Friday, June 26, 2026 07:33 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା

by Our Correspondent
16 Apr, 2022- 10:42 AM
in Latest News, News, Politics
1 min read
0
ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା

ଭୁବନେଶ୍ୱର: ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା ପୁଣି ଜୋର୍ ହୋଇଛି । ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାରରେ ପ୍ରଥମ ଥର ପାଇଁ ଏହି ଚର୍ଚ୍ଚା ହେଉନି । କରୋନାର ପ୍ରଥମ ଲହର ପରେ ପରେ ଏମିତି ଚର୍ଚ୍ଚା ହୋଇଥିଲା । ଆଉ ଥରେ ଦ୍ୱିତୀୟ ଲହର ଚାଲିଗଲା ପରେ ଚର୍ଚ୍ଚା ହୋଇଥିଲା । ବାଲେଶ୍ୱର, ତିର୍ତ୍ତୋଲ୍ ଏବଂ ପିପିଲି ଉପନିର୍ବାଚନ ପରବର୍ତ୍ତୀ ସମୟରେ ମନ୍ତ୍ରିମଣ୍ଡଳ ଅଦଳବଦଳର ଚର୍ଚ୍ଚା ଏମିତି ହେଲା ଯେ ବିଧାୟକମାନଙ୍କର ହାର୍ଟବିଟ୍ ବଢ଼ାଇ ଦେଲା । ପ୍ରାୟ ସବୁ ଗଣମାଧ୍ୟମ ନୂଆ ମନ୍ତ୍ରିମଣ୍ଡଳର ରୂପରେଖ ଲୋକଙ୍କୁ ଜଣାଇଦେଲେ । ମାତ୍ର ସମୟ ଗଡ଼ିବା ସହ ସେଭଳି କିଛି ହେଲାନାହିଁ । ଏବେ ପଞ୍ଚାୟତ ଓ ପୌର ନିର୍ବାଚନ ପରେ ପୁଣି ସେହି ଚର୍ଚ୍ଚା ଫେରିଛି । ଏଥର ମନ୍ତ୍ରିମଣ୍ଡଳ ଅଦଳବଦଳ ଅବଶ୍ୟମ୍ଭାବୀ ବୋଲି ଗଣମାଧ୍ୟମର ଆକଳନ କହୁଛି ।

ବଦନାମ ଏବଂ ଦକ୍ଷତା ନଥିବା ୭ ରୁ ୯ ମନ୍ତ୍ରୀଙ୍କୁ କୁଆଡ଼େ ମୁଖ୍ୟମନ୍ତ୍ରୀ ବିଦା କରିବେ । କିଛି ମନ୍ତ୍ରୀଙ୍କୁ ହଟାଇ ସାଂଗଠନିକ କାର୍ଯ୍ୟରେ ବି ଲଗାଯିବ । ଆଉ ସେହି ଅନୁପାତରେ ନୂଆ ମୁହଁକୁ ସାମିଲ କରାଯିବ । ଏମିତି ବି କୁହାଯାଉଛି ଯେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ୍ ରେଡ୍ଡୀଙ୍କ ଭଳି ନବୀନ ସବୁ ମନ୍ତ୍ରୀଙ୍କ ଇସ୍ତଫା ମାଗି ନୂଆ ମନ୍ତ୍ରିମଣ୍ଡଳ ଗଠନ କରିବେ । ତେବେ ଏହି ସବୁ ଖବରର ସୂତ୍ର ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ନୁହଁନ୍ତି କି ଦଳର କୌଣସି ବରିଷ୍ଠ ନେତା ନୁହଁନ୍ତି । କେବଳ ଅନୁମାନରେ ଖବର କରାଯାଉଛି ।

ବାସ୍ତବ କଥା ହେଉଛି, ମନ୍ତ୍ରିମଣ୍ଡଳ ଅଦଳବଦଳ ଏକପ୍ରକାର ଥୟ ଜଣାପଡୁଥିଲେ ମଧ୍ୟ ସେନେଇ ବିଜେଡି ହାଇକମାଣ୍ଡଙ୍କ ପକ୍ଷରୁ ସାମାନ୍ୟତମ ଇଙ୍ଗିତ ଆସିନାହିଁ । ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ରିପୋର୍ଟ କାର୍ଡ ମାଗିଥିବାର ସତ୍ୟତା ବି କାହାରିକୁ ଜଣାନାହିଁ । ଏହା ଏକ ନିୟମିତ ବ୍ୟାପାର ବୋଲି କିଛି ମନ୍ତ୍ରୀ ହାଲକା ମନ୍ତବ୍ୟ ଦେଇଛନ୍ତି । ରାଜ୍ୟପାଳ ବାହାରକୁ ଯାଇଥିବାରୁ କୁଆଡ଼େ ପ୍ରକ୍ରିୟା ଅଟକି ଯାଇଥିଲା । ଆଜି ସେ ଫେରିଲା ପରେ ଯେ କୌଣସି ସମୟରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବ ବୋଲି କୁହାଯାଉଛି । ହେଲେ କାହାରି ପାଖରେ ନିର୍ଦ୍ଦିଷ୍ଟ ସୂଚନା ନାହିଁ ।

ବରିଷ୍ଠ ରାଜନୈତିକ ସମୀକ୍ଷକଙ୍କ ମତରେ ନବୀନ ପଟ୍ଟନାୟକଙ୍କ ବର୍ତ୍ତମାନ ଶାସନକାଳରେ କୌଣସି ଅନୁମାନ ଲଗାଇବା ସହଜ ନୁହେଁ । କେତେବେଳେ ମନ୍ତ୍ରିମଣ୍ଡଳ ବଦଳିବ କି କାହାରିକୁ କୌଣସି ପଦପଦବୀ ମିଳିବ ତାହାର ପୂର୍ବାନୁମାନ କରିବା ସମ୍ଭବ ନୁହେଁ । ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ତିନି ପାଳିରେ ଏମିତିକା ଖବର ବାରି ହେଉଥିଲା, ମାତ୍ର ଏବେକା ଜମାନାରେ ଖବର ବାରିବା ମୁସ୍କିଲ୍ ।

ଏହାର ମାଳ ମାଳ ଉଦାହରଣ ରହିଛି । ନିକଟ ଅତୀତରେ ରାଜ୍ୟସଭା ପାଇଁ ଅପ୍ରତ୍ୟାଶିତ ଭାବେ ରବିନାରାୟଣ ମହାପାତ୍ର, ଅନୁଭବ ମହାନ୍ତି, ସୌମ୍ୟରଞ୍ଜନ ପଟ୍ଟନାୟକ କିମ୍ବା ଅଶ୍ୱିନୀ ବୈଷ୍ଣବଙ୍କ ନାଁ ଘୋଷଣା କରି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଚକିତ କରିଥିଲେ । ଆସ୍କାରୁ ପ୍ରମିଳା ବିଶୋୟୀଙ୍କୁ ଏମପି ଟିକେଟ ଦେବା ବି ସେମିତି ଆଶ୍ଚର୍ଯ୍ୟଜନକ ଥିଲା ।

୨୦୧୯ ମନ୍ତ୍ରିମଣ୍ଡଳ ଗଠନରେ ବି ସେମିତି ଅବସ୍ଥା ଦେଖିବାକୁ ମିଳିଥିଲା । ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିବା ନବ ଦାସଙ୍କୁ ସ୍ୱାସ୍ଥ୍ୟ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ କରାଗଲା । ବିଜେପିରୁ ଆସି ପ୍ରଥମ ଥର ବିଧାୟକ ହୋଇଥିବା ରଘୁନନ୍ଦନ ଦାସ ଏବଂ ତୁଷାରକାନ୍ତି ବେହେରାଙ୍କୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ଦିଆଗଲା । ଜ୍ୟୋତି ପାଣିଗ୍ରାହୀ ଏବଂ ପ୍ରେମାନନ୍ଦ ନାୟକଙ୍କ ଭଳି ଗୁରୁତ୍ୱ ନ ଥିବା ବିଧାୟକଙ୍କୁ ମନ୍ତ୍ରୀ କରାଗଲା । ପଦ୍ମିନୀ ଦିଆନ୍ ଙ୍କୁ ବି ମନ୍ତ୍ରୀ କରାଗଲା । ନବୀନଙ୍କ ଏହି ପସନ୍ଦ ସମ୍ପୂର୍ଣ୍ଣ ଭାବେ ଅପ୍ରତ୍ୟାଶିତ ଥିଲା । ମନ୍ତ୍ରିମଣ୍ଡଳରେ ଏଭଳି ମୁହଁଙ୍କୁ କେହି କଳନା କରି ନ ଥିଲେ ।

ସେହିଭଳି ସବୁ ଆକଳନକୁ ଭୁଲ୍ ପ୍ରମାଣିତ କରି ଭୁବନେଶ୍ୱର ମେୟର ପ୍ରାର୍ଥୀ ଭାବେ ସୁଲୋଚନା ଦାସଙ୍କ ନାଁ ଘୋଷଣା ଏବଂ ମଞ୍ଜୁଲତା କହଁରଙ୍କୁ ଡେପୁଟି ମେୟର୍ କରିବା ନବୀନଙ୍କ ନିଷ୍ପତ୍ତିର ଆଉ ଏକ ଚମକପ୍ରଦ ଘଟଣା ବୋଲି କୁହାଯାଉଛି । ସୁତରାଂ ନବୀନ କେତେବେଳେ କେଉଁ ନିଷ୍ପତ୍ତି ନେବେ ସେଥିରେ ଅନୁମାନ ଲଗାଇବା ସହଜ କି ସଳଖ ବ୍ୟାପାର ନୁହେଁ ।

ଏହି ପୃଷ୍ଠଭୂମିରେ ମନ୍ତ୍ରିମଣ୍ଡଳ ଅଦଳବଦଳ ଉପରେ ଅନୁମାନ ଲଗାଇବା କଷ୍ଟକର ବୋଲି କୁହାଯାଉଛି । ରାଜନୈତିକ ସମୀକ୍ଷକଙ୍କ ମତରେ ମନ୍ତ୍ରିମଣ୍ଡଳ ଅଦଳବଦଳ ଅନିବାର୍ଯ୍ୟ । ବଦନାମ ଓ ଅପାରଗ ମନ୍ତ୍ରୀଙ୍କୁ ବିଦା ନ କଲେ ବିଜେଡି ପାଇଁ ଆଗାମୀ ଦିନରେ ମହଙ୍ଗା ପଡ଼ିପାରେ । ତେବେ ଏହା ଉପରେ ମୁଖ୍ୟମନ୍ତ୍ରୀଙ୍କ ବିଚାର କ’ଣ ତାହା କେବଳ ତାଙ୍କୁ ହିଁ ଜଣା । ଦଳର ବରିଷ୍ଠ ନେତାଙ୍କୁ ବି ଏହା ଅଗୋଚର । ମନ୍ତ୍ରୀ ପଦ ପାଇଁ ଆଶାରେ ଥିବା ନେତା ଏବଂ ମନ୍ତ୍ରୀ ପଦ ହରାଇବା ଆଶଙ୍କାରେ ଥିବା ନେତାମାନଙ୍କର ଏବେ କେବଳ ଭରସା ମିଡ଼ିଆ ସୂଚନା । ସେଥିରେ ସତ୍ୟତା ଥାଉ କି ନ ଥାଉ..!!

Previous Post

ନୀଳମାଧବ ମନ୍ଦିରର ହେବ ନବକଳେବର

Next Post

ଜୁନ୍ ୬ ରୁ ୧୬ ଯାଏ ଖରାଛୁଟି

Next Post
ଜୁନ୍ ୬ ରୁ ୧୬ ଯାଏ ଖରାଛୁଟି

ଜୁନ୍ ୬ ରୁ ୧୬ ଯାଏ ଖରାଛୁଟି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA