Sunday, May 31, 2026 03:29 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କିଟ୍‍ ପଲିଟେକ୍‍ନିକ ରାଜ୍ୟରେ ପ୍ରଥମ

ପ୍ରଥମ ଥର ପାଇଁ ନାବେଟ୍‍ କ୍ୟୁସିଆଇ ରାଙ୍କିଂ

by Our Correspondent
02 Aug, 2022- 10:59 PM
in Latest News, News
1 min read
0
କିଟ୍‍ ପଲିଟେକ୍‍ନିକ ରାଜ୍ୟରେ ପ୍ରଥମ
Spread the love

ଭୁବନେଶ୍ୱର: କ୍ୟୁସିଆଇ ନାବେଟ ର‌୍ୟାଙ୍କିଂରେ ଉଭୟ ସରକାରୀ ଓ ବେସରକାରୀସ୍ତରରେ କିଟ୍‍ ପଲିଟେକ୍‍ନିକ୍‍ ଓଡ଼ିଶାର ପ୍ରଥମ ସ୍ଥାନ ଅଧିକାର କରିଛି। ସଂପ୍ରତି ଗୁଣାତ୍ମକ ଶିକ୍ଷା ଓ ଗୁଣାତ୍ମକ ଶିକ୍ଷାନୁଷ୍ଠାନ ଉପରେ ରାଜ୍ୟ ସରକାର ସର୍ବାଧିକ ପ୍ରାଧାନ୍ୟ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଥିବା ଗୁଣାତ୍ମକ ପଲିଟେକ୍‍ନିକ ଶିକ୍ଷାନୁଷ୍ଠାନଗୁଡ଼ିକୁ ବାଛିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକୁ ନେଇ ପ୍ରଥମ ଥର ଲାଗି ଉଦ୍ୟମ କରାଯାଇଛି।

କ୍ୱାଲିଟି କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆ (କ୍ୟୁସିଆଇ)ର ନ୍ୟାସ୍‍ନାଲ୍‍ ଆକ୍ରିଡିଟେସନ୍‍ ବୋର୍ଡ ଫର ଏଜୁକେସନ୍‍ ଆଣ୍ଡ ଟ୍ରେନିଂ (ନାବେଟ୍‍), ଷ୍ଟେଟ୍‍ କାଉନ୍‍ସିଲ୍‍ ଫର ଟେକ୍‍ନିକାଲ୍‍ ଏଜୁକେସନ୍‍ ଓ ଭୋକେସନାଲ୍‍ ଟ୍ରେନିଂ ପକ୍ଷରୁ ପ୍ରଥମ ଥର ଲାଗି ଓଡ଼ିଶାରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ପଲିଟେକ୍‍ନିକ ଶିକ୍ଷାନୁଷ୍ଠାନର ପୁଙ୍ଖାନୁପୁଙ୍ଖ ତର୍ଜମା ପରେ ଏହି ର‌୍ୟାଙ୍କିଂ ପ୍ରଦାନ କରାଯାଇଛି। ଆଜି ଷ୍ଟେଟ୍‍ କାଉନ୍‍ସିଲ୍‍ ମୁଖ୍ୟାଳୟଠାରେ ର‌୍ୟାଙ୍କିଂରେ ସ୍ଥାନ ପାଇଥିବା ଅନୁଷ୍ଠାନଗୁଡ଼ିକର ନାମ ଘୋଷଣା କରାଯାଇଥିଲା। କିଟ୍‍ ପଲିଟେକ୍‍ନିକ୍‍ ସମସ୍ତ ସରକାରୀ ଓ ବେସରକାରୀ ପଲିଟେକ୍‍ନିକ୍‍ ମଧ୍ୟରେ ଶ୍ରେଷ୍ଠ ସ୍ଥାନରେ ରହିଛି।

ଏହି ଖବରରେ କିଟ୍‍ ପଲିଟେକ୍‍ନିକ୍‍ର ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। କିଟ୍‍ ପଲିଟେକ୍‍ନିକ୍‍ ଏକ ବେସରକାରୀ ଅନୁଷ୍ଠାନ ହୋଇଥିବା ସତ୍ତ୍ୱେ ଉଭୟ ସରକାରୀ ଓ ବେସରକାରୀ ପଲିଟେକ୍‍ନିକ୍‍ ଅନୁଷ୍ଠାନକୁ ଅତିକ୍ରମ କରି ପ୍ରଥମ ସ୍ଥାନରେ ରହିପାରିଛି। ଏଥିରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ କିଟ୍‍ ପଲିଟେକ୍‍ନିକର ଅଧ୍ୟକ୍ଷ ଡ. ତନ୍ମୟ ମହାନ୍ତି, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ସମସ୍ତ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା କେବଳ ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ସମ୍ଭବ ହୋଇଛି ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଛନ୍ତି। ଚଳିତ ବର୍ଷ କିଟ୍‍ ପଲିଟେକ୍‍ନିକ୍‍କୁ କ୍ୟାମ୍ପସ୍‍ ପ୍ଲେସ୍‍ମେଣ୍ଟ ପାଇଁ ୪୦ରୁ ଊର୍ଦ୍ଧ୍ୱ କମ୍ପାନୀ ଆସିଥିବା ବେଳେ ଶେଷବର୍ଷର ଛାତ୍ରଛାତ୍ରୀଙ୍କୁ ସର୍ବାଧିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ୟାକେଜରେ ନିଯୁକ୍ତି ସୁଯୋଗ ମିଳିଛି।

Previous Post

ମିଡିଆର ବ୍ୟାଣ୍ଡ ବଜେଇଲେ ପପୁ

Next Post

ଅରବିନ୍ଦ ପାଢ଼ୀଙ୍କୁ କୃଷି, ଅଶ୍ୱଥିଙ୍କୁ ଗଣଶିକ୍ଷା ବିଭାଗ

Next Post
ଅରବିନ୍ଦ ପାଢ଼ୀଙ୍କୁ କୃଷି, ଅଶ୍ୱଥିଙ୍କୁ ଗଣଶିକ୍ଷା ବିଭାଗ

ଅରବିନ୍ଦ ପାଢ଼ୀଙ୍କୁ କୃଷି, ଅଶ୍ୱଥିଙ୍କୁ ଗଣଶିକ୍ଷା ବିଭାଗ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA