Monday, May 25, 2026 11:30 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଫେରାର ନାଁ ଖସାଇବା ଉଦ୍ୟମ ?

by Our Correspondent
20 Jul, 2016- 11:00 AM
in News
1 min read
0
ଫେରାର ନାଁ ଖସାଇବା ଉଦ୍ୟମ ?

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): କୋଟି କୋଟି ଓଡ଼ିଆଙ୍କ ପ୍ରାଣର ଦେବତାଙ୍କୁ ଦାଣ୍ଡରେ ଛିଡା କରାଇ ଦେଇଥିବା ଦାମୋଦର ମହାସୁଆର ଫେରାର। ପୁଲିସ ପ୍ରଶାସନ କୁଆଡେ ତାଙ୍କୁ ଖୋଜି ପାଉନି। ତାଙ୍କ ବିରୋଧରେ ଦୁଇ ଦୁଇଟି ଏତଲା ଦେଇଛନ୍ତି ଖୋଦ୍ ଜିଲ୍ଲାପାଳ। ଭାରତୀୟ ଦଣ୍ଡବିଧି ଆଇନର ୧୪୩, ୩୪୧, ୩୫୩, ୨୯୪,୨୯୪(କ), ୨୯୬, ୧୪୯, ୧୮୬, ୧୮୮, ୫୦୬ ଭଳି ସଙ୍ଗୀନ ଦଫାରେ ପୁଲିସ ମାମଲା ରୁଜୁ କରିଛି। ଦାମୋଦରଙ୍କ ସମେତ ଜୟକୃଷ୍ଣ ମହାସୁଆର, ରବି ଦାଶ, ଇପ୍ସିତ ପ୍ରତିହାରୀ, ଭୀମସେନ ପଲଙ୍କଧାରୀ, ସାଇନା ଖୁଂଟିଆ ପ୍ରମୁଖ ମୁଣ୍ଡିଙ୍କ ବିରୋଧରେ ଜିଲ୍ଲାପାଳ ଏହି ଏତଲା ଦେଇଛନ୍ତି। ତେବେ ଘଟଣାର ୪୮ ଘଂଟା ପରେ ମଧ୍ୟ ପୁଲିସର ହାତ ମୁଣ୍ଡିଙ୍କ ପାଖକୁ ଯାଇପାରିନି। ୬ ଜଣ ଗିରଫ ହୋଇଥିଲେ ମଧ୍ୟ ଦାମୋଦରଙ୍କ ସମେତ ୪ ମୁଣ୍ଡି ପୁଲିସ ଆଖିରେ ଫେରାର ହୋଇଯାଇଛନ୍ତି। ପୁରୀ ପୁଲିସର ଏହା ଅପାରଗତା ନା ଏହା ପଛରେ ଅଦୃଶ୍ୟ ଶକ୍ତି କାମ କରୁଛି ତାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା। ଇତିମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସିଂହଦ୍ୱାର ଥାନାରେ ଆଉ ଏକ ଏତଲା ଦାଏର ହୋଇଛି। ଦାମ, ଜୟକୃଷ୍ଣ ଓ ଇପ୍ସିତଙ୍କ ବିରୋଧରେ ଏହି ଏତଲା ହୋଇଛି।

ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ବିଭ୍ରାଟର ଖଳନାୟକ ଦାମୋଦର ମହାସୁଆର ହେଉଛନ୍ତି ସୁଆର ମହାସୁଆର ନିଯୋଗର ସଭାପତି। ପୁରୀ ମ୍ୟୁନିସିପାଲିଟିର କଂଗ୍ରେସ କର୍ପୋରେଟର। କୁଆଡେ ଭାରି ଖାଦି ତାଙ୍କର।
ବିରୋଧୀ ଦଳର କର୍ପୋରେଟର ହେଲେ ବି ପାୱାରଫୁଲ୍। ବିଜେଡ଼ି ବିଧାୟକ ମହେଶ୍ୱର ମହାନ୍ତିଙ୍କ ସହ ଭଲ ସମ୍ପର୍କ। ନିଜର ପୋଜିସନ୍ ନେଇ ଭାରି ଗର୍ବ ଓ ଅହଂକାର ତାଙ୍କର। ଆଇନକାନୁନକୁ ଖାତିର କରନ୍ତିନି। ନିଜ ଅହମିକା ଯୋଗୁଁ ଚଳିତବର୍ଷ ରଥଯାତ୍ରା ପ୍ରସ୍ତୁତି କମିଟିର ୩ ଟି ବୈଠକରେ ଯୋଗଦେଇ ନ ଥିଲେ। ପ୍ରଶାସନର କାକୁତୀମିନତୀ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ଶେଷ ପ୍ରସ୍ତୁତି ବୈଠକକୁ ଆସିଥିଲେ ସତ ହେଲେ ବୀର ଦର୍ପରେ ତୁଣ୍ଡି ଭିଡ଼ି ବସିଥିଲେ ମୁହଁରେ। 

ରଥଯାତ୍ରା ବେଳେ ଦାମୋଦର କୌଣସି ଅଘଟଣ ଯେ ଘଟାଇବେ ଏହା ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ଭଲ ଭାବେ ଜାଣିଥିଲେ। ଆଉ ସତକୁ ସତ ନୀଳାଦ୍ରି ବିଜେ ପର୍ବରେ ନିଜର କାଟତି ଦେଖାଇଲେ। ରଥ ଉପରେ ସେବାୟତ ପରିବାର ଚଢ଼ିବାକୁ ସେ ଆହ୍ୱାନ ଦେଇ ପୋଷ୍ଟର ମାରିଥିଲେ। ଖୋଦ୍ ଆଇନମନ୍ତ୍ରୀ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏହା ବହୁ ଆଗରୁ ଜଣାଥିଲା। ସୂଚନା ଅନୁଯାୟୀ, ଏ ସଂକ୍ରାନ୍ତରେ ଜିଲ୍ଲାପାଳ ଓ ଏସପିଙ୍କୁ ଅବଗତ କରାଇ ନିଜ ଉପରୁ ଦାୟିତ୍ୱ ଖସାଇ ଦେବାକୁ ଚେଷ୍ଟା କରିଥିଲେ ଅରୁଣ ସାହୁ ଓ ସୁରେଶ ମହାପାତ୍ର। ମାତ୍ର ଜିଲ୍ଲାପାଳ ଓ ଏସପି ମଧ୍ୟ ଏହାକୁ ହେୟଜ୍ଞାନ କରିଥିଲେ। ଗୁରୁତ୍ୱ ଦେଲେନି। ଫଳ ହେଲା ଦାମୋଦର ନିଜ ଝିଅକୁ ରଥ ଚଢ଼ାଇଲେ। ଯାହା ପରବର୍ତୀ ଅବସ୍ଥାରେ ମହାବିଭ୍ରାଟର ରୂପ ନେଲା।

ଏକଥା ସତ ଯେ ତାଳଧ୍ୱଜ ରଥରେ ଅହଂକାରୀ ଦାମୋଦର ନିଜ ଝିଅକୁ ଚଢ଼େଇଲା ବେଳେ ପାଖରେ ଉପସ୍ଥିତ ଜିଲ୍ଲାପାଳଙ୍କ ତୁରନ୍ତ ଦୃଷ୍ଟିକୁ ଆସି ନ ଥିଲା। ମାତ୍ର ରଥ ଉପରୁ ଓହ୍ଲୋଇବା ବେଳେ ଜିଲ୍ଲାପାଳଙ୍କ ନଜର ପଡ଼ିଥିଲା ଓ ସେ ପ୍ରତିକ୍ରିୟାଶୀଳ ହୋଇ ପଡ଼ିଲେ। ଆଇନ ଭାଙ୍ଗିଥିବା ବାପ ଝିଅଙ୍କୁ ଗିରଫ କରିବାକୁ ତାଗିଦ୍ କରିଥିଲେ। ଫଳରେ ପ୍ରବଳ ଯୁକ୍ତି ତର୍କ ହୋଇଥିଲା। ଦାମୋଦର ଓ ତାଙ୍କର ସହଯୋଗୀମାନେ ଅତ୍ୟନ୍ତ ଅଶ୍ଲୀଳ ଭାଷାରେ ଜିଲ୍ଲାପାଳଙ୍କୁ ଗାଳିଗୁଲଜ କରିବା ସହ ଉତ୍ପାତ ଆରମ୍ଭ କରିଦେଲେ। ପହଣ୍ଡି ବନ୍ଦ କରି ଶ୍ରୀ ସୁଦର୍ଶନଙ୍କୁ ଚାରମାଳ ଉପରେ ଛିଡ଼ା କରାଇଦେଲେ। ସୂଚନା କେନ୍ଦ୍ରର କାଚ ଘରେ ସେହି ସମୟରେ ଫିଲ୍ମ ଦେଖିଲା ଭଳି ଏହି ଦୃଶ୍ୟ ଦେଖୁଥିଲେ ଆଇନ ମନ୍ତ୍ରୀ ଓ ମୁଖ୍ୟ ପ୍ରଶାସକ। ଡହଳ ବିକଳ ହୋଇ ସେବାୟତଙ୍କୁ ବୁଝାଇଲେ ପହଂଣ୍ଡି ଶେଷ କରିଦେବାକୁ। ଦୁହିଁଙ୍କ ଉଦ୍ୟମ ସଫଳ ହେଲା ସତ ହେଲେ ଦାମୋଦର ମହାସୁଆରଙ୍କ ଫୁଟାଣି ଭାଘିଂପାରିଲେନି। ମହାପ୍ରଭୁଙ୍କୁ ଚିତା କାଟିବା ପରେ ସାମ୍ବାଦିକଙ୍କୁ ପିଟି ଯାଚ୍ଛାତା ବିଶୃଙ୍ଖଳା ସୃଷ୍ଟି କରିଥିବା ଦାମୋଦରଙ୍କୁ ପ୍ରଶାସନ ଚାହିଁଥିଲେ ସେଇ ଜାଗାରୁ ହିଁ ଗିରଫ କରିପାରିଥାଆନ୍ତା। ମାତ୍ର ୨୪ ଘଂଟା ପରେ ପୁଲିସ ତତ୍ପର ହେଲା ବେଳକୁ ଛୁ ମାରିଛନ୍ତି ଦାମୋଦର। ଦାମୋଦରଙ୍କ ଖସିଯିବାର ପ୍ଲଟ୍ ତିଆରି ହୋଇଥିଲା କି ବୋଲି ଏବେ ପ୍ରଶ୍ନ ଉଠିଛି।

ସେପଟେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଦେଇଥିବା ଏତଲାର ରୁଟ୍ ନେଇ ଗୁଂଜରଣ ପ୍ରକାଶ ପାଇଛି। ଜିଲ୍ଲାପାଳ ସିଧାସଳଖ ଥାନାରେ ଏତଲା ନ ଦେଇ ଏସପିଙ୍କୁ ରିପୋର୍ଟ ଆକାରରେ ଦେବା ଏବଂ ପରେ ତାହା ଥାନାରେ ଦର୍ଜ ହେବା ପଛରେ ରହସ୍ୟକୁ ବୁଝିହେଉନାହିଁ। ଏହି ଘଟଣାରେ ହୀରୋ ବନିଥିବା ଜିଲ୍ଲାପାଳଙ୍କ ଏତାଦୃଶ ପଦକ୍ଷେପ ଅନେକଙ୍କୁ ସନ୍ଦେହରେ ପକାଇଛି। ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବେ ନିଜ ଦାୟିତ୍ୱ ପ୍ରତି ସଚେତନ ଜିଲ୍ଲାପାଳଙ୍କର ଏହି ଭାୟା ମିଡ଼ିଆ ପଛରେ କି ରହସ୍ୟ ତାହା ବୁଝାପଡ଼ୁନି। ଏକଥା ସତ ଯେ ସେବାୟତଙ୍କ ଉଦ୍ଧତ ଆଚରଣ ଜିଲ୍ଲାପାଳ ଓ ଏସପିଙ୍କୁ ହଜମ ହୋଇନାହିଁ। ଘଟଣାସ୍ଥଳରୁ ହିଁ ଦାମୋଦରଙ୍କୁ ଗିରଫ କରିବା ପାଇଁ ସେମାନେ ସରକାରଙ୍କ ଅନୁମତି ଲୋଡିଥିଲେ। ମାତ୍ର ଇସାରା ମିଳି ନ ଥିଲା। ନୀଳାଦ୍ରି ବିଜେ ଓ ପରବର୍ତୀ ରୀତିନୀତି ସରିବା ପରେ ଯାଇ ଅଭିଯୁକ୍ତ ସେବାୟତମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଆସିଥିଲା। ଏହାକୁ ଜିଲ୍ଲାପାଳ ମାନିବାକୁ ବାଧ୍ୟ ହୋଇଥିଲେ। ତେବେ ସେ ଯାହା ହେଉ, ଦାମୋଦର ଓ ଅନ୍ୟ ଅଭିଯୁକ୍ତ ସେବାୟତମାନେ ବାସ୍ତବରେ ଫେରାର ହୋଇଛନ୍ତି କି ତାଙ୍କୁ ଫେରାର କରାଇବା ପାଇଁ ଷଡ଼ଯନ୍ତ୍ର ହୋଇଛି ତାହା ଏବେ ଚର୍ଚ୍ଚାର ବିଷୟ।

Previous Post

ଏମାନଙ୍କୁ ଛାଟ ଦରକାର

Next Post

ବଦଳିବ ରେକର୍ଡ ଅଫ୍ ରାଇଟ୍ସ !

Next Post
ବଦଳିବ ରେକର୍ଡ ଅଫ୍ ରାଇଟ୍ସ !

ବଦଳିବ ରେକର୍ଡ ଅଫ୍ ରାଇଟ୍ସ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA