Tuesday, June 30, 2026 07:04 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୩୦ ଜିଲ୍ଲା ପାଇଁ ୬ ବରିଷ୍ଠ ପର୍ଯ୍ୟବେକ୍ଷକ, ୨୬ ପର୍ଯ୍ୟବେକ୍ଷକ

ବିଜେଡ଼ି ଘୋଷଣା କଲା ନୂଆ ତାଲିକା

by Our Correspondent
26 Jun, 2021- 03:28 PM
in Latest News, News, Politics
1 min read
0
୩୦ ଜିଲ୍ଲା ପାଇଁ ୬ ବରିଷ୍ଠ ପର୍ଯ୍ୟବେକ୍ଷକ, ୨୬ ପର୍ଯ୍ୟବେକ୍ଷକ

ଭୁବନେଶ୍ୱର: ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଜିଲ୍ଲା ଦଳୀୟ ପର୍ଯ୍ୟବେକ୍ଷକ ତାଲିକାରେ ପରିବର୍ତ୍ତନ କରିଛନ୍ତି । ୨୬ ବରିଷ୍ଠ ନେତାଙ୍କୁ ୩୦ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଥିବା ବେଳେ ୬ ବରିଷ୍ଠ ନେତାଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇଛନ୍ତି । ଜଣେ ଜଣେ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କ ଅଧୀନରେ ଏକାଧିକ ଜିଲ୍ଲାର ଦେଖାଶୁଣା ଦାୟିତ୍ୱ ଛଡ଼ାଯାଇଛି ।

ପ୍ରଥମ ଥର ପାଇଁ ଦଳରେ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯିବା ସହ ଏଥିରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଗୁରୁତ୍ୱ ଦିଆଯାଇଛି । ଗତଥର ତାଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ମୂଳରୁ ମିଳି ନ ଥିଲା ବେଳେ ଏଥର ସିଧାସଳଖ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ସର୍ବାଧିକ ୭ ଟି ଜିଲ୍ଲାର ଦାୟିତ୍ୱ ପାଇଛନ୍ତି । ଅନ୍ୟ ବରିଷ୍ଠ ପର୍ଯ୍ୟବେକ୍ଷକ ବିକ୍ରମ କେଶରୀ ଆରୁଖଙ୍କ ଦାୟିତ୍ୱରେ ୫ ଜିଲ୍ଲା, ଦେବୀ ପ୍ରସାଦ ମିଶ୍ରଙ୍କୁ ୬ ଜିଲ୍ଲା, ନିରଞ୍ଜନ ପୂଜାରୀଙ୍କୁ ୪ ଜିଲ୍ଲା, ପ୍ରସନ୍ନ ଆଚାର୍ଯ୍ୟଙ୍କୁ ୬ ଜିଲ୍ଲା ଏବଂ ମହେଶ୍ୱର ମହାନ୍ତିଙ୍କୁ ୨ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି ।

ସାଧାରଣ ନିର୍ବାଚନ ପରେ ୨୦୧୯ ଅଗଷ୍ଟ ମାସରେ ୩୦ଟି ଯାକ ଜିଲ୍ଲା ପାଇଁ ଦଳୀୟ ପର୍ଯ୍ୟବେକ୍ଷକ ଦାୟିତ୍ୱ ବାଣ୍ଟିଥିଲେ ନବୀନ । ଦୁଇବର୍ଷ ପୂରିବାକୁ ଦୁଇମାସ ବାକିଥିବା ବେଳେ ଏହି ତାଲିକାକୁ ବଦଳା ଯାଇଛି । ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳକୁ ଅଧିକ ସଶକ୍ତ ଓ କ୍ରିୟାଶୀଳ କରିବା କରିବା ପାଇଁ ନବୀନଙ୍କ ରଣକୌଶଳର ଏହା ଅଂଶବିଶେଷ ବୋଲି କୁହାଯାଉଛି । ପୁରୁଣା ତାଲିକାରେ ଥିବା ସଞ୍ଜୟ ଦାସବର୍ମା, ଅମର ଶତପଥୀ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, କୃତ୍ତିବାସ ପାତ୍ର ଏବଂ ଆୟୁବ ଖାଁକୁ ନୂଆ ତାଲିକାରେ ବାଦ ଦିଆଯାଇଛି ।

ନୂଆ ପର୍ଯ୍ୟବେକ୍ଷକ ତାଲିକାରେ ଅଛନ୍ତି ୨୬ ବରିଷ୍ଠ ନେତା । ବିଜେଡ଼ି ସାଂଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଗତଥର କେବଳ ମୟୁରଭଞ୍ଜ ଜିଲ୍ଲା ଦାୟିତ୍ୱରେ ଥିବା ବେଳେ ଏଥର ମୟୁରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା ଦାୟିତ୍ୱ ପାଇଛନ୍ତି । ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ଗତଥର ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳି ନ ଥିଲା । ମାତ୍ର ଏଥର ତାଙ୍କୁ ଗଜପତି ଓ ରାୟଗଡ଼ା ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଗତଥର ବଲାଙ୍ଗୀର ଜିଲ୍ଲା ଦାୟିତ୍ୱ ଦିଆଯାଇଥିଲା । ଏଥର ତାଙ୍କୁ ବଲାଙ୍ଗୀର ଓ ଦେବଗଡ଼ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ଚନ୍ଦ୍ରସାରଥୀ ବେହେରାଙ୍କୁ ପୂର୍ବଭଳି କୋରାପୁଟ ଓ ମାଲକାନଗିରି ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି ।

ବିଜେଡ଼ି ସଭାପତିଙ୍କ ଏହି ନିଯୁକ୍ତିକୁ ଦଳର ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।

କିଏ କେଉଁ ଜିଲ୍ଲା ଦାୟିତ୍ୱରେ

ବରିଷ୍ଠ ପର୍ଯ୍ୟବେକ୍ଷକ:

ବିକ୍ରମ କେଶରୀ ଆରୁଖଙ୍କ ଦାୟିତ୍ୱରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଳା ଥିବା ବେଳେ ଦେବୀ ପ୍ରସାଦ ମିଶ୍ରଙ୍କୁ ଗଞ୍ଜାମ, ନୟାଗଡ଼, କନ୍ଧମାଳ, ଖୋର୍ଦ୍ଧା, ପୁରୀ ଓ ବୌଦ୍ଧ ଜିଲ୍ଲା ଦିଆଯାଇଛି । ନିରଞ୍ଜନ ପୂଜାରୀଙ୍କୁ ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର ଓ ବରଗଡ଼ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ଦେଓଗଡ଼, ଅନୁଗୁଳ ଓ ଢ଼େଙ୍କାନାଳ ଜିଲ୍ଲା ଦିଆଯାଇଛି । ପ୍ରସନ୍ନ ଆଚାର୍ଯ୍ୟଙ୍କ ଦାୟିତ୍ୱରେ କଟକ, ଜଗତସିଂହପୁର,କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଛଡ଼ାଯାଇଛି । ମହେଶ୍ୱର ମହାନ୍ତିଙ୍କୁ ମୟୁରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା ଦାୟିତ୍ୱ ଦିଆଯାଇଛି ।

ପର୍ଯ୍ୟବେକ୍ଷକ:

ଅନୁଗୁଳ- ପ୍ରଶାନ୍ତ ମୁଦୁଲି
ବାଲେଶ୍ୱର- ପ୍ରତାପ କେଶରୀ ଦେବ
ବରଗଡ଼- ସୁଧୀର କୁମାର ସାମଲ
ଭଦ୍ରକ- ପ୍ରଣବ ବଳବନ୍ତରାୟ
ବଲାଙ୍ଗୀର/ଦେବଗଡ଼- ସୁଶାନ୍ତ ସିଂ
ବୌଦ୍ଧ- ସୌଭାଗ୍ୟ ନାୟକ
କଟକ- ଶ୍ରୀମତୀ ଉଷା ଦେବୀ
ଢ଼େଙ୍କାନାଳ- ବିଜୟ ନାୟକ
ଗଜପତି/ରାୟଗଡ଼ା- ଅତନୁ ସବ୍ୟସାଚୀ ନାୟକ
ଗଞ୍ଜାମ- ପ୍ରଫୁଲ୍ଲ ମଲ୍ଲିକ
ଜଗତସିଂହପୁର- ସମୀର ରଞ୍ଜନ ଦାଶ
ଯାଜପୁର- ଅଶୋକ ଚନ୍ଦ୍ର ପଣ୍ଡା
ଝାରସୁଗୁଡ଼ା- ସୁବାସ ସିଂହ
କଳାହାଣ୍ଡି- ନବ କିଶୋର ଦାସ
କନ୍ଧମାଳ- ପ୍ରତାପ ଜେନା
କେନ୍ଦ୍ରାପଡ଼ା- ଦେବାଶିଷ ସାମନ୍ତରାୟ
କେନ୍ଦୁଝର/ମୟୁରଭଞ୍ଜ- ପ୍ରଣବ ପ୍ରକାଶ ଦାସ
ଖୋର୍ଦ୍ଧା- ଶ୍ରୀମତୀ ପ୍ରମିଳା ମଲ୍ଲିକ
କୋରାପୁଟ/ମାଲକାନଗିରି- ଚନ୍ଦ୍ରସାରଥୀ ବେହେରା
ନବରଙ୍ଗପୁର- ତୁଷାରକାନ୍ତି ବେହେରା
ନୟାଗଡ଼- ପଦ୍ମନାଭ ବେହେରା
ନୂଆପଡ଼ା- ଦିବ୍ୟଶଙ୍କର ମିଶ୍ର
ପୁରୀ- ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ସମ୍ବଲପୁର- ନଳିନୀକାନ୍ତ ପ୍ରଧାନ
ସୁବର୍ଣ୍ଣପୁର- ପ୍ରଦୀପ କୁମାର ଅମାତ୍
ସୁନ୍ଦରଗଡ଼- ପ୍ରୀତିରଞ୍ଜନ ଘଡ଼ାଇ

Previous Post

୩୦ଟି ଯାକ ଜିଲ୍ଲାରେ ଅକ୍ସିଜେନ୍ ପ୍ଲାଣ୍ଟ କାମ ଆରମ୍ଭ

Next Post

ପୁଲିସ ଚାକିରିରେ ଯୋଗଦେଲେ ୩୯ କ୍ରୀଡ଼ାବିତ୍

Next Post
ପୁଲିସ ଚାକିରିରେ ଯୋଗଦେଲେ ୩୯ କ୍ରୀଡ଼ାବିତ୍

ପୁଲିସ ଚାକିରିରେ ଯୋଗଦେଲେ ୩୯ କ୍ରୀଡ଼ାବିତ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA