Friday, June 26, 2026 02:25 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଖୋଲିଦେଲେ ଖାରବେଳ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା ପ୍ରସଙ୍ଗ

by Our Correspondent
13 Jun, 2022- 05:51 PM
in Latest News, News
1 min read
0
ଖୋଲିଦେଲେ ଖାରବେଳ

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିବାଦୀୟ କରିଥିବା (ଖଳ)ନାୟକଙ୍କ ମୁଖା ଖୋଲିଛି ଖାରବେଳ ସ୍ୱାଇଁଙ୍କ ଖବରକାଗଜ । ଅପରାଜିତା ଷଡ଼ଙ୍ଗୀ, ସମ୍ବିତ୍ ପାତ୍ର, ବୈଜୟନ୍ତ ପଣ୍ଡା ଏବଂ ଟିଭି ଚାନେଲ୍ କାହାରିକୁ ଛାଡ଼ିନାହାନ୍ତି । ପୂର୍ବତନ ସାଂସଦ ତଥା ବିଜେପିର ବରିଷ୍ଠ ନେତାଙ୍କ ଖବରକାଗଜରେ ବିଜେପି ଏବଂ ବିଜେପି ଅନୁଗୃହୀତ ଚରିତ୍ରମାନଙ୍କ ସମ୍ପର୍କରେ କଡ଼ା ଲେଖା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ପାଠକଙ୍କ ଆଗ୍ରହ କ୍ରମେ ଖାରବେଳଙ୍କ ଖବରକାଗଜରେ ବାହାରିଥିବା ଲେଖାକୁ ଆମେ ଏଠାରେ ଉପସ୍ଥାପନ କରୁଛୁ ।

ଅପରାଜିତା ଷଡ଼ଙ୍ଗୀଙ୍କ ପୁରୀ ପଦଯାତ୍ରା: ଭୁବନେଶ୍ୱର ସାଂସଦ ନିଜକୁ ଶ୍ରୀମନ୍ଦିରର ରକ୍ଷାକର୍ତ୍ତା ଭାବେ ପ୍ରଚାର କଲେ । ନିର୍ଦ୍ଦିଷ୍ଟ ତାରିଖରେ ପୁରୀ ଯାଉଛନ୍ତି ଓ ସେଠାରେ ସମସ୍ତେ ରୁଣ୍ଡ ହୋଇ ତାଙ୍କ ସହ ଚାଲିବାକୁ ସାମାଜିକ ଗଣମାଧ୍ୟମରେ କିଛି ଦିନ ଆଗରୁ ଜଣାଇଲେ । ପୁରୀ ଯିବା ଦିନ ଅନେକ ଗାଡ଼ିମାନଙ୍କରେ ଭୁବନେଶ୍ୱରରୁ ତାଙ୍କ ସମର୍ଥକମାନଙ୍କୁ ପୁରୀ ନେଇଗଲେ ଯାହା ଏକ ବିଚିତ୍ର ଘଟଣା ଥିଲା । ସେ ଜଗନ୍ନାଥ ଦର୍ଶନ ପାଇଁ ଯାଇଛନ୍ତି ବୋଲି ଘୋଷଣା କରିଥିଲେ । କିନ୍ତୁ ସାଧାରଣତଃ ଜଗନ୍ନାଥ ଦର୍ଶନ ପାଇଁ କେହି ଅନେକ ମୋଟର ଗାଡ଼ିରେ ସମର୍ଥକଙ୍କୁ ନେଇ ଯାଇ ନ ଥାଏ ।

କିଛି ଲୋକଙ୍କୁ ନେଇ ଅପରାଜିତା ବଡ଼ଦାଣ୍ଡରେ ଚାଲିଲେ । ଭୁବନେଶ୍ୱରର ଗୋଟିଏ ପ୍ରସିଦ୍ଧ ଟିଭି ଚାନେଲ ଓ ତା’ର ୱେବ ଚାନେଲ ସେହି ପଦଯାତ୍ରାକୁ ସିଧାସଳଖ ପ୍ରସାରଣ କଲା ଯାହା ଏକ ଆଶ୍ଚର୍ଯ୍ୟକର ଘଟଣା ଥିଲା । ଅପରାଜିତାଙ୍କ ପଦଯାତ୍ରା କିପରି ଏକ ଅଭାବନୀୟ ଦୃଶ୍ୟ ଥିଲା ଯେ ବଡ଼ ଟିଭି ଚାନେଲ ତା’ର ସିଧାସଳଖ ପ୍ରସାରଣ କରିବେ । ଅପରାଜିତା ମୁଣ୍ଡରେ ଓଢ଼ଣୀ ଦେଇ ଜଗନ୍ନାଥଙ୍କୁ ତଳେ ଲମ୍ବ ହୋଇ ଶୋଇ ଦଣ୍ଡ ପ୍ରଣାମ କଲେ । ତାହାକୁ ମଧ୍ୟ ଜୀବନ୍ତ ପ୍ରଦର୍ଶିତ କରାଗଲା । କୌଣସି ଜଗନ୍ନାଥ ଦର୍ଶନାର୍ଥୀଙ୍କୁ ଏକ ଟିଭି ଚାନେଲ ସିଧାସଳଖ ଦେଖାଇବା ଏକ ଅପରିକଳ୍ପନୀୟ ଘଟଣା ଅଟେ ।

ବାଘ ନ ଦେଖିଲେ ବିରାଡ଼ି ଦେଖ: ଦେଖାଗଲା, ଏଯାଏ ଏକ ପ୍ରକାର ନିରବ ରହିଥିବା ପୁରୀ ଲୋକସଭାର ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ମଧ୍ୟ ଦୃଶ୍ୟପଟ୍ଟରେ ଆବିର୍ଭାବ ହେଲେ । ସେ ହୁଏତ ଭାବିଲେ, ପୁରୀ ଘଟଣାର ଶ୍ରେୟ ଅପରାଜିତା ନେଇଯାଉଛନ୍ତି । ସେଠାକାର ଲୋକସଭା ପ୍ରାର୍ଥୀ ହିସାବରେ ତାଙ୍କୁ ମଧ୍ୟ ଶ୍ରେୟ ମିଳିବା ଦରକାର । ତେଣୁ ସେ ପୁରୀ ଆସି ଗତ ନିର୍ବାଚନ ପରି ଜଗନ୍ନାଥଙ୍କ ମୂର୍ତ୍ତିକୁ ଧରି ବୁଲିବା, ମୁଣ୍ଡରେ ଲମ୍ବା ଲମ୍ବା ଚଳନଚିତା କାଟିବା, ସାମ୍ବାଦିକ ସମ୍ମିଳନୀ କରିବା ଓ ଯେଉଁ ଲୁହାଛଡ଼ମାନ ଗାତରେ ପୋତା ହୋଇଥିଲା ଟିଭି କ୍ୟାମେରା ଆଗରେ ସେଗୁଡ଼ିକ ହଲାଇ ବାସ୍ତବରେ ମନ୍ଦିର ଭୁଷୁଡ଼ି ପଡ଼ିବାର ସଙ୍କେତ ଦେଲେ ।

ଗଣମାଧ୍ୟମର ପୁରୀ ବିବାଦରେ ପ୍ରବେଶ: ଏକ ଟିଭି ଚାନେଲର ମୁଖ୍ୟ ମଧ୍ୟ ଏହି ଲଢ଼େଇରେ ପଶି ପ୍ରତ୍ୟେକ ଦିନ ଟିଭି ଚାନେଲ ଓ ସାମାଜିକ ଗଣମାଧ୍ୟମରେ ସରକାରଙ୍କୁ ନିନ୍ଦା କଲେ, ଯେମିତି ସାରଥୀବାବାଙ୍କୁ ପ୍ରତିଦିନ ଦେଖାଇ କିଛି ଟିଭି ଚାନେଲ ସେମାନଙ୍କର ଟିଆରପି ବଢ଼ାଇବାକୁ କିଛି ବର୍ଷ ତଳେ ଲାଗିଥିଲେ ଓ ଏହାକୁ ଦେଖି ଅନ୍ୟ ଏକ ଚାନେଲ ମଧ୍ୟ ଆଉ ଏକ ବାବାଙ୍କୁ ବାରମ୍ବାର ଦେଖାଇ ତାଙ୍କ ଟିଆରପି ବଢ଼ାଇବାକୁ ଚେଷ୍ଟା କରିଥିଲା । ପୁରୀ ବିବାଦରେ ପଶିଥିବା ସଂପୃକ୍ତ ଟିଭି ଚାନେଲ ସେଇଆ ହେଲା । ଶେଷକୁ ଚାନେଲ ମୁଖ୍ୟ ଆଉ ଜଣେ ବ୍ୟକ୍ତିଙ୍କ ସହ ସୁପ୍ରିମକୋର୍ଟକୁ ଯାଇ କାମ ବନ୍ଦ ପାଇଁ ଜନସ୍ୱାର୍ଥ ମାମଲା ଆଗତ କଲେ । ଗତ ୨୦୧୯ ନିର୍ବାଚନରେ ସେହି ଚାନେଲ ମୁଖ୍ୟ ବିଧାୟକ ପଦ ପାଇଁ ନିର୍ବାଚନ ଲଢ଼ିବାକୁ ଚାହିଁଥିଲେ ଓ ସାରା ଭୁବନେଶ୍ୱରରେ ତାଙ୍କର ହୋର୍ଡିଂ ଲଗାଇଥିଲେ । କିନ୍ତୁ ବିଜେଡି ତାଙ୍କୁ ଟିକେଟ ଦେଇ ନ ଥିବାରୁ ସେ କ୍ଷୁବ୍ଧ ।

ସୁପ୍ରିମକୋର୍ଟ ସମସ୍ତଙ୍କୁ ସାବାଡ଼ କରିଛନ୍ତି: ସୁପ୍ରିମକୋର୍ଟ ଜନସ୍ୱାର୍ଥ ମାମଲାକୁ ଖାରଜ କରିବା ସହ ଅଦାଲତର ସମୟ ବରବାଦ କରିଥିବାରୁ ଦୁଇ ଆବେଦନକାରୀଙ୍କୁ ଜଣ ପିଛା ୧ ଲକ୍ଷ ଟଙ୍କା ଜୋରିମାନା କରିଛନ୍ତି । ଏହି ରାୟ କେବଳ ଆବେଦନକାରୀଙ୍କୁ ପଦାରେ ପକାଇଛି ତାହା ନୁହେଁ, ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ତାଙ୍କୁ ସମର୍ଥନ ଦେଇ ଚାଲିଥିବା ଓଟିଭି ତଥା ତା’ର ମାଲିକ ବୈଜୟନ୍ତ ପଣ୍ଡାଙ୍କୁ ମଧ୍ୟ ପଦାରେ ପକାଇଛି ।

ଆଉ ଏକ ଜୋତା ପଲିସି ନାଟକ: ପୁରୀରେ ଜଗନ୍ନାଥ ସେନା ନାମରେ ଏକ ସଂଗଠନ କରି ଜଗନ୍ନାଥଙ୍କ ନାମରେ ସଦାବେଳେ ନିଜର ଆତ୍ମପ୍ରଚାରରେ ଲିପ୍ତ ଥିବା ଓକିଲ ପ୍ରିୟଦର୍ଶନ ପଟ୍ଟନାୟକ ଏବେ ସୁପ୍ରିମକୋର୍ଟଙ୍କ ଜୋରିମାନା ସଂଗ୍ରହ ଆଳରେ ଜୋତା ସଫା କରି ଅର୍ଥ ଆଦାୟ କରୁଥିବାର ଆଉ ଏକ ନାଟକ ଆରମ୍ଭ କରିଛନ୍ତି । କିନ୍ତୁ ସେଠାକାର ସେବାୟତ, ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ସାଧାରଣ ଲୋକମାନେ ଏ ପ୍ରକଳ୍ପ ଶୀଘ୍ର ସମାପ୍ତ ହେଉ ବୋଲି ଚାହାନ୍ତି ଓ ସୁପ୍ରିମକୋର୍ଟର ରାୟରେ ସେମାନେ ଖୁସି ଅଛନ୍ତି । ସେମାନେ ସେଥିପାଇଁ ନିଜର ଜମି ଛାଡ଼ିଛନ୍ତି ।

Previous Post

ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ବିକ୍ରମ ଆରୁଖ

Next Post

ଇମାମି-କିସ୍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

Next Post
ଇମାମି-କିସ୍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

ଇମାମି-କିସ୍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA