Monday, August 31, 2026 02:16 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଚାଲିଗଲେ ଯଶସ୍ୱୀ ବୀଣାପାଣି ମହାନ୍ତି

ରାଷ୍ଟ୍ରୀୟ ସମ୍ମାନ ସହ ହେବ ଶେଷକୃତ୍ୟ

by Our Correspondent
24 Apr, 2022- 11:46 PM
in Latest News, News
1 min read
0
ଚାଲିଗଲେ ଯଶସ୍ୱୀ ବୀଣାପାଣି ମହାନ୍ତି

କଟକ: ଯଶସ୍ୱୀ ସାରସ୍ୱତ ସାଧକ ତଥା ବିଶିଷ୍ଟ ଲେଖିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତି ଆଉ ନାହାନ୍ତି । ଆଜି ସଂଧ୍ୟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ବୀଣାପାଣିଙ୍କ ବିୟୋଗ ସାହିତ୍ୟ ଜଗତରେ ଶୋକର ଛାୟା ଖେଳାଇ ଦେଇଛି । ରାଷ୍ଟ୍ରୀୟ ସମ୍ମାନ ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

୧୯୩୬ ମସିହାରେ ଜନ୍ମଗ୍ରହଣ କରିଥିବା ବୀଣାପାଣି ମହାନ୍ତି ୧୯୫୯ ମସିହାରେ ରେଭେନ୍ସା କଲେଜରୁ ଅର୍ଥନୀତିରେ ଏମଏ ପାସ୍ କରିଥିଲେ । ତା’ପରେ ଅଧ୍ୟାପନା ଜୀବନ ଆରମ୍ଭ କରି ୧୯୯୨ ମସିହାରେ ଚାକିରିରୁ ଅବସର ନେଇଥିଲେ । ଅର୍ଥନୀତିରେ ଅଧ୍ୟାପନା କରୁଥିବା ବୀଣାପାଣିଙ୍କ ରୁଚି କିନ୍ତୁ ସାହିତ୍ୟ ଥିଲା । ୧୯୬୦ ମସିହାରେ ତାଙ୍କର ପ୍ରଥମ ଗପ “ଗୋଟିଏ ରାତିର କାହାଣୀ’ ପ୍ରକାଶ ପାଇଥିଲା । ପରବର୍ତ୍ତୀ ସମୟରେ ତାଙ୍କର ପ୍ରାୟ ସବୁ ଗପଗୁଡ଼ିକ ପାଠକ ମହଲରେ ଚହଳ ପକାଇଥିଲା ।

ତାଙ୍କର ଲୋକପ୍ରିୟ ଗପ ମଧ୍ୟରେ ଅଛି ପାଟଦେଈ, ଖେଳଘର, ନଈକୁ ରାସ୍ତା, ସବୁଜ ଅରଣ୍ୟ, ଖେଳଘର, ମିଛି ମିଛିକା, କସ୍ତୁରୀ ମୃଗ, ସବୁଜ ଅରଣ୍ୟ । କେବଳ ଓଡ଼ିଆ ନୁହେଁ ହିନ୍ଦୀ, ଇଂରାଜୀ, କନ୍ନଡ଼, ମାଲାୟାଲାମ, ମରାଠୀ, ବେଙ୍ଗଲୀ, ଉର୍ଦ୍ଦୁ, ତେଲୁଗୁ ଓ ରୁଷିଆନ୍ ଆଦି ଭାଷାରୁ ମଧ୍ୟ ସେ ଅନୁବାଦ କରିଛନ୍ତି ।

ତାଙ୍କ ସାରସ୍ୱତ ସାଧନାର କୃତୀ ସ୍ୱରୂପ ସେ ଅନେକ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ୨୦୨୦ରେ ତାଙ୍କୁ ମିଳିଥିଲା ପଦ୍ମଶ୍ରୀ ସମ୍ମାନ । ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, ସାହିତ୍ୟ ଏକାଡେମୀ ଓ ଶାରଳା ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଥିଲେ ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବୀଣାପାଣି ମହାନ୍ତିଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ସ୍ୱର୍ଗତ ବୀଣାପାଣି ମହାନ୍ତି ତାଙ୍କ ଗଳ୍ପ ଓ ଉପନ୍ୟାସରେ ନାରୀ ଜୀବନର ସଂଘର୍ଷକୁ ସଫଳତାର ସହ ଉପସ୍ଥାପନା କରିଯାଇଛନ୍ତି । ତାଙ୍କର କାଳଜୟୀ ରଚନା ନାରୀ ସଶକ୍ତିକରଣ ପାଇଁ ସବୁବେଳେ ପ୍ରେରଣା ଯୋଗାଇ ଚାଲିବ । ତାଙ୍କର ବିୟୋଗ ଓଡ଼ିଆ ସାରସ୍ୱତ ଜଗତରେ ଏକ ବିରାଟ ଶୂନ୍ୟତା ସୃଷ୍ଟି କରିଛି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦଗତି କାମନା କରିଛନ୍ତି ।

Previous Post

କାହିଁକି ହାରିଲୁ ରିପୋର୍ଟ ମାଗିଲେ

Next Post

ଦିନବେଳା ବିଜୁଳିକାଟ ହେବନି !

Next Post
ଦିନବେଳା ବିଜୁଳିକାଟ ହେବନି !

ଦିନବେଳା ବିଜୁଳିକାଟ ହେବନି !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA