Thursday, June 25, 2026 08:11 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସନ୍ଦେହଘେରରେ ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ

by Our Correspondent
06 Feb, 2021- 10:08 PM
in Crime, Latest News, News
1 min read
0
ସନ୍ଦେହଘେରରେ ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ

କଟକ: ମାହାଙ୍ଗା ଡବଲ ମର୍ଡର ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କର ମୃତ୍ୟୁ ହୋଇଛି । ଗତକାଲି ରାତିରେ ଟାଙ୍ଗୀ ଗୋବିନ୍ଦପୁର ନିକଟବର୍ତ୍ତୀ ଜାତୀୟ ରାଜପଥରୁ ତାଙ୍କର ଖିନଭିନ୍ ଶରୀର ମିଳିଛି । କୌଣସି ଏକ ଭାରିଯାନ ତଳେ ଚାପି ହୋଇଯାଇଥିବାରୁ ଶବ ଚିହ୍ନିବା ଅବସ୍ଥାରେ ନ ଥିଲା । ମାତ୍ର ପାଖରେ ପଡ଼ିଥିବା ମଟର ସାଇକେଲ୍, ବ୍ୟାଗ୍ ଓ ମୋବାଇଲ୍ ଯାଞ୍ଚ ପରେ ସେ ପ୍ରଫୁଲ୍ଲ ବିଶ୍ୱାଳ ବୋଲି ଜଣାପଡ଼ିଥିଲା । ପ୍ରଫୁଲ୍ଲଙ୍କ ଏଭଳି ରହସ୍ୟଜନକ ମୃତ୍ୟୁ ଦୁର୍ଘଟଣାଜନିତ ନା ହତ୍ୟା ତାହା ସମସ୍ତଙ୍କୁ ସନ୍ଦେହରେ ପକାଇଛି । ଆଜି କଟକ ବଡ଼ ମେଡିକାଲରେ ଶବ ବ୍ୟବଚ୍ଛେଦ କରାଯାଇଥିବାରୁ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

ଏକାଧିକ ହତ୍ୟା ମାମଲାରେ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କୁ ପୁଲିସ ଫେରାର ଦର୍ଶାଉଥିଲା ବେଳେ ତାଙ୍କ ଘର ନୃତ୍ତାଙ୍ଗଠାରୁ ମାତ୍ର ୨୦ କିମି ଦୂରରେ ତାଙ୍କର ମୃତ ଶରୀର ଠାବ ହୋଇଛି । ସୁତରାଂ ପ୍ରଫୁଲ୍ଲ ସ୍ଥାନୀୟ ଅଞ୍ଚଳରେ ହିଁ ଆତ୍ମଗୋପନ କରିଥିବା ସ୍ପଷ୍ଟ ଜଣାପଡୁଛି । ଗାଁ ପାଖରେ ବୁଲୁଥିବା ପ୍ରଫୁଲ୍ଲଙ୍କୁ ପୁଲିସ କେମିତି ପାଉ ନ ଥିଲା ତାହା ବି ରହସ୍ୟଜନକ ମନେହେଉଛି ।

ମାହାଙ୍ଗା ଥାନା ନୃତ୍ତାଙ୍ଗ ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ ହେଉଛନ୍ତି ପ୍ରଫୁଲ୍ଲ ବିଶ୍ୱାଳ । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କର କୁଆଡ଼େ ସେ ଖାସ୍ ଲୋକ । ୨୦୧୮ ମସିହାରେ ବିକାଶ ଜେନା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲେ ଏଇ ପ୍ରଫୁଲ୍ଲ । ହତ୍ୟାକାଣ୍ଡ ପରଠାରୁ ପୁଲିସ ଆଖିରେ ସେ ଫେରାର ଥିଲେ ମଧ୍ୟ ଗାଁ ଆଖପାଖ ଓ ଭୁବନେଶ୍ୱରରେ ମନ୍ତ୍ରୀଙ୍କ ଚାରିପଟେ ବୁଲୁଥିବା ଚର୍ଚ୍ଚା ହୋଇଥିଲା । ପ୍ରଫୁଲ୍ଲ ବିଶ୍ୱାଳଙ୍କୁ ଗିରଫ କରିବା ପରିବର୍ତ୍ତେ ପୁଲିସ ଓଲଟି ସୁରକ୍ଷା ଦେଉଥିବା ବିରୋଧୀ ଦଳ ଅଭିଯୋଗ କରିଆସୁଥିଲେ ।

ଆଉ ଗତ ଜାନୁଆରୀ ୨ ତାରିଖରେ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ନୃଶଂସ ହତ୍ୟା ପଛରେ ପୁଣି ଯୋଡି ହେଲା ପ୍ରଫୁଲ୍ଲ ବିଶ୍ୱାଳଙ୍କ ନାଁ । ପୁଲିସ ଏତଲାରେ ସେ ଥିଲେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ । ପୁଲିସ ଏହି ମାମଲାରେ ଏ ପର୍ଯ୍ୟନ୍ତ ୯ ଜଣଙ୍କୁ ଗିରଫ କରିଥିଲେ ମଧ୍ୟ ପ୍ରଫୁଲ୍ଲଙ୍କ ପାଖରେ ପହଞ୍ଚି ପାରି ନ ଥିଲା । ମନ୍ତ୍ରୀଙ୍କ ଛତ୍ରଛାୟାରେ ରହିଥିବାରୁ ପୁଲିସ ପ୍ରଫୁଲ୍ଲଙ୍କ ପାଖ ମାଡିବାକୁ ସାହାସ କରୁ ନ ଥିବା ଅଭିଯୋଗ ହୋଇଥିଲା ।

ଏସବୁ ବାହାରେ ପ୍ରଫୁଲ୍ଲ କେମିତି ମଲେ ତାହା ଏବେ ବଡ଼ ପ୍ରଶ୍ନ । ପାରିପାଶ୍ୱିର୍କ ଅବସ୍ଥାରୁ ତାଙ୍କର ଦୁର୍ଘଟଣା ହୋଇଥିବା ସହଜରେ ବିଶ୍ୱାସ ହେଉନାହିଁ । କାରଣ ତାଙ୍କ ଶରୀର ଖିନଭିନ୍ ହୋଇଯାଇଥିଲେ ମଧ୍ୟ ମଟରସାଇକେଲ ସମ୍ପୂର୍ଣ୍ଣ ଅକ୍ଷତ ଅଛି । ଆକସ୍ମିକ ଦୁର୍ଘଟଣା ନୁହେଁ, ବରଂ ଗାଡି ମଡ଼ାଇ ହତ୍ୟା କରାଯାଇ ଥାଇପାରେ ବୋଲି ସନ୍ଦେହ ଉପୁଜିଛି ।

ଉଭୟ ପ୍ରଫୁଲ୍ଲଙ୍କ ପରିବାର ଏବଂ ସେମାନଙ୍କ ବିରୋଧୀ ବିଜେପି ପକ୍ଷରୁ ପ୍ରଫୁଲ୍ଲଙ୍କୁ ହତ୍ୟା ଅଭିଯୋଗ ଅଣାଯାଇଛି । ରାଜନୈତିକ ଶତ୍ରୁତାରୁ ପ୍ରଫୁଲ୍ଲଙ୍କୁ ହତ୍ୟା କରାଯାଇଛି ଏବଂ ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ଓ ଅନ୍ୟମାନଙ୍କ ଆଡକୁ ଅଙ୍ଗୁଳି ଉଠାଇଛନ୍ତି ପ୍ରଫୁଲ୍ଲଙ୍କ ପରିବାର । ପୁଅକୁ ସେମାନେ ମିଛ ମାମଲାରେ ଫସେଇ ଶେଷରେ ହତ୍ୟା କରିଥିବା ତାଙ୍କ ମାଆ ଗଣମାଧ୍ୟମରେ କହିଛନ୍ତି ।

କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା ସେହି ହତ୍ୟା ଥିଓରି କହିଛନ୍ତି । ହେଲେ ଏହା ପଛରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରକୁ ଓଲଟି ଅଙ୍ଗୁଳି ଉଠାଇଛନ୍ତି । ସେ କହିଛନ୍ତି, ବିଧାୟକଙ୍କ ଟ୍ରାନ୍ସପୋର୍ଟ ଅଫିସ ସାମ୍ନାରୁ ପ୍ରଫୁଲ୍ଲଙ୍କ ମୃତଦେହ ମିଳିଛି । ଯେମିତି ଦେଖାଯାଉଛି, ତାଙ୍କୁ ପୂରା ଦଳି ଚକଟି ମାରି ଦିଆଯାଇଛି । ପ୍ରଫୁଲ୍ଲଙ୍କୁ ସେମାନେ ଲୁଚାଇ ରଖିଥିଲେ । ପ୍ରଫୁଲ୍ଲ ବହୁତ କଥା ଜାଣିଥିବାରୁ ତଥ୍ୟ ପ୍ରଘଟ ଆଶଙ୍କାରେ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ଶ୍ରୀ ବେହେରା ଅଭିଯୋଗ କରିଛନ୍ତି ।

Previous Post

ଦେଇଛୁ ୧୪୦ ହଜାର କୋଟି, ପାଇଛୁ ୧୪ ହଜାର କୋଟି

Next Post

ମହାମାରୀ ସତ୍ତ୍ୱେ କିଟ୍ ରେ ରେକର୍ଡ ପ୍ଲେସମେଣ୍ଟ

Next Post
ମହାମାରୀ ସତ୍ତ୍ୱେ କିଟ୍ ରେ ରେକର୍ଡ ପ୍ଲେସମେଣ୍ଟ

ମହାମାରୀ ସତ୍ତ୍ୱେ କିଟ୍ ରେ ରେକର୍ଡ ପ୍ଲେସମେଣ୍ଟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA