Saturday, July 4, 2026 08:30 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଏୟାରଲିଫ୍ଟ ହେଲେ ଅଭିଷେକ

ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ନବ ବିବାହିତା ପତ୍ନୀଙ୍କ ଆକୁଳ ନିବେଦନ

by Our Correspondent
09 Jun, 2021- 04:10 PM
in Latest News, News
1 min read
0
ଏୟାରଲିଫ୍ଟ ହେଲେ ଅଭିଷେକ

ଭୁୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇ ସଙ୍କଟାପନ୍ନ ଅବସ୍ଥାରେ ଥିବା ଭଦ୍ରକ ବାସୁଦେବପୁର ଅଞ୍ଚଳର ଯୁବ ଇଂଜିନିୟର ଅଭିଷେକ ମହାପାତ୍ରଙ୍କୁ ଆଜି କୋଲକତା ଏୟାରଲିଫ୍ଟ କରାଯାଇଛି । କଳିଙ୍ଗ ହସ୍ପିଟାଲ୍ ରୁ ଏୟାରପୋର୍ଟ ପର୍ଯ୍ୟନ୍ତ ରାସ୍ତାକୁ ଗ୍ରୀନ୍ କରିଡର କରାଯାଇ ତାଙ୍କୁ ଆମ୍ବୁଲାନସ୍ ରେ ଅଣାଯାଇଥିଲା । ଅଭିଷେକଙ୍କୁ କୋଲକତାର ଏକ ଘରୋଇ ହସ୍ପିଟାଲ୍ ରେ ଏକମୋ ଚିକିତ୍ସା କରାଯିବ ।

୨୮ ବର୍ଷୀୟ ଅଭିଷେକ ଗତ ମେ ୫ ତାରିଖରେ ବିବାହ କରିଛନ୍ତି । ବାହାଘରର ମାତ୍ର ୮ ଦିନ ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଘରେ ଆଇସୋଲେସନ୍ ରେ ଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ପରିବାର ଲୋକେ ତାଙ୍କୁ ଭୁବନେଶ୍ୱରର କଳିଙ୍ଗ ହସ୍ପିଟାଲ୍ ରେ ଭର୍ତ୍ତି କରିଥିଲେ । ଭେଣ୍ଟିଲେଟରରେ ଥିଲେ ବି ତାଙ୍କ ଅବସ୍ଥା ଦିନକୁ ଦିନ ଗୁରୁତର ହେବାକୁ ଲାଗିଥିଲା । ତାଙ୍କୁ ଏକମୋ ଚିକିତ୍ସା ନିହାତି ଜରୁରୀ ବୋଲି ଡାକ୍ତରମାନେ କହିବା ପରେ ପ୍ରବଳ ଆର୍ଥିକ ପ୍ରତିବନ୍ଧକ ମଧ୍ୟରେ ଆଜି ତାଙ୍କୁ କୋଲକତା ଏୟାରଲିଫ୍ଟ କରାଯାଇଛି ।

ନିହାତି ସାଧାରଣ ଘରର ଯୁବକ ଅଭିଷେକଙ୍କ ଏୟାରଲିଫ୍ଟ ଏବଂ ଚିକିତ୍ସା ବାବଦରେ ଦେଢ଼କୋଟିର ଅଧିକ ଅର୍ଥର ଆବଶ୍ୟକତା ଥିଲା ବେଳେ ସ୍ୱାମୀର ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି ପତ୍ନୀ ମୌସୁମୀ ମହାନ୍ତି । ଅର୍ଥ ସାହାଯ୍ୟ କରି ମୋ ସ୍ୱାମୀଙ୍କୁ ବଞ୍ଚେଇ ଦିଅ ବୋଲି ସମସ୍ତଙ୍କୁ ଆକୁଳ ପ୍ରାର୍ଥନା କରିଛନ୍ତି । ଓଡ଼ିଶାର ସାଢ଼େ ଚାରି କୋଟି ଜନତା ଟଙ୍କାଏ ଲେଖାଏଁ ଦେଲେ ତାଙ୍କ ସିନ୍ଦୁର ବଞ୍ଚିବ ବୋଲି ବିକଳ ହୋଇ କହିଛନ୍ତି ।

ସୋସିଆଲ୍ ମିଡ଼ିଆଠାରୁ ଆରମ୍ଭ କରି ବିଭିନ୍ନ ଟିଭି ଚାନେଲ୍ ଏବଂ ଖବରକାଗଜରେ ଏହି ନବ ବିବାହିତାଙ୍କ ଆକୁଳ ନିବେଦନ ପ୍ରଚାରିତ ହେଲା ପରେ ସହଯୋଗର ହାତ ବଢୁଛି । କିଛି ଆର୍ଥିକ ସହଯୋଗ ମିଳିଲା ପରେ ଆଜି ଅଭିଷେକଙ୍କୁ ଏୟାରଲିଫ୍ଟ କରାଯାଇଛି । ତେବେ ଚିକିତ୍ସା ବାବଦରେ ଦୈନିକ ୧ ଲକ୍ଷରୁ ୨ ଲକ୍ଷ ଟଙ୍କା ଆବଶ୍ୟକତା ଥିବାରୁ ଆର୍ଥିକ ସହାୟତାକୁ ଚାହିଁ ବସିଛନ୍ତି ପତ୍ନୀ ଓ ପରିବାର । ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୦ ଲକ୍ଷ ଟଙ୍କା ମିଳିପାରିଛି ।

ଯଦି କେହି ସହୃଦୟ ବ୍ୟକ୍ତି ଅଭିଷେକଙ୍କୁ ସାହାଯ୍ୟ କରିବାକୁ ଚାହୁଁଥାଆନ୍ତି, ତେବେ ମିଲାପ ଫଣ୍ଡ ରେଜର୍ ଆପ୍ କିମ୍ବା ୯୫୮୩୫୯୬୮୮୬(ରୋଶନ ମହାନ୍ତି) ଫୋନ୍ ପେ’ ଜରିଆରେ ସହଯୋଗ କରିପାରିବେ ବୋଲି ଅଭିଷେକଙ୍କ ପତ୍ନୀ ନିବେଦନ କରିଛନ୍ତି ।

Previous Post

ତୃତୀୟ ଲହର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି

Next Post

ଆଇପିଏସ୍ ଓ ଆଇଏଫଏସ୍ ସ୍ତରରେ ଅଦଳବଦଳ

Next Post
ଆଇପିଏସ୍ ଓ ଆଇଏଫଏସ୍ ସ୍ତରରେ ଅଦଳବଦଳ

ଆଇପିଏସ୍ ଓ ଆଇଏଫଏସ୍ ସ୍ତରରେ ଅଦଳବଦଳ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA