Friday, April 17, 2026 06:18 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବୀନଙ୍କ ମ୍ୟାଜିକ୍, ବବିଙ୍କ ମ୍ୟାପିଂ

ଉପନିର୍ବାଚନରେ ବିଜେଡ଼ି ସଫଳତାର ଶ୍ରେୟ

by Our Correspondent
15 Nov, 2020- 11:17 AM
in Latest News, News, Politics
1 min read
0
ନବୀନଙ୍କ ମ୍ୟାଜିକ୍, ବବିଙ୍କ ମ୍ୟାପିଂ

ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ୍ ଉପନିର୍ବାଚନ ଫଳାଫଳ ବିରୋଧୀ ଶିବିରକୁ ଶକ୍ତ ଧକ୍କା ଦେଇଛି । ଉଭୟ ଆସନରେ ଭୋଟ ବ୍ୟବଧାନ ବିଜେଡ଼ି ଶିବିରକୁ ଉତ୍ସାହିତ କରିଛି । ବାଲେଶ୍ୱରରେ ବିଜେପିର ଅନୁକମ୍ପା ହାସଲ ଲକ୍ଷ୍ୟକୁ ଭଣ୍ଡୁର କରିବା ଏବଂ ତିର୍ତ୍ତୋଲ୍ ରେ ଗତଥରଠାରୁ ଅଧିକ ଭୋଟ ପାଇବାରେ ସମର୍ଥ ହେବା ବିଜେଡ଼ିର ପତିଆରାକୁ ଦ୍ୱିଗୁଣିତ କରିଛି । ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ବିଜେଡ଼ି ସଫଳତାର ମୁଖ୍ୟ କାରଣ ହୋଇଥିବା ବେଳେ ଯୁଦ୍ଧକ୍ଷେତ୍ରରେ ଶତ୍ରୁପକ୍ଷକୁ ଦମନ କରିବାର ରଣକୌଶଳରେ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଓରଫ୍ ବବି ଦାସଙ୍କ ବିଶେଷ ଭୂମିକା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।

ଦୁଇଟି ଯାକ ଆସନରେ ନବୀନ ପଟ୍ଟନାୟକଙ୍କ ସେନାପତି ସାଜି ଦଳକୁ ବିଜୟର ମୁକୁଟ ପିନ୍ଧାଇବାରେ ବବି ଦାସଙ୍କ ଭୂମିକାକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି । ବବିଙ୍କ ବିଚକ୍ଷଣ ଗୋଟିଚାଳନା, ଦକ୍ଷତା ଓ ପରାକାଷ୍ଠାକୁ ବିରୋଧୀ ବିଜେପି ଓ କଂଗ୍ରେସ ଶିବିରରୁ ମଧ୍ୟ ଢ଼େର୍ ପ୍ରଶଂସା ମିଳୁଛି ।

ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ୍ ରେ ନିର୍ବାଚନ ପରିଚାଳନାର ଗୁରୁଦାୟିତ୍ୱ ମୁଣ୍ଡାଇଥିଲେ ଯାଜପୁରର ଏହି ଅଭିଜ୍ଞ ଯୁବ ବିଧାୟକ । ମୂଳରୁ ବାଲେଶ୍ୱରରେ ଡେରା ପକାଇଥିଲେ ମଧ୍ୟ ଉଭୟ ଜାଗାରେ ପ୍ରାର୍ଥୀ ଚୟନଠାରୁ ଆରମ୍ଭ କରି ଅସନ୍ତୁଷ୍ଟଙ୍କୁ ମନେଇ ନିଜ ପକ୍ଷକୁ ଆଣିବା, ପ୍ରଚାରକୁ ସୁପରିଚାଳନା କରି ଗାଁ ଗାଁରେ ଭୋଟରଙ୍କ ପାଖେ ପହଞ୍ଚିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ନୂଆ ମୁହଁଙ୍କୁ ପ୍ରାର୍ଥୀ କରାଯାଇଥିବାର ଚାଲେଂଜକୁ ଧରି ଦଳର ସବୁବର୍ଗର ନେତା ଓ କର୍ମୀଙ୍କୁ ସାଙ୍ଗରେ ରଖିବା ଏବଂ ପ୍ରମୁଖ ନେତାଙ୍କ ମଧ୍ୟରେ ଦାୟିତ୍ୱ ବାଣ୍ଟି ଉପନିର୍ବାଚନକୁ ସେ ପରିଚାଳନା କରିଥିଲେ ।

ବିରୋଧୀ ଶିବିରର କେଉଁ ନେତା ବିଜେଡ଼ି ପାଇଁ ଆସେଟ୍ ହୋଇପାରିବେ, ଦଳର କେଉଁ ନେତାଙ୍କୁ କେଉଁ ଜାଗାରେ ନିୟୋଜିତ କଲେ ନିର୍ବାଚନା ପରିଚାଳନା ସହଜ ହେବ ତାହାର ମ୍ୟାପିଂ କରିଥିଲେ ବବି । ବାଲେଶ୍ୱରର ଉଦାହରଣ ଦେଖିଲେ, ବିଜେପି ଗୋଷ୍ଠୀ କନ୍ଦଳରୁ ଫାଇଦା ଉଠାଇବା ଓ ବିଜେପିର ସହାନୁଭୂତି ଭୋଟକୁ ଭାଙ୍ଗିବା ଥିଲା ବବିଙ୍କର ପ୍ରାଥମିକତା । ଏହାକୁ ଦୃଷ୍ଟିରେ ରଖି ଦଳର ବରିଷ୍ଠ ନେତା ବିଧାୟକ ଦେବୀ ପ୍ରସାଦ ମିଶ୍ର, ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନା, ବରିଷ୍ଠ ବିଧାୟକ ପ୍ରତାପ ଦେବଙ୍କ ମଧ୍ୟରେ ଦାୟିତ୍ୱ ବାଣ୍ଟି ଦେଇଥିଲେ ବବି ।

ଦୁଇ ପରଷ୍ପର ବିରୋଧୀ ବାଲେଶ୍ୱର ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଏବଂ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଗୋଷ୍ଠୀଙ୍କୁ ଦୁଇ କାନ୍ଧରେ ବୋହି ନିର୍ବାଚନ ଲଢ଼ିବା କାଠିକର ପାଠ ହୋଇଥିଲେ ମଧ୍ୟ ବବି ତାହାକୁ ଅଚିରେ ପାର୍ କରିଥିଲେ । ବିଶେଷକରି ଟିକେଟରୁ ବଞ୍ଚିତ ରବି ଜେନାଙ୍କ ସମର୍ଥକଙ୍କ ମଧ୍ୟରେ ଆରମ୍ଭରୁ ଦେଖା ଦେଇଥିବା ବିଦ୍ରୋହକୁ ପ୍ରଶମିତ କରିବା ଏବଂ ଶ୍ରୀ ଜେନାଙ୍କୁ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସକୁ ନେଇ ନିର୍ବାଚନ ଲଢ଼ିବାରେ ବବି ସାହସିକ ପଦକ୍ଷେପ ନେଇଥିଲେ । ଯେଉଁଥିପାଇଁ ଜୀବନ ପ୍ରଦୀପଙ୍କ ଦଳବିରୋଧୀ କାର୍ଯ୍ୟ ବିଜେଡିକୁ କ୍ଷତି କରିପାରି ନ ଥିଲା ।

ବାଲେଶ୍ୱର ଆସନକୁ ବିଜେପିଠାରୁ ଛଡ଼ାଇ ଆଣିବା ବିଜେଡ଼ି ପାଇଁ ଏତେ ସହଜ ନ ଥିଲା । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ବିଜେପି ସେଠି ଉପନିର୍ବାଚନ ଲଢ଼ୁଥିଲା । ପ୍ରାର୍ଥୀ ମାନସ ଦତ୍ତ ତାଙ୍କ ପସନ୍ଦର ପ୍ରାର୍ଥୀ ନ ଥିଲେ । ତାଙ୍କ ବାପା ସ୍ୱର୍ଗତ ବିଧାୟକ ମଦନ ମୋହନ ଓରଫ୍ ମଙ୍ଗୁ ଦତ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ଖାସ୍ ଲୋକ ଥିବାରୁ ସ୍ୱାଭାବିକ ଭାବେ ମାନସଙ୍କ ପ୍ରାର୍ଥୀତ୍ୱ ପଛରେ ଥିଲା ଧର୍ମେନ୍ଦ୍ରଙ୍କ ମୋହର । ତେବେ ଦଳର ଇଜ୍ଜତ ଓ ନିଜର ପ୍ରତିପତ୍ତି ରକ୍ଷା ପାଇଁ ଶ୍ରୀ ଷଡ଼ଙ୍ଗୀ ତାଙ୍କୁ ସମର୍ଥନ କରିବାକୁ ବାଧ୍ୟ ହୋଇ ଜାନ୍ ଲଗାଇଥିଲେ । ସୁତରାଂ ଉଭୟ କେନ୍ଦ୍ରମନ୍ତ୍ରୀଙ୍କ ବଳ ଲାଗିଥିଲା ବିଜେପି ପ୍ରାର୍ଥୀଙ୍କ ପାଇଁ । ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ବଳ, ବିଜେପିର ଦୃଢ଼ ସଂଗଠନ, ପ୍ରାର୍ଥୀଙ୍କ ସପକ୍ଷରେ ଅନୁକମ୍ପା ହାୱା ଓ ଦୃଢ଼ ପ୍ରଚାରକୁ ସାମନା କରିବା ବିଜେଡ଼ି ପାଇଁ ସହଜ ନ ଥିଲା । ମାତ୍ର ନବୀନଙ୍କ ଲୋକପ୍ରିୟତା ଓ ବବିଙ୍କ ସାଂଗଠନିକ ପରିଚାଳନା ଯୋଗୁଁ ବିଜେଡ଼ି ଅସମ୍ଭବକୁ ସମ୍ଭବ କରିବାରେ ସକ୍ଷମ ହେଲା ।

ସୂଚନାଥାଉକି, ବାଲେଶ୍ୱର ସଦର ଆସନରେ ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତ ବିଜେଡ଼ିର ଜୀବନ ପ୍ରଦୀପ ଦାଶଙ୍କୁ ୧୩,୫୦୪ ଭୋଟରେ ପରାସ୍ତ କରିଥିଲା ବେଳେ ଏହି ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଥିବା ସ୍ୱର୍ଗତ ଦତ୍ତଙ୍କ ପୁଅ ମାନସ ଦତ୍ତ ବିଜେଡ଼ି ପ୍ରାର୍ଥୀ ସ୍ୱରୂପ ଦାସଙ୍କଠାରୁ ୧୩,୩୫୧ ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି । ଅର୍ଥାତ୍ ଫଳାଫଳ ଖାଲି ଓଲଟିନି ବରଂ ବିଜେଡ଼ିର ବିଜୟ ବ୍ୟବଧାନ ବିଜେପିଠାରୁ ଅଧିକ ହୋଇଛି ।

ଅନ୍ୟପକ୍ଷରେ ତିର୍ତ୍ତୋଲ୍ ରେ ଯଦିଓ ବିଜେଡ଼ିର ସଂଗଠନ ମଜବୁତ ଥିଲା ମାତ୍ର ଦଳୀୟ ଗୋଷ୍ଠୀ କନ୍ଦଳ, କଂଗ୍ରେସ ପ୍ରାର୍ଥୀଙ୍କ ଗ୍ରହଣୀୟତା ତଥା ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳଙ୍କ ଅକ୍ଲାନ୍ତ ଉଦ୍ୟମକୁ ପଣ୍ଡ କରି ବିଜେଡ଼ି ପ୍ରାର୍ଥୀଙ୍କୁ ସହଜରେ ଜିତାଇ ଆଣିବା ବିଜେଡ଼ି ପାଇଁ କାଠିକର ସମସ୍ୟା ଥିଲା । ବାଲେଶ୍ୱର ଭଳି ତିର୍ତ୍ତୋଲ୍ ରେ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କରଙ୍କ ସପକ୍ଷରେ ଅନୁକମ୍ପା ହାୱା ନ ରହିବା ବିଜେଡ଼ି ପାଇଁ ଆଉ ଏକ ସମସ୍ୟା ଥିଲା ।

ତେବେ ତିର୍ତ୍ତୋଲ୍ ରେ ପ୍ରତିକୂଳ ସ୍ଥିତିକୁ ସାମନା କରିବାର ଦାୟିତ୍ୱ ବୋଝ ମଧ୍ୟ ପ୍ରଣବ ପ୍ରକାଶ(ବବି) ମୁଣ୍ଡାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା । ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇ ତିନି ଶକ୍ତିଶାଳୀ(ବିଜେଡ଼ି ତ୍ରିମୂର୍ତ୍ତୀ) ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ ଏବଂ ସଞ୍ଜୟ ଦାସବର୍ମାଙ୍କୁ ତିନୋଟି ବ୍ଲକ୍ ଦାୟିତ୍ୱ ଦିଆଗଲା । ସେମାନଙ୍କୁ ସହାୟତା କରିବା ପାଇଁ ବିଧାୟକ ଓ ସ୍ଥାନୀୟ ନେତାଙ୍କୁ ରଖାଗଲା । ଖାଲି ବିଜୟ ନୁହେଁ, ଗତଥରଠାରୁ ଅଧିକ ଭୋଟ ବ୍ୟବଧାନରେ ଜିତିବା ପାଇଁ ବଳକୌଶଳ ଖଟାଇଥିଲେ ଏହି ଯୁବ ବ୍ରିଗେଡ୍ ।

ବିଜେପି ପ୍ରାର୍ଥୀତ୍ୱରୁ ବଞ୍ଚିତ ଅସନ୍ତୁଷ୍ଟ ରମାକାନ୍ତ ଭୋଇଙ୍କୁ ବିଜେଡ଼ିକୁ ଆଣିବା ନିଷ୍ପତ୍ତି ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଥିଲା। ବିଜେଡ଼ି ପାଇଁ ଏହା ବରଦାନ ସଦୃଶ ହୋଇଥିଲା । ବିଜେପିର ଭୋଟ କାଟିବାରେ ବିଜେଡ଼ିର ଏହି କୌଶଳ ଯଥେଷ୍ଟ ସହାୟକ ହୋଇଥିବା ଖୋଦ୍ ବିଜେପି ନେତାମାନେ ସ୍ୱୀକାର କରିଛନ୍ତି ।

ତିର୍ତ୍ତୋଲ୍ ଆସନକୁ ବଜାୟ ରଖିବା ବିଜେଡ଼ି ପାଇଁ ସହଜ ବୋଲି ପ୍ରଥମରୁ ଯେଉଁ ଆକଳନ କରାଯାଉଥିଲା ତାହା ସମ୍ପୂର୍ଣ୍ଣ ଭୁଲ ଥିଲା ବୋଲି ବିଜେଡ଼ିର ଜଣେ ବରିଷ୍ଠ ନେତା ସ୍ୱୀକାର କରିଛନ୍ତି । ବିଜେଡ଼ିର ଦୁଇଗୋଷ୍ଠୀଙ୍କୁ ମନାଇବା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦୁଇ ଥର ପ୍ରଚାର କରିବା, ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ରୋଡ୍ ସୋ ଏବଂ ସର୍ବୋପରି କଂଗ୍ରେସର ଶକ୍ତିବୃଦ୍ଧିର ସାମନା କରିବା ବିଜେଡ଼ି ପାଇଁ ଚାଲେଂଜକର ଥିଲା ।

ପ୍ରଚାରରେ ଲୋକଙ୍କୁ ଆକୃଷ୍ଟ କରିବାରେ ଧର୍ମେନ୍ଦ୍ରଙ୍କଠାରୁ ଅପରାଜିତାଙ୍କ କ୍ରେଜ୍ ଅଧିକ ଥିବା ବିଜେଡ଼ି ନେତାମାନେ ସ୍ୱୀକାର କରିଛନ୍ତି । ଏଥିସହ ତିର୍ତ୍ତୋଲ୍ ଦାୟିତ୍ୱରେ ଥିବା ଧର୍ମେନ୍ଦ୍ରଙ୍କ ଖାସ୍ ସାରଦା ଓରଫ୍ ବୁଲୁ ପ୍ରଧାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ କୌଶଳ ବି ବିଜେଡ଼ି ପାଇଁ ମୁଣ୍ଡବିନ୍ଧାର କାରଣ ଥିଲା । ସେହିପରି କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକଙ୍କ ଗ୍ରହଣୀୟତା ମଧ୍ୟ ବିଜେଡ଼ିର ଚିନ୍ତା ବଢ଼ାଇଥିଲା । ସ୍ୱର୍ଗତ ବସନ୍ତ ବିଶ୍ୱାଳଙ୍କ ଲୋକପ୍ରିୟତାକୁ ପୁଞ୍ଜି କରି ତାଙ୍କ ପୁଅ ଚିରଞ୍ଜୀବ ବିଶ୍ୱାଳ ତିର୍ତ୍ତୋଲ୍ କୁ ଫୋକସ୍ ରେ ରଖି ହିମାଂଶୁଙ୍କ ପାଇଁ ସବୁ ବଳକୌଶଳ ଖଟାଇଥିଲେ ।

ଏଭଳି ପରିସ୍ଥିତିରେ ତିର୍ତ୍ତୋଲ୍ ରେ ଗତଥର ଠାରୁ ଅଧିକ ଭୋଟ ବ୍ୟବଧାନରେ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କରଙ୍କୁ ଜିତାଇ ଆଣିବା ପଛରେ ବବି ଦାସଙ୍କ ରଣକୌଶଳ ଏବଂ ତାହାକୁ ସଠିକ୍ କାର୍ଯ୍ୟକାରୀ କରିବାରେ ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ ଓ ସଞ୍ଜୟ ଦାସବର୍ମାଙ୍କ ଅକ୍ଲାନ୍ତ ପରିଶ୍ରମକୁ ଖୋଦ୍ ମୁଖ୍ୟମନ୍ତ୍ରୀ ତାରିଫ୍ କରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି ।

ତିର୍ତ୍ତୋଲରେ ବିଜେଡ଼ି ପ୍ରାର୍ଥୀ ବିଷ୍ଣୁ ଚରଣ ଦାସ ଗତ ସାଧାରଣ ନିର୍ବାଚନରେ ୯୩,୯୬୭ ଭୋଟ ପାଇ ବିଜେପି ପ୍ରାର୍ଥୀ ରମାକାନ୍ତ ଭୋଇଙ୍କୁ ୪୦,୩୮୬ ଭୋଟରେ ପରାସ୍ତ କରିଥିଲେ । ଉପନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ତାଙ୍କ ପୁଅ ବିଜେପି ପ୍ରାର୍ଥୀ ରାଜ କିଶୋର ବେହେରାଙ୍କୁ ୪୧ ହଜାର ୭୦୩ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ତିର୍ତ୍ତୋଲରେ ଏହି ଭୋଟ ବ୍ୟବଧାନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି ।

ବଡ଼କଥା ହେଉଛି, ବିଜେଡ଼ି ପାଇଁ ଅଧିକ କଠିନ ଥିବା ତିର୍ତ୍ତୋଲ୍ ବ୍ଲକ୍ ରେ ବିଜୟ ବ୍ୟବଧାନ ସର୍ବାଧିକ ହୋଇଛି । ତିର୍ତ୍ତୋଲ୍ ରେ ୬୮, ୪୯୧ ଭୋଟ ପୋଲିଂରୁ ବିଜେଡ଼ିକୁ ୧୯ ହଜାର ୪୨୦ ଖଣ୍ଡ ଭୋଟ ଅଧିକ ମିଳିଥିବା ବେଳେ ବିରିଡିରେ ୪୭,୮୨୫ ପୁଲିଂରୁ ବିଜେଡ଼ିକୁ ୧୨ ହଜାର ୩୯୫ ଖଣ୍ଡ ଏବଂ ରଘୁନାଥପୁରରେ ୪୭, ୬୯୩ ପୁଲିଂରୁ ବିଜେଡ଼ିକୁ ୮ ହଜାର ୮୮୨ ଖଣ୍ଡ ଅଧିକ ଭୋଟ ମିଳିଛି ।

Previous Post

ଅର୍ଗସ୍ ରୁ ତଡା ଖାଇଲେ ବିଭୂ ରଥ

Next Post

ଯାଦୁଆ ବିକୁଛି ଯାଦୁ ମଲମ

Next Post
ଯାଦୁଆ ବିକୁଛି ଯାଦୁ ମଲମ

ଯାଦୁଆ ବିକୁଛି ଯାଦୁ ମଲମ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA