Thursday, July 2, 2026 11:24 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଚାଲିଗଲେ ତପୁ ମିଶ୍ର

by Our Correspondent
19 Jun, 2021- 11:52 PM
in Latest News, News
1 min read
0
ଚାଲିଗଲେ ତପୁ ମିଶ୍ର

ଭୁବନେଶ୍ୱର: ତପୁ ମିଶ୍ର ଆଉ ନାହାନ୍ତି । କରୋନା ଛଡ଼ାଇ ନେଇଛି ଓଡ଼ିଶାର ଏହି ଲୋକପ୍ରିୟ ଯୁବ କଣ୍ଠଶିଳ୍ପୀଙ୍କୁ । ସମ୍ ହସ୍ପିଟାଲ୍ ର ଆଇସିୟୁରେ ସଙ୍କଟାପନ୍ନ ଅବସ୍ଥାରେ ଥିବା ତପୁଙ୍କୁ ରାଜ୍ୟ ବାହାରକୁ ଏୟାରଲିଫ୍ଟ କରିବାକୁ ଯୋଜନା ଚାଲିଥିବା ବେଳେ ଆଜି ରାତି ୧୧ଟାରେ ସେ ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି । ଗତମାସ ୧୦ ତାରିଖରେ ତାଙ୍କ ବାପାଙ୍କୁ ବି କରୋନା ଛଡ଼ାଇ ନେଇଥିଲା ।

ତପୁଙ୍କ ବିୟୋଗରେ ଓଡ଼ିଶାର କଳା ଓ ଚଳଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି । ଗତକାଲି ବରିଷ୍ଠ ଆଇପିଏସ ଦେବାଶିଷ ପାଣିଗ୍ରାହୀଙ୍କ ମୃତ୍ୟୁ ଖବର ଯେଉଁ ସମୟରେ ଆସିଥିଲା ଆଜି ଠିକ୍ ସେହି ସମୟରେ ତପୁଙ୍କ ମୃତ୍ୟୁ ଖବର ସମସ୍ତଙ୍କ ହୃଦୟ ଥରାଇ ଦେଇଛି ।

ମେ ମାସ ଦ୍ୱିତୀୟ ସପ୍ତାହରେ ତପୁ କରୋନାରେ ଆକ୍ରାନ୍ତ ହୋଇଥିଲେ । ହୋମ୍ ଆଇସୋଲେସନ୍ ରେ ଥିଲା ବେଳେ ତାଙ୍କ ଅବସ୍ଥା ଖରାପ ହେବାରୁ ମେ ୧୯ ତାରିଖ ସଂଧ୍ୟାରେ ସେ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ମାତ୍ର ତାଙ୍କ ଅବସ୍ଥାରେ ଉନ୍ନତି ଆସି ନ ଥିଲା । ପରବର୍ତ୍ତୀ ସମୟରେ ସେ କୋଭିଡ୍ ନେଗେଟିଭ୍ ଚିହ୍ନଟ ହୋଇଥିଲେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥା ଅଧିକ ଜଟିଳ ହୋଇପଡ଼ିଥିଲା । ତାଙ୍କ ଫୁସଫୁସ୍ ୭୫% ସଂକ୍ରମିତ ହୋଇଥିଲା । ଅକ୍ସିଜେନ୍ ସ୍ତର ହ୍ରାସ୍ ପାଇବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ।

ଉନ୍ନତମାନର ଚିକିତ୍ସା ପାଇଁ ତାଙ୍କୁ କୋଲକତା କିମ୍ବା ଚେନ୍ନାଇ ନେବାକୁ ଯୋଜନା କରାଯାଉଥିବା ବେଳେ ପରିବାର ଓ ପ୍ରିୟଜନମାନେ ରାଜ୍ୟ ସରକାର ଏବଂ ଶୁଭେଚ୍ଛୁମାନଙ୍କ ସାହାଯ୍ୟ ଲୋଡିଥିଲେ ।

ଖୁବ୍ କମ ବୟସରୁ ସଫଳତାର ଶୀର୍ଷ ଛୁଇଁଥିଲେ ତପୁ । ଓଡ଼ିଆ ଚଳଚିତ୍ର ଜଗତର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଭାବେ ସେ ଘରେ ଘରେ ପରିଚତ ହୋଇଥିଲେ । ଏକାଧିକ ହିଟ୍ ଫିଲ୍ମରେ ଥିଲା ତାଙ୍କ କଣ୍ଠର ଯାଦୁ । ଖାଲି ଜଣେ ସଫଳ କଳାକାର ନୁହଁନ୍ତି, ଜଣେ ଭଲ ଓ ଖୁସି ମିଜାଜ୍ ର ମଣିଷ ଥିଲେ ତପୁ । ୨୦୧୮ ମସିହାରେ ତପୁ ବିବାହ କରିଥିଲେ ।

Previous Post

ଭବାନୀପାଟଣାରେ ୨୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ ହସ୍‌ପିଟାଲ

Next Post

ଅନାଥ ପିଲାଙ୍କ ପାଇଁ ନବୀନଙ୍କ ନୂଆ ଯୋଜନା ‘ଆଶୀର୍ବାଦ’

Next Post
ଅନାଥ ପିଲାଙ୍କ ପାଇଁ ନବୀନଙ୍କ ନୂଆ ଯୋଜନା ‘ଆଶୀର୍ବାଦ’

ଅନାଥ ପିଲାଙ୍କ ପାଇଁ ନବୀନଙ୍କ ନୂଆ ଯୋଜନା 'ଆଶୀର୍ବାଦ'

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA