Friday, June 26, 2026 11:44 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଧର୍ମେନ୍ଦ୍ରଙ୍କ ପାଖ ମାଡ଼ିଲେନି ଅପରାଜିତା !

ସୌଜନ୍ୟତା ଭୁଲିଗଲେ ସାଂସଦ ମ୍ୟାଡାମ୍

by Our Correspondent
17 Apr, 2022- 02:09 PM
in Latest News, News, Politics
1 min read
0
ଧର୍ମେନ୍ଦ୍ରଙ୍କ ପାଖ ମାଡ଼ିଲେନି ଅପରାଜିତା !

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ସୌଜନ୍ୟତା ଭୁଲିଯାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ୩ ଦିନିଆ ଓଡ଼ିଶା ଗସ୍ତ ସାରି ଦିଲ୍ଲୀ ଫେରିବା ପୂର୍ବରୁ ଗତକାଲି ସଂଧ୍ୟାରେ ତାଙ୍କ ଉପସ୍ଥିତିରେ ଭୁବନେଶ୍ୱର ପାର୍ଟି ଅଫିସରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦଙ୍କ ଅନୁପସ୍ଥିତି ଚର୍ଚ୍ଚାର ବିଷୟ ହୋଇଛି । ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ନବନିର୍ବାଚିତ ଜନପ୍ରତିନିଧି ଓ ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କର ଭେଟଘାଟ ପର୍ବ ଅନୁଷ୍ଠିତ ହୋଇଥିଲେ ମଧ୍ୟ ଭୁବନେଶ୍ୱରରେ ଉପସ୍ଥିତ ଥିବା ସାଂସଦ ସେହି କାର୍ଯ୍ୟକ୍ରମଠାରୁ ନିଜକୁ ଦୂରେଇ ରଖିଥିଲେ । ଧର୍ମେନ୍ଦ୍ରଙ୍କ ପ୍ରତି ସାଂସଦଙ୍କ ମନରେ ଥିବା କ୍ରୋଧର ଏହାର ପ୍ରତିଫଳନ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି ।

ସାଂସଦଙ୍କୁ ସେଠାକୁ ଆମନ୍ତ୍ରଣ କରାଯାଇ ନ ଥିଲା କି ବୋଲି ଆମେ ଦଳର ଜଣେ ପଦାଧିକାରୀଙ୍କୁ ପଚାରିଥିଲୁ । ମାତ୍ର ସେ ଏହାର ସିଧା ଜବାବ ଦେଇ ନଥିଲେ । ସେ କହିଥିଲେ, ସାଂସଦ ନିଜ ଆଡୁ ଏହି ଆୟୋଜନରେ ସାମିଲ ହେବା କଥା । କାରଣ ତାଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସାଂଗଠନିକ ଜିଲ୍ଲାର ଜନ ପ୍ରତିନିଧି ଓ ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କର ଏହି ସାକ୍ଷାତପର୍ବ ଥିଲା । ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ତାଙ୍କ ନେତୃତ୍ୱରେ ବିଜେପି ଲଢ଼ିଥିଲା ବୋଲି ସାଂସଦ ଭୁଲିଯିବା ଉଚିତ୍ ନୁହେଁ ।

ଭୁବନେଶ୍ୱରରେ ସେ ଉପସ୍ଥିତ ଥାଇ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଆସିନାହାନ୍ତି । ଅନ୍ତତଃପକ୍ଷେ ସୌଜନ୍ୟତା ଦୃଷ୍ଟିରୁ ସେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ତାଙ୍କର ଅହଂକାର ଭାଙ୍ଗି ଯାଇ ନ ଥାନ୍ତା ବୋଲି ସଂପୃକ୍ତ ପଦାଧିକାରୀ କହିଛନ୍ତି ।

ଜିଲ୍ଲା ସଂଗଠନର ଆଉ ଜଣେ କର୍ମକର୍ତ୍ତା କହିଛନ୍ତି, ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାର୍ଲାମେଣ୍ଟ ପରିସରକୁ ଯାଇଥିବା ବେଳେ ସେଣ୍ଟ୍ରାଲ୍ ହଲ୍ ରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ମ୍ୟାଡାମ୍ । ସୌଜନ୍ୟତା ଦୃଷ୍ଟିରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ଏବଂ ଏହା ତାଙ୍କର ସଂସ୍କାର ବୋଲି ଟ୍ୱିଟ୍ କରିଥିଲେ । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବାରେ ତାଙ୍କ ସୌଜନ୍ୟତା ଓ ସଂସ୍କାର କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଭୁବନେଶ୍ୱର ପ୍ରତିଷ୍ଠା ଦିବସ ପାଳନ ଉତ୍ସବରେ ତାଙ୍କୁ ଆମନ୍ତ୍ରଣ କରାଯାଇ ନ ଥିବାରୁ ତମ୍ବିତୋଫାନ କରୁଥିବା ମ୍ୟାଡାମ୍ ନିଜ କ୍ଷେତ୍ରରେ ଏହି ସୌଜନ୍ୟତା ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ସୂଚନାଥାଉକି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ମଧ୍ୟରେ ଅହି ନକୂଳ ସମ୍ପର୍କର ଚର୍ଚ୍ଚା ନୂଆ ନୁହେଁ । କୁଆଡ଼େ ଓଡ଼ିଶା ବିଜେପିରେ ଧର୍ମେନ୍ଦ୍ରଙ୍କ ମାମଲତିକୁ ମ୍ୟାଡାମ୍ ସହ୍ୟ କରନ୍ତି ନାହିଁ କି ଧର୍ମେନ୍ଦ୍ର ମଧ୍ୟ ମ୍ୟାଡାମ୍ ଙ୍କ ଗୋଛି କାଟିବା ସୁଯୋଗକୁ ହାତଛଡ଼ା କରନ୍ତି ନାହିଁ । ପଞ୍ଚାୟତ ଓ ପୌର ନିର୍ବାଚନରେ ଦୁର୍ବଳ ନେତୃତ୍ୱ ପାଇଁ ବିଜେପିର ପରାଜୟ ହେଲା ବୋଲି ଅପରାଜିତାଙ୍କ ଧର୍ମେନ୍ଦ୍ର ଲକ୍ଷ୍ୟଭେଦୀ ଟିପ୍ପଣୀ ଦଳରେ ନିଆଁ ଲଗାଇଥିଲା ।

ପରବର୍ତ୍ତୀ ସମୟରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବରିଷ୍ଠ କର୍ମକର୍ତ୍ତାମାନେ ଦିଲ୍ଲୀ ଯାଇ ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡାଙ୍କ ସମେତ ତିନି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଏବଂ ବିଶେଶ୍ୱର ଟୁଡୁଙ୍କୁ ଭେଟିଥିଲେ । ସେମାନଙ୍କ ପରେ ବିଜେପି ବିଧାୟକ ଟିମ୍ ଚିକିତ୍ସାଧୀନ ପ୍ରଦୀପ୍ତ ନାୟକଙ୍କୁ ଭେଟିବା ଆଳରେ ଦିଲ୍ଲୀ ଯାଇ ତିନି କେନ୍ଦ୍ରମନ୍ତ୍ରୀଙ୍କ ସମେତ ବରିଷ୍ଠ କର୍ମକର୍ତ୍ତାଙ୍କୁ ସାକ୍ଷାତ କରିଥିଲେ । ଏହି ଭେଟଘାଟର ଅସଲ ଉଦ୍ଦେଶ୍ୟ ଗୋପନ ରଖାଯାଇଥିଲେ ମଧ୍ୟ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ମନମାନି ଓ ଏକଲା ଚଲୋ ନୀତି ବିରୋଧରେ ସମସ୍ତେ ଅସନ୍ତୋଷ ଝାଡ଼ିଥିବା ଆଲୋଚନା ହୋଇଥିଲା ।

ତେବେ ରୋଚକ କଥାଟି ହେଲା, ରାଜ୍ୟ ସଭାପତି, କର୍ମକର୍ତ୍ତା ଓ ବିଧାୟକମାନଙ୍କ ଦିଲ୍ଲୀ ଭେଟଘାଟ ପର୍ବ ସରିଲା ପରେ ସାଂସଦ ଅପରାଜିତା ଏକା ଏକା ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ । ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତାର ଫଟୋ ନିଜ ସୋସିଆଲ୍ ମିଡ଼ିଆ ଆକାଉଣ୍ଟ୍ ରେ ସେୟାର କରିଥିଲେ । ଏକପ୍ରକାର ଜଣାଇଦେଇଥିଲେ ଯେ ତାଙ୍କ ଔକାତ୍ ଆଉ ରାଜ୍ୟ ନେତାମାନଙ୍କ ଔକାତ୍ ଭିତରେ ପାର୍ଥକ୍ୟ ।

ରାଜ୍ୟ ବିଜେପି ରାଜନୀତିର ଏହି ରୋଚକ କାହାଣୀକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା । ଶକ୍ତିଶାଳୀ ବିଜେଡ଼ି ବିରୋଧରେ ଲଢ଼ିବା ପାଇଁ ସେମାନେ ଏଯାଏଁ ଏକଜୁଟ୍ ହୋଇପାରିନାହାନ୍ତି । ଦଳରେ ବିଭ୍ରାଟ୍ ପାଇଁ ପୂର୍ବରୁ ଧର୍ମେନ୍ଦ୍ରଙ୍କୁ ଦାୟୀ କରୁଥିବା ବରିଷ୍ଠ ନେତାମାନେ ଏବେ ଅପରାଜିତାଙ୍କ ବିରୋଧରେ ସ୍ୱର ଉଠାଇଲେଣି ।

ସେମାନଙ୍କ କହିବା କଥା, ଅହଂକାରରେ ଧର୍ମେନ୍ଦ୍ରଙ୍କୁ ବଳିଯାଇଛନ୍ତି ଅପରାଜିତା । ଦଳୀୟ ନେତା ଓ କର୍ମୀମାନଙ୍କୁ ପାସଙ୍ଗକୁ ନେଉନାହାନ୍ତି । କଥାକଥାକେ ‘ମୁଁ’ ଭୁବନେଶ୍ୱର ସାଂସଦ, ‘ମୁଁ’ ୨୪ ବର୍ଷର ଆଇଏଏସ୍, ‘ମୁଁ’ ଓଡ଼ିଆ କହି ଅନ୍ୟମାନଙ୍କୁ ଛିଗୁଲାଇବା ସହ ନିଜର ଅହଂକାର ପ୍ରକାଶ କରୁଛନ୍ତି । ଏକା ଏକା ମ୍ୟାଡାମ୍ ନିଜକୁ ଜ୍ଞାନୀ, ଗୁଣୀ ବୋଲାଇଲେ ଲୋକ ବିଜେପିକୁ କ୍ଷମତାକୁ ଆଣିବେନି । ଅହଂକାର ଛାଡ଼ି ସମସ୍ତେ ମିଳିମିଶି କାମ କରିବାକୁ ପଡ଼ିବ । ଏହାହେଲେ ଯାଇ ସାଂଗଠନିକ ଶକ୍ତି ବୃଦ୍ଧି ହେବ ବୋଲି ଦଳର ଜଣେ ବରିଷ୍ଠ ନେତା କ୍ଷୋଭର ସହ କହିଛନ୍ତି ।

ତେବେ ଏହି ପ୍ରସଙ୍ଗରେ ସାଂସଦଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।

Previous Post

ପାଣ୍ଡିଆନ୍ ଙ୍କ ସମୀକ୍ଷା ପରେ ସମୀକ୍ଷା

Next Post

ବିଜୁବାବୁଙ୍କୁ ମନେ ପକାଇଲେ

Next Post
ବିଜୁବାବୁଙ୍କୁ  ମନେ ପକାଇଲେ

ବିଜୁବାବୁଙ୍କୁ ମନେ ପକାଇଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA