Wednesday, May 27, 2026 03:12 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୫୨ ଲକ୍ଷ ଟଙ୍କା ପ୍ୟାକେଜ୍ ରେ ୫ କିଟ୍ ଛାତ୍ରଛାତ୍ରୀ

କିଟ୍‍ ପ୍ଲେସମେଣ୍ଟ ୨୦୨୨

by Our Correspondent
11 Jan, 2022- 09:50 PM
in Latest News, News
1 min read
0
୫୨ ଲକ୍ଷ ଟଙ୍କା ପ୍ୟାକେଜ୍ ରେ ୫ କିଟ୍ ଛାତ୍ରଛାତ୍ରୀ

ଭୁବନେଶ୍ୱର: କରୋନା ମହାମାରୀ ଭଳି କଠିନ ସମୟରେ ଚଳିତ ବର୍ଷ କିଟ୍ ରେ ରେକର୍ଡ଼ ପ୍ଲେସମେଣ୍ଟ ହୋଇପାରିଛି । କିଟ୍‍ର ୨୦୨୨ ପାସ୍‍ ଆଉଟ ବ୍ୟାଚ୍‍ ପାଇଁ ଜୁଲାଇ ମାସରୁ ଆରମ୍ଭ ହୋଇଥିଲା । ୨୦୨୧ ଡିସେମ୍ବର ସୁଦ୍ଧା ୫୦ଟି ନୂଆ କମ୍ପାନୀ ସହ ୨୭୦ଟି କମ୍ପାନୀ କିଟ୍‍କୁ କ୍ୟାମ୍ପସ୍‍ ପ୍ଲେସମେଣ୍ଟ ପାଇଁ ଆସିଥିଲେ । ୪୨ଶହରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ନିଯୁକ୍ତି ସୁଯୋଗ ପାଇ ସାରିଥିବାବେଳେ ସେମାନଙ୍କ ମଧ୍ୟରୁ ୧୨ଶହ ଛାତ୍ରଛାତ୍ରୀ ଏକାଧିକ ଏବଂ ୩ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଗୋଟିଏ ଲେଖାଏଁ ନିଯୁକ୍ତି ସୁଯୋଗ ପାଇବାରେ ସଫଳ ହୋଇଛନ୍ତି । ୧୫ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ହାରାହାରି ୮.୧୦ଲକ୍ଷ ଟଙ୍କା ପ୍ୟାକେଜ୍‍ରେ ବିଭିନ୍ନ ଡ୍ରିମ୍‍ କମ୍ପାନୀ ନିଯୁକ୍ତି ସୁଯୋଗ ଦେଇଛନ୍ତି । ସେହିପରି ୩୫ରୁ ଉର୍ଦ୍ଧ୍ୱ କମ୍ପାନୀ କିଟ୍‍ର ଛାତ୍ରଛାତ୍ରୀଙ୍କୁ ବାର୍ଷିକ ହାରାହାରି ୧୦ଲକ୍ଷ ଟଙ୍କା ବା ତଦୂର୍ଦ୍ଧ୍ୱ ପ୍ୟାକେଜ୍‍ରେ ନିଯୁକ୍ତି ସୁଯୋଗ ଦେଇଥିବାବେଳେ ୧୩୦ରୁ ଉର୍ଦ୍ଧ୍ୱ କମ୍ପାନୀ ବାର୍ଷିକ ହାରାହାରି ୫ଲକ୍ଷ ଟଙ୍କା ପ୍ୟାକେଜ୍‍ରେ ନିଯୁକ୍ତି ସୁଯୋଗ ଦେଇଛନ୍ତି । ବାର୍ଷିକ ସର୍ବାଧିକ ୫୨ଲକ୍ଷ ଟଙ୍କା ପ୍ୟାକେଜ୍ ରେ କିଟ୍‍ର ୫ଜଣ ଛାତ୍ରଛାତ୍ରୀ ନିଯୁକ୍ତି ସୁଯୋଗ ପାଇଛନ୍ତି । ଚଳିତ ବର୍ଷ ହାରାହାରି ବାର୍ଷିକ ପ୍ୟାକେଜ୍‍ ୬.୦୫ ଲକ୍ଷ ଟଙ୍କା ରହିଥିବାବେଳେ ଏହା ଗତ ବର୍ଷ ତୁଳନାରେ ୩୦ପ୍ରତିଶତ ଅଧିକ ବୋଲି କିଟ୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସସ୍ମିତା ସାମନ୍ତ ସୂଚନା ଦେଇଛନ୍ତି ।

କିଟ୍‍ ବିଶ୍ୱବିଦ୍ୟାଳୟ ବିଭିନ୍ନ ରାଷ୍ଟ୍ରାୟତ୍ତ ଓ ବହୁରାଷ୍ଟ୍ରୀୟ କମ୍ପାନୀ ସହ ସମନ୍ୱୟ ରକ୍ଷା କରି ଆସିଛି । ଫଳରେ ବହୁରାଷ୍ଟ୍ରୀୟ କମ୍ପାନୀ ହାଇରେଡିଅସ୍‍ କିଟ୍‍ ବିଶ୍ୱବିଦ୍ୟାଳୟ ପରିସରରେ ଏକ ଉଚ୍ଚମାନର ତାଲିମ୍‍ କେନ୍ଦ୍ର ପ୍ରତିଷ୍ଠା କରି ପ୍ରତିବର୍ଷ ୨ ହଜାରରୁ ଊର୍ଦ୍ଧ୍ୱ ପିଲାଙ୍କୁ ମାସିକ ୧୫ ହଜାର ଟଙ୍କା ମେଧାବୃତ୍ତିରେ ବର୍ଷିକିଆ ତାଲିମ୍‍ ପ୍ରଦାନ କରିଆସୁଛି । ଏହି ତାଲିମ ଅତି ଉଚ୍ଚମାନର ହୋଇଥିବାରୁ କିଟ୍‍ର ଅଧିକାଂଶ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀରେ ନିଯୁକ୍ତି ସୁଯୋଗ ପାଇପାରୁଛନ୍ତି । ଏହା ଛଡ଼ା ହାଇରେଡିଅସ୍‍ କମ୍ପାନୀ ମଧ୍ୟ ପ୍ରତିବର୍ଷ କିଟ୍‍ରୁ ୮ ଲକ୍ଷ ଟଙ୍କା ପ୍ୟାକେଜରେ ୮ଶହରୁ ୧ହଜାର ପିଲାଙ୍କୁ ନିଯୁକ୍ତି ସୁଯୋଗ ଦେଇଥାଏ ବୋଲି ଉପକୁଳପତି ପ୍ରଫେସର ଶରଣଜିତ ସିଂହ ପ୍ରକାଶ କରିଛନ୍ତି ।

ସୂଚନା ଅନୁଯାୟୀ, କରୋନା ମହାମାରୀ ସତ୍ତ୍ୱେ ୨୦୨୦ରେ କିଟ୍‍ ବିଶ୍ୱବିଦ୍ୟାଳୟର ବିଟେକ୍‍, ଏମ୍‍ବିଏ, ବାୟୋଟେକରେ ଶତ ପ୍ରତିଶତ ପ୍ଲେସମେଣ୍ଟ ହୋଇଥିବା ବେଳେ ଲ’ରେ ୫୦ ପ୍ରତିଶତରୁ ଅଧିକ ପ୍ଲେସମେଣ୍ଟ ହୋଇଥିଲା । ୨୦୨୧ରେ ମଧ୍ୟ କିଟ୍‍ ବିଶ୍ୱବିଦ୍ୟାଳୟରେ ରେକର୍ଡ ପ୍ଲେସମେଣ୍ଟ ହୋଇଥିଲା । ୨୦୨୨ ପାସ୍‍ଆଉଟ୍‍ ବ୍ୟାଚ୍‍ ପାଇଁ ଗତବର୍ଷ ମେ ମାସରୁ କ୍ୟାମ୍ପସ୍‍ ପ୍ଲେସମେଣ୍ଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଥିରେ ସନ୍ତୋଷ ବ୍ୟକ୍ତ କରିବା ସହ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Previous Post

ଆଗାମୀ କିଛି ସପ୍ତାହ ଗୁରୁତ୍ୱପୂର୍ଣ୍ଣ, ସତର୍କ ରୁହ: ମୁଖ୍ୟମନ୍ତ୍ରୀ

Next Post

ବିଜେଡ଼ିରେ ମିଶିଥିବା ନେତାଙ୍କୁ ସାଂଗଠନିକ ଦାୟିତ୍ୱ

Next Post
ବିଜେଡ଼ିରେ ମିଶିଥିବା ନେତାଙ୍କୁ ସାଂଗଠନିକ ଦାୟିତ୍ୱ

ବିଜେଡ଼ିରେ ମିଶିଥିବା ନେତାଙ୍କୁ ସାଂଗଠନିକ ଦାୟିତ୍ୱ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA