ପୁରୁଣା ମନ୍ତ୍ରିମଣ୍ଡଳର ୯ ଜଣ ସ୍ଥାନ ପାଇଲେ
ନୂଆ ଟିମ୍ ରେ ୫ ମହିଳା
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରିମଣ୍ଡଳ ତାଲିକା ସାମନାକୁ ଆସିଛି । ସମ୍ଭାବ୍ୟ ମନ୍ତ୍ରୀମାନଙ୍କ ପାଖକୁ ନବୀନ ନିବାସରୁ ଫୋନ୍ କଲ୍ ଯାଇଛି । ଆସନ୍ତାକାଲି ପୂର୍ବାହ୍ନ ୧୧.୪୫ ମିନିଟ୍ ରେ ଲୋକସେବା ଭବନ କନଭେନସନ୍ ହଲ୍ ରେ ନୂଆ ମନ୍ତ୍ରୀମାନେ ଶପଥ ନେବେ । ହସ୍ତଗତ ହୋଇଥିବା ସମ୍ଭାବ୍ୟ ମନ୍ତ୍ରୀ ତାଲିକା..
କ୍ୟାବିନେଟ୍ ମନ୍ତ୍ରୀ
୧.ନିରଞ୍ଜନ ପୂଜାରୀ
୨.ରଣେନ୍ଦ୍ର ପ୍ରତାପ ସ୍ୱାଇଁ
୩.ଶ୍ରୀମତୀ ପ୍ରମିଳା ମଲ୍ଲିକ
୪.ଶ୍ରୀମତୀ ଉଷା ଦେବୀ
୫.ପ୍ରଫୁଲ୍ଲ କୁମାର ମଲ୍ଲିକ
୬.ପ୍ରତାପ କେଶରୀ ଦେବ
୭.ଅତନୁ ସବ୍ୟସାଚୀ ନାୟକ
୮.ପ୍ରଦୀପ କୁମାର ଅମାତ୍
୯.ନବ କିଶୋର ଦାସ
୧୦.ଅଶୋକ ଚନ୍ଦ୍ର ପଣ୍ଡା
୧୧.ଶ୍ରୀମତୀ ଟୁକୁନି ସାହୁ
୧୨. ରାଜେନ୍ଦ୍ର ଢ଼ୋଲକିଆ
୧୩.ଜଗନ୍ନାଥ ସାରକା
ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ)
୧.ସମୀର ରଞ୍ଜନ ଦାଶ
୨.ଅଶ୍ୱିନୀ କୁମାର ପାତ୍ର
୩.ପ୍ରୀତି ରଞ୍ଜନ ଘଡ଼ାଇ
୪.ଶ୍ରୀକାନ୍ତ ସାହୁ
୫.ତୁଷାରକାନ୍ତି ବେହେରା
୬.ରୋହିତ ପୂଜାରୀ
୭.ଶ୍ରୀମତୀ ରୀତା ସାହୁ
୮.ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍
ଭଞ୍ଜନଗର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବାଚସ୍ପତି ହେବାର ସୂଚନା ମିଳିଛି । ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ସରକାରୀ ଦଳର ମୁଖ୍ୟ ସଚେତକ ହେଉଥିବା ବେଳେ ପାଟଣାଗଡ଼ ବିଧାୟକ ସରୋଜ ମେହେର ଉପମୁଖ୍ୟ ସଚେତକ ଦାୟିତ୍ୱ ତୁଲାଇବେ ।
ଏଥିସହ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସମେତ ସବୁ ନିଗମ ଅଧ୍ୟକ୍ଷ ଏବଂ ୨୩ ଉପଦେଷ୍ଟା ପଦବୀକୁ ରଦ୍ଦ କରାଯାଇଛି । ଯୋଜନା ବିଭାଗ ପକ୍ଷରୁ ଆଜି ବିଭାଗୀୟ ସଚିବମାନଙ୍କୁ ଚିଠି ଲେଖାଯାଇଛି ।