ଭୁୁବନେଶ୍ୱର: ଓଟିଭି ଛାଡ଼ି କିଛି ମାସ ତଳେ ଅର୍ଗସ୍ ଡିଜିଟାଲ୍ ରେ ସିଇଓ ଭାବେ ଯୋଗ ଦେଇଥିବା ବିଭୂ ପ୍ରସାଦ ରଥଙ୍କୁ ସାରୁଅ ଜମି କେଳେଙ୍କାରୀ ମାମଲା ମହଙ୍ଗା ପଡ଼ିଛି । ଅର୍ଗସ୍ ରୁ ତାଙ୍କୁ ବିଦା କରିଦିଆଯାଇଛି ।
ଜାଗୀ ଓ ବୈଜୟନ୍ତ ପଣ୍ଡାଙ୍କ ଡାହାଣ ହାତ ଥିବା ବିଭୂ ରଥ ଓରଟେଲ୍ ଓ ଓଟିଭିର ମୁଖିଆ ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଥିଲେ । ୨୦୦୮ ରେ ଗଠିତ ଓଟିଭିର ଅନ୍ୟତମ ସଂସ୍ଥା ଓଡ଼ିଶା ଇନଫ୍ରାଟେକ୍ ର ସେ ଥିଲେ ପ୍ରତିଷ୍ଠାତା ନିର୍ଦ୍ଦେଶକ । ସାରୁଅରେ ଦଳିତଙ୍କ ଜମି ହଡ଼ପ ମାମଲାର ସେ ଅନ୍ୟତମ ମାଷ୍ଟରମାଇଣ୍ଡ୍ ବୋଲି କ୍ରାଇବ୍ରାଞ୍ଚ ସନ୍ଦେହ କରୁଛି ।
ଇତିମଧ୍ୟରେ ବିଭୂ ରଥଙ୍କୁ କ୍ରାଇବ୍ରାଞ୍ଚ ଦୁଇ ଥର ଜେରା କଲାଣି । ଜମି କେଳେଙ୍କାରୀରେ ତାଙ୍କ ସଂପୃକ୍ତିର ଠୋସ୍ ପ୍ରମାଣ କ୍ରାଇବ୍ରାଞ୍ଚ ହାତରେ ଲାଗିଥିବା ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି । ତେଣୁ ଆଗକୁ ସେ ଗିରଫ ହୋଇପାରନ୍ତି ବୋଲି ଆଶଙ୍କା ରହିଛି ।
ଏଭଳି ଜଣେ ବଦନାମ ବ୍ୟକ୍ତିଙ୍କୁ ସିଇଓ ଦାୟିତ୍ୱରେ ରଖିବାକୁ ଅର୍ଗସ୍ କର୍ତ୍ତୃପକ୍ଷ ସମ୍ଭବତଃ ଉଚିତ୍ ମଣିନାହାନ୍ତି । ତେଣୁ ତାଙ୍କୁ ଚାକିରିରୁ ତାଙ୍କୁ ବିଦା କରିଦେଇଛନ୍ତି ।
ସୂଚନାଯୋଗ୍ୟ, ଓଡ଼ିଶା ଇନଫ୍ରାଟେକ୍ ର ଅନ୍ୟତମ ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ କ୍ରାଇବ୍ରାଞ୍ଚ ଇଓଡବ୍ଲୁ ଗତ ୪ ତାରିଖରେ ଗିରଫ ହୋଇଥିଲା । ଅସୁସ୍ଥତା କାରଣରୁ ତାଙ୍କୁ ଗତକାଲି ଜାମିନ୍ ମିଳିଯାଇଛି । ସଂସ୍ଥାର ଅନ୍ୟତମ ନିର୍ଦ୍ଦେଶକ ତଥା ନିହାର ଭୂୟାଁଙ୍କୁ କ୍ରାଇବ୍ରାଞ୍ଚ ପକ୍ଷରୁ ହାଜିରା ନୋଟିସ୍ ହୋଇଛି ।
Mirror of truth? My ass. I can now see why you have just a thousand followers