Monday, May 11, 2026 07:23 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଇଡକୋ ଦାୟିତ୍ୱ ନେଲେ କ୍ରିଷନ୍ କୁମାର

୫-ଟି ଆକ୍ସନ୍ ପ୍ଲାନ୍ ଉପରେ ଗୁରୁତ୍ୱ

by Our Correspondent
14 May, 2021- 08:12 PM
in Latest News, News
1 min read
0
ଇଡକୋ ଦାୟିତ୍ୱ ନେଲେ କ୍ରିଷନ୍ କୁମାର

ଭୁବନେଶ୍ୱର: ଇଡକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ଆଜି ଦାୟିତ୍ୱ ନେଇଛନ୍ତି ଡକ୍ଟର କ୍ରିଷନ୍ କୁମାର । ପୂର୍ତ୍ତ ବିଭାଗର ଶାସନ ସଚିବ ଭାବେ ମୂଳ ଦାୟିତ୍ୱ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକର ଅତିରିକ୍ତ ଦାୟିତ୍ୱରେ ଥିବା ଡକ୍ଟର କୁମାର ଇଡକୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ସମ୍ଭାଳିଛନ୍ତି ।

ଯୋଗଦେବାର ପ୍ରଥମ ଦିବସରେ ସେ ଇଡକୋର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରି ରାଜ୍ୟ ସରକାରଙ୍କ ୫-ଟି ଆଭିମୁଖ୍ୟ ଆଧାରରେ ଆକ୍ସନ୍ ପ୍ଲାନ୍ ଉପରେ ଗୁରୁତ୍ୱ ଦେଇଥିଲେ । ରାଜ୍ୟରେ ଶିଳ୍ପର ବିକାଶ ଏବଂ ନୂତନ ଶିଳ୍ପ ପ୍ରତିଷ୍ଠା ଦିଗରେ ଆବଶ୍ୟକ ଥିବା ସମସ୍ତ ଜରୁରୀ ପଦକ୍ଷେପଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ଇଡକୋର ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଇଡକୋ କର୍ମଚାରୀ ଏବଂ ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନମାନଙ୍କର ଥିବା ଅଭିଯୋଗଗୁଡ଼ିକ ସିଧାସଳଖ ଇ-ମେଲ୍ ଜରିଆରେ ତାଙ୍କୁ ଜଣାଇବାକୁ କହିଥିଲେ ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୦ଟି ଏମଏସଏମଇ ପାର୍କ ଏବଂ ଇଡକୋ ଟାୱାର ପ୍ରତିଷ୍ଠା ନିମନ୍ତେ ତ୍ୱରିତ ପଦକ୍ଷେପ ନେବା ପାଇଁ ଡକ୍ଟର କୁମାର ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ପଶ୍ଚିମ ଓଡ଼ିଶାରେ ବିଜୁ ଏକ୍ସପ୍ରେସ୍ ୱେ କରିଡର ନିକଟରେ ଏମଏସଏମଇ ପାର୍କ ଗଠନ ନିମନ୍ତେ ଆଲୋଚନା କରିଥିଲେ । ଇଡକୋ ଦ୍ୱାରା ପ୍ରତିଷ୍ଠିତ ବିଭିନ୍ନ ଶିଳ୍ପ ପାର୍କ ଯଥା ଡେରାସଠାରେ ଥିବା ସି-ଫୁଡ ପାର୍କ, ପାରାଦ୍ୱୀପର ପ୍ଲାଷ୍ଟିକ ପାର୍କ, ଅନୁଗୁଳର ଆଲୁମିନିୟମ ପାର୍କ, ଭଦ୍ରକର ଟେକ୍ସଟାଇଲ୍ ପାର୍କ, ଇନଫୋଭ୍ୟାଲି ଫୁଡ ପାର୍କ ଇତ୍ୟାଦିର ଉନ୍ନତିକରଣ ଏବଂ ଏହାର ବିଭିନ୍ନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

ସେହିଭଳି, ଇଡକୋ ଦ୍ୱାରା ବିଭିନ୍ନ ଶିଳ୍ପାନୁଷ୍ଠାନମାନଙ୍କୁ ପ୍ରଦାନ କରାଯାଉଥିବା ବିଲ୍ଡିଂ ପ୍ଲାନ ଅନୁମୋଦନ ପ୍ରକ୍ରିୟାକୁ ସଶକ୍ତିକରଣ କରିବା ଉଦେ୍ଦଶ୍ୟରେ ଏହାର ଏକ ଚେକ୍ ଲିଷ୍ଟ ତିଆରି କରି ତ୍ୱରିତ ଭାବରେ ୩ ରୁ ୭ ଦିନ ମଧ୍ୟରେ ଆଶାୟୀ ଶିଳ୍ପୋଦ୍ୟୋଗୀମାନଙ୍କୁ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

ଗୋଟିଏ ଦିନର ପ୍ରଶାସନ(ୱାନ୍ ଡେ ଗଭର୍ଣ୍ଣାସ୍) ବ୍ୟବସ୍ଥାର ପ୍ରଚଳନ କରି ଇଡକୋରେ ଥିବା ବିଭିନ୍ନ ସମସ୍ୟା,ଅସୁବିଧା ଏବଂ ସମସ୍ତ ଉନ୍ନତିମୂଳକ କାର୍ଯ୍ୟକ୍ରମଗୁଡ଼ିକର ତତକ୍ଷଣାତ ଅନୁମୋଦନ ତଥା ସମାଧାନ କରିବା ଉପରେ ଡକ୍ଟର କ୍ରିଷନ୍ କୁମାର ଗୁରୁତ୍ୱ ଦେଇଥିଲେ ।

ଉକ୍ତ ବୈଠକରେ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Previous Post

୪୨ ଲକ୍ଷ ଚାଷୀଙ୍କ ଖାତାକୁ ଗଲା ୯୨୦ କୋଟି ‘କାଳିଆ’ ଟଙ୍କା

Next Post

‘ଅର୍ଗସ୍’ ପାଇଁ ପ୍ରଚାର କଲେ ବିଜେପି ନେତ୍ରୀ !

Next Post
‘ଅର୍ଗସ୍’ ପାଇଁ ପ୍ରଚାର କଲେ ବିଜେପି ନେତ୍ରୀ !

'ଅର୍ଗସ୍' ପାଇଁ ପ୍ରଚାର କଲେ ବିଜେପି ନେତ୍ରୀ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA