Monday, May 25, 2026 06:27 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଜାଣି ଅଜଣା, ଏଠି ବି ମହାନଦୀରେ ବେଆଇନ ଡ୍ୟାମ୍

by Our Correspondent
02 Aug, 2016- 11:28 AM
in News
1 min read
0
ଜାଣି ଅଜଣା, ଏଠି ବି ମହାନଦୀରେ ବେଆଇନ ଡ୍ୟାମ୍

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ପଡୋଶୀ ଛତିଶଗଡ଼ ସରକାର ମହାନଦୀ ଉପରେ ୫/୬ ବର୍ଷ ହେଲାଣି କେଲୋ ଭଳି ବୃହତ୍ତ ଜଳସେଚନ ପ୍ରକଳ୍ପ ଛିଡ଼ା କରାଉଛନ୍ତି, ମାତ୍ର ଆମ ସରକାର ଜାଣିପାରୁନାହାନ୍ତି। ଏବେ ସେପଟୁ ନ ଜଣେଇବାର ଆଳ କରି ଖସିଯିବାକୁ ବସିଛନ୍ତି। ତେବେ ଛତିଶଗଡ଼ ସରକାର କଥା ଛାଡନ୍ତୁ, ଖୋଦ୍ ରାଜ୍ୟ ଭିତରେ ଏକ ଅଣଓଡ଼ିଆ କମ୍ପାନୀ ମହାନଦୀରେ ଡ୍ୟାମ ନିର୍ମାଣ କରି ପାଣି ଲୁଟୁଥିଲେ ମଧ୍ୟ ଓଡ଼ିଶା ସରକାର କିଭଳି ନ ଜାଣିବାର ଅଭିନୟ କରିଛନ୍ତି ତାହାର ଏକ ଚାଂଚଲ୍ୟକର ତଥ୍ୟ ଲାଗିଛି ମିଡ-ଡେ ଓଡ଼ିଶା ହାତରେ।

୩ ବର୍ଷ ଧରି ମହାନଦୀରେ କଫର୍ ଡ୍ୟାମ ନିର୍ମାଣ କରି ମହାନଦୀ ଜଳକୁ ଲୁଟି ଚାଲିଥିବା ଏହି କମ୍ପାନୀ ହେଉଛି ମେସର୍ସ ଇଣ୍ଡ୍ ବାରାଥ୍ ଏନର୍ଜି(ଉତ୍କଳ) ଲିମିଟେଡ଼। ରାଜ୍ୟ ସରକାରଙ୍କ ବିନା ଅନୁମତିରେ ହୀରାକୁଦ ଜଳଭଣ୍ଡାରରେ ଏକ କଫର ଡ୍ୟାମ ନିର୍ମାଣ କରିଛି କମ୍ପାନୀ। ଆନୁମାନିକ ୮୦ କୋଟି ଟଙ୍କା ଖର୍ଚ୍ଚ କରି କମ୍ପାନୀ ଏହି ଡ୍ୟାମ୍ ନିର୍ମାଣ କରି ମହାନଦୀ ପାଣି ଲୁଟୁଛି। ଖୋଦ୍ ରାଜ୍ୟ ସରକାର କମ୍ପାନୀର ଏହି ବେଆଇନ ନିର୍ମାଣ ସମ୍ପର୍କରେ ୨୦୧୩ ମସିହାରୁ ଅବଗତ ଥିଲେ। ଏହି ବେଆଇନ ନିର୍ମାଣ ସମ୍ପର୍କରେ ଜାଣିବା ପରେ ଯାଇ ରାଜ୍ୟ ସରକାର ଉକ୍ତ କମ୍ପାନୀର ପ୍ରକଳ୍ପକୁ ପୂର୍ବ ଅନୁମୋଦିତ ୪୨ କ୍ୟୁସେକ୍ ପାଣିରୁ ଅଧିକ ଦେବା ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ତେବେ ୨୦୧୩ ମସିହାରେ ସରକାର ଏହି ବେଆଇନ ନିର୍ମାଣ ଜାଣି ବି କମ୍ପାନୀ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲେ କି ବେଆଇନ କଫର ଡ୍ୟାମ୍ କରି କମ୍ପାନୀର ବେଆଇନ ଜଳ ବ୍ୟବହାର ଉପରେ ରୋକ୍ କି ଜରିମାନା ବସାଇ ନ ଥିଲେ। ଦୀର୍ଘ ୩ ବର୍ଷ ଧରି ସରକାର ଚୁପ୍ ବସିବା ପରେ ଏବେ ସଂପୃକ୍ତ କମ୍ପାନୀ ସେହି ଡ୍ୟାମ କୁଆଡେ ଭାଙ୍ଗିଦେଇଥିବା ଅନୁମାନ କରିଛନ୍ତି। ଗତ ୯.୬.୨୦୧୬ ରେ ସରକାରଙ୍କୁ କମ୍ପାନୀ ଦେଇଥିବା ଚିଠିରେ ଡ୍ୟାମ୍ ଭାଙ୍ଗିଦେଇଥିବା ଜଣାଇବା ସହ ୪୨ କ୍ୟୁସେକ୍ ରୁ ଅଧିକ ଜଳ ଆବଟଂନ ଉପରୁ ରୋକ୍ ହଟାଇବାକୁ ଚିଠି ଲେଖିଛନ୍ତି। କମ୍ପାନୀର ଏହି ଚିଠି ସରକାରଙ୍କ ହୃଦୟ କିଣିନେଇଛି।

ହେଲେ ବିନା ଅନୁମତିରେ ହୀରାକୁଦ ଉପରେ ଏହି କଫର ଡ୍ୟାମ୍ ନିର୍ମାଣ ପାଇଁ କମ୍ପାନୀ କିଭଳି ସାହାସ କଲା ? ଯଦି କଲା ସେଠିକା ପ୍ରଶାସନ କି ସରକାର ଜାଣିପାରିଲେ ନାହିଁ କେମିତି ? ୩ ବର୍ଷ ଧରି ଡ୍ୟାମ୍ ବଳରେ କାରଖାନା ଯେଉଁ ପାଣି ଲୁଟିଲା ତାହାର ହିସାବ ଦେବ କିଏ ? ୨୦୧୩ ମସିହାରେ ସରକାର ଏହି ବେଆଇନ ନିର୍ମାଣ ସମ୍ପର୍କରେ ଜାଣି ଚୁପ୍ ରହିଗଲେ କେମିତି ? ଏହି ବେଆଇନ ଡ୍ୟାମ୍ ପ୍ରକୃତରେ ଭାଙ୍ଗିଛି ନା ନାହିଁ ତାହା ସରକାର ଏ ପର୍ଯ୍ୟନ୍ତ ଅନୁଧ୍ୟାନ କରିଛନ୍ତି କି ? ଏଥିପାଇଁ କମ୍ପାନୀ ଉପରେ ଦଣ୍ଡବିଧାନ କରିଛନ୍ତି କି ? ଏଭଳି କମ୍ପାନୀକୁ ସରକାର ଦୟା ପରବଶ ହୋଇ ପୁଣି ଅଧିକ ମହାନଦୀ ପାଣି ଯୋଗାଇବା ପଛରେ କାହାର ସ୍ୱାର୍ଥ ରହିଛି ? ଛତିଶଗଡ଼ ସରକାରଙ୍କ ଡ୍ୟାମ୍ ସମ୍ପର୍କରେ ଅବଗତ ନ ଥିବା ସଫେଇ ଦେଉଥିବା ଓଡ଼ିଶା ସରକାର ନିଜ ରାଜ୍ୟ ଭିତରେ ମହାନଦୀରେ ଡ୍ୟାମ୍ ନିର୍ମାଣ ସମ୍ପର୍କରେ ଅବଗତ ଥାଇ ବି ଚୁପ୍ ରହିଲେ କେମିତି ? ଏସବୁ ପ୍ରଶ୍ନର ଜବାବ ରାଜ୍ୟବାସୀଙ୍କୁ ଦେବାକୁ ହିଁ ପଡ଼ିବ।

ସୂଚନାଯୋଗ୍ୟ, ଝାରସୁଗୁଡ଼ାର ସାହାଜବାହାଲ୍ ଠାରେ ୭୦୦ ମେଗାୱାଟ୍ ର କୋଇଲା ପ୍ରକଳ୍ପ ନିର୍ମାଣ ପାଇଁ ମେସର୍ସ ଇଣ୍ଡ୍ ବାରାଥ୍ ଏନର୍ଜି(ଉତ୍କଳ) ଲିମିଟେଡ଼ ରାଜ୍ୟ ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷର କରିଛି। ଗତ ୭.୨.୨୦୦୯ ରେ ଏହା ସ୍ୱାକ୍ଷରିତ ହୋଇଛି। ୩୧୫୦ କୋଟି ଟଙ୍କାର ଏହି ପ୍ରକଳ୍ପ ୬ ମାସରେ ସମ୍ପୂର୍ଣ୍ଣ ହେବା ପାଇଁ ରାଜିନାମା ହୋଇଥିଲା। ତେବେ ଏମଓୟୁ ସର୍ତ ଅନୁଯାୟୀ ପ୍ରକଳ୍ପ ହୋଇପାରି ନ ଥିଲା। ପରବର୍ତୀ ସମୟରେ ସରକାର ଉକ୍ତ କମ୍ପାନୀକୁ ପ୍ରକଳ୍ପ ନିର୍ମାଣ ବେଳେ ହୀରାକୁଦରୁ ୨ କ୍ୟୁସେକ୍ ଜଳ ବ୍ୟବହାର କରିବାକୁ ଅନୁମତି ଦେଇଥିଲେ। ପ୍ରକଳ୍ପ ଚାଲୁ ହେବା ପରେ ୨ ବର୍ଷ ପାଇଁ ୪୨ କ୍ୟୁସେକ୍ ଜଳ ବ୍ୟବହାର କରିପାରିବ ବୋଲି ୨୦୧୧ ମସିହାରେ ରାଜ୍ୟ ସରକାର ଅନୁମତି ଦେଇଥିଲେ। ମାତ୍ର ୨୦୧୩ ମସିହାରେ କମ୍ପାନୀ ଅଧିକ ଜଳ ବ୍ୟବହାର ପାଇଁ ଅଫିସିଆଲ୍ ଅନୁମତି ଲୋଡିବା ବେଳକୁ ସରକାରଙ୍କ ଆଖିରେ ପଟି ଦେଇ ଚୋରା ଡ୍ୟାମ୍ ଜରିଆରେ ମହାନଦୀ ଜଳ ଲୁଟି ଚାଲିଥିଲା। ସେହି ଡ୍ୟାମ୍ ଏବେ ଭାଙ୍ଗିଛି ନା ଅଛି ତାହା ବି ସନ୍ଦେହରେ।

 

 

Previous Post

ଅରୁଣଙ୍କ ସଙ୍ଗେ ପ୍ରଫୁଲ୍ଲ କଳି !

Next Post

ସରକାର ବେଫିକର, କର୍ମଚାରୀ ଭକୁଆ

Next Post
ସରକାର ବେଫିକର, କର୍ମଚାରୀ ଭକୁଆ

ସରକାର ବେଫିକର, କର୍ମଚାରୀ ଭକୁଆ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA