Tuesday, June 23, 2026 03:09 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବାଚାଳ ଭଦ୍ରମହିଳା! ନେତାଙ୍କୁ ବଡ କରି ମହାପ୍ରଭୁଙ୍କୁ ତଳେ ପକାଇଲେ

ସମ୍ବିତ ପାତ୍ରଙ୍କ ପାଇଁ ପୁରୀକୁ ଦେଶବାସୀ ଜାଣିଲେ -ଲେଖାଶ୍ରୀ

by Our Correspondent
17 Nov, 2020- 10:41 PM
in Latest News, News
1 min read
0
ବାଚାଳ ଭଦ୍ରମହିଳା! ନେତାଙ୍କୁ ବଡ କରି ମହାପ୍ରଭୁଙ୍କୁ ତଳେ ପକାଇଲେ

ଭୁବନେଶ୍ୱର: “ପୁରୀ କଲିକତାର ବୋଲି ଦେଶବାସୀ ବୁଝୁଥିଲେ । ମାତ୍ର ୨୦୧୯ରେ ସମ୍ବିତ ପାତ୍ର ପୁରୀରୁ ଲୋକସଭା ନିର୍ବାଚନ ଲଢ଼ିବା ପରେ ଦେଶବାସୀ ଜାଣିଲେ ପୁରୀ ଓଡ଼ିଶାର ।”

ପିପିଲିରେ ‘ଲୋକାଲ୍ ଫର ଭୋକାଲ୍’ ନାମକ ଏକ କାର୍ଯ୍ୟକ୍ରମରେ ଏଭଳି ବାଚାଳ ମନ୍ତବ୍ୟ ଦେଇଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ତାଙ୍କ ଯୁକ୍ତିରେ ପୁରୀର ପରିଚୟ ତାଙ୍କ ନେତା ଡ. ସମ୍ବିତ ପାତ୍ର । ସମ୍ବିତ ସେଠୁଁ ନିର୍ବାଚନ ଲଢ଼ିବାରୁ ପୁରୀ ଓଡ଼ିଶାର ବୋଲି ଦେଶବାସୀ ଜାଣିଲେ । ପୂର୍ବରୁ ଏହା କଲିକତାର ବୋଲି ଅଧାଲୋକ ଭାବୁଥିଲେ । କଥାଛଳରେ ନୁହେଁ, ବେଶ୍ ଭାବ ଗମ୍ଭୀର ହୋଇ ଏହା କହିଥିଲେ ମ୍ୟାଡାମ୍ ଲେଖାଶ୍ରୀ ।

ସୁତରାଂ, ସମ୍ବିତ ପାତ୍ରଙ୍କୁ ବଡ଼ କରି ମହାପ୍ରଭୁଙ୍କୁ ନୀଚ୍ଚ କରିବାର ହୀନ ମାନସିକତା ଦେଖାଇଛନ୍ତି ଲେଖାଶ୍ରୀ । ସମ୍ବିତଙ୍କ ଆଶିର୍ବାଦ ମୋହରେ ଲେଖାଶ୍ରୀ ଏଭଳି ମନ୍ତବ୍ୟ ଜରିଆରେ ତେଲ ମାରିଥିବା କୁହାଯାଉଛି । ଦୁର୍ଭାଗ୍ୟ ଯେ ମହାପ୍ରଭୁଙ୍କ ଭାବାବେଗ ଜଡ଼ିତ ଏହି ପ୍ରସଙ୍ଗକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲେ ମଧ୍ୟ ସମ୍ବିତ ପାତ୍ରଙ୍କ ପ୍ରତିକ୍ରିୟା ଆସିନାହିଁ । ଲେଖାଶ୍ରୀଙ୍କ ମନ୍ତବ୍ୟକୁ ସମର୍ଥନ କରି ସମ୍ଭବତଃ ସେ ଛାତି କୁଣ୍ଢେମୋଟ କରିଛନ୍ତି ।

ସୂଚନାଥାଉକି, ଏହି ଭଦ୍ର ମହିଳା ନିଜର ଅହଂକାର ଓ କଟୁ ମନ୍ତବ୍ୟ ପାଇଁ ବେଶୀ ପରିଚିତ । ଗୁଜୁରାଟରେ ଓଡ଼ିଆ ମହିଳାମାନେ ବେଶ୍ୟାବୃତ୍ତି କରୁଥିବା ଭଳି ଅତି ହୀନ ମନ୍ତବ୍ୟ ଦେଇ ଓଡ଼ିଶାର ସ୍ୱାଭିମାନକୁ କୁଠାରଘାତ କରିବାକୁ ସାହାସ କରିଥିଲେ । ଶାଳୀନତାର ସୀମା ଟପୁଥିବା ଲେଖାଶ୍ରୀଙ୍କ ଅନେକ ମନ୍ତବ୍ୟ ବିଜେପିକୁ ଅଡୁଆରେ ପକାଉଥିବା ଦଳୀୟ ନେତାମାନେ ବି ସ୍ୱୀକାର କରନ୍ତି । ତାଙ୍କର ଏହି ଅଶୋଭନୀୟ ଆଚରଣ, ଅଶାଳୀନ ବ୍ୟବହାର ପାଇଁ ଦଳୀୟ ନେତୃତ୍ୱ ଗତ ନିର୍ବାଚନରେ ତାଙ୍କୁ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦେଇ ନ ଥିଲେ । ମାତ୍ର ଏଥିରୁ କିଛି ଶିକ୍ଷା କରିପାରିନାହାନ୍ତି ଏହି ଭଦ୍ର ମହିଳା ।

ରାଜନୀତିକୁ ଆସିବା ପୂର୍ବରୁ ଲେଖାଶ୍ରୀ ରେଭେନସା କଲେଜରେ ଅଧ୍ୟାପନା କରୁଥିଲେ । ଜଗନ୍ନାଥ ଧାମ ପୁରୀ ବୋଲି ଏ ପର୍ଯ୍ୟନ୍ତ ଜାଣି ନ ଥିବା ଲେଖାଶ୍ରୀ ପିଲାଙ୍କୁ କ’ଣ ପାଠ ପଢ଼ାଉଥିଲେ ବୋଲି ସୋସିଆଲ୍ ମିଡ଼ିଆରେ ଅନେକ ପ୍ରଶ୍ନ କରିଛନ୍ତି । ପରୋକ୍ଷରେ ମହାପ୍ରଭୁଙ୍କୁ ନୀଚ୍ଚ ଦେଖାଇଥିବା ଲେଖାଶ୍ରୀଙ୍କ ଆସ୍ପର୍ଦ୍ଧା, ବାଚାଳାମୀ ସମଗ୍ର ରାଜ୍ୟବାସୀଙ୍କୁ ସ୍ତମ୍ଭୀଭୂତ କରିଛି । ରାଜ୍ୟର କୋଣ ଅନୁକୋଣରୁ ଲୋକେ ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇଲେଣି ।

ସ୍ୱୟଂ ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କୁ ନ୍ୟୁନ କରିବାର ଆସ୍ପର୍ଦ୍ଧା ଦେଖାଇବା ଅର୍ଥ ଓଡ଼ିଆଙ୍କ ଅସ୍ମିତାକୁ ଚୋଟ ମାରିବା । ଲେଖାଶ୍ରୀଙ୍କ ମନ୍ତବ୍ୟକୁ ସବୁଆଡୁ କଟୁ ସମାଲୋଚନା ହେଉଥିଲେ ମଧ୍ୟ ସେ ନିଜେ ଅନୁତପ୍ତ ନୁହଁନ୍ତି । ତେଣୁ କ୍ଷମା ମାଗିନାହାନ୍ତି । ଯାହା କହିଛନ୍ତି ଠିକ୍ କହିଛନ୍ତି ବୋଲି ଜିଦ୍ ରେ ଅଟଳ ଥିବା ତାଙ୍କ ନିରବତା ସୂଚାଉଛି । ବିରୋଧୀ ଦଳର ନେତା ପ୍ରଦୀପ ନାୟକଙ୍କ ସମେତ ଆଉ କିଛି ନେତା ବିଭିନ୍ନ ଗଣମାଧ୍ୟମରେ ଲେଖାଶ୍ରୀଙ୍କ ମନ୍ତବ୍ୟକୁ ନାପସନ୍ଦ କରିଥିଲେ ମଧ୍ୟ ତାଙ୍କ ଦଳ ପକ୍ଷରୁ ବିଧିବଦ୍ଧ ଭାବେ କ୍ଷମା ପ୍ରାର୍ଥନା କରାଯାଇନାହିଁ । ଯାହା ଆହୁରି ଦୁର୍ଭାଗ୍ୟଜନକ ବୋଲି କୁହାଯାଉଛି ।

ବିଜେପି ଭଳି ଜାତୀୟ ଦଳର ପ୍ରାନ୍ତୀୟ ପ୍ରବକ୍ତା ବୋଲାଉଥିବା ଏହି ମ୍ୟାଡାମ୍ ଯେ ପ୍ରଚଣ୍ଡ ଅଜ୍ଞାନୀ ଓ ନିର୍ବୋଧ, ତାହା ତାଙ୍କ ଆଚରଣ ଓ ମନ୍ତବ୍ୟ ସୂଚେଇ ଦେଇଛି ବୋଲି ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ପକ୍ଷରୁ କୁହାଯାଇଛି । ବିଜେଡ଼ି ମୁଖପାତ୍ର ଡ. ଲେଲିନ୍ ମହାନ୍ତି କଡ଼ା ଭାଷାରେ ନିନ୍ଦା କରିଛନ୍ତି । ଏହି ଭଦ୍ରମହିଳା ବାସ୍ତବରେ ମାଟ୍ରିକ୍ ପାସ୍ କରିଛନ୍ତି ନା ନାହିଁ ତାହାର ଯାଞ୍ଚ ହେବା ଦରକାର ବୋଲି କଟାକ୍ଷ କରିଛନ୍ତି ।

‘ଓଡ଼ିଶା-ମୋ ପରିବାର’ ଆବାହକ ତଥା ପୁରୀ ଜିଲ୍ଲା ଡେଲାଙ୍ଗରେ ଜନ୍ମିତ ପୂର୍ବତନ ମୁମ୍ବାଇ ପୁଲିସ କମିଶନର ଅରୂପ ପଟ୍ଟନାୟକ ଏହି ଭଦ୍ରମହିଳାଙ୍କୁ କଳାପାହାଡ଼ର ଭଗିନୀ ଆଖ୍ୟା ଦେଇଛନ୍ତି । ଅତୀତରେ ଓଡ଼ିଶାର ଅସ୍ମିତା ପ୍ରତି ଜଷ୍ଟିସ୍ କାଟଜୁ, ଅଭିଜିତ୍ ଆୟାର ଭଳି ଅଣଓଡ଼ିଆ ବ୍ୟକ୍ତି କୁଠାରଘାତ କରିଥିଲେ । ଏବେ ଏହି ଓଡ଼ିଆ ଭଦ୍ରମହିଳା ସେଥିରେ ସାମିଲ ହୋଇଛନ୍ତି । ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ଏଭଳି ହୋଇଥିଲେ ସାଂଘାତିକ ସ୍ଥିତି ହୋଇଥାଆନ୍ତା । ମାତ୍ର ଓଡ଼ିଆ ଲୋକଙ୍କ ଉଦାରତାର ସୁଯୋଗ ନେଇ ମହାପ୍ରଭୁଙ୍କୁ ବି ନ୍ୟୁନ କରିବାକୁ ଏମାନେ ସାହାସ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବିଜେପିର ଏହି ଭଦ୍ରମହିଳାଙ୍କୁ ନିର୍ବୋଧ, ବାଚାଳ ଓ ଅହଂକାରୀ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

କଂଗ୍ରେସ ଯୁବନେତା ଅମୀୟ ପାଣ୍ଡବ ଲେଖାଶ୍ରୀଙ୍କ ସଂସ୍କାର ଉପରେ ପ୍ରଶ୍ନ ପଚାରିଛନ୍ତି । ନିଜର ଅଜ୍ଞାନତା, ମାନସିକ ଅସୁସ୍ଥତା ନତୁବା ରାଜନୈତିକ ପରିଚୟ ବଞ୍ଚାଇବାକୁ ଉପରିସ୍ଥ ନେତାଙ୍କୁ ତେଲ ମାରିବାକୁ ଯାଇ ଜଗତର ନାଥଙ୍କୁ ତଳେ ପକାଇବାର ଆସ୍ପର୍ଦ୍ଧା କରିଛନ୍ତି । ଏହାକୁ ସହ୍ୟ କରାଯିବ ନାହିଁ ଏବଂ ଉପଯୁକ୍ତ ଜବାବ ଦିଆଯିବ ବୋଲି ଶ୍ରୀ ପାଣ୍ଡବ ଚେତାବନୀ ଦେଇଛନ୍ତି ।

ବିିଧାୟକ ସୁର ରାଉତରାୟ, ସନ୍ତୋଷ ସିଂ ସାଲୁଜା ପ୍ରମୁଖ ଲେଖାଶ୍ରୀଙ୍କ ମନ୍ତବ୍ୟର କଟୁ ସମାଲୋଚନା କରି ସେ ପୁରୀ ଯାଇ ମହାପ୍ରଭୁଙ୍କ ନିକଟରେ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ।

ପୁରୀ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ ସଂଗଠନ ଓ ଜଗନ୍ନାଥପ୍ରେମୀମାନେ ଲେଖାଶ୍ରୀଙ୍କ ମନ୍ତବ୍ୟ ବିରୋଧରେ ପ୍ରତିବାଦ ବିକ୍ଷୋଭ କରି ତାଙ୍କର କୁଶପୁତ୍ତଳିକା ଦାହ କରିଛନ୍ତି । ମହାପ୍ରଭୁଙ୍କୁ ନେଇ ଗର୍ବ କରୁଥିବା ଓଡ଼ିଆ ଜାତିର ସ୍ୱାଭିମାନକୁ ଜଳାଞ୍ଜଳି ଦେଇଥିବା ଏହି ମହିଳା ନେତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବା ସହ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି । ଭୁବନେଶ୍ୱର କ୍ୟାପିଟାଲ୍ ଥାନାରେ ଲେଖାଶ୍ରୀଙ୍କ ବିରୋଧରେ ଏତଲା ହୋଇଛି ।

Previous Post

ଜିଲ୍ଲାପାଳଙ୍କୁ ଦଣ୍ଡ ନା ପୁରସ୍କାର !

Next Post

ଶ୍ରୀମନ୍ଦିର ବନ୍ଦ ଯୋଗୁଁ ହୁଣ୍ଡି ଖାଲି, ୧୫୪ କୋଟିର ବଜେଟ୍ ଅନୁମୋଦନ

Next Post
ଶ୍ରୀମନ୍ଦିର ବନ୍ଦ ଯୋଗୁଁ ହୁଣ୍ଡି ଖାଲି, ୧୫୪ କୋଟିର ବଜେଟ୍ ଅନୁମୋଦନ

ଶ୍ରୀମନ୍ଦିର ବନ୍ଦ ଯୋଗୁଁ ହୁଣ୍ଡି ଖାଲି, ୧୫୪ କୋଟିର ବଜେଟ୍ ଅନୁମୋଦନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA