Wednesday, July 1, 2026 12:04 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଏମସ୍ ପକ୍ଷରୁ ୪ ସେବା ଆରମ୍ଭ

by Our Correspondent
24 May, 2021- 07:03 PM
in Health, Latest News, News
1 min read
0
ଏମସ୍ ପକ୍ଷରୁ ୪ ସେବା ଆରମ୍ଭ

ଭୁବନେଶ୍ୱର: ସାଂପ୍ରତିକ କୋଭିଡ୍ ମହାମାରୀ କାରଣରୁ ସାଧାରଣ ଜନତା ଡାକ୍ତରଖାନାମାନଙ୍କରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା କାରଣରୁ ବିଶେଷ ଭାବେ ଡାକ୍ତରଖାନାରେ ଉପଲବ୍ଧ ଥିବା ଶଯ୍ୟା, ଚିକିତ୍ସିତ ରୋଗୀମାନଙ୍କ ସଂପର୍କରେ ସୁଚନା ପାଇବାରେ ସମସ୍ୟା ସୃଷ୍ଟି ହୋଇଛି । କୋଭିଡ୍ ୱାର୍ଡରେ ସଂକ୍ରମଣର ଭୟଭୟତା ପାଇଁ ସାଧାରଣ ଜନତାଙ୍କ ପ୍ରବେଶ ନିଷେଧ ଥିବା କାରଣରୁ ଏହି ସମସ୍ୟା ସୃଷ୍ଟି ହୋଇଛି । ଏହି ସମସ୍ତ ସମସ୍ୟାକୁ ଗୁରୁତ୍ୱ ଦେଇ ଏମ୍ସ, ଭୂବନେଶ୍ୱର ପ୍ରଶାସନ ତରଫରୁ ଜନସାଧାରଣଙ୍କ ସ୍ୱାର୍ଥ ଉଦ୍ଦିଷ୍ଟରେ ୪ଟି ସେବା ଆରମ୍ଭ କରାଯାଇଛି ।

୧. ଡାକ୍ତରଖାନାରେ ଉପଲବ୍ଧ ଥିବା ଖାଲି ଶଯ୍ୟା ସଂଖ୍ୟା ସଂପର୍କରେ ସୁଚନା ପ୍ରଦାନ କରିବା ପାଇଁ ଏକ ହେଲ୍ପ ଲାଇନ (୦୬୭୪-୨୪୭୬୭୮୯) ସେବା ଆରମ୍ଭ ହୋଇଛି । ଏହା ନିରନ୍ତର ଭାବେ କାର୍ଯ୍ୟ କରିବ ।

୨. ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ସ୍ୱାସ୍ଥ୍ୟ ସଂପର୍କରେ ନିୟମିତ ଭାବେ ସୁଚନା ପାଇବା ପାଇଁ ବ୍ୟବସ୍ଥା କରାଯାଇଛି । ରୋଗୀମାନଙ୍କ ସଂପର୍କୀୟମାନେ ଏମ୍ସ, ଭୂବନେଶ୍ୱରର ୱେବ୍ସାଇଟରେ ରୋଗୀଙ୍କ ସିଆର୍ ନମ୍ବରକୁ ବ୍ୟବହାର କରି ନିୟମିତ ଭାବେ ସୁଚନା ପାଇପାରିବେ ।

୩. ରୋଗୀଙ୍କ ସଂପର୍କୀୟମାନେ ୭୬୫୫୦-୭୩୦୨୭ ନମ୍ବରକୁ କଲ୍ କରି ଚିକିତ୍ସିତ ରୋଗୀଙ୍କୁ ସେବା ଯୋଗାଉଥିବା ନର୍ସିଂ ଅଧିକାରୀଙ୍କ ସହ ଆଲୋଚନା କରି ସ୍ୱାସ୍ଥ୍ୟ ଓ ସେବା ସଂପର୍କରେ ସୁଚନା ପାଇବା ପାଇଁ ଟେଲିନର୍ସିଂ ସେବା ଏମ୍ସ, ଭୂବନେଶ୍ୱର କତୃପକ୍ଷଙ୍କ ତରଫରୁ ପ୍ରଦାନ କରାଯାଉଛି ।

୪. କୋଭିଡ୍ ସଂପର୍କରେ ନିରନ୍ତର ଭାବେ ୨୪ ଘଂଟିଆ ସହାୟତା ଯୋଗାଇ ଦେବା ପାଇଁ ହସପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ ଏକ ସ୍ୱତନ୍ତ୍ର କୋଭିଡ୍ ଟେଲି ମେଡିସିନ ସେବା ଯୋଗାଇ ଦିଆଯାଉଛି । ସାଧାରଣ ଜନତାମାନେ ୮୨୮୦୩-୪୬୬୮୪ ନମ୍ବରରେ କଲ୍ କରି କିମ୍ବା ସାମାଜିକ ଗଣମାଧ୍ୟମ ଫେସବୁକ (ମେସେଞ୍ଜର) ଜରିଆରେ ଏହି ସେବା ପାଇପାରିବେ ।

ରୋଗୀ ଏବଂ ତାଙ୍କ ସଂପର୍କୀମାନଙ୍କୁ ସୁଚନା ଓ ସହାୟତା ପ୍ରଦାନ ପାଇଁ ଡାକ୍ତରଖାନା ପରିସରରେ ୨୪ ଘଂଟିଆ ଏକ ହେଲ୍ପ ଡେସ୍କ ଏବଂ କଂଟ୍ରୋଲ ରୁମ ଖୋଲାଯାଇ ନିରନ୍ତର ଭାବେ ସୁଚନା ପ୍ରଦାନ କରାଯାଉଛି ।

ଏହା ବ୍ୟତୀତ ଅଣ କୋଭିଡ୍ ରୋଗୀମାନଙ୍କ ପାଇଁ ‘ଟେଲିମେଡିସିନ ସ୍ୱାସ୍ଥ୍ୟ ଆପ୍’ ଏବଂ ‘ଟେଲିମେଡିସିନ ବର୍ହିବିଭାଗ (ଓପିଡି)’ ଜରିଆରେ ସ୍ୱାସ୍ଥ୍ୟ ଓ ଚିକିତ୍ସା ସଂପର୍କରେ ସୁଚନା ଓ ସେବା ପ୍ରଦାନ କରାଯାଉଛି ।

କୋଭିଡ୍ କଟକଣା ଓ ଗାଇଡ୍ଲାଇନକୁ ପାଳନ କରାଯାଇ ହସପିଟାଲ ତରଫରୁ ରୋଗୀଙ୍କ ସଂପର୍କୀୟ / ଆଟେଂଣ୍ଡାଂଟ ମାନଙ୍କୁ (ସେଲ୍ଫ କାଟେରିଙ୍ଗ ଜରିଆରେ) ନିଶୁଳ୍କ ଭୋଜନ ପ୍ରଦାନ କରାଯାଉଛି ବୋଲି ଏମସ୍ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ।

Previous Post

ପ୍ରଶାସନକୁ ସହଯୋଗ କରନ୍ତୁ, ଡବଲ୍ ମାସ୍କ ପିନ୍ଧନ୍ତୁ: ମୁଖ୍ୟମନ୍ତ୍ରୀ

Next Post

ଧାମରା-ବାଲେଶ୍ୱର ମଧ୍ୟରେ ଲ୍ୟାଣ୍ଡଫଲ୍

Next Post
ଧାମରା-ବାଲେଶ୍ୱର ମଧ୍ୟରେ ଲ୍ୟାଣ୍ଡଫଲ୍

ଧାମରା-ବାଲେଶ୍ୱର ମଧ୍ୟରେ ଲ୍ୟାଣ୍ଡଫଲ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA