Friday, June 26, 2026 11:28 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପାଣ୍ଡିଆନ୍ ଙ୍କ ସମୀକ୍ଷା ପରେ ସମୀକ୍ଷା

ସୁଆଣ୍ଡୋରେ ବିକାଶ କାର୍ଯ୍ୟର ତଦାରଖ

by Our Correspondent
16 Apr, 2022- 03:02 PM
in Latest News, News
1 min read
0
ପାଣ୍ଡିଆନ୍ ଙ୍କ ସମୀକ୍ଷା ପରେ ସମୀକ୍ଷା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ ଆଜି ସକାଳୁ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ଯାଇଥିଲେ । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ସେ ଏହି ପବିତ୍ର ମାଟିରେ ରାଜ୍ୟ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ।

ପୂଣ୍ୟାତ୍ମା ଗୋପବନ୍ଧୁଙ୍କ ଜନ୍ମପୀଠର ବିକାଶ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ବିକାଶ କାର୍ଯ୍ୟ ହାତକୁ ନେଇଛନ୍ତି । ୧୫.୧୬ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଗୋପବନ୍ଧୁଙ୍କ ପୈତୃକ ଘରର ପୁନଃବିକାଶ କାର୍ଯ୍ୟ ଚାଲିଥିବା ବେଳେ ୧୫ ଫୁଟ୍ ଉଚ୍ଚତାର ପ୍ରତିମୂର୍ତ୍ତି, ଗାଁକୁ ରାସ୍ତା, ଜନ୍ମପୀଠ ପରିକ୍ରମା ରାସ୍ତା, ପାର୍କ, ଶିବମନ୍ଦିର ଏବଂ ଦୁଇଟି ପୋଖରୀ ନିର୍ମାଣ କାର୍ଯ୍ୟ ଚାଲିଛି । ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ୫-ଟି ସଚିବ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଭୁୁବନେଶ୍ୱର ଫେରିବା ପରେ ଶ୍ରୀ ପାଣ୍ଡିଆନ୍ ଘାଟିକିଆସ୍ଥିତ କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି(ସିଇଟି) କ୍ୟାମ୍ପସ୍ ପରିଦର୍ଶନ କରିଥିଲେ । ସିଇଟି ଏକ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଛି ଏବଂ ସେଠାରେ ଆବଶ୍ୟକୀୟ ଭିତ୍ତିଭୂମି ଓ ଆନୁସଙ୍ଗିକ କାର୍ଯ୍ୟର ମାଷ୍ଟରପ୍ଲାନ୍ ପ୍ରସ୍ତୁତି ଚାଲିଛି । ଏହି ମାଷ୍ଟରପ୍ଲାନ୍ କେମିତି ରହିଛି, ତାହାର ସମୀକ୍ଷା କରିଥିଲେ ୫-ଟି ସଚିବ । ତାଙ୍କ ସାଙ୍ଗରେ ଥିଲେ ବିଭାଗୀୟ ସଚିବ ହେମନ୍ତ ଶର୍ମା ।

ଶ୍ରୀ ପାଣ୍ଡିଆନ୍ ଶ୍ରେଣୀଗୃହ ଆଇଟି ଲାବ୍ ବୁଲି ଦେଖିବା ସହ ଛାତ୍ରଛାତ୍ରୀମାନଙ୍କ ସହ ସିଧାସଳଖ କଥା ହୋଇଥିଲେ । ବିଶ୍ୱବିଦ୍ୟାଳୟକୁ ଅର୍ଥ ଅନୁଦାନ ଏବଂ ଅଧ୍ୟାପକ ନିଯୁକ୍ତି ସମ୍ପର୍କରେ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ।

ସିଇଟି ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଲା ପରେ ଏହାର ନାମ ପରିବର୍ତ୍ତନ ହୋଇ ଓଡ଼ିଶା ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ ବା ଓୟୁଟିଆର ହୋଇଛି । ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଓୟୁଟିଆର ଦ୍ୱାରା ପରିଚାଳିତ ହେବେ । ବର୍ତ୍ତମାନ ବିଶ୍ୱବିଦ୍ୟାଳୟରେ ୨୬ ଟି ବିଭାଗରେ ମୋଟ ୫ ହଜାର ଛାତ୍ରଛାତ୍ରୀ ଅଛନ୍ତି ।

ସୂଚନାଥାଉକି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପଣାସଂକ୍ରାନ୍ତି ଦିନ ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍ କଣ୍ଟିଲୋ ନୀଳମାଧବ ପୀଠ ପରିଦର୍ଶନରେ ଯାଇ ଠାକୁରଙ୍କୁ ଦର୍ଶନ କରିବା ସହ ପୀଠର ଉନ୍ନତି ସମ୍ପର୍କରେ ସ୍ଥାନୀୟ ଲୋକ ଓ ସେବାୟତମାନଙ୍କ ସହିତ ଆଲୋଚନା କରିଥିଲେ । ନୀଳମାଧବ ମନ୍ଦିରର ନବକଳେବର ପାଇଁ ମାଷ୍ଟରପ୍ଲାନ୍ ଆରମ୍ଭ ହୋଇଛି ।

Previous Post

ଜୁନ୍ ୬ ରୁ ୧୬ ଯାଏ ଖରାଛୁଟି

Next Post

ଧର୍ମେନ୍ଦ୍ରଙ୍କ ପାଖ ମାଡ଼ିଲେନି ଅପରାଜିତା !

Next Post
ଧର୍ମେନ୍ଦ୍ରଙ୍କ ପାଖ ମାଡ଼ିଲେନି ଅପରାଜିତା !

ଧର୍ମେନ୍ଦ୍ରଙ୍କ ପାଖ ମାଡ଼ିଲେନି ଅପରାଜିତା !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA