Wednesday, July 1, 2026 04:38 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଧର୍ମେନ୍ଦ୍ର ପୁରୀକୁ ଆସିଲେନି କାହିଁକି?

ଚର୍ଚ୍ଚାରେ ବିଜେପି ପ୍ରଶିକ୍ଷଣ ଶିବିର

by Our Correspondent
16 Sep, 2022- 10:07 PM
in Latest News, News, Politics
1 min read
0
ଧର୍ମେନ୍ଦ୍ର ପୁରୀକୁ ଆସିଲେନି କାହିଁକି?

ଭୁବନେଶ୍ୱର: ପୁରୀରେ ବିଜେପିର ତିନି ଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର ଶେଷ ହୋଇଛି । ଦୁର୍ଗାପୂଜା ପରେ ନିର୍ବାଚନ ପାଇଁ ଲଢ଼େଇ ଜୋରଦାର କରିବାକୁ ଦଳ ନିଷ୍ପତ୍ତି ନେଇଛି । ୨୦୨୪ ମସିହାରେ ବିଜେପି ଓଡ଼ିଶାରେ ଯେଭଳି ଶାସନକୁ ଆସିବ ସେ ନେଇ ଖସଡ଼ା ପ୍ରସ୍ତୁତ କରାଯାଇଛି । ମାଳ ମାଳ କେନ୍ଦ୍ରୀୟ ନେତା ଓଡ଼ିଶା ବିଜେପି ନେତାଙ୍କୁ ମନ୍ତ୍ର ଦେଇ ଫେରିଛନ୍ତି । ତେବେ ଯାହାଙ୍କ ବିନା ଇସାରାରେ ରାଜ୍ୟ ବିଜେପିରେ ପତ୍ର ହଲେନି, ପ୍ରଶିକ୍ଷଣ ଶିବିରରେ ତାଙ୍କର ଅନୁପସ୍ଥିତି ଚର୍ଚ୍ଚାର ବିଷୟ ହୋଇଛି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା ଆମେ କହୁଛୁ । ପୁରୀ ପ୍ରଶିକ୍ଷଣ ଶିବିରକୁ ୧୩ ତାରିଖରେ ସେ ଉଦଘାଟନ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ମାତ୍ର କୌଣସି କାରଣରୁ ସେ ଦିଲ୍ଲୀରୁ ଆସିପାରିଲେ ନାହିଁ । ନବନିଯୁକ୍ତ ପ୍ରଭାରୀ ସୁନିଲ ବଂଶଲ ବି ଆସିଲେ ନାହିଁ । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ଶ୍ରୀମତୀ ଡି. ପୁରନ୍ଦେଶ୍ୱରୀ ସେମାନଙ୍କ କାମ ଚଳେଇଦେଲେ ।

ତା’ ପରଦିନ ଧର୍ମେନ୍ଦ୍ର ଆସିବେ ବୋଲି କୁହାଗଲା । ସାମ୍ବାଦିକମାନେ ତାଙ୍କ ଅପେକ୍ଷାରେ ରହିଲେ । ମାତ୍ର ସେ ଆସିଲେ ନାହିଁ । ପ୍ରଶିକ୍ଷଣ ଶିବିରକୁ ଉଦଯାପନ କରିବେ ବୋଲି ପରବର୍ତ୍ତୀ ସମୟରେ ପ୍ରଚାର ହେଲା । ମାତ୍ର ସେଦିନ ବି ଆସିଲେ ନାହିଁ । ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ(ସଂଗଠନ) ବି.ଏଲ୍. ସନ୍ତୋଷ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂହ ଉପସ୍ଥିତ ରହି ରାଜ୍ୟ ନେତାଙ୍କୁ ପାଠ ପଢ଼ାଇଲେ ।

ନିଷ୍କ୍ରିୟ ହୋଇପଡ଼ିଥିବା ଓଡ଼ିଶା ରାଜ୍ୟ ବିଜେପି ସଂଗଠନକୁ ସକ୍ରିୟ କରି ୨୦୨୪ ନିର୍ବାଚନର ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ଏହି ପ୍ରଶିକ୍ଷଣ ଶିବିର ଉଦ୍ଦିଷ୍ଟ ଥିଲା । ପ୍ରାୟ ସାଢ଼େ ତିନି ବର୍ଷର ନିରବତା ପରେ ଅମିତ ଶାହା ଓଡ଼ିଶା ଆସିବା ଏବଂ ସୁନିଲ ବଂଶଲଙ୍କୁ ଦାୟିତ୍ୱ ଦେବା ପରେ ଏହି ସାଂଗଠନିକ ଚଳଚଞ୍ଚଳ ପର୍ବ ଆରମ୍ଭ ହୋଇଛି । ମାତ୍ର ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁପସ୍ଥିତି ଖୋଦ୍ ବିଜେପି ପ୍ରେମୀଙ୍କୁ ଅଖାଡୁଆ ଲାଗୁଛି ।

କାରଣ ଧର୍ମେନ୍ଦ୍ର ବିଦେଶ ଗସ୍ତରେ ନ ଥିଲେ କି କିଛି ଅସୁସ୍ଥତା ନ ଥିଲା । ପ୍ରଶିକ୍ଷଣ ଶିବିର ଶେଷ ଦିନ ୧୫ ତାରିଖରେ ଭୁବନେଶ୍ୱରରେ ଆୟୋଜିତ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସେ ଦିଲ୍ଲୀରୁ ଭିଡିଓ କନଫରେନ୍ସିଂରେ ଯୋଗଦେଇଥିଲେ । ଏହି ପରିପ୍ରେକ୍ଷୀରେ ଦଳର ପୁରୀ ପ୍ରଶିକ୍ଷଣ ଶିବିରରେ ତାଙ୍କର ଅନୁପସ୍ଥିତି ଦଳୀୟ ମହଲରେ ଅନେକଙ୍କୁ ହଜମ ହେଉନାହିଁ । ତାଙ୍କର ଅନୁସ୍ଥିତିର କାରଣ ସମ୍ପର୍କରେ ରାଜ୍ୟ ନେତୃତ୍ୱ ସ୍ପଷ୍ଟ ନ କରିବା ସେମାନଙ୍କୁ ଅଧିକ ଦ୍ୱନ୍ଦରେ ପକାଇଛି ।

ପ୍ରଶିକ୍ଷଣ ଶିବିରରେ ଧର୍ମେନ୍ଦ୍ରଙ୍କ ଅନୁପସ୍ଥିତିକୁ ନେଇ ତାଙ୍କର ବିରୋଧୀ ଗୋଷ୍ଠୀ ବେଶ୍ ଖୁସି ଅଛନ୍ତି । ଓଡ଼ିଶା ବିଜେପିରେ ଆଉ ମୁଣ୍ଡ ନ ପୂରାଇବାକୁ ହାଇକମାଣ୍ଡ ତାଙ୍କୁ କୁଆଡ଼େ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଏହି ଗୋଷ୍ଠୀ ପ୍ରଚାର କରୁଛନ୍ତି । ଅନ୍ୟପକ୍ଷରେ ଦିଲ୍ଲୀରେ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଧର୍ମେନ୍ଦ୍ର ଓଡ଼ିଶା ଆସି ପାରି ନ ଥିବା ଅନୁଗତ ଗୋଷ୍ଠୀ କହିଛନ୍ତି । ତେବେ କୋଉଟା ସତ ଆଉ କୋଟା ମିଛ ତାହା ସ୍ପଷ୍ଟ ଜଣାପଡ଼ିନାହିଁ ।

ଇତିମଧ୍ୟରେ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଏକ ଟୁଇଟ୍ ବିଜେପିର ଅନ୍ଦରମହଲ ଚର୍ଚ୍ଚାକୁ ବଢ଼ାଇ ଦେଇଛି । ଏକ ସାଙ୍ଗରେ ବସ, ଏକ ସାଙ୍ଗରେ ଭାବ, ଏକ ସାଙ୍ଗରେ ଚାଲ.. ପ୍ରଶିକ୍ଷଣ ଶିବିରର ପାଥେୟ ଥିଲା ବୋଲି ସେ ଟୁଇଟ୍ କରିଛନ୍ତି । ତେବେ ସୁରେଶଙ୍କ ଏଭଳି ଶବ୍ଦ ସଂଯୋଜନାର ଗହନ କଥା କ’ଣ ତାହା ବୁଝିବା ଲୋକ ଠିକ୍ ବୁଝିଛନ୍ତିି ବୋଲି ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ।

ସେପଟେ ପୁରୀ ପ୍ରଶିକ୍ଷଣ ଶିବିରରୁ ସେମାନେ ବିଲକୁଲ ଉତ୍ସାହିତ ହୋଇ ନ ଥିବା କିଛି ବରିଷ୍ଠ ନେତା ନିଜ ନାଁ ଗାପନ ରଖିବା ସର୍ତ୍ତରେ କହିଛନ୍ତି । ପୁରୀ ବଳିଆପଣ୍ଡାସ୍ଥିତ ହୋଟେଲ ବ୍ଲୁ ଲିଲିଠାରେ ଆୟୋଜିତ ହୋଇଥିବା ଏହି ତିନିଦିନିଆ ଶିବିର କିଛି ନେତାଙ୍କ ପାଇଁ କେବଳ ମନୋରଞ୍ଜନ ଥିଲା । ଜୁଏଲ ଓରାମ, ବିଶ୍ୱେଶ୍ୱର ଟୁଡୁ, ପ୍ରଦୀପ ପୁରୋହିତଙ୍କ ଭଳି କିଛି ନେତା ଗଣମାଧ୍ୟମରେ ଧମାକା କରି ମନେ ମନେ ଖୁସି ହୋଇଛନ୍ତି । ଏହା ଦଳୀୟ କର୍ମୀଙ୍କ ଉପରେ କୌଣସି ପ୍ରଭାବ ପକାଇ ନାହିଁ ବୋଲି ସେମାନେ କହିଛନ୍ତି ।

ସେମାନଙ୍କ କହିବାନୁଯାୟୀ, ବିଜେଡି-ବିଜେପି ଉପରସ୍ତରରେ ସଲାସୁତୁରା ଥିବା ଲୋକଙ୍କ ମଧ୍ୟରେ ବଦ୍ଧ ଧାରଣା ସୃଷ୍ଟି ହୋଇଛି । ଆଗାମୀ ନିର୍ବାଚନ ଲଢ଼ିବା ବେଳକୁ ଦଳର ଆଭିମୁଖ୍ୟ କ’ଣ ରହିବ ଏବଂ ଲୋକଙ୍କୁ କି ଜବାବ ଦିଆଯିବ ସେ ନେଇ କେନ୍ଦ୍ରୀୟ ନେତାମାନେ ସ୍ପଷ୍ଟ କଲେନି । ବିଜେଡ଼ି ବିରୋଧରେ କଠୋର ହେବାକୁ ମଧ୍ୟ ସେଭଳି ରଣନୀତି ପ୍ରସ୍ତୁତ ହେଲାନାହିଁ । ତେଣୁ ଏଠି ବୁଥ୍ ଓ ପଞ୍ଚାୟତସ୍ତରରୁ କେମିତି ଲଢ଼େଇ ହେବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

Previous Post

ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓପନିଂ ବେଲ୍ ବଜାଇଲେ ନବୀନ

Next Post

୭୦ ବର୍ଷ ପରେ ଭାରତ ମାଟିରେ ଚିତାବାଘ

Next Post
୭୦ ବର୍ଷ ପରେ ଭାରତ ମାଟିରେ ଚିତାବାଘ

୭୦ ବର୍ଷ ପରେ ଭାରତ ମାଟିରେ ଚିତାବାଘ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA