ଭୁବନେଶ୍ୱର: ଲଗାତର ଦୁଇବର୍ଷ ହେଲା କରୋନା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହୋଇଥିବାରୁ ଚଳିତବର୍ଷର ସ୍କୁଲ ଖରାଛୁଟିକୁ ରାଜ୍ୟ ସରକାର କାଣ୍ଟଛାଣ୍ଟ କରିଛନ୍ତି । ଜୁନ୍ ୬ ତାରିଖରୁ ଜୁନ୍ ୧୬ ତାରିଖ, ମାତ୍ର ୧୦ ଦିନ ଖରାଛୁଟି କରିବାକୁ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛନ୍ତି । ଆଗରୁ ପ୍ରତିବର୍ଷ ମେ ପ୍ରଥମ ସପ୍ତାହରୁ ଜୁନ୍ ୧୬ ପର୍ଯ୍ୟନ୍ତ ଖରାଛୁଟି ହେଉଥିଲା ।
ଖରା ଯୋଗୁଁ ସକାଳୁଆ ସ୍କୁଲ ଚାଲିବ ହେଲେ ପାଠପଢ଼ା ସମୟରେ ପରିବର୍ତ୍ତନ କରାଯାଇଛି । ମେ’ ୧ ତାରିଖରୁ ଜୁନ୍ ୫ ଯାଏ ସକାଳ ୬ଟାରୁ ୯ଟା ଯାଏ କ୍ଲାସ୍ ହେବ । ପରବର୍ତ୍ତୀ ନିଦେ୍ର୍ଦଶ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ଚାଲୁ ରହିବ ଗଣଶିକ୍ଷା ବିଭାଗର ନିଦେ୍ର୍ଦଶନାମାରେ କୁହାଯାଇଛି ।
ନିଷ୍ପତ୍ତି ଅନୁଯାୟୀ, ଏପ୍ରିଲ୍ ୨୦ ମଧ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ୍ ପ୍ରମୋସନ ସରିବ । ଏପ୍ରିଲ ୨୦ରୁ ୩୦ ମଧ୍ୟରେ ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଆଡମିଶନ୍ ଓ ରି-ଆଡମିଶନ୍ ସରିବ । ନବମରୁ ଦଶମ ଶ୍ରେଣୀ ପ୍ରମୋସନ ପ୍ରକ୍ରିୟା ମେ’ ୧୦ ସୁଦ୍ଧା ସରିବ । ନବମ ଶ୍ରେଣୀ ଛାତ୍ରଛାତ୍ରୀ ସମ୍ମେଟିଭ ଆସେସମେଣ୍ଟ-୨ ପରୀକ୍ଷା ଦେବେ ।