Thursday, June 25, 2026 10:19 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିବନ ବିଶ୍ୱାଳକୁ ପାତାଳରୁ ଖୋଜି ବାହାର କଲା କମିଶନରେଟ୍ ପୁଲିସ

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ୨୨ ବର୍ଷ ପରେ ଗିରଫ

by Our Correspondent
22 Feb, 2021- 04:01 PM
in Crime, Latest News, News
1 min read
0
ବିବନ ବିଶ୍ୱାଳକୁ ପାତାଳରୁ ଖୋଜି ବାହାର କଲା କମିଶନରେଟ୍ ପୁଲିସ

ଭୁୁବନେଶ୍ୱର: ନବେ ଦଶକର ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବେକାନନ୍ଦ ଓରଫ୍ ବିବନ ବିଶ୍ୱାଳ ଜୀବିତ ଧରାପଡ଼ିଛି । ଓଡ଼ିଶା ପୁଲିସ ଓ ସିବିଆଇ ଆଖିରେ ଧୂଳି ଦେଇ ଦୀର୍ଘ ୨୨ ବର୍ଷ ଧରି ଅନ୍ତର୍ଦ୍ଧାନ ହୋଇଯାଇଥିବା ବିବନକୁ କମିଶନରେଟ୍ ପୁଲିସ ସତେ ଯେମିତି ପାତାଳରୁ ଧରି ଆଣିଛି । ପରିଚୟ ବଦଳାଇ ମହାରାଷ୍ଟ୍ରରେ ପାଇପ୍ ମିସ୍ତ୍ରୀ କାମ କରୁଥିବା ଏହି ଯୌନ ଅପରାଧୀକୁ ଧରିବା ପାଇଁ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ୪ ଜଣିଆ ଟିମ୍ କୁ ଦୀର୍ଘ ୩ ମାସର ଲମ୍ବା କସରତ୍ କରିବାକୁ ପଡ଼ିଥିଲା ।

ଅଞ୍ଜନା ମିଶ୍ର ଗଣ ଦୁଷ୍କର୍ମ ମାମଲା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା । ଯେଉଁଥିରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାର ବି ଟଳି ପଡ଼ିଥିଲା । ଜାନକୀ ବାବୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ । ବିବନ ବିଶ୍ୱାଳଙ୍କ ଭଳି ଅପରାଧୀଙ୍କୁ ସୁରକ୍ଷା ଦେବାକୁ ନେଇ ଜନସାଧାରଣଙ୍କ ଆକ୍ରୋଶ ଏଭଳି ହୋଇଥିଲା ଯେ ଜାନକୀ ପଟ୍ଟନାୟକଙ୍କ କଂଗ୍ରେସ ସରକାର କ୍ଷମତାଚ୍ୟୁତ ହୋଇଥିଲା । ଆଜି ମଧ୍ୟ କଂଗ୍ରେସ ପାଇଁ ଏହା କଳଙ୍କିତ ଅଧ୍ୟାୟ ହୋଇ ରହିଛି ।

ପରବର୍ତ୍ତୀ ସମୟରେ ଦେଶର ଏକ ନମ୍ବର ତଦନ୍ତକାରୀ ସଂସ୍ଥା ସିବିଆଇ ମଧ୍ୟ ବିବନ ବିଶ୍ୱାଳକୁ ଧରି ନ ପାରି ହାତ ଟେକି ଦେଇଥିଲା । ସିବିଆଇର ଏହି ବିଫଳତା ବିବନକୁ ମୃତ୍ୟୁର ପଥିକ ସଜାଇଥିଲା । ବିବନ ମରିଯାଇଥିବା କିଛି ବର୍ଷ ତଳେ ଜୋରଦାର ଚର୍ଚ୍ଚା ହୋଇଥିଲା ।

କେଉଁଠି ଥିଲା ବିବନ?

ମହାରାଷ୍ଟ୍ରର ମୁମ୍ବାଇ- ପୁନେ ରାସ୍ତାର ଲୋନାୱାଲାରେ ଆମ୍ବି ଭାଲିରେ ପାଇପ୍ ମିସ୍ତ୍ରୀ ଭାବେ ଆତ୍ମଗୋପନ କରିଥିଲା ବିବନ । ସେଠି ନିଜର ପରିଚୟ ବଦଳାଇ ନକଲି ନାଁ ଜଳଧର ସ୍ୱାଇଁ ନାମରେ ନିଜକୁ ନାମିତ କରିଥିଲା । ଏହି ଜଳନ୍ଧର ନାଁରେ ଭୋଟର ପରିଚୟପତ୍ର, ଆଧାର କାର୍ଡ, ପାସବୁକ୍ ବାହାର କରିଥିଲା । କାରଖାନାରେ ଏହି ନାଁରେ ସ୍ଥାୟୀ ନିଯୁକ୍ତି ପାଇଥିଲା ବିବନ । ତେବେ ନିଜ ନରଣପୁର ଗାଁ ଠିକଣାକୁ ବଦଳାଇ ନ ଥିଲା ।

ପୁଲିସକୁ କେମିତି ମିଳିଲା ସୁରାକ୍

ଦୀର୍ଘ ଦୁଇ ଦଶନ୍ଧି ଧରି ବିବନ ସେଠି ଆତ୍ମଗୋପନ କରି ନିଜ ଘର ଲୋକଙ୍କ ସହ ସମ୍ପର୍କରେ ଥିଲା । ଘରକୁ ଟଙ୍କା ପଠାଉଥିଲା । ଫୋନ୍ ରେ କଥା ବି ହେଉଥିଲା । ପରିବାର ଲୋକଙ୍କ ସହଯୋଗରେ ତା’ର ମୃତ୍ୟୁ ସାର୍ଟିଫିକେଟ୍ ବାହାର କରିବା ପାଇଁ ଉଦ୍ୟମ ଜାରି ରଖିଥିଲା । ଆଉ ଏହି ଉଦ୍ୟମ ଓ ଟେଲିଫୋନ୍ ବାର୍ତ୍ତାଳାପ ହିଁ ତା’ ପାଇଁ କାଳ ହେଲା । ପୁଲିସକୁ ମିଳିଗଲା ବିବନର ସୁରାକ୍ ।

ଅପରେସନ ‘ସାଇଲେଣ୍ଟ ଭାଇପର୍’

ବିବନ ନିଜ ଘର ଲୋକଙ୍କ ସମ୍ପର୍କରେ ଥିବା କୌଣସି ସୂତ୍ରରୁ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଖବର ପାଇଥିଲେ । ଟେଲିଫେନ୍ କଲ୍ ଟ୍ରାକ୍ କରି ସେ ନଭି ମୁମ୍ବାଇରେ ରହୁଥିବା ଜାଣିବାକୁ ପାଇଥିଲେ । ତେବେ ସେଠି ୧୪ ହଜାର କର୍ମଚାରୀ କାମ କରୁଥିବାରୁ ବିବନକୁ ଠାବ କରିବା କଷ୍ଟକର ଥିଲା । ତାକୁ ଖୋଜି ବାହାର କରିବା ପାଇଁ ୩ ମାସ ତଳେ କମିଶନର ଶ୍ରୀ ଷଡ଼ଙ୍ଗୀ କଟକ ଡିସିପି ପ୍ରତୀକ ସିଂହ, ଅତିରିକ୍ତ ଡିସିପି ପ୍ରମୋଦ ରଥ, ସ୍ପେଶାଲ୍ ସ୍କ୍ୱାଡ୍ ଇନସପେକ୍ଟର ଅଜୟ ଦାସ ଏବଂ ବାରଙ୍ଗ ଥାନା ଆଇଆଇସି ଶଶୀକାନ୍ତ ରାଉତଙ୍କୁ ନେଇ ଏକ ଟିମ୍ କରିଥିଲେ । ଅପରେସନ୍ ର ନାଁ ରଖିଥିଲେ “ସାଇଲେଣ୍ଟ ଭାଇପର୍’ ବା ନିରବ ବୋଡାସାପ । ନିଜେ କମିଶନର ଶ୍ରୀ ଷଡ଼ଙ୍ଗୀ ଏହାର ପରିଚାଳନା କରୁଥିଲେ ।

କେମିତି ଧରା ହେଲା

ଏହି ୪ ଜଣିଆ ଟିମ୍ ଆମ୍ବି ଭାଲି ଯାଇ ନଭି ମୁମ୍ବାଇ ପୁଲିସ କମିଶନର ବିପିନ ସିଂହଙ୍କ ସହଯୋଗରେ ଛାନଭିନ୍ କଲେ । କାରଖାନାଠାରୁ ଅଢ଼େଇ କିଲୋମିଟର ଦୂରରେ ରହୁଥିବା କର୍ମଚାରୀଙ୍କ ବାସସ୍ଥଳୀ ଯାଇଥିଲେ ସାଦା ପୋଷାକରେ । ନାଁ ବଦଳେଇଥିଲେ ମଧ୍ୟ ଗାଁ ଠିକଣା ଆଧାରରେ ପୁଲିସ ଟିମ୍ ବିବନକୁ ଠାବ କରିବାକୁ ଉଦ୍ୟମ କରିଥିଲେ । ତେବେ ବିବନ ପାଖରେ ସାଦା ପୋଷାକରେ ଥିବା ପୁଲିସ ଟିମ୍ ପହଞ୍ଚିଲା କ୍ଷଣି ସେ ଦୌଡ଼ିବାକୁ ଆରମ୍ଭ କରିଥିଲା । ଆଉ ସେ ବିବନ ବୋଲି ପୁଲିସ ଜାଣିବାରେ ଅସୁବିଧା ହେଲାନି ।

ସିବିଆଇ ପାଖରେ ଏହି ମାମଲା ଥିଲେ ମଧ୍ୟ ବିବନର ସନ୍ଧାନ ନ ପାଇବାରୁ ଫାଇଲ୍ ଏକପ୍ରକାର ବନ୍ଦ କରିଦେଇଥିଲା । ତେବେ କମିଶନରେଟ୍ ପୁଲିସ ଖାଲି ଏହି ଫାଇଲ୍ ଖୋଲିନାହିଁ ବରଂ ବିବନକୁ ଖୋଜି ଖୋଜି ଗିରଫ କରିଛି । ତାକୁ ଭୁବନେଶ୍ୱର ଆଣିଲା ପରେ ସାକ୍ଷୀମାନେ ଚିହ୍ନଟ କରିଛନ୍ତି । ସିବିଆଇକୁ ଏ ସମ୍ପର୍କରେ ଅବଗତ କଲା ପରେ କୋଲକତାରୁ ଏକ ଟିମ୍ ଆସି ପହଞ୍ଚିଥିବା ପୁଲିସ କମିଶନର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

କମିଶନରେଟ୍ ପୁଲିସର ଏହି ବିରାଟ ସଫଳତାକୁ ସବୁଆଡୁ ଭୁରି ଭୁରି ପ୍ରଶଂସା କରାଯାଇଛି ।

ମାମଲାର ପୃଷ୍ଠଭୂମି

୧୯୯୯ ମସିହା ଜାନୁଆରୀ ୯ ତାରିଖ ରାତିରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଥିଲା । ଅଞ୍ଜନା ମିଶ୍ର ଓ ତାଙ୍କର ପୁରୁଷ ବନ୍ଧୁ ସୁତନୁ ବାରଙ୍ଗ ଥାନା ଅଞ୍ଚଳର ଏକ ଚା ଦୋକାନରେ ଅଟକିଥିବା ବେଳେ ୩ ଜଣ ଦୁର୍ବୃତ୍ତ ଅଞ୍ଜନାଙ୍କୁ ଅପହରଣ କରିନେଇ ଗଣଦୁଷ୍କର୍ମ କରିଥିଲେ । ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଏବଂ ଅନ୍ୟ ଦୁଇ ଅଭିଯୁକ୍ତ ଥିଲେ ପ୍ରଦୀପ ଓରଫ୍ ପଦିଆ ସାହୁ ଓ ଧୀରେନ୍ଦ୍ର ମହାନ୍ତି ।

ପଦିଆ ଓ ଧୀରେନ୍ଦ୍ର ଜାନୁଆରୀ ୨୬ ତାରିଖରେ ଗିରଫ ହୋଇଥିଲେ ମଧ୍ୟ ବିବଚୁ ପୁଲିସ ଧରିପାରି ନ ଥିଲା । ପୁଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା । ଫଳରେ ହାଇକୋର୍ଟ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିଥିଲେ । ୧୯୯୯ ମେ ୫ ତାରିଖରେ ସିବିଆଇ ଏହାର ଚାର୍ଜସିଟ୍ ଦାଖଲ କରିଥିଲା । ୨୦୦୨ ଏପ୍ରିଲ୍ ୨୯ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଜଜ୍ ତାଙ୍କ ରାୟରେ ପଦିଆ ଓ ଧୀରେନ୍ଦ୍ରକୁ ଆଜୀବନ ଜେଲ୍ ଦଣ୍ଡ ଶୁଣାଇଥିଲେ । ଇତିମଧ୍ୟରେ ପଦିଆର ମୃତ୍ୟୁ ହୋଇସାରିଛି । ଧୀରେନ୍ଦ୍ର ଏବେ ଜେଲ୍ ରେ ସଜ୍ଜା କାଟୁଛି ।

Previous Post

ପୁଣି ଚିନ୍ତା ବଢ଼ାଇଲା କରୋନା

Next Post

‘୨୨ ବର୍ଷ ହେଲା ମରି ମରି ବଞ୍ଚିଛି’

Next Post
‘୨୨ ବର୍ଷ ହେଲା ମରି ମରି ବଞ୍ଚିଛି’

'୨୨ ବର୍ଷ ହେଲା ମରି ମରି ବଞ୍ଚିଛି'

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA