Thursday, June 25, 2026 03:48 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଜୁଲାଇ ୨୬ ରୁ ଖୋଲିବ ଦଶମ, ଦ୍ୱାଦଶ ଶ୍ରେଣୀ

ଅଗଷ୍ଟ ୨୨ ସୁଦ୍ଧା ମାଟ୍ରିକ୍ ରେଜଲ୍ଟ

by Our Correspondent
17 Jul, 2021- 05:39 PM
in Latest News, News
1 min read
0
ଜୁଲାଇ ୨୬ ରୁ ଖୋଲିବ ଦଶମ, ଦ୍ୱାଦଶ ଶ୍ରେଣୀ

ଭୁବନେଶ୍ୱର: ଆସନ୍ତା ଜୁଲାଇ ୨୬ ତାରିଖ ସୋମବାରଠାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ପାଇଁ ଏହା ପ୍ରଯୁଜ୍ୟ । ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ଆଜି ପ୍ରେସବାର୍ତ୍ତାରେ ଏହି ସୂଚନା ଦେଇଛନ୍ତି । ପରିସ୍ଥିତି ସ୍ୱାଭାବିକ ହେଲେ ଅଗଷ୍ଟ ୧୬ ରୁ ନବମ ଶ୍ରେଣୀ ଏବଂ ସେପ୍ଟେମ୍ବର ୧୫ ରୁ ଏକାଦଶ ଶ୍ରେଣୀ ଖୋଲିବାକୁ ଆପାତତଃ ନିଷ୍ପତ୍ତି ହୋଇଥିବା ମଧ୍ୟ ସେ ଜଣାଇଛନ୍ତି ।

ସୂଚନା ଅନୁଯାୟୀ, ଜୁଲାଇ ୨୬ ତାରିଖରୁ ନବମ ଓ ଦ୍ୱାଦଶ କ୍ଲାସ୍ ଦିନ ୧୦ରୁ ଅପରାହ୍ନ ୧.୩୦ ଯାଏଁ ଚାଲିବ । ଏଥିରେ ଖେଳଛୁଟି କି ଖାଇବା ଛୁଟି ରହିବ ନାହିଁ । ପିଲାମାନେ କ୍ଲାସ୍ ସାରି ଘରେ ଯାଇ ଖାଇବେ । ସ୍କୁଲକୁ ଆସିବା ନ ଆସିବା ପିଲାମାନଙ୍କ ପାଇଁ ଇଚ୍ଛାଧୀନ ରଖାଯାଇଛି । ଅଭିଭାବକଙ୍କ ସହ ଆଲୋଚନା କରି ସେମାନେ ନିଷ୍ପତ୍ତି ନେବେ । ଅନ୍ୟପକ୍ଷରେ ପିଲାମାନଙ୍କ ସ୍ୱାସ୍ଥ୍ୟଗତ ନିରାପତ୍ତା ଦୃଷ୍ଟିରୁ ସ୍କୁଲ ଖୋଲିବା ନିଷ୍ପତ୍ତି ସ୍ଥଳ ବିଶେଷରେ ଜିଲ୍ଲାପାଳମାନେ ନେବେ । ସ୍ଥାନୀୟ ଅଞ୍ଚଳରେ ସଂକ୍ରମଣ ସ୍ଥିତି ଦେଖି ସେମାନେ ନିଷ୍ପତ୍ତି ନେବେ ।

ଯେଉଁ ସ୍କୁଲରେ ମାଟ୍ରିକ୍ ପରୀକ୍ଷା ସେଣ୍ଟର ହୋଇଛି ସେଠାରେ ପରୀକ୍ଷା ସରିଲା ପରେ କ୍ଲାସ୍ ଆରମ୍ଭ ହେବ । ତେବେ ଅନଲାଇନ୍ କ୍ଲାସ୍ ଜାରି ରହିବ । ସିବିଏସଇ ଢ଼ାଞ୍ଚାରେ ନବମ ଓ ଦଶମ ଛାତ୍ରଛାତ୍ରୀମାନଙ୍କର ଆସେସମେଣ୍ଟ ପରୀକ୍ଷା ହେବ । ଏହାପରେ ଫାଇନାଲ୍ ପରୀକ୍ଷା ହେବ ।

ସ୍କୁଲ ଖୋଲିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଏସଓପି ବା ମାର୍ଗଦର୍ଶିକା ଜାରି କରାଯିବ । ସ୍କୁଲ ଖୋଲିବାର ସପ୍ତାହ ପୂର୍ବରୁ ସ୍କୁଲକୁ ଭଲ ଭାବେ ପରିଷ୍କାର ପରିଚ୍ଛନ୍ନ କରାଯିବ । ପିଲାମାନଙ୍କ ପାଇଁ ଶ୍ରେଣୀରେ ବସିବାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଥର୍ମାଲ୍ ସ୍କ୍ରିନିଂ, ହାତ ସାନିଟାଇଜର୍ ସମେତ କୋଭିଡ ଗାଇଡଲାଇନ ଅନୁପାଳନକୁ ଗୁରୁତ୍ୱ ଦିଆଯିବ ବୋଲି ଗଣଶିକ୍ଷା ସଚିବ କହିଛନ୍ତି ।

ଅଗଷ୍ଟ ୨୨ ସୁଦ୍ଧା ମାଟ୍ରିକ୍ ରେଜଲ୍ଟ: ଅଫଲାଇନ୍ ପରୀକ୍ଷା ଦେବାକୁ ଥିବା ମାଟ୍ରିକ୍ ଛାତ୍ରଛାତ୍ରୀଙ୍କର ପରୀକ୍ଷା ଫଳ ଅଗଷ୍ଟ ୨୨ ସୁଦ୍ଧା ପ୍ରକାଶ କରାଯିବ । ପରୀକ୍ଷା ଦେବା ପାଇଁ ୧୫,୧୧୫ ପିଲା ଫର୍ମ ପୂରଣ କରିଛନ୍ତି । ସେଥିରୁ ଗଞ୍ଜାମ ଜିଲ୍ଲାରୁ ଅଛନ୍ତି ସର୍ବାଧିକ ୧୩୧୫ ଛାତ୍ରଛାତ୍ରୀ । ପରୀକ୍ଷା ପରେ ଅଗଷ୍ଟ ୧୦ ରୁ ୧୫ ତାରିଖ ଖାତା ମୂଲ୍ୟାୟନ କରାଯାଇ ୨୨ ସୁଦ୍ଧା ରେଜଲ୍ଟ ବାହାର କରାଯିବ ବୋଲି ଗଣଶିକ୍ଷା ସଚିବ କହିଛନ୍ତି ।

Previous Post

ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ପୂର୍ବ ଭାରତର ଉଜ୍ୱଳ ନକ୍ଷତ୍ର

Next Post

ସିଇଟିକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା

Next Post
ସିଇଟିକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା

ସିଇଟିକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA