Saturday, June 27, 2026 05:26 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦ୍ରୌପଦୀଙ୍କୁ ସମର୍ଥନ ଦେବନି କଂଗ୍ରେସ

ସ୍ପଷ୍ଟ କଲେ ନରସିଂହ ମିଶ୍ର

by Our Correspondent
23 Jun, 2022- 06:24 PM
in Latest News, News
1 min read
0
ଦ୍ରୌପଦୀଙ୍କୁ ସମର୍ଥନ ଦେବନି କଂଗ୍ରେସ

ଭୁବନେଶ୍ୱର: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ କ୍ଷେତ୍ରରେ ରାଜ୍ୟ କଂଗ୍ରେସର ଆଭିମୁଖ୍ୟକୁ ସମସ୍ତଙ୍କ ନଜର ଥିଲା ବେଳେ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଜି ଏକ ସ୍ପଷ୍ଟୀକରଣରେ ସବୁ ଦ୍ୱନ୍ଦ ଦୂର କରିଛନ୍ତି । ମିଳିତ ବିରୋଧୀ ଦଳ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ହିଁ ଭୋଟ ଦିଆଯିବ ବୋଲି ସେ କହିଛନ୍ତି । ଜଣଙ୍କୁ ଛିଡ଼ା କରାଇ ଭିନ୍ନ ଆଦର୍ଶଧାରୀ ଅନ୍ୟ ଜଣଙ୍କୁ ଭୋଟ ଦେବା ବେଇମାନୀ ହେବ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି ।

ଶ୍ରୀ ମିଶ୍ର କହିଛନ୍ତି, ଦ୍ରୌପଦୀ ମୁର୍ମୁ ଜଣେ ଭଲ ମଣିଷ । ଭଲ ବିଧାୟିକା । ୫ ବର୍ଷ ବିଧାନସଭାରେ ଆମେ ଏକାଠି କାମ କରିଛୁ । ତାଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ମୋର ଭଲ । କିନ୍ତୁ ସେ ଯେତେ ଭଲ ଭଲ ଲୋକ ହୋଇଥିଲେ ବିଜେପି ନୀତି ଆଦର୍ଶରେ ବିଶ୍ୱାସ କରୁଥିବାରୁ ସମର୍ଥନ ଦେବୁନୁ । ଏହାଛଡ଼ା ତାଙ୍କ ପ୍ରାର୍ଥୀତ୍ୱ ଘୋଷଣା ପୂର୍ବରୁ ମିଳିତ ବିରୋଧୀ ଦଳ ତା’ର ରାଷ୍ଟ୍ରପତି ପ୍ରାର୍ଥୀ ଆଗୁଆ ଘୋଷଣା କରିଛନ୍ତି । ଜଣଙ୍କୁ ଛିଡ଼ା କରାଇ ଅନ୍ୟ ଜଣଙ୍କୁ ସମର୍ଥନ ଦେବା ବେଇମାନୀ ହେବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଓଡିଆ ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛି ଏନଡିଏ । ବିଜେପି ଆଦିବାସୀ ଓ ମହିଳା କାର୍ଡ ଖେଳି ବିରୋଧୀଙ୍କୁ ଅଡୁଆରେ ପକାଇଥିଲା ବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଝିଅକୁ ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକ ସମର୍ଥନ କରିବାକୁ ଅପିଲ୍ କରିବା ଏଠା କଂଗ୍ରେସ ପାଇଁ ଅଧିକ ଅଡୁଆ ସୃଷ୍ଟି କରିଥିବା କୁହାଯାଉଥିଲା ।

ତେବେ ଏନଡିଏର ଆଦିବାସୀ ମହିଳା କାର୍ଡ ଏବଂ ନବୀନଙ୍କ ଓଡ଼ିଆ ଭାବାବେଗ ରାଜ୍ୟ କଂଗ୍ରେସ ଉପରେ ପ୍ରଭାବ ପକାଇ ନ ଥିବା ନରସିଂହଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହୋଇଛି । ସର୍ବୋପରି ଦଳର ଆଭିମୁଖ୍ୟ ଏବଂ ନିଷ୍ପତ୍ତି କୁ ସମ୍ମାନ ଜଣାଇବାର ବାର୍ତ୍ତା ସେ ଦେଇଛନ୍ତି ।

Previous Post

ଦିଲ୍ଲୀରେ ଦ୍ରୌପଦୀ, କାଲି ନାମାଙ୍କନ

Next Post

ରାଇମୋହନ କାହିଁକି ଆତ୍ମହତ୍ୟା କଲେ?

Next Post
ରାଇମୋହନ କାହିଁକି ଆତ୍ମହତ୍ୟା କଲେ?

ରାଇମୋହନ କାହିଁକି ଆତ୍ମହତ୍ୟା କଲେ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA