Friday, October 2, 2026 04:16 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କିଟ୍‍ ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା କୁଳପତି

by Our Correspondent
24 Dec, 2021- 07:34 PM
in Latest News, News
1 min read
0
କିଟ୍‍ ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା କୁଳପତି

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ପ୍ରଫେସର ସସ୍ମିତାରାଣୀ ସାମନ୍ତ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରଫେସର ହୃଷୀକେଶ ମହାନ୍ତିଙ୍କ କାର୍ଯ୍ୟକାଳ ଶେଷ ହୋଇଯିବା ପରେ କୁଳାଧିପତି ପ୍ରଫେସର ବେଦ ପ୍ରକାଶ ପ୍ରଫେସର ସସ୍ମିତା ସାମନ୍ତଙ୍କୁ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ପ୍ରଫେସର ସାମନ୍ତ କିଟ୍‍ ବିଶ୍ୱବିଦ୍ୟାଳୟର କୁଳସଚିବଠାରୁ ଆରମ୍ଭ କରି ଉପକୂଳପତି ପର୍ଯ୍ୟନ୍ତ ଦୀର୍ଘ ୨୬ ବର୍ଷ ଧରି କିଟ୍‍ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ପଦପଦବୀରେ ରହି ଦକ୍ଷତାର ସହ କାର୍ଯ୍ୟ କରିଆସିଛନ୍ତି । ଆଜି ପ୍ରଫେସର ମହାନ୍ତିଙ୍କଠାରୁ ପ୍ରଫେସର ସାମନ୍ତ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଶିକ୍ଷାଦାନ ଓ ପ୍ରଶାସନ କ୍ଷେତ୍ରରେ ତାଙ୍କର ଦୀର୍ଘ ୨୫ ବର୍ଷର ଅଭିଜ୍ଞତା ରହିଛି । ପ୍ରଫେସର ସାମନ୍ତ ବ୍ରିଟେନର ରୟାଲ୍‍ ସୋସାଇଟି ଅଫ୍‍ ଆର୍ଟସ୍‍ (ଏଫଆରଏସ୍‍ଏ, ୟୁକେ) ଏବଂ କମ୍ପ୍ୟୁଟର ସୋସାଇଟି ଅଫ୍‍ ଇଣ୍ଡିଆ (ଏଫ୍‍ସିଏସ୍‍ଆଇ, ଇଣ୍ଡିଆର) ଫେଲୋ ରହିଆସିଛନ୍ତି । କୁଳପତି ଚୟନ ନିମନ୍ତେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିପାଇଁ କିଟ୍‍ ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ବେଦ ପ୍ରକାଶ ପ୍ରତିଷ୍ଠିତ ଶିକ୍ଷାବିତ୍‍, ଜାତୀୟ ବିଶ୍ୱବିଦ୍ୟାଳୟର କୁଳପତି ଏବଂ ୟୁଜିସି ପକ୍ଷରୁ ଜଣେ ସଦସ୍ୟଙ୍କୁ ନେଇ ଏକ ୩ ଜଣିଆ ଚୟନ କମିଟି ଗଠନ କରିଥିଲେ । ପୁଙ୍ଖାନୁପୁଙ୍ଖ ଯାଞ୍ଚ ପରେ ପ୍ରଫେସର ସାମନ୍ତଙ୍କ ସମେତ ଚୟନ କମିଟି ୧୩ଜଣଙ୍କ ସାକ୍ଷାତକାର ନେଇଥିଲେ । ଚୂଡ଼ାନ୍ତ ପର୍ଯ୍ୟାୟରେ ଚୟନ କମିଟି ୩ଜଣ ପ୍ରାର୍ଥୀଙ୍କ ନାମ କୁଳାଧିପତିଙ୍କ ନିକଟକୁ ପଠାଇଥିଲେ । ଶିକ୍ଷାଦାନ ଓ ପ୍ରଶାସନିକ ଅଭିଜ୍ଞତା ସମେତ ଅନ୍ୟାନ୍ୟ ଦିଗକୁ ବିଚାରକୁ ନେଇ କୁଳାଧିପତି ପ୍ରଫେସର ସସ୍ମିତାରାଣୀ ସାମନ୍ତଙ୍କୁ କିଟ୍‍ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତି ଦେଇଥିଲେ । ଆସନ୍ତା ୫ବର୍ଷ ପାଇଁ ପ୍ରଫେସର ସାମନ୍ତ ଏହି ପଦବୀରେ କାର୍ଯ୍ୟ କରିବେ ।

କିଟ୍‍ ବିଶ୍ୱବିଦ୍ୟାଳୟ ଆରମ୍ଭରୁ ଏହାର କୁଳପତି ଭାବେ ବହୁ ବିଶିଷ୍ଟ ଶିକ୍ଷାବିତ୍‍ ଓ ବୈଜ୍ଞାନିକ କାର୍ଯ୍ୟ କରିଛନ୍ତି । ଏଥିରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରିବା ସହ ପ୍ରଫେସର ସସ୍ମିତାରାଣୀ ସାମନ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଫେସର ସସ୍ମିତା ସାମନ୍ତଙ୍କ ନେତୃତ୍ୱରେ କିଟ୍‍ ବିଶ୍ୱବିଦ୍ୟାଳୟ ଆଗକୁ ଆହୁରି ସଫଳତା ହାସଲ କରିବ ବୋଲି ଶ୍ରୀ ସାମନ୍ତା ଆଶା ବ୍ୟକ୍ତ କରିଛନ୍ତି ।

Previous Post

ବଡ଼ଦିନ, ନୂଆବର୍ଷ ପାଳନ ଉପରେ କଟକଣା

Next Post

ନିୟମିତ ହେବେ ୩୩୨୮ ବହୁଭାଷୀ ଶିକ୍ଷା ସହାୟକ

Next Post
ନିୟମିତ ହେବେ ୩୩୨୮ ବହୁଭାଷୀ ଶିକ୍ଷା ସହାୟକ

ନିୟମିତ ହେବେ ୩୩୨୮ ବହୁଭାଷୀ ଶିକ୍ଷା ସହାୟକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA