Wednesday, June 24, 2026 10:45 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଭୋରୁ ଭୋରୁ କଟକରେ ୫-ଟି ସଚିବ ପାଣ୍ଡିଆନ୍

ତାଳଦଣ୍ଡା କେନାଲ୍ ଓ ନେତାଜୀ ବସ ଟର୍ମିନାଲ୍ ପ୍ରକଳ୍ପ ଅଞ୍ଚଳ ବୁଲିଲେ

by Our Correspondent
18 Jul, 2021- 12:55 PM
in Latest News, News
1 min read
0
ଭୋରୁ ଭୋରୁ କଟକରେ ୫-ଟି ସଚିବ ପାଣ୍ଡିଆନ୍

ଭୁବନେଶ୍ୱର: କଟକ ତାଳଦଣ୍ଡା କେନାଲ ସମ୍ପ୍ରସାରଣ ଏବଂ ନେତାଜୀ ବସ୍ ଟର୍ମିନାଲ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଆଜି ସେଠାରେ ପହଞ୍ଚି ପ୍ରକଳ୍ପ ଅଞ୍ଚଳ ବୁଲିବା ସହ କାର୍ଯ୍ୟର ସମୀକ୍ଷା କରିଥିଲେ । ଜାତୀୟ ରାଜପଥ ପାଶ୍ୱର୍କୁ ତାଳଦଣ୍ଡା କେନାଲ୍ ସମ୍ପ୍ରସାରଣ କାର୍ଯ୍ୟ ତ୍ୱରିତ ବେଗରେ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ବସ୍ ଟିର୍ମନାଲ୍ ପ୍ରକଳ୍ପରେ ରହିଥିବା ପ୍ରତିବନ୍ଧକ ଦୂର ପାଇଁ ସେ ସମୟଧାର୍ଯ୍ୟ କରିଛନ୍ତି ।

ଆଜି ଭୋର୍ ୫ଟା ବେଳେ ତାଳଦଣ୍ଡା କେନାଲ୍ ପ୍ରକଳ୍ପ ଜାଗାରେ ପହଞ୍ଚିଥିଲେ ଶ୍ରୀ ପାଣ୍ଡିଆନ୍ । ସାଙ୍ଗରେ ଥିଲେ ପୂର୍ତ୍ତ ସଚିବ ଡକ୍ଟର କ୍ରିଷନ୍ କୁମାର, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର.ଭିନୀଲ୍ କ୍ରିଷ୍ଣା, ଆରଡିସି ଅନୀଲ କୁମାର ସାମଲ, ଜିଲ୍ଲାପାଳ ବି.ଏସ୍.ଚଇନି ଏବଂ କଟକ ମହାନଗର ନିଗମ କମିଶନର ଅନନ୍ୟା ଦାସଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ବୃନ୍ଦ ।

ତାଳଦଣ୍ଡା କେନାଲ୍ ପୁନରୁଦ୍ଧାର ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୧.୫୫ କିମି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ଉପରେ । ଇତିମଧ୍ୟରେ ଏହି କାର୍ଯ୍ୟ ଜାତୀୟ ରାଜପଥ ପାଶ୍ୱର୍କୁ ସମ୍ପ୍ରସାରଣ କରିବା ପାଇଁ ନିଷ୍ପତ୍ତି ହୋଇଥିବାରୁ ଉଭୟ ପାଶ୍ୱର୍ରେ ଏହାର ମୋଟ ଲମ୍ବ ହେବ ୩.୫୫ କିମି । ଏଥିପାଇଁ ଆବଶ୍ୟକୀୟ ସ୍ଥାନାନ୍ତର କରାଯାଇ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ ।

ସେହିଭଳି ଖାନନଗରଠାରେ ପ୍ରସ୍ତାବିତ ନେତାଜୀ ବସ୍ ଟର୍ମିନାଲ୍ ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିଥିଲେ ଶ୍ରୀ ପାଣ୍ଡିଆନ୍ । ସମୁଦାୟ ୧୭.୯୧ ଏକର ଜମି ଉପରେ ଏହି ପ୍ରକଳ୍ପ ନିର୍ମାଣ ହେବ । ସହରରେ ବସ୍ ଚଳାଚଳ ଓ ଟ୍ରାଫିକ୍ ନିୟନ୍ତ୍ରଣକୁ ସହଜ କରିବା ପାଇଁ ଏହା ସାହାଯ୍ୟ କରିବ । ପ୍ରସ୍ତାବିତ ଟର୍ମିନାଲ୍ ରେ ଯାତ୍ରୀମାନଙ୍କ ରହଣି ପାଇଁ ବ୍ୟବସ୍ଥା କରାଯାଉଛି ।

ସମୀକ୍ଷା ବେଳେ, ପ୍ରକଳ୍ପ ଅଞ୍ଚଳରେ ଥିବା ଲାଇବ୍ରେରୀ ସ୍ଥାନାନ୍ତର ସମସ୍ୟା ଉଠିଥିଲା । ୧୦ ଦିନ ଭିତରେ ଲାଇବ୍ରେରୀ ବିକଳ୍ପ ଜାଗା ନିରୂପଣ କରି ରିପୋର୍ଟ ଦେବାକୁ ଶ୍ରୀ ପାଣ୍ଡିଆନ୍ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବସ୍ ଟର୍ମିନାଲ୍ ପ୍ରକଳ୍ପଟି ୨୦୨୨ ଅଗଷ୍ଟ ସୁଦ୍ଧା ଶେଷ ପାଇଁ ସମୟଧାର୍ଯ୍ୟ ହୋଇଥିବାରୁ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ଏସସିବି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ୍ ର ବିଶ୍ୱସ୍ତରୀୟ ରୂପାନ୍ତର କାର୍ଯ୍ୟର ମଧ୍ୟ ସମୀକ୍ଷା କରାଯାଇଥିଲା ।

Previous Post

ଟେଲର୍ ବାପା, ଦିନ ମଜୁରିଆ ମା’ ଙ୍କ ଆଇଏଏସ୍ ପୁଅ

Next Post

ଖୋଲୁଛି ଏସିଏଫ୍ ସୌମ୍ୟରଂଜନଙ୍କ ମୃତ୍ୟୁ ରହସ୍ୟ

Next Post
ଖୋଲୁଛି ଏସିଏଫ୍ ସୌମ୍ୟରଂଜନଙ୍କ ମୃତ୍ୟୁ ରହସ୍ୟ

ଖୋଲୁଛି ଏସିଏଫ୍ ସୌମ୍ୟରଂଜନଙ୍କ ମୃତ୍ୟୁ ରହସ୍ୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA