Friday, October 2, 2026 04:14 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନିୟମିତ ହେବେ ୩୩୨୮ ବହୁଭାଷୀ ଶିକ୍ଷା ସହାୟକ

୧୩ ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ

by Our Correspondent
24 Dec, 2021- 08:56 PM
in Latest News, News
1 min read
0
ନିୟମିତ ହେବେ ୩୩୨୮ ବହୁଭାଷୀ ଶିକ୍ଷା ସହାୟକ

ଭୁବନେଶ୍ୱର: ଆଦିବାସୀ ଅଧ୍ୟୁଷିତ ୧୭ ଟି ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କର ନିଜସ୍ୱ ମାତୃଭାଷାରେ ଗୁଣାତ୍ମକ ଶିକ୍ଷାଦାନ ନିମନ୍ତେ ୨୦୧୩ ମସିହାରେ ନିଯୁକ୍ତି ପାଇଥିବା ୩୩୨୮ ଜଣ ବହୁଭାଷୀ ଶିକ୍ଷା ସହାୟକଙ୍କୁ ନିୟମିତ କରିବା ପାଇଁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି ।

ନିଷ୍ପତ୍ତି ଅନୁଯାୟୀ, ଯେଉଁ ବହୁଭାଷୀ(ମଲଟି ଲିଙ୍ଗୁଆଲ୍) ଶିକ୍ଷା ସହାୟକମାନେ ୩ ବର୍ଷ ନିରବଚ୍ଛିନ୍ନ ଭାବେ ଚାକିରି କରିଥିବେ ସେମାନଙ୍କୁ କନିଷ୍ଠ ଶିକ୍ଷକ ଭାବରେ ପରିଗଣିତ କରାଯିବ । ସେହିପରି, ଯେଉଁ ଯୋଗ୍ୟ ବହୁଭାଷୀ କନିଷ୍ଠ ଶିକ୍ଷକମାନେ ୩ ବର୍ଷ ନିରବଚ୍ଛିନ୍ନ ଚାକିରିରେ ଥିବେ ସେମାନେ ସହକାରୀ ଶିକ୍ଷକ ମାନ୍ୟତା ପାଇବେ । ଓଡିଶା ଏଇମେଣ୍ଟାରି ଏଜୁକେସନ ରୁଲସ୍, ୧୯୯୭ ଏବଂ ସମୟାନୁଯାୟୀ ସଂଶୋଧିତ ନିୟମ ଅଧିନରେ ଏମାନେ ପରିଚାଳିତ ହେବେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜି ରାଜ୍ୟ କ୍ୟାବିନେଟ୍ ବୈଠକରେ ସର୍ବମୋଟ୍ ୧୩ ଟି ପ୍ରସ୍ତାବ ଉପରେ ମୋହର ଲାଗିଛି ।
ରାଜ୍ୟର ଲୋ ଭୋଲଟେଜ ଅଞ୍ଚଳର ସମସ୍ୟା ସମାଧାନ ପାଇଁ ଆସନ୍ତା ୩ ବର୍ଷ ମଧ୍ୟରେ ୯୯ଟି ୩୩/୧୧ କେ.ଭି ସବ ଷ୍ଟେସନ୍ ଏବଂ ୬୪ଟି ସ୍ୱତନ୍ତ୍ର ୩୩ କେ.ଭି ଲାଇନ୍ ନିର୍ମାଣ ହେବ । ରାଜ୍ୟ ସରକାରଙ୍କ ୩୦% ଅଂଶଧନ ସହାୟତାରେ ଏଥିପାଇଁ ୫ଟି ବିଦ୍ୟୁତ ସଂଚାରଣ ପ୍ରକଳ୍ପ ନିର୍ମାଣକୁ ମଂଜୁରୀ ପ୍ରଦାନ କରାଯାଇଛି ।

ସେଗୁଡ଼ିକ ହେଲା (୧) ଆଠମଲ୍ଲିକଠାରେ ୧୩୨/୩୩ କେ.ଭି ଗ୍ରୀଡ଼୍ ସବ୍ ଷ୍ଟେସନ୍ ଏବଂ ଏହାର ଆନୁସଙ୍ଗିକ ଲାଇନ୍ (୨) ଏମ୍ ରାମପୁରଠାରେ ୨୨୦/୩୩ କେ.ଭି ଗ୍ରୀଡ଼୍ ସବ୍ ଷ୍ଟେସନ୍ ଏବଂ ଏହାର ଆନୁସଙ୍ଗିକ ଲାଇନ୍ (୩) ଚିତ୍ତାଳୋ ଠାରେ ୨୨୦/୩୩ କେ.ଭି ଗ୍ରୀଡ଼୍ ସବ୍ ଷ୍ଟେସନ୍ ଏବଂ ଏହାର ଆନୁସଙ୍ଗିକ ଲାଇନ୍ (୪) ଆଗଲପୁର(ରାମପୁର) ଠାରେ ୧୩୨/୩୩ କେ.ଭି ଗ୍ରୀଡ଼୍ ସବ୍ ଷ୍ଟେସନ୍ ଏବଂ ଏହାର ଆନୁସଙ୍ଗିକ ଲାଇନ୍ (୫) ତୁରୁମଙ୍ଗାଠାରୁ ଢ଼େଙ୍କିକୋଟ ପର୍ଯ୍ୟନ୍ତ ୧୩୨ କେ.ଭି ଲାଇନ୍ । ଏଥିପାଇଁ ଖର୍ଚ୍ଚ ହେବ ୨୫୯. ୪୩ କୋଟି ଟଙ୍କା ।

୧୨୬ କୋଟି ୪୬ ଲକ୍ଷ ୮୨ ହଜାର ୪୯୮ ଟଙ୍କା ବ୍ୟୟରେ କଳାହାଣ୍ଡି ଜିଲ୍ଲାର ମ. ରାମପୁର ବ୍ଲକ୍ ର ଦୁତ୍ତା ଗ୍ରାମ ନିକଟରେ ସାନ୍ଦୁଲ ନଦୀ ଉପରେ ଏକ ବ୍ୟାରେଜ୍ ନିର୍ମାଣ ହେବ । ଏହି ମଧ୍ୟମ ଜଳସେଚନ ପ୍ରକଳ୍ପ ଦ୍ୱାରା କଳାହାଣ୍ଡି ଜିଲ୍ଲାର ମରୁଡ଼ି ପ୍ରବଣ ଅଞ୍ଚଳରେ ବିନା ବିସ୍ଥାପନରେ ୫ ହଜାର ହେକ୍ଟର ଜମିକୁ ଜଳସେଚିତ କରାଯାଇପାରିବ । ଏହାଦ୍ୱାରା ୨୯ ଟି ଗ୍ରାମବାସୀ ଉପକୃତ ହେବେ । ଅଢ଼େଇ ବର୍ଷରେ କାମ ସରିବ ।

ବାଲେଶ୍ୱର ଜିଲ୍ଲା ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ସାଳନ୍ଦୀ ବାମ ପାଶ୍ୱର୍ କେନାଲର ୧୬.୦୮ କିମି ଠାରୁ ୩୬.୫୪୭ କିମି ମଧ୍ୟରେ ଅବସ୍ଥିତ ୯୮୦୩ ହେକ୍ଟର ଚାଷଜମିକୁ ଭୂତଳ ପାଇପ୍ ଦ୍ୱାରା ଜଳସେଚନ କରାଯିବ । ଏଥିପାଇଁ ୨୨୯ କୋଟି ୮୭ ଲକ୍ଷ ୯୩ ହଜାର ୨୦୦ ଟଙ୍କାର ଟେଣ୍ଡର ହେବ । ୧୮ ମାସ ମଧ୍ୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରଧାନମନ୍ତ୍ରୀ କୃଷି ସିଞ୍ଚୟୀ ଯୋଜନା ପାଣ୍ଠିରୁ ଏହି ଖର୍ଚ୍ଚ ହେବ ।

ରେଙ୍ଗାଳି ଜଳସେଚନ ଅଧିନସ୍ଥ ଭୂତଳ ପାଇପ ଦ୍ୱାରା ଜଳସେଚନ ନିର୍ମାଣ କାର୍ଯ୍ୟକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି ।

କଟକ ଏସସିବି ମେଡ଼ିକାଲ୍ କଲେଜ ଏବଂ ହସ୍ପିଟାଲ୍ ର ପୁନର୍ବିକାଶ ଓ ସମ୍ପ୍ରସାରଣ ପାଇଁ ୮୮୮ କୋଟି ୫୦ ଲକ୍ଷ ଟଙ୍କାର ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି । ଏଥିରେ କର୍ମଚାରୀ ଆବାସିକ ଗୃହ ଓ ଛାତ୍ରାବାସ ନିର୍ମାଣ ତଥା ଭୂତ୍ତିଭୂମି ନିର୍ମାଣ କରାଯିବ ।

ଏଥିସହ, ଓଡ଼ିଶା ସୁପରିଅର୍ ଜୁଡ଼ିସିଆଲ୍ ସର୍ଭିସ୍ ଏବଂ ଓଡ଼ିଶା ଜୁଡ଼ିସିଆଲ୍ ସର୍ଭିସ୍ ନିୟମ, ୨୦୦୭ ର ସଂଶୋଧନ, ଓଡ଼ିଶା ବୈଦୁତିକ ଯାନ୍ତ୍ରିକ ସଂବର୍ଗର ପୁନର୍ଗଠନ, ଓଡ଼ିଶା ପ୍ରାଣୀ ଚିକିତ୍ସା(ନିଯୁକ୍ତି ଓ ସେବା) ନିୟମାବଳୀ-୨୦୨୧ ପ୍ରଣୟନ ଏବଂ ପାରାଦ୍ୱୀପ ତୈଳ ବିଶୋଧନାଗାର ଉପରୁ ବିଦୁ୍ୟତ ଶୁଳ୍କ ଛାଡ଼ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର କରିଛି ।

Previous Post

କିଟ୍‍ ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା କୁଳପତି

Next Post

ଫୁଟପାଥ୍ ବେପାରୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ମୁଖ୍ୟମନ୍ତ୍ରୀ

Next Post
ଫୁଟପାଥ୍ ବେପାରୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ମୁଖ୍ୟମନ୍ତ୍ରୀ

ଫୁଟପାଥ୍ ବେପାରୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA