Friday, June 26, 2026 06:44 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କାଳିଆ ସାଆନ୍ତଙ୍କୁ ଅପେକ୍ଷା

ସୁୁରକ୍ଷାବଳୟରେ ପୁରୀ, ୩ ଟାରେ ରଥଟଣା

by Our Correspondent
11 Jul, 2021- 10:14 PM
in Latest News, News
1 min read
0
କାଳିଆ ସାଆନ୍ତଙ୍କୁ ଅପେକ୍ଷା

ପୁରୀ: ଆସନ୍ତାକାଲି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରତ୍ନ ସିଂହାସନ ଛାଡ଼ି ଜନ୍ମବେଦୀ ଅଭିମୁଖେ ବାହାରିବେ କାଳିଆ ସାଆନ୍ତ । କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଭକ୍ତଶୂନ୍ୟ ବଡ଼ଦାଣ୍ଡରେ ଗଡ଼ିବ ବିଶ୍ୱନିୟନ୍ତାଙ୍କ ରଥ । ଭାଇଭଉଣୀଙ୍କୁ ସାଙ୍ଗରେ ଧରି ରଥାରୁଢ଼ ହେବେ ଜଗତ ଠାକୁର । ଅପରାହ୍ନ ୩ ଟାରେ ରଥଟଣା ଆରମ୍ଭ ହେବ । ଗତବର୍ଷ ଭଳି କୋଭିଡ୍ କଟକଣାରେ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଆଜି ଶ୍ରୀଜୀଉଙ୍କ ସକାଳ ଧୂପ ସରିବା ପରେ ପୂଜାପଣ୍ଡା ସେବାୟତମାନେ ତିନି ବାଡ଼ରୁ ଆଜ୍ଞାମାଳ ଆଣି ତିନି ରଥରେ ବିଜେ କରାଇଥିଲେ । ଏହାପରେ ରଥଖଳାରୁ ସିଂହଦ୍ୱାର ସମ୍ମୁଖକୁ ଟଣାଯାଇଥିଲା ତିନି ରଥ । ଡାହୁକଙ୍କ ବୋଲି ଓ ଘଣ୍ଟୁଆଳଙ୍କ ଘଣ୍ଟ ନାଦରେ ପ୍ରଥମେ ନନ୍ଦିଘୋଷ, ତା ପରେ ଦେବଦଳନ ଏବଂ ଶେଷରେ ତାଳଧ୍ୱଜ ରଥକୁ ଟାଣି ଆଣିଥିଲେ ସେବାୟତ ।

ରଥଯାତ୍ରା ପୂର୍ବ ନୀତିକାନ୍ତି ଆଜି ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଥିଲା । କୋଭିଡ୍ କଟକଣା ଭିତରେ ଖୁବ୍ ଉତ୍ସାହର ସହ ନୀତିକାନ୍ତି ପାଳନ କରିଥିଲେ ସେବାୟତ । ଅନ୍ୟପକ୍ଷରେ ରଥାରୁଢ଼ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ ଦେବାକୁ ଯାଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାର ।

ରଥଯାତ୍ରା ପାଇଁ ପୁରୀ ସହର ସୁରକ୍ଷା ବଳୟକୁ ଆସିଛି । ଆଜି ରାତି ୮ଟାରୁ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ ଲଗାଯାଇଛି । ସହରର ମୁଖ୍ୟ ପ୍ରବେଶ ପଥକୁ ସିଲ୍ କରାଯାଇଛି । ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ସହରକୁ ୧୨ଟି ଜୋନ୍ ରେ ବିଭକ୍ତ କରାଯାଇ ୬୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ୧୦ ଅତିରିକ୍ତ ଏସପି, ୨୧ ଡିଏସପି, ୬୪ ଇନସପେକ୍ଟର, ୨୨୨ ଏସଆଇ ଏବଂ ଏଏସଆଇଙ୍କୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି । ବଡ଼ଦାଣ୍ଡର ଦୁଇ ପାଶ୍ୱର୍ରେ ଥିବା କୋଠାର ଛାତ ଉପରେ ସ୍ୱତନ୍ତ୍ର ସୁରକ୍ଷା ବାହିନୀଙ୍କୁ ରଖାଯାଇଛି ।

ପୁଲିସ ଡିଜି ଶ୍ରୀ ଅଭୟ ଆଜି ପୁରୀରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । କେନ୍ଦ୍ରାଞ୍ଜଳ ଆଇଜି, ପୁରୀ ଏସପିଙ୍କ ସମେତ ବରିଷ୍ଠ ଅଧିକାରୀମାନଙ୍କ ସହ ଡିଜି ଆଲୋଚନା କରିଥିଲେ । ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

ଗତଥର ଭଳି ଏଥର ମଧ୍ୟ କେବଳ ସେବାୟତମାନେ ରଥ ଟାଣିବେ । ପ୍ରତି ରଥକୁ ଟାଣିବେ ୫୦୦ ସେବାୟତ । ପୁରୀ ଜିଲ୍ଲାପାଳ ନନ୍ଦିଘୋଷ ରଥ ଦାୟିତ୍ୱରେ ଥିବା ବେଳେ ଏସପି ତାଳଧ୍ୱଜ ରଥ ଏବଂ ଅତିରିକ୍ତ ଜିଲ୍ଲାପାଳ ସୁଭଦ୍ରାଙ୍କ ରଥ ଦାୟିତ୍ୱରେ ରହିବେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାର ପ୍ରତ୍ୟକ୍ଷ ଭାବେ ଏସବୁର ଦାୟିତ୍ୱ ବୁଝୁଛନ୍ତି ।

ନୀତି ନିର୍ଘଣ୍ଟ ଅନୁଯାୟୀ, ସୋମବାର ଭୋର ୪.୩୦ ରେ ମଙ୍ଗଳ ଆରତୀ, ୫ଟାରେ ମଇଲମ, ତଡ଼ପ ଲାଗି, ରୋଷ ହୋମ, ୫.୩୦ ରେ ଅବକାଶ, ୫.୪୦ ରେ ସୂର୍ଯ୍ୟପୂଜା, ୬ଟାରେ ଦ୍ୱାରପାଳ ପୂଜା, ବେଶ ଶେଷ, ସକାଳ ୬.୩୦ ରୁ ୭.୩୦ ରେ ଖେଚୁଡ଼ି ଭୋଗ ଲାଗି, ସକାଳ ୮ଟାରେ ରଥ ପ୍ରତିଷ୍ଠା, ୮.୧୫ ରେ ମଙ୍ଗଳାର୍ପଣ, ୮.୩୦ ରୁ ୧୧.୩୦ ପହଣ୍ଡି, ୧୨ଟାରୁ ୧୨.୩୦ ମଦନ ମୋହନ ବିଜେ, ୧୨.୩୦ରୁ ୧ଟା ଚିତା ଲାଗି, ୧୨ଟା ୪୫ ରୁ ୨ଟା ଛେରା ପହଁରା, ୨ଟାରୁ ୩ଟା ଚାରମାଳ ଫିଟା, ୩ଟାରେ ରଥଟଣା ହେବ ।

ଆସନ୍ତାକାଲି ସକାଳ ୭ ଟାରୁ ରଥଯାତ୍ରାର ସିଧା ପ୍ରସାରଣ ଲୋକମାନେ ଘରେ ବସି ଟିଭି ଓ ସୋସିଆଲ୍ ମିଡ଼ିଆ ପ୍ଲଟଫର୍ମରୁ ଦେଖିପାରିବେ । ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଏହି ଦାୟିତ୍ୱ ଦିଆଯାଇଛି । ‘ମିଡ ଡେ ଓଡ଼ିଶା’ ରେ ଏହାର ସିଧା ପ୍ରସାରଣ ଦେଖିହେବ ।

Previous Post

କାଳିଆ ପ୍ରେମରେ ବିଭୋର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

Next Post

ପବିତ୍ର ରଥ ଯାତ୍ରାର ସିଧା ପ୍ରସାରଣ ପୁରୀରୁ

Next Post
ପବିତ୍ର ରଥ ଯାତ୍ରାର ସିଧା ପ୍ରସାରଣ ପୁରୀରୁ

ପବିତ୍ର ରଥ ଯାତ୍ରାର ସିଧା ପ୍ରସାରଣ ପୁରୀରୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA