Sunday, June 15, 2025 01:49 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଟେଲର୍ ବାପା, ଦିନ ମଜୁରିଆ ମା’ ଙ୍କ ଆଇଏଏସ୍ ପୁଅ

ବିଜୟ ଅମୃତା କୁଲାଙ୍ଗେଙ୍କ ଜୀବନ ସଂଘର୍ଷ କାହାଣୀ

by Our Correspondent
18 Jul, 2021- 11:50 AM
in Latest News, News, Story Of The Week
1 min read
0
ଟେଲର୍ ବାପା, ଦିନ ମଜୁରିଆ ମା’ ଙ୍କ ଆଇଏଏସ୍ ପୁଅ

ଭୁବନେଶ୍ୱର: ବାପା ଟେଲର୍ । ମା’ ଦିନ ମଜୁରିଆ । ଦୈନିକ ୨୦୦ ଟଙ୍କା ରୋଜଗାର କରିବା ବି ଏମାନଙ୍କ ପାଇଁ ଥିଲା କଷ୍ଟକର । ଘରର ଏଭଳି ଆର୍ଥିକ ଦୁଃସ୍ଥିତିରେ ପାଠ ପଢ଼ୁଥିବା ନିପଟ ମଫସଲି ପୁଅର ଇଚ୍ଛା ଥିଲା ଡାକ୍ତର ହେବାକୁ । ମାତ୍ର ତାହା ସମ୍ଭବ ନ ଥିଲା । ବରଂ ଯେନତେନ ପାଠ ପଢ଼ା ସାରି ପରିବାରପୋଷଣ ପାଇଁ ସ୍କୁଲ ଶିକ୍ଷକ ଚାକିରିକୁ ବାଛି ନେଲେ । ସେହି ଶିକ୍ଷକ ଚାକିରିର ସ୍ୱଳ୍ପ ଦରମାରେ ପରିବାର ଚଳାଇବା ସହ ନିଜ ସାମର୍ଥ୍ୟର ଶତ ପ୍ରତିଶତ ହାସଲ ପାଇଁ ବଳ ଲଗାଇଲେ । ନିଜର ଏକାଗ୍ରତା, ନିଷ୍ଠାପର ଉଦ୍ୟମ ଓ କଠିନ ପରିଶ୍ରମ ଶେଷରେ ତାଙ୍କର ସେହି ସ୍ୱପ୍ନକୁ ସାର୍ଥକ କଲା । ଆଇଏଏସ୍ ବନିଗଲେ ଟେଲର୍ ବାପା ଓ ଦିନ ମଜୁରିଆ ମା’ ର ଏହି ସୁଯୋଗ୍ୟ ସନ୍ତାନ । ଅଳ୍ପ ଦିନରେ ଜଣେ ଦକ୍ଷ ପ୍ରଶାସକ ଭାବେ ସୁନାମ ଅର୍ଜନ କରିଛନ୍ତି । କ୍ଷମତା, ଅର୍ଥ ଏବେ ତାଙ୍କ ହାତ ପାଆନ୍ତାରେ । ତଥାପି ବଦଳି ନାହିଁ ସ୍ୱଭାବ । ଅଶିକ୍ଷିତ ହେଲେ ବି ସଂସ୍କାରୀ ବାପା, ମା’ ଙ୍କର ଆଶିର୍ବାଦ ଓ ଦିଗଦର୍ଶନ ହୋଇଛି ତାଙ୍କର ଚଲାପଥ ।

ବର୍ତ୍ତମାନର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କର ଏ ହେଉଛି ଜୀବନ କାହାଣୀ । ଅଭାବ ଅନାଟନରେ ବିତିଥିବା ଶୈଶବ, ସଂଘର୍ଷମୟ କୈଶୋର, ସଫଳ କ୍ୟାରିୟର୍ ଏବଂ କର୍ତ୍ତବ୍ୟନିଷ୍ଠତାକୁ ଅତି ନିଖୁଣ ଭାବରେ ବର୍ଣ୍ଣନା କରିଛନ୍ତି ନିଜର ଆତ୍ମଜୀବନୀ ପୁସ୍ତକ ‘ଆଜିର ଦିନ ମୋର’ ରେ । ୨୦୧୩ ବ୍ୟାଚର୍ ଏହି ଆଇଏଏସ୍ ଅଫିସର ମସୌରୀରେ ଟ୍ରେନିଂ ନେବା ବେଳେ ସମୟ ବାହାର କରି ନିଜ ମାତୃଭାଷା ମରାଠୀରେ ଆତ୍ମଜୀବନୀ ପୁସ୍ତକ ଲେଖିଥିଲେ । ନିକଟରେ ଏହାର ଓଡ଼ିଆ ଅନୁବାଦ ପ୍ରକାଶିତ ହୋଇଛି । ଉକ୍ତ ପୁସ୍ତକଟିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଥିଲେ । ଜଣେ ଦକ୍ଷ ଓ ଲୋକପ୍ରିୟ ଅଫିସର ଭାବେ ଚର୍ଚ୍ଚିତ କୁଲାଙ୍ଗେଙ୍କର ଆତ୍ମଜୀବନୀ ପୁସ୍ତକଟି ମଧ୍ୟ ବେଶ୍ ଚର୍ଚ୍ଚାକୁ ଆସିଛି ।

ଏହି ପୁସ୍ତକ ଜରିଆରେ ତାଙ୍କ ସଂଘର୍ଷମୟ କାହାଣୀକୁ ପଛକୁ ଫେରି ଦେଖିବାକୁ ଚାହିଁଛନ୍ତି । ନିଜେ ଏହାର ମୂଲ୍ୟାୟନ କରିଛନ୍ତି । ତାଙ୍କ ମତରେ ସମସ୍ତଙ୍କ ଜୀବନରେ ଗୋଟିଏ ସୁନ୍ଦର ଅଥବା ତିକ୍ତ ଅନୁଭୂତିର ପୃଷ୍ଠଭୂମି ରହିଛି । ଏହି ପୃଷ୍ଠଭୂମି ବା ବ୍ୟାକଗ୍ରାଉଣ୍ଡ ହିଁ ଆଗକୁ ବଢ଼ିବାର ପ୍ଲାଟଫର୍ମ । ଏହା ନିଶ୍ଚିତ ଭାବେ ପ୍ରେରଣାଦାୟକ ଏବଂ ସାହାଯ୍ୟକାରୀ ।

ମହାରାଷ୍ଟ୍ରର ଏକ ଅଖ୍ୟାତ ପଲ୍ଲୀରେ ବିଜୟ ଅମୃତାଙ୍କ ଜନ୍ମ । ବାପା ପେଶାରେ ଥିଲେ ଟେଲର୍ । ମା’ ଅନ୍ୟର ଚାଷଜମିରେ ମୂଲ ଲାଗୁଥିଲେ । ଏ ଦୁହିଁଙ୍କ ରୋଜଗାର ମିଶାଇଲେ ୨୦୦ ଟଙ୍କାରୁ ଅଧିକ ହେଉ ନ ଥିଲା । ନିଜର କିଞ୍ଚିତ ଚାଷଜମି ଏବଂ ସ୍ୱଳ୍ପ ରୋଜଗାରରେ ପରିବାର ଚଳିବା କଷ୍ଟକର ଥିଲା । ତେବେ ପିଲାଦିନୁ ମେଧାବୀ ବିଜୟଙ୍କର ଇଚ୍ଛା ଥିଲା ବଡ଼ ଡାକ୍ତରଟେ ହେବାକୁ । ଯୁକ୍ତ ଦୁଇ ବିଜ୍ଞାନ ପାସ୍ କଲା ପରେ ମେଡ଼ିକାଲ୍ ପ୍ରବେଶିକା ପରୀକ୍ଷା ଦେଇ କୃତିତ୍ୱ ଅର୍ଜନ ମଧ୍ୟ କରିଥିଲେ । ପରିବାର ପାଇଁ ମେଡ଼ିକାଲ୍ ପଢ଼ିବା ସାଧ୍ୟ ବାହାର ହୋଇଥିଲେ ମଧ୍ୟ ପୁଅର ଆଗ୍ରହ ଦେଖି ବାପା ସମ୍ମତି ଦେଇଥିଲେ । ତେବେ ମେଡ଼ିକାଲ୍ ପାଠର ଲମ୍ବା ଅବଧି, ଆର୍ଥିକ ସାଧନ ଆଦି ବିଭିନ୍ନ ସମସ୍ୟାକୁ ହୃଦୟଙ୍ଗମ କରି ବିଜୟ ପଛକୁ ହଟିଆସିଥିଲେ । ତାଙ୍କଠାରୁ କମ ମେଧାବୀ ସାଙ୍ଗମାନେ ଡାକ୍ତରୀ ପଢ଼ିଥିଲେ ମଧ୍ୟ ବିଜୟ ସେଥିରେ ବିଚଳିତ ହୋଇ ନ ଥିଲେ । ପରିବାରର ଆର୍ଥିକ ଅନଟନ ଆଗରେ ନିଜର ଇଚ୍ଛାଶକ୍ତିକୁ ସାମୟିକ ବିରତ ଦେଇଥିଲେ । ନିଜର ସାମର୍ଥ୍ୟରେ କ୍ୟାରିୟର୍ ଗଢ଼ିବାକୁୁ ମନସ୍ଥିର କରିନେଇଥିଲେ ।

ନିଜର ଆତ୍ମଜୀବନୀରେ ଛାତ୍ରବେଳ( ଟିନ୍ ଏଜ) ଏକ ପ୍ରେମ ଘଟଣାକୁ ଉଲ୍ଲେଖ କରିଛନ୍ତି ସରଳ ଓ ଲାଜକୁଳା ସ୍ୱଭାବର ବିଜୟ । ଗୋଟେ ଝିଅକୁ ଏକତରଫା ପ୍ରେମ କରୁଥିଲେ ସେ । ଆଉ ନିଜର ମନକଥା ତାଙ୍କୁ ମୁହଁରେ କହି ନ ପାରିବାରୁ ଚିଠି ଖଣ୍ଡେ ଲେଖିଥିଲେ । ମାତ୍ର ଝିଅଟି ଏହି ଚିଠିଟିକୁ ଚିରି ତାଙ୍କ ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ ।

ବିଜୟ କହିଛନ୍ତି, ଗୋଟେ ଝିଅକୁ ପ୍ରଭାବିତ କଲା ଭଳି ଯୋଗ୍ୟତା ମୋର ନ ଥିଲା । ମୁଁ ଥିଲି ଗରିବ ଘରର ଗାଉଁଲି ପିଲା । ପାଦରେ ଚପଲ ପିନ୍ଧୁଥିଲି । ସାଙ୍ଗକୁ ଆଇରନ୍ ହୋଇ ନ ଥିବା ଲମ୍ବା ସାର୍ଟ ତାହା ପୁଣି ବିନା ଇନ୍ ରେ । ନିଜର ସ୍ଥିତି ଜାଣି ମଧ୍ୟ ପ୍ରେମରେ ଭାବବିହ୍ୱଳ ହୋଇ ଚିଠିିଟି ଲେଖିଥିଲି । ମାତ୍ର ଝିଅଟି ଚିଠିଟି ଚିରିଦେବା ମନକୁ ଭୀଷଣ କଷ୍ଟ ଦେଇଥିଲା । ତେବେ ସେଥିରେ ବ୍ୟଥିତ ନ ହୋଇ ତାକୁ ଭୁଲିଯାଇଥିଲି । ଯାହା ମୋର କ୍ୟାରିୟର୍ ର ଆଉ ଏକ ଟର୍ଣ୍ଣିଂ ପଏଣ୍ଟ ଥିଲା । କ୍ୟାରିୟର୍ ଉପରେ ଅଧିକ ଧ୍ୟାନ ଦେବାକୁ ମୋତେ ତାହା ପ୍ରେରଣା ଦେଇଥିଲା । ହୁଏତ ଏଭଳି ହୋଇ ନ ଥିଲେ ମୋର ଭବିଷ୍ୟତ ଭିନ୍ନ ଦିଗରେ ଯାଇଥାନ୍ତା ଏବଂ ଆଜି ଏହି ଜାଗାରେ ପହଞ୍ଚି ପାରି ନ ଥାନ୍ତି ବୋଲି ସେ କହିଛନ୍ତି ।

ତେବେ ଯାହା ହେଉ, ପରବର୍ତ୍ତୀ ଜୀବନରେ ମେଡ଼ିକାଲ୍ ପାଠ ଛାଡ଼ି ସାଧାରଣ ଭାବେ ଉଚ୍ଚଶିକ୍ଷା କଲେ ଏବଂ ଏକ ସ୍କୁଲରେ ଶିକ୍ଷକ ଚାକିରି ପାଇଗଲେ । ସେତେବେଳେ ଏହି ଚାକିରି ତାଙ୍କ ପରିବାରକୁ ବଞ୍ଚିବାର ରାହା ହୋଇଥିଲା ।

ଶିକ୍ଷକତାରୁ ହେଉଥିବା ରୋଜଗାରରେ ପରିବାର ଅବଶ୍ୟ କଷ୍ଟେମଷ୍ଟେ ଚଳିଗଲେ । ତେବେ ବିଜୟ ସେଠି ଅଟକି ଗଲେ ନାହିଁ । ଜୀବନର ଭିନ୍ନ ଲକ୍ଷ୍ୟ ଏବଂ ନିଜର ପ୍ରତିବଦ୍ଧତାରୁ ଓହରିଲେ ନାହିଁ । ଶିକ୍ଷକ ଚାକିରି ସାଙ୍ଗକୁ ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେ । ଯେଉଁଥିରେ ତାଙ୍କ ବାପା, ମା’ ଙ୍କର ପୂର୍ଣ୍ଣ ସହଯୋଗ ରହିଲା । ଆଉ ଶେଷରେ ସେୟା ହିଁ ହେଲା । ନିଜର ନିଷ୍ଠା ଓ ଅଧ୍ୟବସାୟ ତାଙ୍କୁ ଜବରଦସ୍ତ ସଫଳତା ଆଣିଦେଲା । ଆଇଏଏସ୍ ବନିଗଲେ ବିଜୟ ।

ଦାରିଦ୍ର୍ୟର କଷାଘାତ ଓ ଆର୍ଥିକ ଅନାଟନ ଭିତରେ ଅତି ତଳ ସ୍ତରରୁ ଆସି ଆଇଏଏସ୍ ପାଇବାର ଅନୁଭୂତିକୁ ନିଜର ଆତ୍ମଜୀବନୀ ପୁସ୍ତକରେ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି ବିଜୟ ଅମୃତା କୁଲାଙ୍ଗେ । ଏହାର ଶ୍ରେୟ ନିଜର ଜନ୍ମମାଟି, ବାପା, ମା’ ଓ ବନ୍ଧୁମାନଙ୍କୁ ଦେଇଛନ୍ତି । ପରିବେଶ ଅନୁକୂଳ ନ ଥିଲେ କିମ୍ବା ସେମାନଙ୍କର ସହଯୋଗ ଓ ଆଶିର୍ବାଦ ନ ଥିଲେ ଆଇଏଏସ୍ ପାଇବା ସମ୍ଭବ ହୋଇ ନ ଥାଆନ୍ତା ବୋଲି ସେ ସ୍ୱୀକାର କରିଛନ୍ତି । ପରିବାର ବ୍ୟାକ୍ ଗ୍ରାଉଣ୍ଡ ଏବଂ ଷ୍ଟ୍ରଙ୍ଗ ସପୋର୍ଟକୁ ସେ କେବେ ଭୁଲିପାରିବେନି ବୋଲି କହିଛନ୍ତି । କୌଣସି ସଫଳ ବ୍ୟକ୍ତି ଏହି ଦିଗଗୁଡ଼ିକୁ ଭୁଲିଯିବା ଉଚିତ୍ ନୁହେଁ ବୋଲି ତାଙ୍କର ମତ ।

ବର୍ତ୍ତମାନ ଗଞ୍ଜାମ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ବିଜୟ ଅମୃତା କୁଲାଙ୍ଗେଙ୍କ ଦକ୍ଷତା ଓ ଲୋକପ୍ରିୟତା ସମସ୍ତେ ଜାଣନ୍ତି । ପ୍ରଶାସନକୁ ଲୋକାଭିମୁଖୀ କରିବାରେ ତାଙ୍କର ଉଦ୍ୟମକୁ ଚାରିଆଡୁ ପ୍ରଶଂସା ମିଳୁଛି । କରୋନାର ପ୍ରଥମ ଲହରରେ ଗଞ୍ଜାମ ଜିଲ୍ଲା ରାଜ୍ୟର ହଟସ୍ପଟ୍ ପାଲିଟିଥିବା ବେଳେ ଶ୍ରୀ କୁଲାଙ୍ଗେ ପ୍ରଶାସନକଳକୁ ସକ୍ରିୟ କରି ଏହାର ସଫଳ ମୁକାବିଲା କରିପାରିଥିଲେ । ଯେଉଁଥିପାଇଁ ବିଶ୍ୱସ୍ତରରେ ମଧ୍ୟ ଗଞ୍ଜାମ ମଡ଼େଲ୍ ର ଚର୍ଚ୍ଚା ହୋଇଥିଲା । ରାଜ୍ୟ ପାଇଁ ପ୍ରଶଂସା ସାଉଁଟି ହୋଇଥିଲା ।

ଛତ୍ରପୁରସ୍ଥିତ ସରକାରୀ ବାସଭବନରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ, ପତ୍ନୀ, ଦୁଇ ସନ୍ତାନ ଏବଂ ବାପା, ମା’ ରହୁଛନ୍ତି । କାର୍ଯ୍ୟ ବ୍ୟସ୍ତତା ଭିତରୁ ସମୟ ବାହାର କରି ପରିବାର ସହ କିଛି ସମୟ କଟାଇଲେ ତାଙ୍କୁ ଶକ୍ତି ଓ ଆନନ୍ଦ ମିଳେ ବୋଲି କହିଛନ୍ତି । ପ୍ରତିଦିନ ବାପାଙ୍କ ସାଙ୍ଗରେ ବିଭିନ୍ନ ବିଷୟରେ କଥା ହୋଇ ତାଙ୍କର ମାର୍ଗଦର୍ଶନ ନେଉଥିବା ସେ କହିଛନ୍ତି । ଜେଜେ ବାପା ଓ ଜେଜେ ମାଙ୍କ ମେଳରେ ରହି ତାଙ୍କର ପୁଅଝିଅ ବି ବହୁତ ଖୁସି ବୋଲି ସେ କହିଛନ୍ତି ।

Previous Post

ସିଇଟିକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା

Next Post

ଭୋରୁ ଭୋରୁ କଟକରେ ୫-ଟି ସଚିବ ପାଣ୍ଡିଆନ୍

Next Post
ଭୋରୁ ଭୋରୁ କଟକରେ ୫-ଟି ସଚିବ ପାଣ୍ଡିଆନ୍

ଭୋରୁ ଭୋରୁ କଟକରେ ୫-ଟି ସଚିବ ପାଣ୍ଡିଆନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19058 shares
    Share 7623 Tweet 4765
  • ନବୀନ..ନବୀନ, ମୋହନ..ମୋହନ

    16582 shares
    Share 6633 Tweet 4146
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5779 shares
    Share 2312 Tweet 1445
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5464 shares
    Share 2186 Tweet 1366

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA