍ଷ ଚାନେଲ୍!

by Our Correspondent
16 Nov, 2020- 11:58 PM
in Latest News, Media, News
1 min read
0
ଯାଦୁଆ ବିକୁଛି ଯାଦୁ ମଲମ

ଭୁବନେଶ୍ୱର: ନିଜକୁ ନିରପେକ୍ଷ ବୋଲାଉଥିବା ଏକ ନମ୍ବର ଚାନେଲ୍ ଓଟିଭି ନିଜ ମାଲିକଙ୍କ ଯାବତୀୟ କେଳେଙ୍କାରୀକୁ ସୁରକ୍ଷା ଦେବା ପାଇଁ ଏବେ ଝାଳନାଳ । ଦୀର୍ଘ ପ୍ରାୟ ଦୁଇ ଦଶନ୍ଧୀ ଧରି ବିଜେଡ଼ି ଛତ୍ରଛାୟାରେ ରହି ନିଜର ରାଜନୈତିକ ଓ ବ୍ୟବସାୟିକ କାୟା ବିସ୍ତାର କରିଥିବା ଅତି ସିଆଣିଆ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବେଳକୁ ଓଟିଭିର ପିଳେହିପାଣି । ମାଲିକଙ୍କ ସ୍ୱାର୍ଥରକ୍ଷାରେ ପ୍ରତିଶ୍ରୁତିବଦ୍ଧ ଏକ ନମ୍ବର ଟିଭି ନିରପେକ୍ଷତାର ମୁଖା ପିନ୍ଧି ଏବେ ନିଜକୁ ପୂରା ସତୀ ବୋଲାଉଛି । ବେଲଜ୍ଜିଆଙ୍କୁ ଚାରି ଦଉଡି କଟା ଭଳି ସାମ୍ବାଦିକତାର ମୁଖା ପିନ୍ଧିଥିବା ଓଟିଭି ଗଣଙ୍କ ମାଧ୍ୟମ ନହୋଇ ଜୟଙ୍କ ମାଧ୍ୟମ ପାଲଟିଥିବା ସବୁଆଡ଼େ ଚର୍ଚ୍ଚା ।

ଅଭିଯୋଗ ଅନୁଯାୟୀ, ବିଜେଡ଼ି ଆଶିର୍ବାଦରେ ଦୀର୍ଘ ୧୮ ବର୍ଷ ଧରି ଦୁର୍ନୀତିରେ ବୁଡି ଓଡ଼ିଶାକୁ ଲୁଟ୍ କରିଛନ୍ତି ପଣ୍ଡା ପରିବାର । ଯାହାର ଗଣ୍ଡା ଗଣ୍ଡା ଉଦାହରଣ ବିଭିନ୍ନ ଗଣମାଧ୍ୟମରେ ବର୍ଷ ବର୍ଷ ଧରି ଚର୍ଚ୍ଚା ହୋଇଛି । ଅତୀତରେ ପଣ୍ଡା କେଳେଙ୍କାରୀକୁ ନେଇ ବିଧାନସଭା ଥରିଛି । ଏକଦା ବିଜେଡ଼ିର ଏହି ଅଖଣ୍ଡ କ୍ଷମତାଶାଳୀଙ୍କର ଚାପା କେଳେଙ୍କାରୀ ଏବେ ଲୋକଲୋଚନକୁ ଆସି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବାରୁ ଓଟିଭିର ପିଳେହିପାଣି ହୋଇଛି । ସାମ୍ବାଦିକତାରେ ନିରପେକ୍ଷତାର ନୀତିଶିକ୍ଷା ଦେବା ଆରମ୍ଭ କରିଛନ୍ତି । କାରଣ ଏମାନଙ୍କୁ ଲଜ୍ଜା ସରମ ନାହିଁ ।

ଅତୀତରେ ପଣ୍ଡା କମ୍ପାନୀର ସରକାରୀ ଅନୁକମ୍ପା ହାସଲ ଓ ସରକାରୀ ଛତ୍ରଛାୟାରେ ହୋଇଥିବା ବିଭିନ୍ନ କେଳେଙ୍କାରୀ ଉପରେ ପୂର୍ବରୁ ଅନେକ ଚର୍ଚ୍ଚା ହୋଇସାରିଛି । ଏବେ ନଗଦ ଗୋଟିଏ ପରେ ଗୋଟିଏ ସଙ୍ଗୀନ ମାମଲାରେ ଛନ୍ଦି ହୋଇଛନ୍ତି ଏହି ପଣ୍ଡା କମ୍ପାନୀ । ଯାହା ଓଟିଭି ପାଇଁ ଭୀଷଣ ଟେନସନ୍ ହୋଇଛି । ମାଲିକଙ୍କ ସ୍ୱାର୍ଥରକ୍ଷା ପାଇଁ ଆଖିରୁ ନିଦ ହଜିଯାଇଛି । ଲୋକଙ୍କ ସହାନୁଭୂତି ଗୋଟେଇବା ପାଇଁ ନିରପେକ୍ଷତାର ଡିଣ୍ଡିମ୍ ଅଧିକ ପିଟିବା ଆରମ୍ଭ କରିଛି ଓଟିଭି । ତେବେ ଓଟିଭି କେତେ ନିରପେକ୍ଷ ଓ ନିଚ୍ଛକ ଖବର ପ୍ରସାରଣ କରିବାରେ ସେମାନଙ୍କର କେତେ ସତସାହାସ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

  • ଜଣେ ୧୩ ବର୍ଷର ନାବାଳିକାକୁ ୧୫ ଦିନ ଧରି ଗଣଦୁଷ୍କର୍ମ କରାଗଲା । ଅଭିଯୁକ୍ତ ହେଉଛନ୍ତି ଓଟିଭିର ଦୁଇ କର୍ମଚାରୀ ଓ ଦୁଇ ସୁରକ୍ଷା କର୍ମୀ । ଓଟିଭି ଏମଡି ମାମଲାକୁ ଚାପିଦେବାକୁ ଉଦ୍ୟମ କରିଥିବାର ବି ଅଭିଯୋଗ ରହିଛି । ମାତ୍ର ନିରପେକ୍ଷତାର ମୁକୁଟ ପିନ୍ଧିଥିବା ଓଟିଭି ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଖବର ନୁହେଁ । ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ସ୍ୱର ଉଠାଇବା ପରିବର୍ତ୍ତେ ମାଲିକଙ୍କୁ ସୁରକ୍ଷା ଦେଇ ମାମଲାକୁ ଚାପିବାରେ ଏମାନେ ତତ୍ପର । ଇଏ ପୁଣି ନିରପେକ୍ଷ ଚାନେଲ!!
  • ଖୋର୍ଦ୍ଧା ଜିଲ୍ଲା ସାରୁଅରେ ଦଳିତମାନଙ୍କ ଜମିକୁ ପଣ୍ଡା କମ୍ପାନୀ ହଡ଼ପ କରିଥିବାର ଗଣ୍ଡା ଗଣ୍ଡା ଅଭିଯୋଗ ଥାନାରେ । ସଂସ୍ଥାର ଜଣେ ଡ୍ରାଇଭରଙ୍କୁ ଅସ୍ତ୍ର କରି କିଭଳି ଦଳିତଙ୍କ ଜମିକୁ ଶାଗମାଛ ଦରରେ ହଡ଼ପ କରାଯାଇଛି ନିଜେ ଡ୍ରାଇଭର ରବୀନ୍ଦ୍ର ସେଠୀ ବୟାନ ଦେଇଛନ୍ତି । ଖାଲି ସାରୁଅ ନୁହେଁ, ପୁରୀ ଜିଲ୍ଲା ଅସ୍ତରଙ୍ଗରେ ବି ପଣ୍ଡା କମ୍ପାନୀ ସେହି ଡ୍ରାଇଭରଙ୍କୁ ଲଗାଇ ଜମି ହଡ଼ପ କରିଥିବା ସେ ନଗଦ ବୟାନ ଦେଇଛନ୍ତି । ମାତ୍ର ଓଟିଭି ନିଜ ମାଲିକଙ୍କ ସୁରକ୍ଷା ପାଇଁ ମାମଲା ଚାପିବାକୁ ତତ୍ପର । ଇଏ ପୁଣି ନିରପେକ୍ଷ ଚାନେଲ୍!
  • ଜମି ହଡ଼ପକାରୀ ଓଟିଭିର ସହଯୋଗୀ ସଂସ୍ଥା ଓଡ଼ିଶା ଇନଫ୍ରାଟେକ୍ ର ନିର୍ଦ୍ଦେଶକ ମନୋରଂଜନ ଷଡ଼ଙ୍ଗୀ ଇତିମଧ୍ୟରେ ଗିରଫ ହୋଇ ଜାମିନ୍ ରେ ଆସିଛନ୍ତି । ତାଙ୍କୁ ବୈଜୟନ୍ତ ଓ ଜାଗୀ ପଣ୍ଡା କିଭଳି ଫସାଇଛନ୍ତି ଶ୍ରୀ ଷଡ଼ଙ୍ଗୀଙ୍କ ସଳା ହରିହର ମିଶ୍ର ଗଣମାଧ୍ୟମରେ ବିସ୍ଫୋରକ ବୟାନ ଦେଇଛନ୍ତି । ତାଙ୍କୁ ଫସାଇ ନିଜେ ହାଇକୋର୍ଟରୁ ଆଗୁଆ ଜାମିନ୍ ଆଣିଥିବା ବୈଜୟନ୍ତ ଓ ଜାଗୀଙ୍କର ମୁଖା ଖୋଲିଛନ୍ତି ଶ୍ରୀ ମିଶ୍ର । ଏଥିସହ ଓଡ଼ିଶା ଇନଫ୍ରାଟେକ୍ ନିଦେ୍ର୍ଦଶକ ଓ ଓଟିଭି ସିଏଫଓ ପଦରୁ ସେ ଇସ୍ତଫା ଦେଇ ବିଶ୍ୱାସଘାତକଙ୍କଠାରୁ ସମ୍ପର୍କ ଛିନ୍ନ କରିଛନ୍ତି । ମାତ୍ର ଓଟିଭି ଏହାକୁ ଦେଖାଇଲା କି? ଇଏ ପୁଣି ନିରପେକ୍ଷ ଚାନେଲ୍!
  • ସାରୁଅ ଜମି କେଳେଙ୍କାରୀ ମାମଲାରେ ଗିରଫ ହୋଇ ଜେଲ୍ ରେ ଥିବା ସଂସ୍ଥାର ଅନ୍ୟତମ ଏଜେଣ୍ଟ ଶିବ ଶ୍ରୀଚନ୍ଦନ ମଧ୍ୟ ବୈଜୟନ୍ତ ଓ ଜାଗୀଙ୍କ ବେନାମୀ ଚେହେରା ଖୋଲି ଇତିମଧ୍ୟରେ ସେମାନଙ୍କ ହାତ ଛାଡ଼ିଦେଇଛନ୍ତି । ମାତ୍ର ମାଲିକଙ୍କ ସ୍ୱାର୍ଥରକ୍ଷାରେ ବ୍ୟସ୍ତ ଓଟିଭି ପାଇଁ ଏହା ଖବର ନୁହେଁ । ଇଏ ପୁଣି ନିରପେକ୍ଷ ଚାନେଲ୍!
  • ଖୋଦ୍ କ୍ରାଇବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏକ ସାମ୍ବାଦିକ ସମ୍ମିଳନୀରେ ସାରୁଅ ଜମି କେଳେଙ୍କାରୀର ପର୍ଦ୍ଦାଫାଶ କରିଛନ୍ତି । ମାତ୍ର ମାଲିକଙ୍କ ଅସଲ ଚେହେରା ଦେଖାଇବାକୁ ଏକ ନମ୍ବର ଟିଭି ଚାନେଲ୍ ର ସାହାସ ନାହିଁ । ଇଏ ପୁଣି ନିରପେକ୍ଷ ଚାନେଲ!
  • ସାରୁଅରେ ପଣ୍ଡା କମ୍ପାନୀ ଦ୍ୱାରା ନିର୍ଯ୍ୟାତନାର ଶିକାର ଠିକା କର୍ମଚାରୀମାନେ ଆଜିକୁ ୧୬ ଦିନ ଧରି ଷ୍ଟୁଡ଼ିଓ ଆଗରେ ଧାରଣା ଦେଇଛନ୍ତି । ମାତ୍ର ଏହି ନିରୀହ, ଗରିବଙ୍କ ପାଇଁ ଏକନମ୍ବର ଟିଭି ଚାନେଲ୍ ର ଦରଦ ନାହିଁ । ଇଏ ପୁଣି ନିରପେକ୍ଷ ଚାନେଲ୍!
  • କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଫେକ୍ ଭିଡ଼ିଓ ଭାଇରାଲ୍ ଘଟଣାରେ ଓଟିଭିର ଜଣେ ସାମ୍ବାଦିକ ଗିରଫ ହୋଇ ଜେଲ୍ ଯିବା ଘଟଣାକୁ ଓଟିଭି ଖବର କରିଥିଲା କି? ଏବେ ସେହି ଘଟଣାରେ ବରିଷ୍ଠ ସାମ୍ବାଦିକ ରମେଶ ରଥଙ୍କୁ ପୁଲିସ ପଚରାଉଚୁରା କଲା । ମାତ୍ର ବୈଜୟନ୍ତ ନିଜ କର୍ମଚାରୀଙ୍କୁ ସୁରକ୍ଷା ଦେବା ନାଁରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଅସ୍ତ୍ର କରି ଦିଲ୍ଲୀ ଦରବାରରେ ନିଜର ଉତ୍ତରାଧିକାରୀଙ୍କୁ ଲଞ୍ଚ୍ କରିବା କ’ଣ ମିଛ? ଏହାଦ୍ୱାରା ରମେଶଙ୍କୁ ସେ ଅଧିକ ବଦନାମ କଲେ ନା ସୁରକ୍ଷା ଦେଲେ? ଓଟିଭିରୁ ରମେଶ ରଥ ଚାକିରି ଛାଡ଼ିବା ପଛର ରହସ୍ୟ କ’ଣ? ଓଟିଭି ଏ ସମ୍ପର୍କରେ ଚୁପ୍ ରହିଲା କାହିଁକି? ଇଏ ପୁଣି ନିରପେକ୍ଷ ଚାନେଲ୍!
  • ଖୋଦ୍ ରାଜଧାନୀରେ ନିଜର ଅଫିସ ଖୋଲିଥିବା ଓଟିଭି ୧୨ ହଜାର ୯୮୦ ବର୍ଗଫୁଟ ସରକାରୀ ଜମିକୁ ଜବରଦଖଲ କରିଛନ୍ତି । ଇଡକୋ ଲ୍ୟାଣ୍ଡ ଅଫିସର, ବିଏମସି, ବିଡ଼ିଏ ଏବଂ କଳାରାହାଙ୍ଗ ତହସିଲ ପକ୍ଷରୁ ମାପଚୁପ କରାଯାଇ ଏହି ଜବରଦଖଲ ଜମି ଚିହ୍ନଟ ହୋଇଛି । ମାତ୍ର ନିରପେକ୍ଷତାର ଚାର୍ଟର ଶୁଣାଉଥିବା ଓଟିଭି ଏହାକୁ ଖବର କରିବାର ସତସାହାସ୍ କଲା ନାହିଁ କାହିଁକି? ଇଏ ପୁଣି ନିରପେକ୍ଷ ଚାନେଲ୍!
  • ବାହାମାସ୍ ରେ ଭୂତ କମ୍ପାନୀ ଖୋଲି ଜାଗୀ ଓ ବୈଜୟନ୍ତ ନିଜର କଳାଧନକୁ ଧଳା କରୁଥିବାର ଅଭିଯୋଗ ଦିଲ୍ଲୀରୁ ଭୁବନେଶ୍ୱର ଯାଏଁ ହୁଲସ୍ତୁଲ୍ ହେଉଛି । ଦିଲ୍ଲୀରେ ଅଭିଯୋଗକାରୀ ସଂସ୍ଥା ପ୍ରେସ୍ ମିଟ୍ ରେ ଦସ୍ତାବିଜ୍ ଧରି ପଣ୍ଡା ଦମ୍ପତ୍ତିଙ୍କର ଗୁମର ଖୋଲୁଛନ୍ତି । ମାତ୍ର ମାଲିକଙ୍କ ସ୍ୱାର୍ଥ ବାହାରେ ନିରପେକ୍ଷତାର ଦମ୍ଭ ଦେଖାଉଥିବା ଓଟିଭିରୁ କୁଆଡ଼େ ଗଲା ଏ ଖବର? ଇଏ ପୁଣି ନିରପେକ୍ଷ ଚାନେଲ୍!
  • ଓଡ଼ିଶାରେ ବିଜେଡ଼ି ୨୦ ବର୍ଷ ଧରି ଶାସନ କରୁଛି । ବୈଜୟନ୍ତ ପଣ୍ଡା ବିଜେଡ଼ିରେ ଥିଲା ବେଳେ ଏହି ଦଳ ଓ ଏହାର ନେତା ନବୀନ ପଟ୍ଟନାୟକ ପୂରା ସ୍ୱଚ୍ଛ ଥିଲେ । ନବୀନଙ୍କ ଶାସନରେ ଛିଦ୍ର ଖୋଜି ପାଉ ନ ଥିଲା ଓଟିଭି । ମାତ୍ର ବୈଜୟନ୍ତ ବିଜେଡ଼ିରୁ ବିଦା ହୋଇ ବିଜେପି ଯିବା ପରେ ବିଜେଡ଼ି ଶାସନର ମୂଳରୁ ଚୂଳ ଯାଏଁ ଛିଦ୍ର ଦେଖୁଛି । ଟିଭିରେ ମାଲିକଙ୍କର ହସ୍ତକ୍ଷେପ ନାହିଁ ବୋଲି ନିର୍ଲ୍ଲଜ ଯୁକ୍ତି ରଖୁଥିବା ଓଟିଭି ୧୮ ବର୍ଷ ଧରି ଏହି ସବୁ ଦୁର୍ନୀତି, ଭ୍ରଷ୍ଟାଚାରକୁ ଆଖି ବୁଜିଦେବା ପଛରେ ମାଲିକଙ୍କ ରାଜନୈତିକ ଓ ବ୍ୟବସାୟିକ ସ୍ୱାର୍ଥ ନ ଥିଲା କି? ଇଏ ପୁଣି ନିରପେକ୍ଷ ଚାନେଲ୍?
  • ଓଡ଼ିଶାରେ ନବୀନ ସରକାରଙ୍କ ଅମଳରେ ହଜାର ହଜାର କୋଟି ଟଙ୍କାର ଖଣି, ପାଣି, ଚିଟଫଣ୍ଡ ଦୁର୍ନୀତିର ଅଭିଯୋଗ ହୋଇଛି । ଯେଉଁଥିରେ ବୋଧହୁଏ ଅଧା ଭାଗୀଦାର ଅଛନ୍ତି ପଣ୍ଡା କମ୍ପାନୀ । ଏହି ଜନସ୍ୱାର୍ଥ ସମ୍ବଳିତ ଖବରଗୁଡ଼ିକୁ ସେତେବେଳେ ଚାନେଲ୍ କିଭଳି ଗୁରୁତ୍ୱ ଦେଉଥିଲା ତାହା ଓଟିଭି କୁ ମନେ ଅଛି ନା ମନେ ପକାଇବାକୁ ପଡ଼ିବ? ଏଟି ଗ୍ରୁପ୍ ଏବଂ ଏହାର ମାଲିକ ପ୍ରଦୀପ ସେଠୀଙ୍କ ପ୍ରମୋସନ ପାଇଁ ଓଟିଭି ଆଣ୍ଠୁଗଣ୍ଠି ଛିଣ୍ଡାଉ ନ ଥିଲା କି? ପ୍ରମୋସନ ବାବଦରେ ୫ କୋଟିରୁ ଅଧିକ ଟଙ୍କା ଓଟିଭିକୁ ଦେଇଥିବା ନିଜେ ପ୍ରଦୀପ ସେଠୀ ବୟାନ ଦେଇଥିବା କ’ଣ ମିଛ? ଓଟିଭି ଏହି ଖବରକୁ ଦେଖାଇଥିଲା ତ? ଇଏ ପୁଣି ନିରପେକ୍ଷ ଚାନେଲ୍!

ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ସରକାରଙ୍କ ଅମଳରେ ଯାବତୀୟ ଦୁର୍ନୀତି, ଭ୍ରଷ୍ଟାଚାର ହେଉଛି । ତେବେ କେନ୍ଦ୍ରରେ ମୋଦି ସରକାରଙ୍କ ଅମଳରେ କ’ଣ ଦୁର୍ନୀତି, ଭ୍ରଷ୍ଟାଚାର ହେଉନି । ଓଡ଼ିଶାର ଏକ ନମ୍ବର ଚାନେଲ୍ ରେ ମୋଦି ସରକାରଙ୍କ ଦୁର୍ନୀତି ସମ୍ପର୍କରେ ଏହି ଦୁଇବର୍ଷ ଭିତରେ ଗୋଟେ ବି ଖବର ହେଲାଣି କି? ଦେଶରେ କୋଭିଡ ପରିଚାଳନାରେ ଥିବା ଦୋଷ ଦୁର୍ବଳତା, ପ୍ରବାସୀ ସମସ୍ୟା, ଦୁର୍ବଳ ଅର୍ଥନୀତି, ବେକାରୀ ସମସ୍ୟା ଆଦି ପ୍ରସଙ୍ଗରେ ରାଜ୍ୟର ଏକ ନମ୍ବର ଟିଭିରେ ଖବର କାହିଁକି ହେଉନି? କ’ଣ ମାଲିକ ବିଜେପିର ବଡ଼ ନେତା ବୋଲି ଓଟିଭି ଆଖିରେ ବିଜେପି ପୂରା ସ୍ୱଚ୍ଛ?

ଇଏ ପୁଣି ନିରପେକ୍ଷ ଚାନେଲ୍!

Previous Post

ନବୀନଙ୍କ ମ୍ୟାଜିକ୍, ବବିଙ୍କ ମ୍ୟାପିଂ

Next Post

କିମସରେ ଖୋଲିଲା ପୋଷ୍ଟ କୋଭିଡ୍ ମାତୃ ଓ ଶିଶୁ କ୍ଲିନିକ୍

Next Post
କିମସରେ ଖୋଲିଲା ପୋଷ୍ଟ କୋଭିଡ୍ ମାତୃ ଓ ଶିଶୁ କ୍ଲିନିକ୍

କିମସରେ ଖୋଲିଲା ପୋଷ୍ଟ କୋଭିଡ୍ ମାତୃ ଓ ଶିଶୁ କ୍ଲିନିକ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA