Thursday, June 25, 2026 02:02 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସିଇଟିକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା

୧୫ ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର

by Our Correspondent
17 Jul, 2021- 08:47 PM
in Latest News, News
1 min read
0
ସିଇଟିକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା

ଭୁୁବନେଶ୍ୱର: କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି(ସିଇଟି), ଭୁବନେଶ୍ୱରକୁ ଏକକ ବିଶ୍ୱବିଦ୍ୟାଳୟସ୍ତରକୁ ଉନ୍ନୀତ କରି ଓଡ଼ିଶା ଟେକ୍ନୋଲୋଜି ଏବଂ ରିସର୍ଚ୍ଚ ବିଶ୍ୱବିଦ୍ୟାଳୟ(ଓୟୁଟିଆର) ପ୍ରତିଷ୍ଠା ହେବ । ଏଥିପାଇଁ ନୂତନ ଆଇନ ପ୍ରଣୟନ ପ୍ରସ୍ତାବକୁ ଆଜି କ୍ୟାବିନେଟ୍ ବୈଠକରେ ଅନୁମୋଦନ ମିଳିଛି ।

ପ୍ରସ୍ତାବିତ ଓୟୁଟିଆର ବିଶ୍ୱବିଦ୍ୟାଳୟ ସ୍ନାତକ, ସ୍ନାତକୋତ୍ତର ଶିକ୍ଷା ତଥା ପିଏଚଡି ଶିକ୍ଷା କ୍ଷେତ୍ରରେ ନୂତନ ସୁଯୋଗ ପ୍ରଦାନ କରିବାରେ ସକ୍ଷମ ହେବ । ଇଞ୍ଜିନିୟରିଂ, ସାଇନ୍ସ ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ତଥା ଅନୁସନ୍ଧାନ, ସୂଚନା ପ୍ରଯୁକ୍ତି ବିଦ୍ୟା ଏବଂ ଏହାର ପ୍ରୟୋଗ, ତାଲିମ, ଅନୁସନ୍ଧାନ ବିସ୍ତାର କରିବାରେ ବିଶ୍ୱବିଦ୍ୟାଳୟ ସହାୟକ ହେବ ।

ଖାଲି ସେତିକି ନୁହେଁ, ଏହା ଶୈକ୍ଷିକ, ଅନୁସନ୍ଧାନ ସମ୍ପ୍ରଦାୟ ଏବଂ ଶିଳ୍ପମାନଙ୍କ ମଧ୍ୟରେ ସହଯୋଗ ଓ ପାରସ୍ପରିକ ସମ୍ପର୍କ ବୃଦ୍ଧି କରିବାରେ ଏକ ଉକ୍ରର୍ଷ କେନ୍ଦ୍ର ଭାବେ କାର୍ଯ୍ୟ କରିବ । ଦକ୍ଷତା ବିକାଶ ଓ ଶିଳ୍ପ ତାଲିମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରିବା ସହିତ ରାଜ୍ୟର ଯୁବବର୍ଗଙ୍କ ନିଯୁକ୍ତି କ୍ଷେତ୍ରରେ ଉନ୍ନତି ପାଇଁ ସହାୟତା ପ୍ରଦାନ କରିବ ବୋଲି କୁହାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଉପରୋକ୍ତ ପ୍ରସ୍ତାବ ସମେତ ସମୁଦାୟ ୧୫ ଟି ପ୍ରସ୍ତାବକୁ ଅନୁମାଦନ ମିଳିଛି । ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରସ୍ତାବଗୁଡ଼ିକ ସମ୍ପର୍କରେ ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେଇଥିଲେ ।

  • ମୌଳିକ ସୂଚନା ପ୍ରଯୁକ୍ତି ବିଦ୍ୟା ଭିତ୍ତିଭୂମି ଯୋଗାଇବା ପାଇଁ ଉଦ୍ଦିଷ୍ଟ ଓଡ଼ିଶା ଷ୍ଟେଟ୍ ୱାଇଡ୍ ଏରିଆ ନେଟୱାର୍କ(ଓସ୍ୱାନ) ପ୍ରକଳ୍ପର ଅପଗ୍ରେଡେସନ୍ ହେବ । ଏହାଦ୍ୱାରା ରାଜ୍ୟ ମୁଖ୍ୟାଳୟ, ୩୦ ଜିଲ୍ଲା ମୁଖ୍ୟାଳୟ ଏବଂ ୩୧୪ ବ୍ଲକ୍ କାର୍ଯ୍ୟାଳୟ ରେ ବ୍ୟାଣ୍ଡୱିଡଥ୍ ବୃଦ୍ଧି, ଲୋଡ୍ ବଣ୍ଟନ ଏବଂ ହାଇସ୍ପିଡ୍ ସଂଯୋଗ ଉପଲବ୍ଧ ହୋଇପାରିବ । ଏହି ଅପଗ୍ରେଡେସନ୍ ଏବଂ ୫ ବର୍ଷ ପାଇଁ ଏହାର ଅପରେସନ୍ ଓ ରକ୍ଷଣାବେକ୍ଷଣରେ ଆନୁମାନିକ ୩୩୨.୦୯ କୋଟି ଖର୍ଚ୍ଚ ହେବ ।
  • ସୁନ୍ଦରଗଡ଼ ଜିଲ୍ଲାର ଡୁଡୁକା-ଗୋପାଳପୁର-ଟୋପାରିଆ ରାସ୍ତାର ୬/୨୦୬ କିମି ଠାରୁ ୨୮/୫୬୪ କିମି ପର୍ଯ୍ୟନ୍ତ ରାସ୍ତାକୁ ଦୁଇ ଥାକିଆ ରାସ୍ତାରେ ପରିଣତ କରାଯିବ । ଏହାଦ୍ୱାରା ଛତିଶଗଡ଼ର ରାଇଗଡ଼ ଓ ସୁନ୍ଦରଗଡ଼ ସହର ମଧ୍ୟରେ ଆନ୍ତଃରାଜ୍ୟ ଯୋଗାଯୋଗର ଉନ୍ନତି ହୋଇପାରିବ ଏବଂ ଏହା ବସୁନ୍ଧରା କୋଇଲା ଖଣି ସହିତ ଯୋଗାଯୋଗ ସ୍ଥାପନ କରିବ । ଦୁଇବର୍ଷ ମଧ୍ୟରେ ରାସ୍ତା ନିର୍ମାଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।
  • ସଂରକ୍ଷିତ ଖଣିରୁ ବାହାର କରାଯାଇଥିବା ଖଣିଜ ପଦାର୍ଥ(ଖଣ୍ଡାଲାଇଟ) ନିମନ୍ତେ ରୟାଲିଟି ଛାଡ଼ କରିବାକୁ କ୍ୟାବିନେଟ୍ କମିଟି ନିଷ୍ପତ୍ତି ନେଇଛି । ଅବଢ଼ା ଯୋଜନା ଅନ୍ତର୍ଗତ ପ୍ରକଳ୍ପ ତଥା ପୁରୀ ଭଳି ସହରକୁ ବିଶ୍ୱ ଐତିହ୍ୟ ସହର ଭାବରେ ବିକଶିତ କରିବାରେ ଏହା ସହାୟକ ହେବ ।
  • ଯୋଡା ଏବଂ ଚମ୍ପୁଆ ସହରବାସୀଙ୍କ ପାଇଁ “ଡ୍ରିଙ୍କ ଫ୍ରମ ଟ୍ୟାପ୍ କ୍ୱାଲିଟି’ ର ଜଳଯୋଗାଣ ବ୍ୟବସ୍ଥା ହେବ । ଏହାଦ୍ୱାରା ଦୁଇ ସହରର ସମସ୍ତ ଘରକୁ ନିରବଚ୍ଛିନ୍ନ ଜଳଯୋଗାଣ କରାଯିବ । ଏହି କାର୍ଯ୍ୟର ମୂଲ୍ୟ ୧୦୩.୮୫୫ କୋଟି(ଜିଏସଟିକୁ ଛାଡ଼ି) ଆକଳନ କରାଯାଇଛି । ଆସନ୍ତା ସେପ୍ଟେମ୍ବର ୧ ରୁ କାର୍ଯ୍ୟ ଆରମ୍ଭ ହୋଇ ୨୦୨୩ ଅଗଷ୍ଟ ୩୧ ମଧ୍ୟରେ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
  • ଜେଜେଏମ ଯୋଜନାରେ କଟକ ଜିଲ୍ଲାରେ ଗୋଟିଏ ବୃହତ୍ତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ ହେବ । ଜିଲ୍ଲାର ୪ଟି ବ୍ଲକ୍ ଯଥା ଆଠଗଡ଼, ତିଗିରିଆ, ବାଙ୍କୀ ଏବଂ ଟାଙ୍ଗୀ ଚୌଦ୍ୱାର ଅଧୀନରେ ଥିବା ୫୬ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୨୬୨ ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୨,୬୧,୯୭୮ ଲୋକଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ । ଦୁଇବର୍ଷ ମଧ୍ୟରେ ସରିବାକୁ ଥିବା ଏହି ପ୍ରକଳ୍ପରେ ୨୭୫ କୋଟି ଖର୍ଚ୍ଚ ହେବ ।
  • ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାର OMBADC & DMF ଯୋଜନାରେ ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏ ବୃହତ୍ତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ କରିବେ । ଉକ୍ତ ପ୍ରକଳ୍ପରେ ଜିଲ୍ଲାର ୬ଟି ବ୍ଲକ୍ ଅଧୀନରେ ଥିବା ୮୪ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୪୨୧ ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୩,୭୮,୭୯୦ ଲୋକଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ । ଦୁଇବର୍ଷ ମଧ୍ୟରେ ସରିବାକୁ ଥିବା ଉକ୍ତ ପ୍ରକଳ୍ପରେ ୭୮୭ କୋଟି ଟଙ୍କା ଖର୍ଚ୍ଚ ହେବ ।
  • OMBADC ଯୋଜନାରେ ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏ ବୃହତ୍ତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଜିଲ୍ଲାର ୪ ଟି ବ୍ଲକ୍ ଅଧୀନରେ ଥିବା ୪୯ ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୨୯୫ ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୨,୫୯, ୬୧୭ ଲୋକଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ । ୨ ବର୍ଷର ସମୟସମୀମା ମଧ୍ୟରେ ସରିବାକୁ ଥିବା ଏହି ପ୍ରକଳ୍ପରେ ୩୮୯ କୋଟି ଖର୍ଚ୍ଚ ହେବ ।
  • ଓଡ଼ିଶା ପଞ୍ଚାୟତ ନିର୍ବାହୀ ଅଧିକାରୀ(ନିଯୁକ୍ତି ଓ ସେବା ସର୍ତ୍ତାବଳୀ ପ୍ରଣାଳୀ) ନିୟମାବଳୀ ୨୦୨୧ ପ୍ରଣୟନ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି । ଏହି ନୂତନ ନିୟମାବଳୀରେ ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ପଦବୀ ଓଡ଼ିଶା ସବଅର୍ଡିିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ ଜରିଆରେ ପୂରଣ ହେବ । ଗ୍ରାମ ରୋଜଗାର ସେବକ ପଦବୀ ନିମନ୍ତେ ପ୍ରାର୍ଥୀଙ୍କ ବୟସ ୪୫ ବର୍ଷ ବୟସ ପର୍ଯ୍ୟନ୍ତ କୋହଳ କରାଯାଇଛି ।
  • ଓଡ଼ିଶା ବେସାମରିକ ସେବା(ପଦୋନ୍ନତି ପାଇଁ ମାନଦଣ୍ଡ) ନିୟମାଳବୀ, ୧୯୯୨ର ସଂଶୋଧନ ।
  • ଓଡ଼ିଶା ମୁଖ୍ୟ ବିଭାଗୀୟ ଦପ୍ତର(ମୁଖ୍ୟ ବିଭାଗୀୟ ଦପ୍ତର କାର୍ଯ୍ୟାଳୟ ପ୍ରତିଷ୍ଠାନ ଅଧିକାରୀ, ପ୍ରଶାସନିକ ଅଧିକାରୀ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତ) ସାଧାରଣ ସମ୍ବର୍ଗ(କମନ୍ କ୍ୟାଡର) ନିୟମାବଳୀ, ୨୦୧୯ ର ସଂଶୋଧନ ।
  • ଓଡ଼ିଶା ଅଧସ୍ତନ ପରିସଂଖ୍ୟାନ ଓ ଅର୍ଥନୀତି ସେବା ନିୟମ, ୧୯୯୪ ସଂଶୋଧନ ପ୍ରସ୍ତାବ ।
  • ଓଡ଼ିଶା କାରାଗାର ଫାର୍ମାସିଷ୍ଟ ସେବା(ଫାର୍ମାସିଷ୍ଟ ନିଯୁକ୍ତି ପଦ୍ଧତି ଏବଂ ସେବାସର୍ତ୍ତ) ନିୟମାବଳୀ, ୨୦୨୧ ପ୍ରଣୟନ ।
  • ଓଡ଼ିଶା ସରକାରୀ ଜମି ବନେ୍ଦାବସ୍ତ ଆଇନ, ୧୯୬୨ ସଂଶୋଧନ ପ୍ରସ୍ତାବ ।
  • ଷ୍ଟାମ୍ପ ଆଇନରେ ସଂଶୋଧନ ।
Previous Post

ଜୁଲାଇ ୨୬ ରୁ ଖୋଲିବ ଦଶମ, ଦ୍ୱାଦଶ ଶ୍ରେଣୀ

Next Post

ଟେଲର୍ ବାପା, ଦିନ ମଜୁରିଆ ମା’ ଙ୍କ ଆଇଏଏସ୍ ପୁଅ

Next Post
ଟେଲର୍ ବାପା, ଦିନ ମଜୁରିଆ ମା’ ଙ୍କ ଆଇଏଏସ୍ ପୁଅ

ଟେଲର୍ ବାପା, ଦିନ ମଜୁରିଆ ମା' ଙ୍କ ଆଇଏଏସ୍ ପୁଅ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA