Monday, June 29, 2026 01:09 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୪୨ ଲକ୍ଷ ଚାଷୀଙ୍କ ଖାତାକୁ ଗଲା ୯୨୦ କୋଟି ‘କାଳିଆ’ ଟଙ୍କା

୨୭ ଲକ୍ଷ ଚାଷୀଙ୍କୁ ୫୫୬ କୋଟି 'ପିଏମ-କିଷାନ' ଟଙ୍କା

by Our Correspondent
14 May, 2021- 06:14 PM
in Latest News, News
1 min read
0
୪୨ ଲକ୍ଷ ଚାଷୀଙ୍କ ଖାତାକୁ ଗଲା ୯୨୦ କୋଟି ‘କାଳିଆ’ ଟଙ୍କା

ଭୁୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟା ଅବ୍ୟବହିତ ପୂର୍ବରୁ ରାଜ୍ୟର ୪୨ ଲକ୍ଷ ଚାଷୀ ପରିବାରର ବ୍ୟାଙ୍କ ଖାତାକୁ ଆସିଛ ୯୨୦ କୋଟି ‘କାଳିଆ’ ଟଙ୍କା । ୨୦୨୧ ଖରିଫ୍ ପାଇଁ ‘କାଳିଆ’ ଯୋଜନାରେ ଚାଷୀଙ୍କ ଖାତାକୁ ଏହି ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ଛୋଟ ଚାଷୀ, ନାମ ମାତ୍ର ଚାଷୀ ଓ ଭୂମିହୀନ ଚାଷୀ ପରିବାର ସମସ୍ତେ ଏହି କାଳିଆ ଯୋଜନାର ସହାୟତାକୁ ଚାଷ କାମରେ ତଥା ଜୀବନ ଜୀବିକାର ଉନ୍ନତିରେ ଲଗେଇବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।

ସେପଟେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ବା ପିଏମ୍-କିଷାନ ଯୋଜନା ଅନ୍ତର୍ଗତ ଅଷ୍ଟମ କିସ୍ତିରେ ଓଡ଼ିଶାର ୨୭ ଲକ୍ଷ ୮୩ ହଜାର ୨୦୯ ଜଣ ଚାଷୀଙ୍କୁ ଆଜି ମିଳିଛି ୫୫୬.୬୪ କୋଟି ଟଙ୍କା । ସମଗ୍ର ଭାରତବର୍ଷରେ ସାଢ଼େ ୯ କୋଟି ଚାଷୀଙ୍କୁ ୧୯ ହଜାର କୋଟି ଟଙ୍କା ପଠାଯାଇଛି । ଭିଡ଼ିଓ କନଫରେନ୍ସିଂ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଏହି ଟଙ୍କା ପଠାଇଛନ୍ତି ।

କାଳିଆ ସହାୟତା ଘୋଷଣା କରି ମୁଖ୍ୟମନ୍ତ୍ରୀ ଚାଷୀଙ୍କ ପାଇଁ ‘କାଳିଆ’ ଯୋଜନା ଦେଶରେ ସବୁଠାରୁ ଭଲ ଯୋଜନା ବୋଲି କହିଥିଲେ । ଏହି ଯୋଜନା ଚାଷୀ ମୁହଁରେ ହସ ଆଣିଛି । ଚାଷୀର ଋଣଭାର ଲାଘବରେ ମଧ୍ୟ ସହାୟକ ହୋଇଛି । ତେବେ ଚାଷୀଙ୍କ ତ୍ୟାଗର ମୂଲ୍ୟ କେହି ଦେଇପାରିବେ ନାହିଁ । ‘ମୋ ରାଜ୍ୟର ଚାଷୀ ଭଲରେ ରହୁ । ତା’ର ରୋଜଗାର ବଢ଼ୁ । ତା’ ପରିବାରରେ ସମୃଦ୍ଧି ଆସୁ । ଏଥିପାଇଁ ମୁଁ କାମ କରୁଛି ଏବଂ କରି ଚାଲିବି’ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ରାଜ୍ୟର ଚାଷୀ ଭାଇମାନଙ୍କୁ କୋଭିଡ୍ ସମ୍ପର୍କରେ ସଚେତନ କରାଇଥିଲେ ମୁଖ୍ୟମନ୍ତ୍ରୀ । କୃଷି କ୍ଷେତ୍ର ପାଇଁ କୌଣସି ଲକଡାଉନ୍ ନ ଥିବାରୁ ଚାଷୀ ଭାଇମାନେ କୋଭିଡ ନିୟମ ମାନି ଚାଷ କାର୍ଯ୍ୟ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ । ଚଳିତବର୍ଷ ପାଇଁ ଭଲ ପାଗ, ଭଲ ଫସଲ ଓ ଚାଷୀ ପରିବାରର ସମୃଦ୍ଧି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ ମୁଖ୍ୟମନ୍ତ୍ରୀ ।

ଏହି କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀ ଡ. ଅରୁଣ ସାହୁ ଯୋଗଦେଇ ‘କାଳିଆ’ ଯୋଜନା କିପରି କୋଭିଡ ସମୟରେ ଚାଷୀ ପରିବାର ପାଇଁ ଉପାଦେୟ ସାବ୍ୟସ୍ତ ହୋଇପାରିଛି, ତାହା ଉପରେ ଆଲୋକପାତ କରିଥିଲେ ।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ କୁମାର ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର.ବାଲକ୍ରିଷନ୍, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Previous Post

୯୯୫ ଟଙ୍କାରେ ସ୍ପୁଟନିକ-ଭି ଡୋଜ୍

Next Post

ଇଡକୋ ଦାୟିତ୍ୱ ନେଲେ କ୍ରିଷନ୍ କୁମାର

Next Post
ଇଡକୋ ଦାୟିତ୍ୱ ନେଲେ କ୍ରିଷନ୍ କୁମାର

ଇଡକୋ ଦାୟିତ୍ୱ ନେଲେ କ୍ରିଷନ୍ କୁମାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA