Monday, June 29, 2026 06:58 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନଙ୍କୁ ପୁଣି ଟାର୍ଗେଟ୍ କଲେ ସୌମ୍ୟ

ତୃତୀୟ ନୟନ ନାଁ, ବିଭୀଷଣ ଭୂମିକା!

by Our Correspondent
01 Jul, 2021- 11:49 AM
in Latest News, News
1 min read
0
ନବୀନଙ୍କୁ ପୁଣି ଟାର୍ଗେଟ୍ କଲେ ସୌମ୍ୟ

ଭୁବନେଶ୍ୱର: ବିଜେଡ଼ି ବରିଷ୍ଠ ଉପସଭାପତି, ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଆଜି ତାଙ୍କ ଖବରକାଗଜର ଆମ ଘରର ହାଲଚାଲ ସ୍ତମ୍ଭରେ ସିଧାସଳଖ ତାଙ୍କର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ ଅଙ୍ଗୁଳି ଉଠାଇଛନ୍ତି । କୋଭିଡ୍ ମୃତକଙ୍କ ସଂଖ୍ୟା ସରକାର ଲୁଚାଉଥିବା ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀଙ୍କୁ କଟୁ ସମାଲୋଚନା କରିଛନ୍ତି । ନବୀନଙ୍କ ଶାସନର ଏହା ଗୁରୁଚଣ୍ଡାଳ ଦୋଷ ବୋଲି ଆକ୍ଷେପ କରିଛନ୍ତି । ଶ୍ରେଣୀରେ ପ୍ରଥମ ହେବାର ନିଶା ଓ ଅତୀତ ସଫଳତାର ଏହା ଅହଙ୍କାର ବୋଲି କହିବାକୁ ପଛାଇନାହାନ୍ତି । ‘ଶ୍ରେଣୀରେ ପ୍ରଥମ ହେଲା ପରେ ବି କପି’ କାହିଁକି ବୋଲି ପଚାରିଛନ୍ତି ସୌମ୍ୟ ।

ଗଣମାଧ୍ୟମର ସମ୍ପାଦକ ଭାବେ ସୌମ୍ୟ ନିଜକୁ ତୃତୀୟ ନୟନ ବିଚାର କରି ମୁଖ୍ୟମନ୍ତ୍ରୀଙ୍କୁ କୁଆଡେ ଏହି ବାର୍ତ୍ତା ଦେଇଛନ୍ତି । ନବୀନଙ୍କ କାର୍ଯ୍ୟଶୈଳୀ ତାଙ୍କୁ ଆଦୌ ପସନ୍ଦ ହେଉନାହିଁ । ହାତଗଣତି କେତେଜଣ ରାଜନୈତିକ ଅନୁଗାମୀ ଓ ପ୍ରଶାସକଙ୍କ ସହାୟତାରେ ନବୀନ କାର୍ଯ୍ୟ କରିବାକୁ ପସନ୍ଦ କରୁଥିବାରୁ ତାଙ୍କୁ ଅସହ୍ୟ ଲାଗୁଛି । ମୁଖ୍ୟମନ୍ତ୍ରୀ ଏହି କୋଟରୀରୁ ମୁକ୍ତ ହୁଅନ୍ତୁ ଏବଂ କୋଭିଡ୍ ମୃତକଙ୍କ ସମ୍ପର୍କରେ ଏକ ଶ୍ୱେତପତ୍ର ପ୍ରକାଶ କରି ସାହାସର ପରିଚୟ ଦିଅନ୍ତୁ ବୋଲି ସୌମ୍ୟ ଆହ୍ୱାନ ଦେଇଛନ୍ତି ।

କୋଭିଡ୍ ମୃତ୍ୟୁ ତଥ୍ୟ ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଲୋକଲୋଚନକୁ ଆଣି ସୌମ୍ୟ ବାବୁ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କୁ ଚାଲେଂଜ ଦେବା ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛି । ନିଜକୁ ତୃତୀୟ ନୟନ ବୋଲାଇ ନବୀନ ପଟ୍ଟନାୟକଙ୍କ ବିରୋଧରେ ବିଷ ଓଗାଳିଥିବା ବିଜେଡ଼ିର ଏହି ବରିଷ୍ଠ ନେତାଙ୍କ ଆଭିମୁଖ୍ୟକୁୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ବାସ୍ତବରେ ତୃତୀୟ ନୟନ ଭାବେ ଏହା ସତ୍ୟର ଅନୁସନ୍ଧାନ ନା ଶାସକ ଦଳର ବିଧାୟକ ଭାବେ ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ତୃତୀୟ ନୟନର ଇସ୍ତେମାଲ୍ ତାହା ସମସ୍ତଙ୍କୁ ସନ୍ଦେହରେ ପକାଇଛି । କାରଣ ଗଣମାଧ୍ୟମକୁ ଆୟୁଧ କରି ସୌମ୍ୟ ବାବୁ ତାଙ୍କ ରାଜନୈତିକ ଅଭିଳାଷ ପୂରଣ କରିବାରେ ଯେ ସମ୍ପୂର୍ଣ୍ଣ ମାହିର ତାହା ଓଡ଼ିଶାବାସୀ ଦେଖିସାରିଛନ୍ତି । ଶ୍ୱଶୁର ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶାସନ ଅମଳଠାରୁ ଆରମ୍ଭ କରି ଏବେକାର ନବୀନଙ୍କ ଶାସନ ପର୍ଯ୍ୟନ୍ତ ତାଙ୍କର ଏହି ଲମ୍ବାଯାତ୍ରା ଜାରି ରହିଛି ।

ଦୀର୍ଘ ଦେଢ଼ ଦଶନ୍ଧୀ ଧରି ବିଜେଡ଼ି ଓ ନବୀନ ପଟ୍ଟନାୟକଙ୍କୁ କଠୋର ସମାଲୋଚନା କରୁଥିବା ସୌମ୍ୟ ବାବୁ ଶେଷରେ ସେଇ ବିିଜେଡ଼ି ଓ ନବୀନ ପଟ୍ଟନାୟକଙ୍କ ଗୋଡ଼ ଧରି ଟିକେଟ ନେବା ଏବଂ ନବୀନଙ୍କ ସ୍ତୁତିଗାନରେ ରହିବା ବେଶୀ ପୁରୁଣା ନୁହେଁ । ଆଗକୁ ମନ୍ତ୍ରୀମଣ୍ଡଳ ଅଦଳବଦଳ ଥିବାରୁ ମନ୍ତ୍ରୀ ନିଶା ଘାରିଥିବା ସୌମ୍ୟ ବାବୁ ତାଙ୍କର ଚିରାଚରିତ ବ୍ଲାକ୍ ମେଲିଂ କୌଶଳ ଆପଣେଇଥିବା ବିଚିତ୍ର ନୁହେଁ ବୋଲି କୁହାଯାଉଛି ।

ରାଜନୈତିକ ପାଣିପାଗ ବିଷୟରେ ଖବର ରଖୁଥିବା ଅନେକଙ୍କ ମତରେ ସୌମ୍ୟ ବାବୁ ଆମ ଘରର ହାଲଚାଲରେ ଯାହା ଲେଖିଛନ୍ତି ତାହା ନିଶ୍ଚିତ ଗୁରୁତ୍ୱପୂର୍ଣ୍ଣ ଏବଂ ସ୍ୱାଗତଯୋଗ୍ୟ ମଧ୍ୟ । ତେବେ ତାଙ୍କର ଏହି ଲେଖନୀରେ ସେ କେବଳ ତୃତୀୟ ନୟନର ଚରିତ୍ର ନିଭାଇଥିବା ଆଦୌ ବିଶ୍ୱାସଯୋଗ୍ୟ ନୁହେଁ । କାରଣ ପାଣିପାଗ ଭଳି ସୌମ୍ୟ ବାବୁଙ୍କର ନୀତି, ଆଦର୍ଶ ଓ ଭୂମିକା ସ୍ଥିିର ନୁହେଁ । ଏକାଧିକ ଚରିତ୍ରରେ ତାଙ୍କ ମନ । ମାତ୍ର ଗୋଟିଏ ବ୍ୟକ୍ତି ଦୁଇଟି ଶୁଦ୍ଧ ଚରିତ୍ର ହୋଇପାରିବେ ନାହିଁ । ସୁତରାଂ ସୌମ୍ୟ ବାବୁ ତୃତୀୟ ନୟନ ଚରିତ୍ରରେ ରହିବେ ନା ଶାସକ ଦଳର ବିଧାୟକ ପଦରେ ରହିବେ ତାହା ଆଗ ସ୍ଥିିର କରିବା ଦରକାର । ଏହା ହେଲେ ଯାଇ ଲୋକେ ତାଙ୍କ କଥାକୁ ବିଶ୍ୱାସ କରିବେ ।

କରୋନା ମୃତ୍ୟୁର ସତ୍ୟତା ସମସ୍ତେ ଜାଣିବା ଦରକାର । ଏଥିରେ ଦ୍ୱିମତ ହେବାର ନାହିଁ । ମାତ୍ର କୋଭିଡ୍ ମୃତକକଙ୍କ ସଂଖ୍ୟା ସରକାର ଲୁଚାଉଛନ୍ତି ବୋଲି ସୌମ୍ୟ ବାବୁଙ୍କ ନଜରକୁ ଏତେ ବିଳମ୍ବରେ ଖବର କେମିତି ଆସିଲା? ସୌମ୍ୟ ବାବୁ ଏହି ତଥ୍ୟକୁ ଦଳୀୟ କି ସରକାରୀ ଫୋରମ୍ ରେ ତାଙ୍କର ନେତା ଏବଂ ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆଣିବାକୁ ଉଦ୍ୟମ କରିଥିଲେ କି? କି ଉଦ୍ୟମ କରି ବିଫଳ ହୋଇଥିଲେ? ତାହା ସେ ସ୍ପଷ୍ଟ କରନ୍ତୁ ।

ରାଜ୍ୟ ସରକାର ମଧ୍ୟ ଏ ବିଷୟରେ ସ୍ପଷ୍ଟୀକରଣ ଦେବା ଆବଶ୍ୟକ । ସୌମ୍ୟ ବାବୁ ଯେଉଁ କଥା ଉଠାଇଛନ୍ତି ତାହା ଯଦି ଅମୂଳକ ଏବଂ ବିଭ୍ରାନ୍ତିକର ତେବେ ସରକାର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଗାଁ ଗହଳିର ଛୋଟିଆ ସାମ୍ବାଦିକଟେ ଯଦି ମହାମାରୀ ସମ୍ପର୍କରେ ଭୁଲ୍ ତଥ୍ୟ ଦେଉଛନ୍ତି ତେବେ ମହାମାରୀ ଆଇନ ବଳରେ ପୁଲିସ ତାଙ୍କୁ ବାନ୍ଧି ଜେଲ୍ ରେ ପୂରୋଉଛି । ସୌମ୍ୟ ବାବୁ ଯଦି ବିଭ୍ରାନ୍ତିକର ତଥ୍ୟ ଲେଖିଛନ୍ତି ତେବେ ତାଙ୍କ ବିରୋଧରେ ସମାନ କାର୍ଯ୍ୟାନୁଷ୍ଠାନ କାହିଁକି ହେବନି?

ସେହିଭଳି ବିଜେଡ଼ି ମଧ୍ୟ ନିଜର ସ୍ପଷ୍ଟତା ରଖୁ । କାରଣ ସୌମ୍ୟ ବାବୁ ଜଣେ ସାଧାରଣ ବିଜେଡ଼ି କର୍ମୀ ନୁହଁନ୍ତି । ସେ ଦଳର ବରିଷ୍ଠ ଉପସଭାପତି । ସାତ ସାତଟି ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ । ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ଦଳୀୟ ବରିଷ୍ଠ ପଦାଧିକାରୀଙ୍କ ମତ ଦଳୀୟ ନା ବ୍ୟକ୍ତିଗତ ତାହା ଜନସାଧାରଣଙ୍କ ପାଇଁ ସ୍ପଷ୍ଟ ହୋଇଯିବା ଦରକାର । ତାହା ହେଲେ ଯାଇ ସୌମ୍ୟଙ୍କ ଭାଷା ବିଜେଡ଼ିର ଭାଷା ଭାବି ଲୋକେ ଭ୍ରମରେ ପଡ଼ିବେ ନାହିଁ ।

ଆଉ ଯଦି ସୌମ୍ୟଙ୍କର ଏହା ବ୍ୟକ୍ତିଗତ ମତ ବୋଲି ବିଜେଡ଼ି ଭାବୁଛି, ତେବେ ଦଳୀୟ ଶୃଙ୍ଖଳାର କଥା ଉଠିବା ସ୍ୱାଭାବିକ । ଅତୀତରେ ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼ାଇଙ୍କ ସାକ୍ଷାତକାର ଆଣିବାକୁ ଯାଇଥିବା ଏହି ସୌମ୍ୟ ବାବୁଙ୍କ ଖବରକାଗଜର ସାମ୍ବାଦିକଙ୍କ ସହ ଶ୍ରୀ ଘଡ଼ାଇ ଅନୈାପଚାରିକ ଭାବେ କିଛି କଥା ହୋଇଥିଲେ । ଦୁର୍ଭାଗ୍ୟକୁ ସୌମ୍ୟ ବାବୁ ତାଙ୍କ ଖବରକାଗଜରେ ଏହାକୁ ଛାପି ଦେବା ପରେ ଶ୍ରୀ ଘଡ଼ାଇଙ୍କୁ ଦଳ ବିରୋଧୀ କାର୍ଯ୍ୟ ଦର୍ଶାଇ ଦଳରୁ ତତକ୍ଷଣାତ୍ ବହିଷ୍କାର କରାଯାଇଥିଲା । ଏବେ ସୌମ୍ୟଙ୍କ କାର୍ଯ୍ୟକୁ ଅନୁରୂପ ଭାବେ ଦଳବିରୋଧୀ କାର୍ଯ୍ୟ ଭାବେ ବିଜେଡ଼ି ବିବେଚନା କରିବ ତ?

Previous Post

୧୮ ଲକ୍ଷ ଭୂମିହୀନ ଚାଷୀ ପରିବାରଙ୍କୁୁ କୋଭିଡ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

Next Post

ଜୁଲାଇ ୩୦ ରୁ ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା

Next Post
ଜୁଲାଇ ୩୦ ରୁ ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା

ଜୁଲାଇ ୩୦ ରୁ ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA