Tuesday, May 26, 2026 01:28 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୨୧ ମାସରେ ୭୪ ଥର, ଆଗକୁ କେତେ ?

by Our Correspondent
16 Jul, 2016- 11:59 AM
in Politics
1 min read
0
୨୧ ମାସରେ ୭୪ ଥର, ଆଗକୁ କେତେ ?

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ପର ଧନରେ ପୁଷ ମାସ। କ୍ଷମତାରେ ନ ଥିଲା ବେଳେ ବ୍ୟାପମ୍ ଦୁର୍ନୀତିର କିଙ୍ଗପିନ୍ ସୁଧୀର ଶର୍ମାଙ୍କ ପଇସାରେ କୁଆଡେ ଆକାଶରେ ଉଡୁଥିଲେ। ଏବେକୁ କ୍ଷମତା ଚଉକିରେ ବସିଲା ପରେ ସରକାରୀ ପଇସାରେ ବିମାନ ଉଡାର ମଜ୍ଜା ନେଉଛନ୍ତି ମୁକୁ ଓରଫ୍ ଧର୍ମେନ୍ଦ୍ର ପ୍ରଧାନ।  ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ସ୍ୱପ୍ନରେ ଭୁବନେଶ୍ୱର ମାଟିକୁ ବାରମ୍ବାର ଉଡ଼ି ଆସୁଛନ୍ତି। ମେ ୨୦୧୪ ରେ କେନ୍ଦ୍ରମନ୍ତ୍ରୀ ଚଉକିରେ ବସିଲେ ମୁକୁ। ମନ୍ତ୍ରୀ ହେବା ପରଠୁଁ ୨୧ ମାସରେ ଭୁବନେଶ୍ୱର ଆସିଲେଣି ୭୪ ଥର। ବିଭିନ୍ନ ସମୟରେ ଦିଲ୍ଲୀ, ମୁମ୍ବାଇ, କୋଲକତା ପ୍ରଭୃତି ଜାଗାରୁ କେବଳ ଭୁବନେଶ୍ୱରକୁ ଉଡ଼ି ବିମାନରେ ଖର୍ଚ୍ଚ କଲେଣି ପାଖାପାଖି ୧୨ ଲକ୍ଷ ଟଙ୍କା। ବିମାନରେ ଉଡ଼ିବା ପାଇଁ ନିଜ ପକେଟରୁ ଏ ପଇସା ଖର୍ଚ୍ଚ କରୁନାହାନ୍ତି ମୁକୁ। ଗରିବ ଲୋକଙ୍କ ପଇସାରେ ଦିଲ୍ଲୀ ଭାୟା ମୁମ୍ବାଇ କି କୋଲକତା ଦେଇ ବାରମ୍ବାର ଉଡି ଆସୁଛନ୍ତି ଏଠାକୁ। ସରକାରୀ ଗସ୍ତ ଆଳରେ ମାଛ ତେଲରେ ମାଛ ଭାଜୁଛନ୍ତି ମୁକୁ।

ମେ ମାସରେ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେବା ପରେ ଜୁନ୍ ମାସରେ ୫ ଥର ବିମାନରେ ଉଡ଼ି ଭୁବନେଶ୍ୱର ଆସିଥିଲେ ମୁକୁ। ସେହିବର୍ଷ ୭ ମାସରେ ସେ ଭୁବନେଶ୍ୱକୁ ସରକାରୀ କାର୍ଯ୍ୟକ୍ରମ ବାହାନାରେ ଆସିଥିଲେ ୨୭ ଥର। ବିମାନ ଯାତ୍ରା ବାବଦରେ ଖର୍ଚ୍ଚ ହୋଇଥିଲା ୪ ଲକ୍ଷ ୫୧ ହଜାର ୮୧୩ ଟଙ୍କା। ୨୦୧୫ ମସିହାରେ ଏପ୍ରିଲ୍ ମାସର ହିସାବକୁ ଛାଡ଼ି ମୁକୁ ବିମାନରେ ଭୁବନେଶ୍ୱର ଉଡିଛନ୍ତି ୩୭ ଥର। ସେଥିରେ ଖର୍ଚ୍ଚ ହୋଇଛି ୫ ଲକ୍ଷ ୧୩ ହଜାର ୩୪୧ ଟଙ୍କା। ୨୦୧୬ର କେବଳ ୩ ମାସରେ ସେ ୧୦ ଥର ଭୁବନେଶ୍ୱର ଆସି ବିମାନରେ ଖର୍ଚ୍ଚ କରିଛନ୍ତି ୧ ଲକ୍ଷ ୭୩ ହଜାର ୩୭୪ ଟଙ୍କା। ସେଥିମଧ୍ୟରେ କେବଳ ଜାନୁଆରୀରେ ୬ ଥର ଭୁବନେଶ୍ୱର ଆସିଛନ୍ତି। ଏଇ ମାର୍ଚ୍ଚ,ଏପ୍ରିଲ୍, ମେ, ଜୁନ୍ର ଗସ୍ତ ହିସାବ ଦେଉନାହାନ୍ତି ସରକାରୀ ବାବୁ। ଦିଲ୍ଲୀ କି ଅନ୍ୟ ସହରରୁ ଭୁବନେଶ୍ୱର ଗସ୍ତର ହିସାବ ଦେଉଥିଲେ ମଧ୍ୟ ଭୁବନେଶ୍ୱରରୁ କେବେ ଦିଲ୍ଲୀ କି ଅନ୍ୟ ଆଡେ ଯାଇଛନ୍ତି ତାହାର ବିସ୍ମୃତ ହିସାବ ତାଙ୍କ ବିଭାଗ ଦେଉନି। ବାସ୍ତବରେ କେନ୍ଦ୍ରମନ୍ତ୍ରୀ ପଦ ପାଇଲା ଦିନୁ ସେ ବ୍ୟକ୍ତିଗତ ଭାବେ ଓଡ଼ିଶାକୁ ଫୋକସ୍ କରିଛନ୍ତି ଓ ବାରମ୍ବାର ଓଡ଼ିଶାକୁ ଉଡ଼ି ଆସୁଛନ୍ତି। ନିହାତି ସତ ଦେଖିଲେ ମନ୍ତ୍ରୀ ପଦ ପାଇଲା ଦିନଠୁଁ ନିଜକୁ ନିଜେ ଓଡ଼ିଶାର ସିଏମ୍ ପ୍ରୋଜେକ୍ଟ କରି ଛିନଛତ୍ର ପ୍ରଚାର କରୁଛନ୍ତି ମୁକୁ ।

ମୁକୁ ଭଲ ଭାବେ ଜାଣିଛନ୍ତି ଓଡ଼ିଶାରେ ତାଙ୍କ ବିଜେପିର ସ୍ଥିତି କ’ଣ ? କାଁ ଭାଁ ଅଂଚଳରେ ଦଳର ତୃଣମୂଳସ୍ତର ଅଛି। ମାତ୍ର ଅଧିକାଂଶ ଜାଗାରେ ଦଳର ଖାତା ଖତିଆନ୍ ନାହିଁ। ମୁକୁ ଦଳର ସବୁ ବରିଷ୍ଠଙ୍କୁ ଏକାଠି କରି ଦଳର ତୃଣମୂଳ ମଜବୁତ ଚେଷ୍ଟା କରିବା ପରିବର୍ତେ ନିଜସ୍ୱ ପ୍ରଚାରରେ ମାତିବା ବରିଷ୍ଠ ନେତାଙ୍କୁ ହଜମ୍ ହେଉନାହିଁ। ତେବେ ଦଳର ସ୍ୱାର୍ଥ ପାଇଁ କୌଣସି ହାଲତରେ ବରିଷ୍ଠଙ୍କୁ ଏକାଠି ଚଲାଇ ପାରୁନାହାନ୍ତି ମୁକୁ। ଏହା ପଛରେ ତାଙ୍କ କ୍ଷମତାର ଗର୍ବ ଓ ଅହଂକାର ପ୍ରତିବନ୍ଧକ ସାଜିଥିବା ଦଳର କିଛି ନେତା କ୍ଷୋଭ ପ୍ରକାଶ କରିଛନ୍ତି ।

ଲକ୍ଷ ଲକ୍ଷ ଖର୍ଚ୍ଚ କରି ଖାଲି ଦିଲ୍ଲୀରୁ ଭୁବନେଶ୍ୱର ଉଡ଼ିଆସିଲେ ହେବନି। ନିଜ ପ୍ରଚାରରେ ନ ମାତି ଦଳୀୟ ସଂଗଠନକୁ ମଜବୁତ କରିବା ଦିଗରେ ଉଦ୍ୟମ କଲେ ହୁଏତ ମୁକୁଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ୱକୁ ସମସ୍ତେ ସାଦରେ ଗ୍ରହଣ କରିପାରନ୍ତେ। ନ ହେଲେ ଟଙ୍କାକୁ ଟଙ୍କା ବୁଡ଼ିବ, ସ୍ୱାଭିମାନ ବି ରହିବନି। ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବେ ଛିଡ଼ା ହେବାକୁ ହେଲେ ଅନ୍ତତଃ ନିଜକୁ ସେଭଳି ଗଢ଼ିବା ଦରକାର। ମୁକୁଙ୍କ ପରି ବୁଦ୍ଧିଆ, ଚାଲାକ ଚତୁର ନେତାଙ୍କୁ ଏହା ଯେ ଅଜଣା ଥିବ ତାହା ନୁହେଁ। ମାତ୍ର ଗର୍ବ ଅହଂକାର ତାଙ୍କୁ ଏମିତିସ୍ତରକୁ ନେଇଛି ଯେ ତାହା ଜଲଦି ପରିବର୍ତନ ହୋଇଯିବାର ଆଶା ରଖିବା ଠିକ୍ ନୁହେଁ। ଭୁବନେଶ୍ୱରରେ ବସି ପ୍ରେସ୍ ମିଟ୍ କରୁଥିବା ତାଙ୍କର ଦଳର ବରିଷ୍ଠ ନେତା ତଥା ଅନ୍ୟତମ ମୁଖ୍ୟମନ୍ତ୍ରୀ ଦାବିଦାର ବିଜୟ ମହାପାତ୍ର ଓ ଓଗେରଙ୍କ ସହ ମନୋମାଳିନ୍ୟ ଭୁଲି ମିଳିମିଶି କାମ କଲେ ଅନ୍ତତଃ ବିମାଣ ଉଡାଣ ଖର୍ଚ୍ଚଟା ଉଠିଯାଆନ୍ତା ।

Previous Post

୬ ବରିଷ୍ଠ ଓଏଏସ୍ ନିଖୋଜ !

Next Post

ଏମାନଙ୍କୁ ଛାଟ ଦରକାର

Next Post
ଏମାନଙ୍କୁ  ଛାଟ ଦରକାର

ଏମାନଙ୍କୁ ଛାଟ ଦରକାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA