ଭୁୁବନେଶ୍ୱର: ନିକଟରେ କଂଗ୍ରେସ ଓ ବିଜେପି ଛାଡ଼ି ବିଜେଡ଼ିରେ ମିଶିଥିବା ପ୍ରମୁଖ ନେତାଙ୍କୁ ଦଳୀୟ ଦାୟିତ୍ୱ ଦିଆଯାଇଛି । ଏହିକ୍ରମରେ ବିଜେଡ଼ି ସାଂଗଠନିକ ପଦବୀ ତାଲିକାରେ ୩ ଜଣ ବରିଷ୍ଠ ସାଧାରଣ ସମ୍ପାଦକ, ୪ ଜଣ ସାଧାରଣ ସମ୍ପାଦକ ଏବଂ ୭ ଜଣ ସମ୍ପାଦକ ଯୋଡି ହୋଇଛନ୍ତି । ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସେମାନଙ୍କୁ ନିଯୁକ୍ତି ଦିଆଯାଇଥିବା ଦଳର ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ଏକ ବିଜ୍ଞପ୍ତି ଜାରି କରିଛନ୍ତି ।
ବରିଷ୍ଠ ସାଧାରଣ ସମ୍ପାଦକ: ମହେଶ ସାହୁ(ଢ଼େଙ୍କାନାଳ), ପ୍ରଦୀପ ମାଝୀ(ନବରଙ୍ଗପୁର) ଏବଂ ପ୍ରଫୁଲ୍ଲ ମାଝୀ(ସୁନ୍ଦରଗଡ଼) ।
ସାଧାରଣ ସମ୍ପାଦକ: ହେଲେ ଅରିନ୍ଦମ ରାୟ(କଟକ), ଧୁନୁର୍ଜୟ ସିଦୁ(କେନ୍ଦୁଝର), ଚନ୍ଦ୍ରଶେଖର ମାଝୀ(କୋରାପୁଟ) ଏବଂ କୈଳାସ ଚନ୍ଦ୍ର କୁଲେସିକା(କୋରାପୁଟ) ।
ସମ୍ପାଦକ: ବିଶ୍ୱରଞ୍ଜନ ମଲ୍ଲିକ(ଯାଜପୁର), ରମେଶ ଚନ୍ଦ୍ର ପରିଡ଼ା(ଯାଜପୁର), ପ୍ରଦୀପ ସାହୁ(ଖୋର୍ଦ୍ଧା), ଦିଲ୍ଲୀପ କୁମାର ସାହୁ(ମୟୁରଭଞ୍ଜ), ସୁନୀଲ କୁମାର ଦାସ(ମୟୁରଭଞ୍ଜ), ମହେଶ ହେମ୍ବ୍ରମ୍(ମୟୁରଭଞ୍ଜ), ପ୍ରିୟବ୍ରତ ସାମନ୍ତରାୟ(ପୁରୀ) ।