Wednesday, July 1, 2026 12:08 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଧାମରା-ବାଲେଶ୍ୱର ମଧ୍ୟରେ ଲ୍ୟାଣ୍ଡଫଲ୍

by Our Correspondent
25 May, 2021- 11:09 AM
in Latest News, News
1 min read
0
ଧାମରା-ବାଲେଶ୍ୱର ମଧ୍ୟରେ ଲ୍ୟାଣ୍ଡଫଲ୍

ଭୁୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ମାଡ଼ି ଆସୁଥିବା ଭୀଷଣକାୟ ବାତ୍ୟା ‘ୟାଶ୍’ ଆସନ୍ତାକାଲି ମଧ୍ୟାହ୍ନରେ ବାଲେଶ୍ୱର ଓ ଧାମରା ମଧ୍ୟରେ ଉପକୂଳ ଅତିକ୍ରମ କରିବ । ଧାମରା ପାଖାପାଖି ଏହା କେନ୍ଦ୍ରୀଭୂତ ହେବ ବୋଲି ଆଇଏମଡି ପକ୍ଷରୁ ଆକଳନ କରାଯାଇଛି । ଏଥିରେ ଧାମରା, ଚାନ୍ଦବାଲି ଅଞ୍ଚଳ ବିଶେଷ ପ୍ରଭାବିତ ହେବାର ସମ୍ଭାବନା ଥିବା ଆଇଏମଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

ତାଙ୍କର ସୂଚନା ଅନୁଯାୟୀ କାଲି ଭୋରରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଯିବ । ଲ୍ୟାଣ୍ଡଫଲ୍ ର ୬ ଘଣ୍ଟା ପୂର୍ବରୁ ଏବଂ ୬ ଘଣ୍ଟା ପର୍ଯ୍ୟନ୍ତ ବାତ୍ୟାର ପ୍ରକୋପ ବେଶୀ ରହିବ । ଘଣ୍ଟାପ୍ରତି ପବନର ବେଗ ୧୫୫ରୁ ୧୬୫ କିମି ରହିବ । ସ୍ଥଳବିଶେଷରେ ପବନର ବେଗ ୧୮୫ କିମି ପର୍ଯ୍ୟନ୍ତ ହୋଇପାରେ । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଏହାଦ୍ୱାରା ବେଶୀ ପ୍ରଭାବିତ ହେବ । ଆଜି ମଧ୍ୟରାତ୍ରରୁ ଏହି ସବୁ ଜିଲ୍ଲାରେ ବର୍ଷା ପବନ ଆରମ୍ଭ ହୋଇଯିବ ଏବଂ ୨୬ ତାରିଖ ଅପରାହ୍ନ ପର୍ଯନ୍ତ ଜାରି ରହିବ ବୋଲି ସେ କହିଛନ୍ତି ।

ତେବେ ‘ୟାସ୍’ ଅତି ଭୀଷଣ ବାତ୍ୟା ଏବଂ ଏସଟ୍ରିମିଲି କିମ୍ବା ସୁପର୍ ସାଇକ୍ଲୋନ୍ ନୁହେଁ ବୋଲି ଡ. ମହାପାତ୍ର ସ୍ପଷ୍ଟ କରିଛନ୍ତି । ଏହା ତୀବ୍ରତା ଫନିଠାରୁ କମ ବୋଲି ସେ କହିଛନ୍ତି । ତେବେ ଲୋକମାନେ ପ୍ରଶାସନକୁ ସହଯୋଗ କରି ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲି ଆସିବାକୁ ସେ ଅନୁରୋଧ କରିଛନ୍ତି ।

ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଘଣ୍ଟାକୁ ୯ କିମି ବେଗରେ ସ୍ଥଳ ଭାଗ ଆଡକୁ ମାଡ଼ି ଆସୁଛି “ୟାସ୍’ । ଆଜି ସକାଳେ ପାରାଦ୍ୱୀପରୁ ୩୬୦ ଓ ବାଲେଶ୍ୱରରୁ ୪୬୦ କିମି ଦୂରରେ ଥିଲା । କାଲି ମଧ୍ୟାହ୍ନ ବେଳକୁ ଏହା ଅତି ଭୀଷଣକାୟ ରୂପ ଧରି ସ୍ଥଳଭାଗ ଛୁଇଁବ ।

ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ପାଇଁ ଆଜି ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଏହି ସବୁ ଜିଲ୍ଲାରେ ଭୀଷଣ ବର୍ଷା ହେବାର ସମ୍ଭାବନା ଅଛି । ସେହିଭଳି ମୟୁରଭଞ୍ଜ, ଯାଜପୁର, କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବାଲେଶ୍ୱର ପଠାଇଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର ପାଖରେ ୟାସ୍ ର ଲ୍ୟାଣ୍ଡଫଲ୍ ସମ୍ଭାବନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଆଜି ବାଲେଶ୍ୱର ପଠାଇଛନ୍ତି । ସେଠାରେ ରହି ପରିସ୍ଥିତି ସମ୍ଭାଳିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି ।

Previous Post

ଏମସ୍ ପକ୍ଷରୁ ୪ ସେବା ଆରମ୍ଭ

Next Post

ସକାଳେ ଧାମରା ପାଖାପାଖି ଲ୍ୟାଣ୍ଡଫଲ୍

Next Post
ସକାଳେ ଧାମରା ପାଖାପାଖି ଲ୍ୟାଣ୍ଡଫଲ୍

ସକାଳେ ଧାମରା ପାଖାପାଖି ଲ୍ୟାଣ୍ଡଫଲ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA