Wednesday, June 24, 2026 10:34 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଖୋଲୁଛି ଏସିଏଫ୍ ସୌମ୍ୟରଂଜନଙ୍କ ମୃତ୍ୟୁ ରହସ୍ୟ

ବିଦ୍ୟାଭାରତୀଙ୍କ ବିରୋଧରେ ଚାଞ୍ଚଲ୍ୟକର ବୟାନ

by Our Correspondent
19 Jul, 2021- 11:36 PM
in Latest News, News
1 min read
0
ଖୋଲୁଛି ଏସିଏଫ୍ ସୌମ୍ୟରଂଜନଙ୍କ ମୃତ୍ୟୁ ରହସ୍ୟ

ଭୁବନେଶ୍ୱର: ଯୁବ ଓଏଫଏସ୍ ଅଫିସର ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ଏବେ ସମ୍ପୂର୍ଣ୍ଣ ରହସ୍ୟ ଘେରରେ । ଅବିବାହିତ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ସହ ପତ୍ନୀ ବିଦ୍ୟାଭାରତୀଙ୍କ ଅନୈତିକ ସମ୍ପର୍କ ହିଁ ତାଙ୍କ ମୃତ୍ୟୁର କାରଣ ବୋଲି ସନେ୍ଦହ ଘନୀଭୂତ ହୋଇଛି । ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ସୌମ୍ୟଙ୍କ ବାପା, ମା’ ଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଆଗକୁ ବଢୁଥିବା ବେଳେ ଆଜି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି । ଏହି ତଥ୍ୟସବୁରୁ ଏତିକି ସ୍ପଷ୍ଟ ଯେ ସୌମ୍ୟ ଓ ବିଦ୍ୟାଙ୍କ ମାତ୍ର ଦେଢ଼ବର୍ଷର ଦାମ୍ପତ୍ୟ ଜୀବନ ଆଦୌ ଭଲ ନ ଥିଲା ।

ସୌମ୍ୟଙ୍କ ପରିବାରର କଥାକୁ ବିଶ୍ୱାସ କରାଗଲେ, ସୌମ୍ୟ-ବିଦ୍ୟାଙ୍କ ବିବାହ ଓ ବିବାହ ପରର କାହାଣୀ ଏହିଭଳି । ବିଦ୍ୟା ସୁନ୍ଦରୀ ଓ ଶିକ୍ଷିତ ହୋଇଥିବାରୁ ସୌମ୍ୟଙ୍କ ପରିବାର ବିବାହ ପ୍ରସ୍ତାବରେ ରାଜି ହୋଇଥିଲେ । ମାତ୍ର ପ୍ରଥମରୁ ବିଦ୍ୟା ଯେ ପ୍ରସ୍ତାବରେ ରାଜି ନ ଥିଲେ ତାହା ସେମାନଙ୍କୁ ଜଣା ନ ଥିଲା । କାରଣ ଥିଲା ବିଦ୍ୟାଙ୍କ ଅନ୍ୟ ଯୁବକଙ୍କ ସହ ସମ୍ପର୍କ । ତେବେ ବିଦ୍ୟାଙ୍କ ବାପା ମା ତରବର କରିବାରୁ ବାହାଘର ଜଲଦି ଜଲଦି ହୋଇଯାଇଥିଲା । ବିବାହ ପରେ ପତି-ପତ୍ନୀ ପାରଳାଖେମୁଣ୍ଡି ସରକାରୀ ବାସଭବନକୁ ଚାଲି ଆସିଥିଲେ । ତେବେ ବିଦ୍ୟା ସୌମ୍ୟଙ୍କୁ ବାଧ୍ୟ କରି ଏକ ଲିଖିତ ଚୁକ୍ତି କରାଇଥିଲେ । ଏହି ଚୁକ୍ତିଟି ହେଉଛି, ସେମାନଙ୍କ ମଧ୍ୟରେ ବର୍ଷେ ଯାଏଁ ସ୍ୱାମୀ-ସ୍ତ୍ରୀ ସମ୍ପର୍କ ରହିବନି କି ଶାରୀରିକ ସମ୍ପର୍କ ରହିବନି । ସେମାନେ ଏକାଠି ବନ୍ଧୁ ଭଳି ରହିବେ । ବର୍ଷେ ପରେ ଯାଇ ସ୍ୱାମୀ-ସ୍ତ୍ରୀ ସମ୍ପର୍କ ସ୍ଥାପନ ହେବ । ଏହି ଚୁକ୍ତି ସମ୍ପର୍କରେ ସୌମ୍ୟଙ୍କ ପରିବାର ଅନ୍ଧାରରେ ଥିଲେ ।

ବିବାହର ଦୁଇ ତିନି ମାସ ପରେ ବିଦ୍ୟା ଓ ତାଙ୍କ ସାଙ୍ଗମାନେ ବଲାଙ୍ଗୀରରେ ଏକ ବ୍ୟାଚଲର୍ ପାର୍ଟିର ଆୟୋଜନ କରିଥିଲେ । ବିଦ୍ୟାଙ୍କ ସାଙ୍ଗରେ ସୌମ୍ୟ ସେଠାକୁ ଯାଇଥିଲେ ମଧ୍ୟ ପାର୍ଟିରେ ନ ରହିବାକୁ ବିଦ୍ୟା ସୌମ୍ୟଙ୍କୁ ତାଗିଦ୍ କରି ପଳାଇ ଯିବାକୁ କହିଥିଲେ । ସୌମ୍ୟ ଫେରି ଆସିଲା ପରେ ବିଦ୍ୟା ତାଙ୍କୁ ଫୋନ୍ କରି ୩୦ ହଜାର ଟଙ୍କା ପଠାଇବାକୁ କହିଥିଲେ । ମାତ୍ର ସୌମ୍ୟ ଟଙ୍କା ଦେବାକୁ ମନା କରିଦେଇଥିଲେ । ଏହାପରେ ବିଦ୍ୟା ତାଙ୍କ ମୋବାଇଲ୍ ରୁ ସୌମ୍ୟଙ୍କ ପାଖକୁ କିଛି ଫଟୋ ପଠାଇଥିଲେ । ଅନ୍ୟ ଏକ ପୁରୁଷ ସହ ବିଦ୍ୟା ସେଥିରେ ଅସଂଯତ ଅବସ୍ଥାରେ ଥିଲେ । ଏହି ଫଟୋ ଦେଖି ସୌମ୍ୟଙ୍କର ଚେତା ଉଡ଼ିଯାଇଥିଲା ।

ଉଭୟଙ୍କ ମଧ୍ୟରେ ସର୍ବଦା ଗଣ୍ଡଗୋଳ ଲାଗି ରହୁଥିଲା । ଗତ ଏପ୍ରିଲ୍ ମାସରେ ଉଭୟ ଭୁବନେଶ୍ୱର ଆସିଥିଲା ବେଳେ ରାତିରେ ସେମାନଙ୍କ ମଧ୍ୟରେ ଭୀଷଣ ପାଟିତୁଣ୍ଡ ହୋଇଥିଲା । ବିଦ୍ୟା ସେଇ ରାତିରେ ଘର ଛାଡ଼ି ପଳାଇଥିଲେ । ସୌମ୍ୟ ସବୁଆଡ଼େ ଖୋଜାଖୋଜି ଖୋଲା ପରେ ଡିଏଫଓଙ୍କ ବାସଭବନରେ ତାଙ୍କୁ ଠାବ କରିଥିଲେ ।

ମୃତୁ୍ୟର ଠିକ୍ ୪ ଦିନ ପୂର୍ବରୁ ଗତ ୯ ତାରିଖରେ ସୌମ୍ୟ ଓ ବିଦ୍ୟାଙ୍କ ମଧ୍ୟରେ ଆଉ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ସୌମ୍ୟଙ୍କ ଦରମା ଓ ସ୍ଥାବର ଅସ୍ଥାବର ସମ୍ପତ୍ତି ଉପରେ ପତ୍ନୀ ବିଦ୍ୟାଭାରତୀଙ୍କର ଅଧିକାର ରହିବ ବୋଲି ଏଥିରେ ଦର୍ଶାଯାଇଥିଲା ।

ଠିକ୍ ସେହିଦିନ ସୌମ୍ୟ ତାଙ୍କ ଡାଇରୀରେ ୧୨ ରୁ ୧୫ ତାରିଖ କଳାଦିନ ବୋଲି ଲେଖିଥିଲେ ।

ସୂଚନାଥାଉକି, ପାରଳାଖେମୁଣ୍ଡିରୁ ବଦଳି ପାଇଁ ସୌମ୍ୟ ରାଜ୍ୟ ସରକାରଙ୍କୁ ବାରମ୍ବାର ଆବେଦନ କରିଥିଲେ । ସରକାର ତାଙ୍କ କଥା ଶୁଣିଥିଲେ । ଘର ପାଖ ଶିମିଳିପାଳ ଡିଭିଜନକୁ ନିକଟରେ ତାଙ୍କର ବଦଳି ହୋଇଥିଲା । ଜୁଲାଇ ୧୪ ତାରିଖରେ ପାରଳାଖେମୁଣ୍ଡିରୁ ରିଲିଭ୍ ହୋଇଥାଆନ୍ତେ । ମାତ୍ର ୧୩ ତାରିଖରେ ନିଆଁରେ ପୋଡି ମରିଗଲେ ।

ସୌମ୍ୟଙ୍କ ଏହି ଜୀବନ କାହାଣୀ ଯଦି ସତ୍ୟ, ତେବେ ତାଙ୍କର ମୃତ୍ୟୁ ଦୁର୍ଘଟଣାଜନିତ ନୁହେଁ ବରଂ ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରାଯାଇଛି ନଚେତ୍ ହତ୍ୟା କରାଯାଇଛି ବୋଲି ସ୍ପଷ୍ଟ ଅନୁମେୟ ।

ପାରଳାଖେମୁଣ୍ଡି ଥାନା ଆଇଆଇସି ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ୫ ଜଣିଆ ପୁଲିସ ଟିମ୍ ସୋମବାର ସୌମ୍ୟଙ୍କ ଗାଁ ବାଲେଶ୍ୱର ଜିଲ୍ଲା ଖଇରା ଥାନା ନୟାଖଣ୍ଡି ପଞ୍ଚାୟତ ବେଗୁନିଆକୁ ଯାଇ ତାଙ୍କ ମା’, ଭାଇ ଓ ମାମୁଁଙ୍କୁ ପଚରାଉଚୁରା କରିଥିଲେ । ସୌମ୍ୟଙ୍କ ମା’ ପୁଲିସ ଆଗରେ ଅନେକ ଗୁମର ଖୋଲିଛନ୍ତି । ଅପରାହ୍ନରେ ପୁଲିସ ମୟୁଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଗୌଡ଼ଗାଁ ବିଦ୍ୟାଭାରତୀଙ୍କ ଘରକୁ ଯାଇ ତାଙ୍କୁ ଅଢ଼େଇ ଘଣ୍ଟା ଧରି ଜେରା କଲା ପରେ ଫେରିଆସିଛନ୍ତି । ମଙ୍ଗଳବାର ଟିମ୍ ପୁଣି ଥରେ ତାଙ୍କ ଘରକୁ ଯାଇ ତାଙ୍କ ବାପା ମା’ ଓ ପରିବାରର ଅନ୍ୟ ସଦସ୍ୟଙ୍କୁ ପଚରା ଉଚୁରା କରିବେ ।

ପୁଲିସର ତଦନ୍ତ ଓ ପରିବାରର ଅଭିଯୋଗ ଆଧାରରେ ଡିଏଫଓ, ସୌମ୍ୟଙ୍କ ପତ୍ନୀ, ରୋଷେୟା ସମ୍ପୂର୍ଣ୍ଣ ସନ୍ଦେହଘେରକୁ ଆସିସାରିଥିଲା ବେଳେ ଗଜପତି ମହିଳା ଥାନା ଆଇଆଇସି ମମତା ପଣ୍ଡାଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଲାଣି । ସୌମ୍ୟଙ୍କ ଶବ ୯୦ ପ୍ରତିଶତ ପୋଡି ଆମ୍ବୁଲାନସ୍ ରେ କଟକ ନିଆଯାଉଥିବା ବେଳେ ବାଟରେ ଘଣ୍ଟାଏ କାଳ ଅଟକାଇ ରଖିଥିଲେ ମହିଳା ଆଇଆଇସି । କିନ୍ତୁ କ’ଣ ପାଇଁ?

ପ୍ରଥମଃ ତାଙ୍କୁ ବିଶାଖାପାଟଣା କିମ୍ବା ବ୍ରହ୍ମପୁର ନିଆ ନ ଯାଇ କଟକ ଆଣିବା ରହସ୍ୟମୟ ମନେ ହେଉଛି । ସେହିଭଳି ନିଆଁରେ ପୋଡି ଛଟପଟ ହେଉଥିବା ଏସିଏଏଫ୍ ସୌମ୍ୟରଂଜନଙ୍କୁ ନେଇ ଯାଉଥିବା ଆମ୍ବୁଲାନସ୍ କୁ ଏହି ମହିଳା ଆଇଆଇସି ଘଣ୍ଟାଏ କାଳ ଅଟକାଇବା ପଛର ରହସ୍ୟ କ’ଣ ହୋଇପାରେ? ସଂପୃକ୍ତା ଆଇଆଇସି ବିଦ୍ୟାଭାରତୀଙ୍କର ସମ୍ପର୍କୀୟ ହୋଇଥିବାରୁ ତାଙ୍କର ଭୂମିକା ତଦନ୍ତ କରିବାକୁ ସୌମ୍ୟଙ୍କ ପରିବାର ଦାବି କରିଛନ୍ତି ।

Previous Post

ଭୋରୁ ଭୋରୁ କଟକରେ ୫-ଟି ସଚିବ ପାଣ୍ଡିଆନ୍

Next Post

ପବିତ୍ର ବାହୁଡା ଯାତ୍ରାର ସିଧା ପ୍ରସାରଣ

Next Post
ପବିତ୍ର ବାହୁଡା ଯାତ୍ରାର ସିଧା ପ୍ରସାରଣ

ପବିତ୍ର ବାହୁଡା ଯାତ୍ରାର ସିଧା ପ୍ରସାରଣ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA