Tuesday, June 30, 2026 03:51 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପୁଲିସ ଚାକିରିରେ ଯୋଗଦେଲେ ୩୯ କ୍ରୀଡ଼ାବିତ୍

ନିଯୁକ୍ତି ଘୋଷଣା ସହ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ

by Our Correspondent
26 Jun, 2021- 09:06 PM
in Latest News, News
1 min read
0
ପୁଲିସ ଚାକିରିରେ ଯୋଗଦେଲେ ୩୯ କ୍ରୀଡ଼ାବିତ୍

ଭୁବନେଶ୍ୱର: ରାଜ୍ୟର ୩୯ ଜଣ  କ୍ରୀଡ଼ାବିତ୍ ଙ୍କୁ ଓଡ଼ିଶା ପୁଲିସରେ ମିଳିଛି ନିଯୁକ୍ତି । ସେମାନଙ୍କ ମଧ୍ୟରୁ ୩୦ ଜଣ ହେଉଛନ୍ତି ମହିଳା । ବିଗତ ଦିନରେ ୬ ଟି ପର୍ଯ୍ୟାୟରେ ୯୬ ଜଣ କ୍ରୀଡ଼ାବିତ୍ ଙ୍କୁ ଓଡ଼ିଶା ପୁଲିସର ବିଭିନ୍ନ ପଦରେ ନିଯୁକ୍ତି ମିଳିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆ ୩୯ ଜଣ କ୍ରୀଡ଼ାବିତ୍ ଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ।

ଭର୍ଚୁଆଲ୍ ପ୍ଲାଟଫର୍ମରେ ଆୟୋଜିତ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନୂଆ ନିଯୁକ୍ତିପ୍ରାପ୍ତ କ୍ରୀଡ଼ାବିତ୍ ଙ୍କୁ ଅଭିନନ୍ଦନ ଜଣାଇଥିଲେ । ଆପଣମାନଙ୍କ ପାଇଁ ଏହା ବିଶେଷ ମୁହୁର୍ତ୍ତ ଏବଂ ଏହି ସଫଳତା ପାଇଁ ଆପଣଙ୍କ ବାପା ମା ଏବଂ ପରିବାର ଗର୍ବ ଅନୁଭବ କରୁଥିବେ । ପ୍ରତିବଦ୍ଧତା, ଶୃଙ୍ଖଳା ଏବଂ କଠିନ ପରିଶ୍ରମ ଆପଣମାନଙ୍କୁ ଏହି ଜାଗାରେ ପହଞ୍ଚାଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ । ଏଥିସହ ରାଜ୍ୟର କ୍ରୀଡ଼ାବିତ୍ ଏବଂ କ୍ରୀଡ଼ାପ୍ରେମୀମାନଙ୍କ ସ୍ୱପ୍ନକୁ ସାକାର କରିବାରେ ରାଜ୍ୟ ସରକାର ସବୁ ପ୍ରକାର ସାହାଯ୍ୟ ଓ ସମର୍ଥନ ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଆଗାମୀ ଦିନରେ ଅନେକ ସଫଳ ଖେଳାଳୀ ସୃଷ୍ଟି କରାଯିବ ଏବଂ ରାଜ୍ୟ ଓ ଦେଶ ପାଇଁ ସେମାନେ ଗୌରବ ଆଣିବେ ବୋଲି କହିଥିଲେ ।

ଓଡ଼ିଶାକୁ କ୍ରୀଡ଼ାର ପାୱାରହାଉସ୍ କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ସଂକଳ୍ପ ଦୋହରାଇଥିଲେ । ରାଜ୍ୟରେ କ୍ରୀଡ଼ା ଓ କ୍ରୀଡ଼ା ଭିତ୍ତିଭୂମି ର ସର୍ବାଙ୍ଗୀନ ଉନ୍ନତି ପାଇଁ ୧ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଉଛି । ୨୦୨୩ ବିଶ୍ୱକପ୍ ହକି ପାଇଁ ରାଉରକେଲାରେ ଭାରତର ସର୍ବବୃହତ୍ତମତ୍ତ ହକି ଷ୍ଟାଡିୟମ୍ ନିର୍ମାଣ କରାଯାଉଛି । ପ୍ରଖ୍ୟାତ୍ କ୍ରୀଡ଼ାବିତ୍ ଏବଂ କର୍ପୋରେଟ୍ ଅନୁଷ୍ଠାନ ସହଭାଗିତାରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କ୍ରୀଡ଼ା ଉକ୍ରର୍ଷ କେନ୍ଦ୍ର ଖୋଲିବା ଯୋଜନା ହୋଇଛି । ସ୍କୁଲରେ କ୍ରୀଡ଼ା ଶିକ୍ଷା ଏବଂ କୋଚିଂ କୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ସଫଳତା ମନେ ପକାଇଥିଲେ । ଗତ କେଇ ବର୍ଷ ଧରି ଦେଶର କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ସ୍ଥାନରେ ଅଛି । ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ଉତ୍ସବକୁ ଆମେ ସଫଳତାର ସହ ଆୟୋଜନ କରିଛୁ । ୨୦୧୮ ହକି ବିଶ୍ୱକପ ଏବଂ ୨୦୧୭ ଏସିଆନ୍ ଆଥଲେଟିକସ୍ ଚମ୍ପିଅନସିପ୍ ଆୟୋଜନରେ ଆମେ ବିରାଟ ସଫଳତା ପାଇଛୁ ବୋଲି କହିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ(୫ଟି) ଭି.କେ.ପାଣ୍ଡିଆନ୍ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ନବନିଯୁକ୍ତ ପୁଲିସ କର୍ମଚାରୀଙ୍କ ସହ ସେ କଥାବାର୍ତ୍ତ କରି ସେମାନଙ୍କ କ୍ୟାରିୟରର ସଫଳତା କାମନା କରିଥିଲେ । ନିଜର ଦକ୍ଷତା ବଳରେ ସେମାନେ ରାଜ୍ୟ ପାଇଁ ଗୌରବ ଆଣିପାରିବେ ବୋଲି ଶ୍ରୀ ପାଣ୍ଡିଆନ୍ କହିଥିଲେ ।

ପୁଲିସ ଡିଜି ଶ୍ରୀ ଅଭୟ ସ୍ୱାଗତ ଭାଷଣ ଦେଇଥିଲେ । କ୍ରୀଡ଼ା ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରାଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ । ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ମୁଖ୍ୟମନ୍ତ୍ରୀ ଏହି ଅବସରରେ ସମ୍ପ୍ରସାରିତ ଇ-ଏଫଆଇଆରର ଶୁଭାରମ୍ଭ କରିଥିଲେ । ଏହାଦ୍ୱାରା ସର୍ବସାଧାରଣ ଜାଗାରେ ଚେନ୍ ଲୁଟ୍, ଲାପଟପ୍ ଏବଂ ମୋବାଇଲ୍ ଚୋରି ଆଦି ମାମଲାରେ ଅଭିଯୋଗ କରିବାକୁ ଥାନାକୁ ଯିବାକୁ ପଡ଼ିବନି । ସେଇ ଜାଗାରୁ ମୋବାଇଲ୍ ରେ ଅଭିଯୋଗ କରାଯାଇପାରିବ ।

Previous Post

୩୦ ଜିଲ୍ଲା ପାଇଁ ୬ ବରିଷ୍ଠ ପର୍ଯ୍ୟବେକ୍ଷକ, ୨୬ ପର୍ଯ୍ୟବେକ୍ଷକ

Next Post

ସ୍ନେହାଙ୍ଗୀନଙ୍କ ଜୁମ୍ବୋ ଟିମ୍

Next Post
ସ୍ନେହାଙ୍ଗୀନଙ୍କ ଜୁମ୍ବୋ ଟିମ୍

ସ୍ନେହାଙ୍ଗୀନଙ୍କ ଜୁମ୍ବୋ ଟିମ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA