Thursday, June 25, 2026 08:08 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ପୂର୍ବ ଭାରତର ଉଜ୍ୱଳ ନକ୍ଷତ୍ର

ସୋଆ ପ୍ରତିଷ୍ଠା ଦିବସ ଅବସରରେ..

by Our Correspondent
16 Jul, 2021- 11:07 PM
in Latest News, News
1 min read
0
ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ପୂର୍ବ ଭାରତର ଉଜ୍ୱଳ ନକ୍ଷତ୍ର

ଦୁଇ ଦଶନ୍ଧି ପୂର୍ବେ ଭୁବନେଶ୍ୱରରେ ଜନ୍ମ ନେଇଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଆଜି ପୂର୍ବ ଭାରତରେ ଏକ ଉଜ୍ୱଳ ଉଚ୍ଚଶିକ୍ଷା କେନ୍ଦ୍ର ଭାବେ ଉଭା ହୋଇଛି । ଶିକ୍ଷାର ଗୁଣବତା ଏବଂ ଅଭିନବ ଗବେଷଣା ଉପରେ ଗୁରୁତ୍ୱାରୋପ ହିଁ ଏହି ବିଶ୍ୱବିଦ୍ୟାଳୟର ବିଶେଷତ୍ୱ । ସୋଆ ଭାବେ ପରିଚିତ ଏହି ଡିମ୍ଡ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଲାଭ କରିଥିବା ଅନେକ ଛାତ୍ରଛାତ୍ରୀ ଏବେ ପୃଥିବୀରେ ବିଭିନ୍ନ କ୍ଷେତ୍ରରେ ବେଶ ପ୍ରତିଷ୍ଠିତ । ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ନିଜର ଉତ୍କର୍ଷ ପ୍ରମାଣିତ କରି ସୋଆ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଛି ।

୨୦୦୭ ମସିହା ଜୁଲାଇ ୧୭ ତାରିଖରେ ୟୁଜିସି ଆକ୍ଟ , ୧୯୫୬ର ସେକ୍ସନ୍ ୩ ଅନୁଯାୟୀ କେନ୍ଦ୍ର ସରକାର ସୋଆକୁ ଡିମ୍ଡ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରିଥିଲେ । ବର୍ତମାନ ଦେଶ ତଥା ବିଦେଶରୁ ୧୨୦୦୦ ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ନିଜ ଭବିଷ୍ୟତ ଗଢ଼ିବା ପାଇଁ ସୋଆରେ ଶିକ୍ଷା ଗ୍ରହଣ କରୁଛନ୍ତି ।

ମାତ୍ର ୧୪ ବର୍ଷର ଏହି ବିଶ୍ୱବିଦ୍ୟାଳୟ ସଫଳତାର ଶିଢ଼ି ଚଢ଼ିଚାଲିଥିବା ବେଳେ ୨୦୧୬ ମସିହାରୁ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ ହୋଇଥିବା ନ୍ୟାସନାଲ୍ ଇନଷ୍ଟିଚ୍ୟୁସନାଲ୍ ରାଙ୍କିଂ ଫ୍ରେମୱର୍କ (ଏନ୍ଆଇଆର୍ଏଫ୍) ରେ ବିଗତ ୫ ବର୍ଷ ଧରି ଦେଶର ଶ୍ରେଷ୍ଠ ୨୫ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ କ୍ରମାଗତ ଭାବେ ନିଜର ସ୍ଥାନ ବଜାୟ ରଖିଛି ।

ସମ୍ମାନଜନକ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଂ ୨୦୨୨ରେ ସୋଆ ବିଶ୍ୱ ସ୍ତରରେ ୮୦୧-୧୦୦୦ ବ୍ରାକେଟ୍ ମଧ୍ୟରେ ସ୍ଥାନ ହାସଲ କରିଥିବା ବେଳେ କ୍ୟୁଏସ୍ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ୍ ୨୦୨୧ରେ ୩୫୧ ରୁ ୪୦୦ ବ୍ରାକେଟ୍ ମଧ୍ୟରେ ସ୍ଥାନୀତ ହୋଇଛି । ସେହିପରି ୨୦୨୦ରେ ଉଚ୍ଚକୋଟୀର ପାରଦର୍ଶିତା ନିମନ୍ତେ କ୍ୟୁଏସ୍ ଆଇ-ଗଜ୍ ପକ୍ଷରୁ ଡାଏମଣ୍ଡ ୟୁନିଭର୍ସିଟି ରେଟିଙ୍ଗ୍ ହାସଲ କରିଛି ସୋଆ । ପୂର୍ବ ଭାରତର ଏକ ମାତ୍ର ଶିକ୍ଷାନୁଷ୍ଠାନ ଭାବେ କୋଭିଡ୍ ୧୯ ଲକଡାଉନ୍ ସମୟରେ ଅନଲାଇନ୍ ଶିକ୍ଷା ପ୍ରଦାନ ଓ ପାଠ୍ୟକ୍ରମ ପରିଚାଳନା ନିମନ୍ତେ ସୋଆକୁ କ୍ୟୁଏସ୍ ଆଇ-ଗଜ୍ ଇ-ଲିଡ୍ ସମ୍ମାନ ମିଳିଛି ।

ସେହିପରି ଟାଇମ୍ସ ହାୟର୍ ଏଜୁକେସନ୍ (ଟିଏଚ୍ଇ) ୱାର୍ଲ୍ଡ ର୍ୟାଙ୍କିଙ୍ଗ୍ ୨୦୨୧ରେ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ କ୍ଷେତ୍ରରେ ୧୦୦୧ ପ୍ଲସ୍ କ୍ୟାଟେଗୋରିରେ ସୋଆ ସ୍ଥାନ ପାଇଥିବା ବେଳେ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି ଓ କମ୍ପ୍ୟୁଟର ସାଇନ୍ସ କ୍ଷେତ୍ରରେ ୬୦୧ ରୁ ୮୦୦ ବ୍ରାକେଟ୍ରେ ସ୍ଥାନ ପାଇପାରିଛି । ସେହିପରି ହେଲ୍ଥ ସାଇନ୍ସେସ୍ କ୍ୟାଟେଗୋରିରେ ସୋଆ ୬୦୧ ପ୍ଲସ୍ ର୍ୟାଙ୍କରେ ରହିଥିବା ବେଳେ ଟିଏଚ୍ଇ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ୍ସ ୨୦୨୧ରେ ୪୦୧ ପ୍ଲସ୍ ବ୍ରାକେଟରେ ସ୍ଥାନ ପାଇଛି । ସେହିପରି ଟିଏଚ୍ଇ ଏମିର୍ଜିଂ ଇକୋନୋମିଜ୍ ୟୁନିଭର୍ସିଟି ରାଙ୍କିଙ୍ଗ୍ସ ୨୦୨୧ ରେ ୫୦୦ ପ୍ଲସ୍ କ୍ୟାଟେଗୋରିରେ ସ୍ଥାନିତ ହୋଇଛି ସୋଆ ।

ନ୍ୟାସନାଲ୍ ଆସେସ୍ମେଂଟ ଆଣ୍ଡ ଆକ୍ରେଡିସନ୍ କାଉନ୍ସିଲ୍ (ନାକ୍) ସୋଆକୁ ଉନ୍ନତମାନର ଗୁଣାତ୍ମକ ଓ ଶୈକ୍ଷିକ କାର୍ଯ୍ୟଧାରା ନିମନ୍ତେ ‘ଏ’ ଗ୍ରେଡ୍ରେ ରିଆକ୍ରେଡିଟେଡ୍ କରିଛି । ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସୋଆର ୧୧ ଜଣ ଗବେଷକ ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ସମ୍ମାନଜନକ ବିଶ୍ୱର ଶ୍ରେଷ୍ଠ ଦୁଇ ପ୍ରତିଶତ ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଛନ୍ତି ।

ସୋଆରେ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ମ୍ୟାନେଜମେଂଟ, ମେଡିକାଲ୍ ସାଇନ୍ସେସ୍, ଡେଂଟାଲ୍ ସାଇନ୍ସେସ୍, ନର୍ସିଂ, ଫାର୍ମାସୁ୍ୟଟିକାଲ୍ ସାଇନ୍ସେସ୍, ବାୟୋଟେକ୍ନୋଲୋଜି, ହସ୍ପିଟାଲ ମ୍ୟାନେଜମେଂଟ, ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟ, ଲ ଏବଂ ଏଗି୍ରକଲ୍ଚରାଲ୍ ସାଇନ୍ସେସ୍ କ୍ଷେତ୍ରରେ ୨୪ଟି ଅଣ୍ଡର ଗ୍ରାଜୁଏଟ୍ ,୬୭ ପୋଷ୍ଟ ଗ୍ରାଜୁଏଟ୍, ୧୫ ପୋଷ୍ଟ ମାଷ୍ଟର୍ସ, ପିଏଚ୍ଡି ଏବଂ ପୋଷ୍ଟ ଡକ୍ଟରାଲ୍ ପାଠ୍ୟକ୍ରମ ଉପଲବ୍ଧ ।

ପ୍ରତ୍ୟେକ ବର୍ଷ ସୋଆର ଛାତ୍ରଛାତ୍ରୀମାନେ ଉଚ୍ଚକୋଟୀର ନିଯୁକ୍ତି ସୁଯୋଗ ପାଉଛନ୍ତି । କୋଭିଡ୍ ମହାମାରୀ ସତ୍ୱେ ୨୦୨୧ରେ ଗ୍ରାଜୁଏଟ୍ ହେଉଥିବା ସୋଆର ୯୧ ପ୍ରତିଶତ ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ମାଇକ୍ରୋସଫ୍ଟ, ଆମାଜନ୍, ଫିନାଷ୍ଟ୍ରା, ରବର୍ଟ ବୋସ, ଡେଲ୍, ପିଡବ୍ଲୁସି, କ୍ଲାଉଡ୍ଗିନÿ୍ ଡିଲଏଟ୍, ଇନ୍ଫର୍ମାଟିକା, ଟେମେନୋସ୍, ମ୍ୟାକ୍ ସଫ୍ଟୱେର, ଏନ୍ପିସିଆଇ, ସେଲ୍ସଫୋର୍ସ ଓ ରାପୁ୍ୟଟା ରୋବୋଟିକ୍ସ ଭଳି କମ୍ପାନୀରେ ଉଚ୍ଚକୋଟୀର ନିଯୁକ୍ତି ସୁଯୋଗ ପାଇଛନ୍ତି । ଅଧିକାଂଶ ଛାତ୍ରଛାତ୍ରୀ ଏକରୁ ଅଧିକ କମ୍ପାନୀରେ ଚାକିରୀ ସୁଯୋଗ ପାଇଥିବା ବେଳେ ପ୍ରାୟ ୯୦ଟି କମ୍ପାନୀ ଏହି ରିକ୍ରୁଟମେଂଟ ନିମନ୍ତେ ସୋଆ କ୍ୟାମ୍ପସ୍କୁ ଆସିଥିଲେ ।

ଗବେଷଣାକୁ ଅଧିକ ଗୁରୁତ୍ୱ ଦେଉଥିବା ଏହି ବିଶ୍ୱବିଦ୍ୟାଳୟ ନିକଟରେ ୭୭୩୪ ସ୍କୋପସ୍ ଇଣ୍ଡେକ୍ସ ପ୍ରକାଶନ ରହିଥିବା ବେଳେ ଏହାର ଏଚ୍-ଇଣ୍ଡେକ୍ସ ୭୦ ରହିଛିି ।

ବିଶ୍ୱବିଦ୍ୟାଳୟର ଫାକଲ୍ଟି ଅଫ୍ ମେଡିସିନ, ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଓ ସମ୍ ହସ୍ପିଟାଲ୍ ଏକ ୧୬୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଯାହା ପୂର୍ବ ଭାରତରେ ସ୍ୱାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ ଏକ ପ୍ରମୁଖ କେନ୍ଦ୍ର ପାଲଟିଛି । ରୋଗୀମାନେ ଏଠାରେ ସୁଲଭ ମୂଲ୍ୟରେ ଉତମ ଚିକିତ୍ସା ପାଇପାରୁଛନ୍ତି ।

ଗତବର୍ଷ କୋଭିଡ ମହାମାରୀର ପ୍ରଥମ ଲହରୀ ରାଜ୍ୟକୁ ଆକ୍ରାନ୍ତ କରିବା ସମୟରେ ସୋଆ ଏହି ଭୟଙ୍କର ପରିସ୍ଥିତିର ମୁକାବିଲା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଏହା ସରକାରଙ୍କ ସହଯୋଗିତାରେ ଓଡ଼ିଶାରେ ୨୩୪୧ଟି ଶଯ୍ୟା ବିଶିଷ୍ଟ ୪ ଟି କୋଭିଡ ହସ୍ପିଟାଲ୍ ତଥା ୨ଟି କୋଭିଡ କେୟାର ସେଂଟରର ପରିଚାଳନା କରି ଏହି ରୋଗରେ ଆକ୍ରାନ୍ତ ରୋଗୀମାନଙ୍କୁ ଚିକିତ୍ସା କରିବାରେ ସଫଳ ହୋଇଥିଲା । ଏହି କୋଭିଡ ହସ୍ପଟାଲ୍ ଗୁଡ଼ିକ ଭୁବନେଶ୍ୱର, ତାଳଚେର, କେନ୍ଦ୍ରାପଡା ଓ ଚାନ୍ଦପୁର ଠାରେ ସ୍ଥାପିତ ହୋଇଥିବା ବେଳେ କୋଭିଡ କେୟାର ସେଂଟର ଗୁଡ଼ିକ ଜଟଣୀ ଓ ଜାମୁଝରି ଠାରେ ସ୍ଥାପିତ ହୋଇଥିଲା ।

ସେହିପରି ଚଳିତ ବର୍ଷ ରାଜ୍ୟ ମହାମାରୀର ଦ୍ୱିତୀୟ ଲହରୀର ସମ୍ମୁଖୀନ ହୋଇଥିବା ବେଳେ ସୋଆ ପକ୍ଷରୁ ସରକାରଙ୍କ ସହାୟତାରେ ଭୁବନେଶ୍ୱର, କେନ୍ଦ୍ରାପଡା, ତାଳଚେର, ଚାନ୍ଦପୁର ଓ ପୁରୀ ଠାରେ ୨୨୦୦ ରୁ ଅଧିକ ଶଯ୍ୟା ବିଶିଷ୍ଟ ୫ଟି ଡାକ୍ତରଖାନା ଓ ଜଟଣୀ ଠାରେ ଏକ କୋଭିଡ କେୟାର ସେଂଟର ପରିଚାଳନା କରାଯାଉଛି । ଏଥିରେ ଆଇଏମ୍ଏସ୍ ଓ ସମ୍ ହସପିଟାଲ୍ ରେ ୫୦୦ ଡାକ୍ତରଙ୍କ ସହ ଅସଂଖ୍ୟ ନର୍ସ ଓ ସ୍ୱାସ୍ଥ୍ୟ କର୍ମୀ ନିୟୋଜିତ ହୋଇଛନ୍ତି ।

Previous Post

ପ୍ରଦୀପ୍ତ ମହାପାତ୍ରଙ୍କ ଗଳ୍ପ ସଂକଳନ ‘ମାଟିଘୋଡ଼ା’ ଉନ୍ମୋଚିତ

Next Post

ଜୁଲାଇ ୨୬ ରୁ ଖୋଲିବ ଦଶମ, ଦ୍ୱାଦଶ ଶ୍ରେଣୀ

Next Post
ଜୁଲାଇ ୨୬ ରୁ ଖୋଲିବ ଦଶମ, ଦ୍ୱାଦଶ ଶ୍ରେଣୀ

ଜୁଲାଇ ୨୬ ରୁ ଖୋଲିବ ଦଶମ, ଦ୍ୱାଦଶ ଶ୍ରେଣୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA