Monday, June 29, 2026 09:35 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ଓଡ଼ିଶା-ମୋ ପରିବାର’ କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

by Our Correspondent
12 May, 2021- 09:14 PM
in Latest News, News
1 min read
0
‘ଓଡ଼ିଶା-ମୋ ପରିବାର’ କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ଆଜି ସନ୍ଧ୍ୟା ୫.୩୦ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ, ବିଜୁ ଜନତା ଦଳର ସାମାଜିକ ଅନୁଷ୍ଠାନ “ଓଡିଶା – ମୋ ପରିବାର” ର କାର୍ଯ୍ୟକଳାପର ସମୀକ୍ଷା ଭର୍ଚୁଆଲ ବୈଠକ ମାଧ୍ୟମରେ ନେଇଥିଲେ ଓ ଉକ୍ତ କାର୍ଯ୍ୟକ୍ରମରେ ଓଡିଶା – ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ମହାକାଳପଡ଼ା ବିଧାୟକ ଓ ଓଡିଶା – ମୋ ପରିବାର ସହ ଆବାହକ ଅତନୁ ସବ୍ୟସାଚୀ ନାୟକ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଏବଂ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ।

ସମୀକ୍ଷା ବୈଠକର ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଓଡିଶା – ମୋ ପରିବାର ଦ୍ୱାରା କରାଯାଉଥିବା ସାମାଜିକ କାର୍ଯ୍ୟକ୍ରମ ଯଥା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ, କୋଭିଡ ସମୟରେ ଶବଦାହ ପାଇଁ ଆରମ୍ଭ କରାଯାଇଥିବା ହେଲ୍ପଡେସ୍କ, ରକ୍ତଦାନ କରୁଥିବା ବ୍ୟକ୍ତି ବିଶେଷଙ୍କ ଏକ ତାଲିକା ପ୍ରସ୍ତୁତ, ଥାଲାସେମିଆ ଏବଂ ଅନ୍ୟାନ୍ୟ ଗୁରୁତର ପ୍ରଭାବିତ ବ୍ୟକ୍ତିଙ୍କୁ ସାହାଯ୍ୟ ଏବଂ ପ୍ଲାଜମା ସଂଗ୍ରହ ଅଭିଯାନ କରିବା ପାଇଁ ନିର୍ଦେଶ ଦେଇଥିଲେ ।

ଉପସ୍ଥିତ ସଦସ୍ୟମାନଙ୍କ ମଧ୍ୟରୁ ଦେବୀ ପ୍ରସାଦ ମିଶ୍ର ଓଡିଶା – ମୋ ପରିବାର ପକ୍ଷରୁ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଓଡିଶା – ମୋ ପରିବାରର ଆବାହକ ଶ୍ରୀ ଅରୂପ ପଟ୍ଟନାୟକ ପ୍ରାରମ୍ଭରୁ ବର୍ତମାନ ପର୍ୟ୍ୟନ୍ତ ଓଡିଶା – ମୋ ପରିବାର ଦ୍ୱାରା କରାଯାଇଥିବା ସମସ୍ତ କାର୍ଯ୍ୟର ସବିଶେଷ ବିବରଣୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲେ । ଅନ୍ୟାନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଅତନୁ ସବ୍ୟସାଚୀ ନାୟକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ସମ୍ପର୍କରେ ବିଶେଷ ସୂଚନା ପ୍ରଦାନ କରିଥିଲେ ।

ମୁଖ୍ୟମନ୍ତ୍ରୀ ଓଡିଶା – ମୋ ପରିବାର କାର୍ଯ୍ୟକ୍ରମରେ ସନ୍ତୋଷ ପ୍ରକାଶ କରିବା ସହ କୋଭିଡ ମହାମାରୀ ପରିପ୍ରେକ୍ଷୀରେ ଏହି ସାମାଜିକ କାର୍ଯ୍ୟକୁ ଆହୁରି ବ୍ୟାପକ ଓ ତ୍ୱରାନ୍ୱିତ କରିବା ପାଇଁ ସମସ୍ତଙ୍କୁ ଆହ୍ବାନ କରିଥିଲେ।

Previous Post

ପ୍ରେମଚନ୍ଦ୍ର ହଟିଲେ; ସଞ୍ଜୟ ସିଂହ ବିଏମସି କମିଶନର

Next Post

୨ରୁ ୧୮ ବର୍ଷର ପିଲାଙ୍କୁ ଖୁବ୍ ଶୀଘ୍ର ଟିକା

Next Post
୨ରୁ ୧୮ ବର୍ଷର ପିଲାଙ୍କୁ ଖୁବ୍ ଶୀଘ୍ର ଟିକା

୨ରୁ ୧୮ ବର୍ଷର ପିଲାଙ୍କୁ ଖୁବ୍ ଶୀଘ୍ର ଟିକା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA