Thursday, July 2, 2026 08:04 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଗ୍ଲୋବାଲ୍ ଟେଣ୍ଡରରେ ଭାଗ ନେବାକୁ ଆଗ୍ରହ ଦେଖାଉନାହାନ୍ତି ଟିକା କମ୍ପାନୀ!

କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡାଗଲା

by Our Correspondent
01 Jun, 2021- 08:23 PM
in Latest News, News
1 min read
0
ଗ୍ଲୋବାଲ୍ ଟେଣ୍ଡରରେ ଭାଗ ନେବାକୁ ଆଗ୍ରହ ଦେଖାଉନାହାନ୍ତି ଟିକା କମ୍ପାନୀ!

ଭୁୁବନେଶ୍ୱର: ଟିକା କିଣିବା ପାଇଁ ରାଜ୍ୟ ସରକାରଙ୍କ ଗ୍ଲୋବାଲ୍ ଟେଣ୍ଡର ଆହ୍ୱାନକୁ ସେଭଳି ରେସପନ୍ସ ମିଳୁନି । ଏପରିକି ଟିକା ଉତ୍ପାଦନକାରୀ ଭାରତୀୟ କମ୍ପାନୀ ସେରମ୍ ଏବଂ ଭାରତ ବାୟୋଟେକ୍ ପ୍ରି-ବିଡ୍ ମିଟିଂରେ ଅଂଶଗ୍ରହଣ କରିନାହାନ୍ତି । ଫାଇଜର ଏବଂ ମଡର୍ଣ୍ଣା ଭଳି ଗ୍ଲୋବାଲ୍ ଉତ୍ପାଦନକାରୀ ସିଧାସଳଖ କେନ୍ଦ୍ର ସରକାରଙ୍କ ସହ ଡିଲ୍ କରିବାକୁ ଚାହୁଁଛନ୍ତି । ଏଭଳିସ୍ଥିତିରେ ଟିକାକରଣକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ରାଜ୍ୟ ସରକାର । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି କେନ୍ଦ୍ରର ହସ୍ତକ୍ଷେପ ଲୋଡିଛନ୍ତି । ଆମେ ପଇସା ଦେଉଛୁ, ତମେ ଟିକା ଯୋଗାଇ ଦିଅ ବୋଲି ପରୋକ୍ଷରେ ଜଣାଇ ଦେଇଛନ୍ତି ।

ଶ୍ରୀ ଦାସ ତାଙ୍କ ଚିଠିରେ ଲେଖିଛନ୍ତି, ସାରା ବିଶ୍ୱ ଏବେ କରୋନା ସଙ୍କଟ ଦେଇ ଗତି କରୁଥିଲା ବେଳେ ସମ୍ଭାବ୍ୟ ତୃତୀୟ ଲହର ଚିନ୍ତାର ବିଷୟ ହୋଇଛି । କେବଳ ଟିକାକରଣ ଦ୍ୱାରା ହିଁ ଏହାର ମୁକାବିଲା ସମ୍ଭବ ହୋଇଥିବାରୁ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ପଡ଼ିବ ।

ଓଡ଼ିଶାରେ ଟିକାକରଣ ପ୍ରକ୍ରିୟାକୁ ସୁଚିନ୍ତିତ ଭାବେ କାର୍ଯ୍ୟକାରୀ କରାଯାଉଛି । ଯେଉଁଥିପାଇଁ ଓଡ଼ିଶାରେ ଟିକା କ୍ଷତି ଦେଶରେ ସର୍ବନିମ୍ନ । ଏପର୍ଯ୍ୟନ୍ତ ଆମେ ୬୧ ଲକ୍ଷ ୬ ହଜାର ୪୧୫ ଜଣଙ୍କୁ ଅନ୍ତତଃ ପ୍ରଥମ ଡୋଜ୍ ଟିକା ଦେଇସାରିଲୁଣୁ । ଏପ୍ରିଲ ପ୍ରଥମାର୍ଦ୍ଧରେ ଆମେ ଦୈନିକ ୨ ଲକ୍ଷ ଲୋକଙ୍କୁ ଟିକା ଦେଉଥିଲୁ । ଦୈନିକ ୩ ଲକ୍ଷ ଲୋକଙ୍କୁ ଟିକା ଦେବାର ସାମର୍ଥ୍ୟ ଆମର ଥିଲେ ମଧ୍ୟ ଟିକା ଅଭାବ ଯୋଗୁଁ ଏବେ ୬୦ ରୁ ୭୦ ହଜାର ଲୋକଙ୍କୁ ଟିକା ଦେବାକୁ ସକ୍ଷମ ହେଉଛୁ ।

୧୮ ରୁ ୪୪ ବୟସ ବର୍ଗଙ୍କ କ୍ଷେତ୍ରରେ ଟିକା ଉତ୍ପାଦନକାରୀଙ୍କଠାରୁ ରାଜ୍ୟମାନେ ସିଧାସଳଖ ଟିକା କିଣିବାକୁ କେନ୍ଦ୍ର ସରକାର ଅନୁମତି ଦେବା ପରେ ଓଡ଼ିଶା ସରକାର ୨୨୦ ଲକ୍ଷ ଡୋଜ୍ କୋଭିସିଲ୍ଡ ଏବଂ ୧୦.୩୪ ଲକ୍ଷ ଡୋଜ୍ କୋଭାକ୍ସିନ୍ ପାଇଁ ସଂପୃକ୍ତ କମ୍ପାନୀଙ୍କୁ ତୁରନ୍ତ ଅର୍ଡର ଦେଇଥିଲେ । ମାତ୍ର ଏ ପର୍ଯ୍ୟନ୍ତ ମାତ୍ର ୫ ଲକ୍ଷ ୭୮ ହଜାର ୪୮୦ ଡୋଜ୍ କୋଭିସିଲ୍ଡ ଏବଂ ୧ ଲକ୍ଷ ୬୫ ହଜାର ୪୯୦ ଡୋଜ୍ କୋଭାକ୍ସିନ୍ ମିଳିଛି । ଆମର ଆବଶ୍ୟକତା ତୁଳନାରେ ଏହା ଅତ୍ୟନ୍ତ ନଗନ୍ୟ ।

ସିଧାସଳଖ କ୍ରୟରେ ଯୋଗାଣ ସମସ୍ୟା ଦୃଷ୍ଟିରୁ ଓଡ଼ିଶା ସରକାର ଟିକା କିଣିବା ପାଇଁ ଗ୍ଲୋବାଲ୍ ଟେଣ୍ଡର ଡାକିଛନ୍ତି । ମାତ୍ର ଏହାକୁ ସେଭଳି ସମର୍ଥନ ମିଳିନାହିଁ । ପ୍ରି-ବିଡ୍ ମିଟିଂରେ ସେରମ୍ ଏବଂ ଭାରତ ବାୟୋଟେକ୍ ଅଂଶଗ୍ରହଣ କରିନାହାନ୍ତି । ଏଥିରୁ ସ୍ପଷ୍ଟ ଯେ ସୀମିତ ଉତ୍ପାଦନରେ ରାଜ୍ୟମାନଙ୍କୁ ଟିକା ଯୋଗାଇବାରେ ସେମାନେ ସମର୍ଥ ନାହାନ୍ତି । ସୁତରାଂ ସେମାନଙ୍କ ଉତ୍ପାଦନ କ୍ଷମତା ବୃଦ୍ଧି କରିବା ଜରୁରୀ ହୋଇପଡିଛି ।

କେବଳ ଓଡ଼ିଶା ନୁହେଁ, ଅନ୍ୟ ରାଜ୍ୟମାନେ ମଧ୍ୟ ଅନୁରୂପ ସମସ୍ୟା ଦେଇ ଗତି କରୁଛନ୍ତି । ଫାଇଜର ଏବଂ ମଡର୍ଣ୍ଣା ଭଳି ଗ୍ଲୋବାଲ୍ ଟିକା ଉତ୍ପାଦନକାରୀ କେନ୍ଦ୍ର ସରକାରଙ୍କ ସହ ଡିଲ୍ କରିବାକୁ ଚାହୁଁଛନ୍ତି । ରାଜ୍ୟମାନଙ୍କୁ ଟିକା ଯୋଗାଣ ପାଇଁ ସେମାନେ କେନ୍ଦ୍ରର କ୍ଲିୟରାନ୍ସ ଦରକାର କରୁଛନ୍ତି । ଏ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଭୂମିକା ଗୁରୁତ୍ୱ ବହନ କରୁଛି । ସୁତରାଂ ଟିକା କ୍ରୟ କେନ୍ଦ୍ରସ୍ତରରେ ହେଲେ ତ୍ୱରାନ୍ୱିତ ହୁଅନ୍ତା ବୋଲି ନବ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ, ଓଡ଼ିଶା ସରକାର ଡାକିଥିବା ଗ୍ଲୋବାଲ୍ ଟେଣ୍ଡର ସମୟସୀମାକୁ ଜୁନ୍ ୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

Previous Post

ସିବିଏସଇ ଦ୍ୱାଦଶ ପରୀକ୍ଷା ବାତିଲ

Next Post

କୋଭିଡ୍ ରେ ଅନାଥ ମହିଳା ଓ ପିଲାଙ୍କୁ ୧୫ ଦିନରେ ପେନସନ୍

Next Post
କୋଭିଡ୍ ରେ ଅନାଥ ମହିଳା ଓ ପିଲାଙ୍କୁ ୧୫ ଦିନରେ ପେନସନ୍

କୋଭିଡ୍ ରେ ଅନାଥ ମହିଳା ଓ ପିଲାଙ୍କୁ ୧୫ ଦିନରେ ପେନସନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA