ଭୁୁବନେଶ୍ୱର: ଆସନ୍ତା ଜୁଲାଇ ୩୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା । ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ମାଟ୍ରିକ୍ ମୂଲ୍ୟାୟନରେ ଅସନ୍ତୁଷ୍ଟ ଥିବା ପିଲାମାନେ ଏହି ପରୀକ୍ଷା ଦେଇପାରିବେ । ଏଥିପାଇଁ ଜୁଲାଇ ୫ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ରେ ଫର୍ମ ପୂରଣ ହେବ । ତେବେ ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା ଫିସ୍ ଦେବାକୁ ପଡ଼ିବନି । ତାହା ଛାଡ଼ କରାଯାଇଛି । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି ।
ପରୀକ୍ଷା କାର୍ଯ୍ୟସୂଚୀ ଅନୁଯାୟୀ ଜୁଲାଇ ୩୦ ରେ ପ୍ରଥମ ଭାଷା (ଓଡ଼ିଆ/ବଙ୍ଗଳା/ଉର୍ଦ୍ଦୁ/ତେଲୁଗୁ) ପରୀକ୍ଷା, ଜୁଲାଇ ୩୧ ରେ ଦ୍ୱିତୀୟ ଭାଷା (ଇଂରାଜୀ/ହିନ୍ଦୀ) ପରୀକ୍ଷା, ଅଗଷ୍ଟ ୨ ରେ ଗଣିତ, ଅଗଷ୍ଟ ୩ରେ ବିଜ୍ଞାନ, ଅଗଷ୍ଟ ୪ ରେ ସାମାଜିକ ବିଜ୍ଞାନ, ଅଗଷ୍ଟ ୫ ରେ ତୃତୀୟ ଭାଷା(ହିନ୍ଦୀ/ ସଂସ୍କୃତ/ପାର୍ସି) ପରୀକ୍ଷା ଅନୁଷ୍ଠିତ ହେବ । ପୂର୍ବାହ୍ନ ୧୦ ରୁ ପରୀକ୍ଷା ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ଯାଏଁ ଚାଲିବ । କେବଳ ଗଣିତ ପରୀକ୍ଷା ୧୨ଟା ୧୫ ରେ ସରିବ ।