Tuesday, May 26, 2026 12:26 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଏମାନଙ୍କୁ ଛାଟ ଦରକାର

by Our Correspondent
18 Jul, 2016- 12:49 PM
in News
1 min read
1
ଏମାନଙ୍କୁ  ଛାଟ ଦରକାର

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): କି ସାହାସ ସେମାନଙ୍କର ? ରାକ୍ଷସ ପାଲଟି କୋଟି କୋଟି ଲୋକଙ୍କ ପ୍ରାଣର ଦେବତାଙ୍କୁ ନିଜ ମର୍ଜିରେ ନଚାଇଲେ ? ହାଇକୋର୍ଟ, ସରକାର, ପ୍ରଶାସନକୁ ନାଲିଆଖି ଦେଖାଇ ସୀମା ଲଂଘିଗଲେ। ଗୁଣ୍ଡା ସାଜି ସାମ୍ବାଦିକଙ୍କୁ ବି ପିଟିଲେ। ମହାପ୍ରଭୁଙ୍କ ନିଳାଦ୍ରୀ ବିଜେକୁ ସିଧାସଳଖ ଟିଭିରେ ଦେଖୁଥିବା କୋଟି କୋଟି ଭକ୍ତଙ୍କ ହୃଦୟକୁ କ୍ଷତବିକ୍ଷପ୍ତ କରିଦେଲେ। ଏମାନେ କୁଆଡେ ମହାପ୍ରଭୁଙ୍କ ସେବା ଓ ପାଳନକର୍ତା ? ଅଧିକାର ସାବ୍ୟସ୍ତ ନାଁରେ ବଡ଼ଠାକୁରଙ୍କ ଜାଗିରି ଓ ଠିକା ଧରିଛନ୍ତି। ୟାଙ୍କୁ ଦୟା, ମାୟା, ସମ୍ମାନ କିଛି ନାହିଁ। ମୁଷ୍ଟିମେୟ ଅରାଜକାରୀଙ୍କୁ ବାନ୍ଧି କଡ଼ା ଶାସ୍ତି ନ ଦେଲେ ଲାଇନକୁ ଆସିବେନି। ଯିଏ ନିଜ ବ୍ୟକ୍ତିଗତ ଅଭିଳାଷ ପୂରଣ ପାଇଁ ଜଗତର ନାଥ ଜଗନ୍ନାଥଙ୍କୁ ନଖରେ ନଚାଇବାର ଆସ୍ପର୍ଧା କରିଛନ୍ତି ସେମାନଙ୍କୁ କ୍ଷମା ? ତୁର୍କିୀରେ ସାମରିକ ବିଦ୍ରୋହର ମୁକାବିଲା ପାଇଁ ଯେଭଳି ଜନସାଧାରଣ ରାସ୍ତାକୁ ଓହ୍ଲାଇଲେ ପୁରୀରେ ନ୍ୟସ୍ତସ୍ୱାର୍ଥ ଦଇତାପତିଙ୍କ ଉତ୍ପାତ ବନ୍ଦ ପାଇଁ ସେଭଳି ଶାସନ ଦରକାର। ନଚେତ୍ ମହାପ୍ରଭୁଙ୍କୁ ରାସ୍ତା ଉପରେ ବେଜିତ୍ କରିବାର ଦୁଃସାହସ ଓ ଉତ୍ପାତ ବଢ଼ିଚାଲିବ।

ସହରଠାରୁ ଆରମ୍ଭ କରି ରାଜ୍ୟର ପୂରପଲ୍ଲୀରେ ଆଜି ଭକ୍ତଙ୍କଠାରୁ ଏଭଳି ପ୍ରତିକ୍ରିୟା ଶୁଣିବାକୁ ମିଳିଛି। ଉଦ୍ଧତ ସେବାୟତଙ୍କୁ ସାବାଡ଼ କରା ନ ଗଲେ ଜଗନ୍ନାଥପ୍ରେମୀ ନିଜ ହାତକୁ ଆଇନକୁ ନେବା ବି ବିଚିତ୍ର ନୁହେଁ, ଏଭଳି ଅବସ୍ଥା ସୃଷ୍ଟି ହୋଇଛି। ରଥ ଉପରକୁ ଚଢ଼ି ମହାପ୍ରଭୁଙ୍କ ଦର୍ଶନ ଉପରେ କଟକଣା। ଖାଲି ଗଜପତି, ଶଙ୍କରାଚାର୍ଯ୍ୟ, ସରକାର ଓ ପ୍ରଶାସନର ଏହି ନିଷ୍ପତି ନୁହେଁ। ଖୋଦ୍ ହାଇକୋର୍ଟ ମଧ୍ୟ ଏହି ଆଦେଶ ଦେଇଛନ୍ତି। ଭକ୍ତଙ୍କ ଭାବାବେଗ ସହ ଖେଳି ଟଙ୍କା ଉପାର୍ଜନ ବାଟ ବନ୍ଦ ହୋଇଥିବାରୁ ରାଜ୍ୟ ସରକାର ସେବାୟତଙ୍କ ପାଇଁ ୨ କୋଟି ଟଙ୍କାର ଆର୍ଥିକ ବ୍ୟବସ୍ଥା ବି କରିଛନ୍ତି। ତେବେ ଏସବୁ ବ୍ୟବସ୍ଥା ସତ୍ୱେ ମୁଷ୍ଟିମେୟ ସେବାୟତଙ୍କର ଲୋଭ କମୁନି। କାହାରିକୁ ଖାତିର ନାହିଁ। ନିଜେ ଯେମିତି ଇନ୍ଦ୍ରରାଜା। ଯେମିତି ନଚାଇବେ ମହାପ୍ରଭୁ ନାଚିବେ। ନଚାଇବେ କ’ଣ ନଚାଇଦେଲେ ବି। ନିଳାଦ୍ରୀବିଜେରେ ଚକ୍ରରାଜ ସୁଦର୍ଶନଙ୍କୁ ଚାରମାଳ ଉପରେ ଘଂଟାଏ କାଳ ଛିଡ଼ା କରାଇଦେଲେ। ଅଧିକାର ନାଁରେ ଔଦ୍ଧତ୍ୟର ସୀମା ଲଂଘିଗଲେ ସେବାୟତ। ଏତେ ଔଦ୍ଧତ୍ୟ ଯେ ଚାଲେଂଜ ଦେଇ ମହାପ୍ରଭୁଙ୍କ ପହଣ୍ଡି ବନ୍ଦ କରିଦେଲେ।

ସେ ଦାମୋଦର ମହାସୁଆର କିଏ ? କୋର୍ଟ, ପ୍ରଶାସନର କଟକଣାକୁ ଚୁଟକି ମାରି ସେବକ ପରିବାର ରଥ ଉପରକୁ ଚଢ଼ିବାକୁ ଆହ୍ୱାନ ଦେଲେ କେଉଁ ସାହସରେ ? ରଥ ଉପରେ ମହାପ୍ରଭୁଙ୍କ ଦର୍ଶନରୁ କେହି ସେମାନଙ୍କୁ ଅଟକାଇ ପାରିବେ ନାହିଁ ବୋଲି ଦକ୍ଷିଣ ଦ୍ୱାରରେ ଆଗୁଆ ପୋଷ୍ଟର ମାରିବାକୁ ସାହାସ କଲେ କେମିତି ? ଏସବୁର ପ୍ରଶ୍ନର ଉତର ଖୋଜୁଛନ୍ତି କୋଟି କୋଟି ଭକ୍ତ। ଦାମୋଦର ଚାଲେଂଜ ମାରିଲେ ନାହିଁ ତ ଜିଦ୍ ଧରି ପହଣ୍ଡି ବିଜେ ବେଳେ ନିଜ ଝିଅକୁ ଆଗ ରଥ ଉପରେ ଚଢ଼ାଇ ମହାପ୍ରଭୁଙ୍କୁ ଦର୍ଶନ କରାଇଲେ। କର୍ଡନଧାରୀ ପୁଲିସ ତାଙ୍କୁ ଅଟକାଇବାକୁ ସାହାସ କରିପାରିଲାନି। ଫେରିବା ବାଟରେ ଜିଲ୍ଲାପାଳ ଏଥିରେ ଆପତି ଉଠାଇ ତାଗିଦ୍ କରିବାକୁ ଦାମୋଦର ଓ ତାଙ୍କର ସହଯୋଗୀମାନେ ଜିିଲ୍ଲାପାଳଙ୍କୁ ଗାଳିମନ୍ଦ କରିବାକୁ ବି ସାହାସ କଲେ।

ଲଜ୍ଜାର କଥା, ଦାମୋଦରଙ୍କୁ ସେଥିରୁ ନିବୃତ କରାଇବା ବଦଳରେ ସହଯୋଗୀ ସେବାୟତମାନେ ପୂର୍ଣ୍ଣପ୍ରାଣରେ ସମର୍ଥନ କରି ବିଶୃଙ୍ଖଳା ଆଗକୁ ବଢ଼ାଇଥିଲେ। ସେବାୟତ ପରିବାରକୁ ରଥ ଚଢ଼ିବାକୁ ସୁଯୋଗ ନ ଦେଲେ ପହଣ୍ଡି ବନ୍ଦ କରିଦେବେ ବୋଲି ଧମକ ଦେଇ ତାକୁ ସାଙ୍ଗେ ସାଙ୍ଗେ କାମରେ ଦେଖାଇଦେଲେ। ପରିସ୍ଥିତି ବିଗିଡ଼ିଯିବା ପରେ ଶହ ଶହ ଲୋକ ରଥକୁ ଚଢ଼ିଲେ ଆଉ ମହାପ୍ରଭୁଙ୍କୁ ଛୁଇଁ ଆସିଲେ। ଏଭଳି ଅଘଟଣକୁ ଗଣମାଧ୍ୟମ ସିଧାସଳଖ ପ୍ରସାରଣ କରୁଥିବାରୁ ସେହି ରାଗରେ ମୁଷ୍ଟିମେୟ ସେବାୟତ ଦାଦାଗିରି ଦେଖାଇ ସାମ୍ବାଦିକଙ୍କୁ ଠେଲାପେଲା କଲେ ଓ ପିଟିଲେ। ଔଦ୍ଧତ୍ୟର ପୁଣି ସୀମା ଲଂଘିଗଲେ ସେମାନେ।

ଏସବୁ ଅଘଟଣ ଖୋଦ୍ ଆଇନମନ୍ତ୍ରୀ ଅରୁଣ ସାହୁ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ରଙ୍କ ଆଖି ଆଗରେ ଘଟୁଥିଲେ ମଧ୍ୟ ସେମାନେ ଅସହାୟ ଲାଗୁଥିଲେ। ଆଲୋଚନା ଜରିଆରେ ବିଭ୍ରାଟର ସମାଧାନ ପାଇଁ ଉଦ୍ୟମ କରିଥିଲେ ମଧ୍ୟ କଥା ସେତେବେଳେ ସୀମା ଲଂଘିସାରିଥିଲା। ଯାହା ବି ହେଉ, ଦଇତାପତିଙ୍କ ଫୁଟାଣି ବଢ଼ାଇ ବିଶୃଙ୍ଖଳାକୁ ଆମନ୍ତ୍ରଣ କରିବାରେ ମୁଖ୍ୟ ଉତରଦାୟୀ ହେଉଛନ୍ତି ଆଇନମନ୍ତ୍ରୀ ଓ ମୁଖ୍ୟ ପ୍ରଶାସକ। ଦଇତାପତିଙ୍କ କୋଳରେ ଶୋଇ, ଗେଲବସରରେ ରଖି ଏବଂ ବିଭିନ୍ନ ଚାପ ଆଗରେ ମୁଣ୍ଡ ନୂଆଁଇ ସେମାନଙ୍କୁ ମହାପ୍ରଭୁଙ୍କ ବାପା ଆସନରେ ବସାଇଦେଇଛନ୍ତି। ଯେଉଁଥିପାଇଁ ଆଜି ଏ ଅଘଟଣ। ସାରା ଜଗନ୍ନାଥପ୍ରେମୀଙ୍କ ଆଖିରେ ଲୁହ।

ଏବେ ସରକାର କି କାର୍ଯ୍ୟାନୁଷ୍ଠାନ ନେବେ ତାହା ତ ଅପେକ୍ଷା। ହେଲେ ଉଶୃଙ୍ଖଳ ସେବାୟତଙ୍କ ମନମାନି ଓ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଜଣେ ଅଧେଙ୍କୁ ଗିରଫ କରି ସରକାର ଚୁପ୍ ବସିଗଲେ ପରିସ୍ଥିତି ଭୟଙ୍କର ହେବ। ଜନମତ ହେଲାଣି ବିଶୃଙ୍ଖଳିତ ସେବାୟତଙ୍କୁ ସରକାର ସାବାଡ଼ କରନ୍ତୁ। ପୁଲିସର ନାଲିଆଖି ଓ ବାଡ଼ି ଦେଖାନ୍ତୁ। ତାହାହେଲେ ଯାଇ ସାବାଡ଼ ହେବେ। ନଚେତ୍ ଅସହ୍ୟ ଜଗନ୍ନାଥପ୍ରେମୀ ଆଇନକୁ ହାତକୁ ନେଲେ ସରକାର ଓ ମନ୍ଦିର ପ୍ରଶାସନ ଦାୟୀ ରହିବେ। ମହାପ୍ରଭୁ ସେମାନଙ୍କୁ କ୍ଷମା ଦେବେନି।

Previous Post

୨୧ ମାସରେ ୭୪ ଥର, ଆଗକୁ କେତେ ?

Next Post

ଫେରାର ନାଁ ଖସାଇବା ଉଦ୍ୟମ ?

Next Post
ଫେରାର ନାଁ ଖସାଇବା ଉଦ୍ୟମ ?

ଫେରାର ନାଁ ଖସାଇବା ଉଦ୍ୟମ ?

Comments 1

  1. ପୂର୍ଣ୍ଣଚନ୍ଦ୍ର ରଥ says:
    10 years ago

    ଗତ ନବକଳେବର ରଥ ଯାତ୍ରା ଓ ଚଳିତ ବର୍ଷର ରଥ ଯାତ୍ରା ବେଳେ କିଛି ଅଘଟଣ ଘଟିଥିଲେ ମଧ୍ୟ ପ୍ରଶାସନ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାର ଖବର ଓ ବ୍ୟଥା ଓଡିଶାର ଗଣମାଧ୍ୟମ ପ୍ରକାଶ କରିଆସିଛି. ଏଥିରେ ନା ସରକାର ନା ସେବାୟତ କାହାର ବିଶେଷ ଚିନ୍ତା ଥିବା ଭଳି ଲାଗୁନି. ଗଣମାଧ୍ୟମ ସୋସିଏଲ୍ ମିଡିଆରେ ପ୍ରକାଶ ପାଉଥିବା ଖବର ପଢି ଅଗଣିତ ଭକ୍ତ ଅଯଥା ବ୍ୟ୍ସ୍ତ ହେଆର ଦେଖାଯଉଛି. କିନ୍ତୁ ସେବାୟତ ମନଙ୍କର କେହି କିଛି କରିପାରିବେନି. ପୁରୀର ଜନସାଧାରଣ ଓ ଲୋକ ପ୍ରତିନିଧି ନୀରବ. ବାହାର ଲୋକ କହିଁକି ମୁଣ୍ଡ ବ୍ୟଥା କରୁଛନ୍ତି? ଯେଉଁ ଦେବତାଙ୍କୁ ଦେଖିବାପାଇଁ ସବୁ ଧର୍ମ ଜାତି ଲୋକଙ୍କୁ ଅଧିକାର ନାହିମ୍ମ୍, ସେ କିପରି ଜଗନ୍ନାଥ ହେଲେ? ସେ ତ ପୁରୀନାଥ! ପୁରୀ ଶଙ୍କରାଚାର୍ଜ୍ୟ ଗଜପତି ଲୋକପ୍ରତିନିଧି ସେବାୟତଙ୍କ ହାତରେ ପରିଚାଳନା ଭାର ଦେଇ ସରକାର ଦାୟିତ୍ବମୁକ୍ତ ହୁଅନ୍ତୁ. ଦଶପଲ୍ଲା ବନଖଣ୍ଡ ରକ୍ଷା ପାଇଯିବ!! ଆମେ ଚାଲ ନିଜ ନିଜ ଅଞ୍ଚଳରେ ଥିବା ଜଗନ୍ନାଥ ମନଙ୍କୁ ପୂଜା ଅର୍ଚନା କରିବା.

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA